ମୟୁରଭଞ୍ଜ ପାଇଁ ପ୍ରଣବଙ୍କ ମାସିକିଆ ଟ୍ୟାକ୍ସ….

- Advertisement -

ଭୁବନେଶ୍ୱର :ବିଜେଡ଼ି ଫୋକସରେ ମୟୁରଭଞ୍ଜ । ମୟୁରଭଞ୍ଜରେ ସାଂଗଠନିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡ଼ି । ପ୍ରଥମେ ଜିଲ୍ଳାକୁ ସାଂଠିନିକ ଦୃଷ୍ଟିରେ ଦୁଇଭାଗ କରାଗଲା । ଏହାପରେ ୨ଜଣ ଜିଲ୍ଲାସଭାପତି ନିଯୁକ୍ତ କରାଗଲା । ଜିଲ୍ଳାରେ ଗୋଷ୍ଠୀକନ୍ଦଳକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୁଇଜଣ ପୂର୍ବତନ ପର୍ଯ୍ୟବେକ୍ଷକ ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମାକୁ ସାଙ୍ଗରେ ନେଇ ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଖୋଲାମଂଚରେ ଜିଲ୍ଲୀର ନେତୃତ୍ୱ ନେଉଥିବା ନେତା ଓ କର୍ମୀଙ୍କୁ ଖୋଲାଖୋଲି ଜଣାଇଦେଲେ । ଏହାପରେ ଦଳ ବିରୋଧୀ କାମ ପାଇଁ ନେତାଙ୍କ ଉପରେ ଅାକନ୍ସ ମଧ୍ୟ ଅାରମ୍ଭ ହୋଇଗଲା । ଭୁବନେଶ୍ୱର -ମୟୁରଭଞ୍ଜକୁ ଘନଘନ ଗସ୍ତ କରି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା କଲେ । ସଂଗଠନରେ ସୁଧାର ମଧ୍ୟ ଅାସିଲା । ଏବେ ପ୍ରଣବଙ୍କ ଲକ୍ଷ ପୁରା ମୟୁୂରଭଞ୍ଜକୁ ଶଙ୍ଖମୟ କରିବା । ଖାସ ସେଥିଲାଗି ଦିନରାତି ଏକ କରି ପ୍ରବଣ ସାଂଗଠନିକ ସ୍ଥିତର ଟିକନିକ ସମୀକ୍ଷା କରିବା ସହ ଯୁବ, ମହିଳା,ଛାତ୍ର, ଓ ବରିଷ୍ଠଙ୍କ ଏକାଠି ହୋଇ ଦଳ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଳରେ ଗୋଷ୍ଠି କନ୍ଦଳକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ନେତା ଓ କମୀର୍ଙ୍କୁ ଶୁଣାଇଛନ୍ତି । ଦଳରେ କେହି ସର୍ବେସର୍ବା ନୁହନ୍ତି , କି କୌଣସି ଗୋଷ୍ଠୀ ନାହିଁ । ନବୀନ ହେଉଛନ୍ତି ନେତା ଓ ତାଙ୍କ ନିର୍ଦ୍ଦେଶରେ ଅାମେମାନେ ଏକାଠି ହୋଇ ଦଳକୁ ଜିଲ୍ଲାରେ ମଜବୁତ କରି ଲୋକଙ୍କ ସେବା କରିବା ପାଇଁ ପ୍ରଣବ ନେତା ଓ କର୍ମୀଙ୍କୁ ଅାହ୍ୱାନ ଦେଇଛନ୍ତି ।

ମୟୁରଭଞ୍ଜରେ ମୋଟି ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଅାସନରୁ ୨୦୧୯ ସାଧାରଣ ନିବାର୍ଚନରେ ବିଜେଡ଼ି ୩ଟି ବିଧାନସଭାରେ ଅାସନରେ ବିଜୟ ଲାଭ କରିଛି । ଲୋକସଭା ଅାସନ ସହ ୬ଟି ବିଧାନସଭା ଅାସନ ହରାଇଛି ଦଳ । ତେଣୁ ରାଜ୍ୟର ବଡ଼ଜିଲ୍ଲାରେ ଦଳ କିପରି ବଡ଼ ବିଜୟ କରିବ ଅାଗମୀ ଦିନରେ ସେ ଚିନ୍ତାରେ । ଖାସ ସେଥିଲାଗି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କ୍ରାଇସିସ୍ ମ୍ୟାନେଜର ପ୍ରଣବ ପ୍ରକାଶ ଦାସଙ୍କୁ ମୟୁରଭଞ୍ଜର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ନିଜର ସାଂଗଠନିକ ଦକ୍ଷତା ଓ ସମସ୍ତଙ୍କୁ ସାଥିରେ ନେଇ ଯିବାର କୌଶଳ ଜାଣିଥିବା ପ୍ରବଣ ଏବେ ମୟୁରଭଞ୍ଜରେ ବିଜେଡ଼ି ସଂଗଠନ ମଜବୁତ କରିବାରେ ବହୁମାତ୍ରାରେ ସଫଳ ହୋଇଛନ୍ତି । ହେଲେ ଶତ ପ୍ରତଶତ ସଫଳତା ପାଇଁ ପ୍ରଣବ ନବୀନଙ୍କ ନିର୍ଦ୍ଦେଶରେ ଚତୁର ରାଜନୈତିକ ଗୋଟି ଚଳାଇଛନ୍ତି । ଜିଲ୍ଳାର ୯ଟି ବିଧାନସଭା ଅାସନ ମଧ୍ୟରୁ କେବଳ ବାଙ୍ଗିରପୋଷକୁ ଛାଡ଼ି ୮ଟି ବିଧାନସଭା ଅାସନ ଲାଗି ୪ଜଣ ନେତାଙ୍କ ମୁଣ୍ଡରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ବିଜେଡ଼ିର ସାଂଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ । ଭଦ୍ରକ ଜିଲ୍ଳାର ବିଜେଡ଼ି ବିଧାୟକଙ୍କୁ ବିଶ୍ୱାସକୁ ନେଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ । ଭଦ୍ରକ ଜିଲ୍ଳାର ବିଧାକୟ ସଂଞ୍ଜୀବ ମଲ୍ଲିକ, ବେ୍ୟାମକେଶ ରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମୁଣ୍ଡଳଙ୍କୁ ମୟୁରଭଞ୍ଜ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଛନ୍ତି ପ୍ରଣବ । ତାଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି । ସବୁବେଳେ ଅସମ୍ଭବକୁ ସମ୍ଭବ କରୁଥିବା ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡ଼ି ସଭାପତି ନବୀନଙ୍କ ନିର୍ଦ୍ଦେଶରେ ମୟୁରଭଞ୍ଜ ଜିଲ୍ଲାପାଇଁ ଯେଉଁ ନୂଅା ରଣନୀତି ପ୍ରସ୍ତୁତ କରି ବିଜେଡ଼ି ସଂଗଠନନକୁ ଚଳଞ୍ଚଳ କରିଛନ୍ତି ତାହା ଏବେ ବିରୋଧୀଙ୍କୁ ଚିନ୍ତାରେ ପକାଇଛି । ୨୦୧୯ ସାଧାରଣ ନିବାର୍ଚନ ଫଳାଫଳ ୧ବର୍ଷ ହୋଇଥିଲେ ମଧ୍ୟ ମୟୁରଭଞ୍ଜରେ ଯେମିତି ଅାଗକୁ ନିବାର୍ଚନ ହେବାକୁ ଯାଉଛି ସେପରି ମାହୋଲ ସୃଷ୍ଟି ହୋଇଛି । ବିଜେଡ଼ି ସଂଗଠନ ଯେପରି ଦିନକୁ ଦିନ ଶକ୍ତିଶାଳୀ ହେଉଛି ତାର ସବୁ ମହଲରେ ଚଚ୍ଚାର୍ । ଏବେ ନେତା ଓ କର୍ମୀଙ୍କ ଅଧିକ ପରିଶ୍ରମ କରିବା ଓ ସଂଗଠନକୁ ଚଳଚଞ୍ଜଳ କରିବା ପାଇଁ ପ୍ରଣବ ମାସିକିଅା ଟ୍ୟାକ୍ସ ଦେଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles