ମେରିନ ଡ୍ରାଇଭ ଇକୋ ରି -ଟ୍ରିଟକୁ ଉଦଘାଟନ କଲେ ନବୀନ…

- Advertisement -

ପୁରୀ :ବେଳାଭୂମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ମେରିନ୍ ଡ୍ରାଇଭ୍ ଇକୋ ରି-ଟ୍ରିଟ୍ କାର୍ଯ୍ୟକ୍ରମ ଉଦଘାଟନ କରି ପ୍ରଥମ ଦିନ ଏଠି ସମୟ କାଟିଛନ୍ତି । କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ନିକଟରେ ପୂର୍ବଭାରତରେ ପ୍ରଥମ କରି ଆୟୋଜନ କରାଯାଇଥିବା ଏପରି ମେରିନ ଡ୍ରାଇଭ l ଦେଶ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ବୁଲି ଆସିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆମନ୍ତ୍ରଣ କରିଛନ୍ତି । ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବରିଷ୍ଠ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାଏ, ପ୍ରସାନ୍ତ ଜଗଦେବ, ଜଗତସିଂହପୁର ସାଂସଦ, ଓଟିଡିସି ଅଧ୍ୟକ୍ଷ, କେନ୍ଦ୍ରାଞ୍ଚଳ ଆରଡିସି, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ଆଇଜି, ପର୍ଯ୍ୟଟନ ସଚିବ, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । wଦୀର୍ଘ ଦେଢମାସ ଧରି ଅର୍ଥାତ ଚଳିତ ଆଜିଠାରୁ ୨୦୨୦ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ ଦିନ ପର୍ଯ୍ୟନ୍ତ ଉତ୍ସବ ମୁଖର ରହିବ ସ୍ୱର୍ଣ୍ଣିଭ ଚନ୍ଦ୍ରଭାଗା-ରାମଚଣ୍ଡୀ ବେଳାଭୂମି । କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ରାମଚଣ୍ଡୀ ମୁହାଣ ଉତ୍ସବ ସ୍ଥଳୀରେ ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ରହିଛି । ସିଫୁଡୁ,କ୍ରାଫ୍ଟ ଓ ମ୍ୟୁଜିକରେ ଝୁମିବେ ପର୍ଯ୍ୟଟକ ।

ଡିସେମ୍ବର ୧୪ ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ। ଗୁଜରାଟ ପରେ ଓଡ଼ିଶା ଦିତୀୟ ରାଜ୍ୟ ଯିଏ ଏଭଳି ବେଳାଭୂମି ମହୋତ୍ସବର ଆୟୋଜନ କରିଛି । ରାଜ୍ୟ ସରକାର ପକ୍ଷରୁ କରାଯାଇଥିବା ଏପରି ପ୍ରୟାସ କୁ ସବୁ ମହଲରେ ସ୍ୱାଗତ କରାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles