ପୂର୍ବାଞ୍ଚଳ ପରିଷଦ ବୈଠକରେ କଣ ଦାବି ରଖିଲେ ନବୀନ…

- Advertisement -

ଭୁବନେଶ୍ୱର :ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ 4ଟି ପ୍ରସଙ୍ଗ ଉଠାଇ ଲେ ନବୀନ। ଜାତୀୟ ସଂହତି ଓ ରାଜ୍ୟ ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବ ଦରକାର। ତ
ଟେଲି ଯୋଗାଯୋଗ, ବ୍ୟାଙ୍କିନ ସେବା ଓ ରେଳ, ସଡକ ସଂଯୋହ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ। ପୂର୍ବାଞ୍ଚଳ ପରିଷଦରେ ଥିବା ଏହି 4 ରାଜ୍ୟ ଦେଶର ଖଣିଜ ସମ୍ପତ୍ତି ରେ ଅଧିକ ଅବଦାନ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଦରକାର। 2012ରୁ କୋଇଲା ରାୟଲୀଟି ସଂଶୋଧନ ହୋଇ ନାହିଁ। ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି। କ୍ଲିନ ଏନର୍ଜୀ ସେସ ରାଜ୍ୟଗୁଡିକୁ ଦେବା ଦରକାର। ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ। ଏହି 4 ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବି ଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି।
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଏହି ଭିତଇରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ। ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣା ରେ ସବ୍ସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର 50 ପ୍ରତିଶତ ଅନୁଦାନ ସହିତ ମାଗଣ ଜମି ଦେଉଥିଲେ ବି କାମ ଆଗଉ ନାହିଁ। ଏହି ସବୁ ପ୍ରସଙ୍ଗ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles