ଟୋଲ ଗେଟ ଏକପାଖିଆ ନିୟମ : ଲୋକେ ଅସନ୍ତୋଷ

- Advertisement -

ଭୁବନେଶ୍ୱର :  ବହୁ ସମୟରେ ସାଧାରଣଲୋକଙ୍କୁ ଲୁଟିବା ପାଇଁ ସରକାର ଏପରି ବ୍ୟବସ୍ଥା ଆଣନ୍ତି ଯେଉଁଥି ପାଇଁ ସାଧାରଣ ଲୋକଟିଏ ସବୁ ଜାଣି ମଧ୍ୟ ନିରୁପାୟ ହୋଇପଡେ । ଯେତେ ଯାହା କଲେ ମଧ୍ୟ ଲୋକଙ୍କର ଏହି ସମସ୍ୟା ଦୂର ହୁଏ ନାହିଁ । ଏହି ତିନି ସପ୍ତାହ ହେବ ରାଜ୍ୟରେ ଥିବା ଟୋଲ ଗୁଡିକ ଅଦିନିଆ ନିୟମ କରି ସାଧାରଣ ଲୋକଙ୍କ ଠାରୁ ଲୁଟିବା ଆରମ୍ଭ କରିଛନ୍ତି । କେନ୍ଦ୍ରସାରକରଙ୍କ ଅଧୀନରେ ଥିବା ଏହି ଟୋଲ ଗେଟ ଗୁଡିକର ନୂଆ ନିୟମକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ତେବେ ଏହି ଜନଅସନ୍ତୋଷ କାହିଁକି ଟିକେ ନଜର ପକାନ୍ତୁ ଏହି ପୁରା ଘଟଣା ଉପରେ ।
ଯଦି ଜଣେ ଲୋକ କଟକରୁ ବାହାରି ଯାଜପୁର ଯାଏ ତେବେ ତାକୁ ମଙ୍ଗୁଳି ଗେଟ ପାଖରେ ଟୋଲ ଫୀ ଦେବାକୁ ପଡେ । ଟୋଲ ଗେଟର ନିୟମ ହେଉଛି ୨୪ ଘଣ୍ଟା ଭିତରେ ଉକ୍ତ ଗାଡିଟି ସେହି ବାଟରେ ଗଲେ ତାକୁ ଯିବାଆସିବା ପାଇଁ ଟୋଲ ଫିସ କାଟିବାକୁ ପଡେ ଚାରିଚକିଆ ଯାନକୁ । ହେଲେ ଏବେ ମଙ୍ଗୁଳି ଟୋଲ ଗେଟ ଯିବା ଆସିବା ନକାଟି ଖାଲି ଯିବା ପାଇଁ ୧୧୫ ଟଙ୍କା ନେଉଛି । ଅର୍ଥାତ ପୂର୍ବରୁ ଯଦି ଜଣେ ଲୋକ କଟକରୁ ଯାଜପୁର ଯାଇ ଫେରୁଥିଲା ୨୪ ଘଣ୍ଟା ଭିତରେ ତାଙ୍କୁ ୧୭୫ ଟଙ୍କା ଦେବାକୁ ପଡୁଥିଲା । ହେଲେ ଏବେ ୨୩୦ ଟଙ୍କା ଦେବାକୁପଡୁଛି । ଟୋଲ ଗେଟର ଏ କି ଅଜବ ଟୋଲ ଫି ନୀତି । ଯେହେତୁ ୫୫ ଟଙ୍କା ଅଧିକ ନେଉଛନ୍ତି ସେଥିପାଇଁ ପ୍ରତେକ ଦିନ ଜନଅସନ୍ତୋଷ ଦେଖା ଯାଉଛି । କଣ ପାଇଁ ଟୋଲ ଗେଟରେ ଏହି ଏପରି ଅଧିକ ପଇସା ନିଆଯାଉଛି ତାର ଉତ୍ତର ଟୋଲ ଗେଟ କର୍ମଚାରୀଙ୍କ ପାଖରେ ନାହିଁ । ପଚାରିଲେ କେବଳ ଗୋଟିଏ ଉତ୍ତର ମିଳୁଛି ଆଜ୍ଞା ନିୟମ ବଦଳି ଯାଇଛି । ତେଣୁ ପ୍ରତେକ ଦିନ ଟୋଲ ଗେଟରେ ଅସୁବିଧା ଭୋଗୁଥିବା ସାଧାରଣ ଲୋକଙ୍କ ପ୍ରତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଦୃଷ୍ଟି ଦେବାକୁ ଦାବି ହେଉଛି

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles