ଦେବାଳିଆ ହେଲାଣି ଓପିଜିସି : ଗୃହରେ ଶକ୍ତିବିଭାଗକୁ ଘେରିଲେ ବିଧାୟକ

- Advertisement -

ଭୁବନେଶ୍ୱର : ଶୂନ୍ୟକାଳରେ ଓପିଜିସି ଝଡ l ଶକ୍ତିମନ୍ତ୍ରୀ ଉପସ୍ଥିତିରେ ବିଜୁଳି ବିଭାଗର ପୋଲ ଖୋଲିଛନ୍ତି ବିରୋଧୀ ଓ ଶାସକ l ଲାଭକାରୀ ସଂସ୍ଥା ତଥା ଓଡ଼ିଶାର ଏକମାତ୍ର ସମ୍ପତି ଓପିଜିସି ଏଵେ ଦେବାଳିଆ ହେଵାକୁ ଵସିଲାଣି। ଓପିଜିସିରେ ୫୧ ପ୍ରତିଶତ ମାଲିକାନା ଥାଇ ବି ଏଇଏସ ଭଳି ବାହାର କମ୍ପାନୀ ପ୍ରତି ଏତେ ମୋହ କାହିଁକି ବୋଲି ଗୃହରେ ଝଡ। ରାଜ୍ଯ ସରକାର ମାଲିକ ହୋଇ ବି ୪୯ ପ୍ରତିଶତ ଅଂଶଧନ ଥିବା ଏଇଏସକୁ ପରିଚାଳନା ଓ ପ୍ରଶାସନିକ କ୍ଷମତା ଦେଇଛନ୍ତି। ପରିଚାଳନାଗତ ତୃଟି ଲାଗି ବିଜୁଳି ଉତ୍ପାଦନ, କର୍ମଚାରୀଙ୍କ ସମସ୍ୟା ଉତ୍କଟ ହେଲାଣି। ଯାହାର ପରିଣତି ରାଜ୍ଯ ସରକାରଙ୍କୁ ସୁଧ ଗଣିବାକୁ ପଡିଵ। ଓଡିଶା ଅନ୍ଧାର ହୋଇଯିବାର ଆଶଙ୍କା ରହିଛି। ଏଇଏସ ଲୁଟିଛି। ଆଉ ଗଲା ୨୦ ବର୍ଷ ଧରି ଏହାକୁ ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟ କରିଛୁ। ଯଦି ସମ୍ଵିଧାନ ସଂଶୋଧନ ହୋଇପାରୁଛି, ତେବେ ଏଇଏସ ସହ ହୋଇଥିବା ଚୁକ୍ତିର କାହିଁକି ସଂଶୋଧନ ହୋଇପାରିବନି। ଇଵ ଥର୍ମାଲ ର ଚାରୋଟି ୟୁନିଟରୁ ଦୁଇଟିରୁ ଉତ୍ପାଦନ ବନ୍ଦ କରି ଚଞ୍ଚକତା କରିଛି ଏଇଏସ। ୪୯ ପ୍ରତିଶତ ଅଂଶଧନ ରହିଵି ହାକିମାତି ଦେଖାଉଛି ଏଇଏସ। ସେଵା ଦେବାକୁ ନିଯୁକ୍ତି ଦେଇଛୁ, ଶାସନ କରିବାକୁ ନୁହେଁ।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କିଶୋର ମହାନ୍ତି, ଅମର ଶତପଥୀ, ନରସିଂହ ମିଶ୍ର, ପ୍ରଦୀପ୍ତ ନାଏକ ପ୍ରମୁଖ ଉଦଵେଗ ପ୍ରକାଶ କଲେ ଗୃହରେ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles