ନବୀନଙ୍କ ପାଳରୁ ବାଇଗଣ, କୋବି କିଣିଲେ ଅରୁଣ…

- Advertisement -

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ସବୁବେଳେ ନିଜର ନିଆରା ବ୍ୟକ୍ତିତ୍ୱ ପାଇଁ ଚର୍ଚ୍ଚାରେ ରହନ୍ତି l ସାଧାରଣତନ୍ତ୍ର ଦିବସ ଅବସରରେ ନିଜର ସରକାରୀ କାମ ସାରି ପୁଣି ଜଣେ ସାଧାରଣ ବ୍ୟକ୍ତି ହୋଇ ଅରୁଣ ପାଳରୁ ପରିବା କିଣି ଘରକୁ ଆଣିଛନ୍ତି l ଯେପରି ଜଣେ ସାଧାରଣ ଲୋକ ଯଦି କୁଆଡେ ଯାଏ ସେ ଘରକୁ ଆସିଲା ବେଳେ କିଛି କିଣିକି ଘରକୁ ଆଣେ l ଠିକ ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ ଅଭ୍ୟାସ l କାରଣ ସେ କେବେ ଭବନ୍ତିନି ନିଜକୁ ମନ୍ତ୍ରୀ ବୋଲି l ସେ ବିଧାନସଭା ପରିସରରେ ମେଡ଼ିଆ ଗାଡି ଚାଳକ ସହ ବସି ଗପସପ ହେଉ ଅବା ବସଷ୍ଟାଣ୍ଡରେ ବସି ଖଟି କରିବା ଓ ସେଠାରେ ଜନଶୁଣାଣୀ କରି ସମସ୍ୟା ଦୂରକରନ୍ତି l
ସାଧାରଣତନ୍ତ୍ର ଦିବସରେ କାର୍ଯ୍ୟକ୍ରମ ସାରି ଛତ୍ରପୁରରୁ ଫେରିବା ବାଟରେ ରମ୍ଭା ନିକଟରେ ସବୁଜିମା ଭରା ଫସଲ କିଆରିକୁ ଦେଖି ମନ୍ତ୍ରୀ ତାଙ୍କ ଗାଡ଼ି ଅଟକାଇବା ସହ ସିଧା ଯାଇ ଜମିରେ ପଂହଚିଥିଲେ l ସେଠାରେ ଚାଷୀ ଓ ଶ୍ରମିକଙ୍କ ସହ ସେ ବିଭିନ୍ନ ବିଷୟରେ ଆଲୋଚନା କରି କୋବି, ବାଇଗଣ ପରିବା କିଣି ଘରକୁ ଆଣିଥିଲେ l ଯାହା ଚାଷୀଙ୍କୁ ବେଶ ଆନନ୍ଦ ଦେଇଥିଲା l ଏହା ସହ ଚାଷୀଙ୍କ କିପରି ଅଧିକ ସହଯୋଗ କରିହେବ ତାହା ଉପରେ ଆଲୋଚନା କରିଥିଲେ l ମନ୍ତ୍ରୀ ଅରୁଣ ସାହୁଙ୍କ ଏପରି ସାଧାରଣ ପଣ ଏବେ ଗଞ୍ଜାମ ରୁ ରାଜଧାନୀ ଯାଏ ଚର୍ଚ୍ଚା l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles