ଫେରିଛି ପୁରୁଣା ପ୍ରେମ : ଏକାଠି ଜୟଦେବ -ନିରଞ୍ଜନ

- Advertisement -

ଭୁବନେଶ୍ୱର : କଂଗ୍ରେସ ରାଜନୀତିରେ ନୂଆଯୁବ ଆରମ୍ଭ ହୋଇଛି । ଏକାଠି ହୋଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ପିସିସି ସଭାପତି ନିରଂଜନ ପଟ୍ଟନାୟକଭ୍‌କୁ ଅଧିକାଶ ନେତା ବିରୋଧ କରୁଥିବା ବେଳେ ଠିକ ଏହି ସମୟରେ ନିରଂଜନଙ୍କ ନିକଟତର ହୋଇଚନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କଂଗ୍ରେସରେ ଏବେ ନିରଜଂନ ଓ ଜୟଦେବ ଯୋଡ଼ି ଜମୁଛି । ଦଳର ଯେ କୌଣସି କାର୍ଯ୍ୟକ୍ରମ ହେଉଛି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଖୋଜୁଛନ୍ତି । ଜୟଦେବ ବି ନିଂରଜନଙ୍କୁ ସାଥ ଦେଉଛନ୍ତି । ସେ କେନ୍ଦ୍ର ସରକାରଙ୍କ ବିରୋଧରେ ଏନଆରସି, ଏନପିଆର,ସିଏଏ ବିକ୍ଷୋଭ ହେଉ ଅବା ଦୁର୍ବଳ ଆର୍ଥିକ ମାନ୍ଧବସ୍ତା ହେଉ ସବୁଥିରେ କଂଗ୍ରେସ ଯେଉଁ ରାଜନୈତିକ କାର୍ଯ୍ୟକଳାପ ହାତକୁ ନେଉଛି ସେଥିର ନିରଂଜନଙ୍କ ମନବଳକୁ ଶକ୍ତିଶାଳୀ କରୁଛନ୍ତି ଜୟଦେବ ।
ଦିନଥିଲା ଯେତେବେଳେ ଜୟଦେବ ଜେନା ପିସିସି ସଭାପତି ଥିଲେ ସେତେବେଳେ ତାଙ୍କ ନେତୃତ୍ୱରେ ବର୍ତ୍ତମାନର ପିସିସି ସଭାପତି ନିରଂଜନ ପଟ୍ଟନାୟକ ନିର୍ବାଚନ ଲଢିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ । ଯାହା ସେତେବେଳେ ବେଶ ଚର୍ଚ୍ଚାର ବିଷୟ ଥିଲା । ଏହାସହ ସେହି ସମୟରେ ଜୟଦେବ ଜେନା ଶଅୀକାନ୍ତ ଜେନାଙ୍କ ଯୋଡ଼ି ଜମୁଥିଲ । ନିରଂଜନ ଗୋଷ୍ଠୀଙ୍କୁ ଜୟଦେବ ଗୋଷ୍ଠୀ ବେଶ ହଇରାଣ କରୁଥିଲେ । ବହୁ ସମୟରେ ପଟ୍ଟନାୟକ ଓ ଜେନା ଗୋଷ୍ଠୀ ଗଣମାଧ୍ୟମରେ ମୁହାମୁହିଁ ହେଉଥିଲେ । ହେଲେ ଏବେ ସମୟ ବଦିଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସର ବହୁ ନେତା ନିଜର ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଜୟଦେବ ଜେନା ପଦଟିଏ ବି ନିରଂଜନଙ୍କ ବିରୋଧରେ କକହୁନାହାନ୍ତି । ଏପରିକି କଂଗ୍ରେସରେ ଯେପରି ଗୋଟେଗୋଷ୍ଠୀ ପିସିସି ସଭାପତି ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି ଯେ ଗୋଷ୍ଠୀକୁ ବି ଜୟଦେବ ସମର୍ଥନ କରିନାହାନ୍ତି । ଯାହାର ଫଳ ସ୍ୱରୂପ ନିରଜଂନ ଏବେ କଂଗ୍ରେସର ସବୁ କାମରେ ଦଳର ବରିଷ୍ଠ ନେତା ଜୟଦେବ ଜେନା ଓ ପୁଅ ଯୁବତୋ ସଂଗ୍ରାମ ଜେନାଙ୍କୁ ଗୁରୁତ୍ୱ ଦେଉଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles