ଚମତ୍କାର ଏ ରାଜନୀତି…….

- Advertisement -

ଭୁବନେଶ୍ୱର :ଚମତ୍କାରର ରାଜନୀତି..
୨୦୨୦, ଓଡ଼ିଶା ସାରା ଦେଶକୁ ଦେଖାଇଲା ଚମତ୍କାରର ରାଜନୀତି । ଯାହା ଏବେ ରାଜ୍ୟ ରାଜନୀତିର ସମୀକରଣ ବଦଳାଇବା ସହ ଦେଶର ରାଜନୀତିକୁ ହଲଚର କଲା । ଅାଉ ଏସବୁ ସମ୍ଭବ ହୋଇପାରିଛି ବିଚକ୍ଷଣ ରାଜନେତା ଓ ସବୁବେଳେ ଅାଚର୍ଯ୍ୟକରୀ ଘଟାଉଥିବା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ।
୧- ଶାହା-ମମତା ଏକାଠି କରିବା
୨- କଲିକତାରେ ମମତା ଗରମ , ଭୁବନେଶ୍ୱରରେ ନରମ
୩-ଅମିତ ଶାହାଙ୍କ ପରି ଫାୟରବ୍ରାଣ୍ଡ ନେତା ନବୀନଙ୍କ ବିରୋଧରେ ଚୁପ
୪-କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଭୋଜନ
୫-ନବୀନ ବି ପ୍ରଥମରୁ ଶେଷଯାଏ ମାପିଚୁପି ରହିବା ।
୬- ବିଜେପି-ବିଜେଡ଼ି ରାଜନୀତି ଭବିଷ୍ୟତ ବୈଠକ ଓ ଭୋଜିରେ ପ୍ରତିଫଳିତ
ଓଡ଼ିଶାରେ ଶାହା-ମମତା-ନବୀନ- ନୀତିଶଙ୍କ ଅପୂର୍ବ ମିଳିନ ପରେ ଏପରି କିଛି କଥା ଏବେ ଚଚ୍ଚାର୍କୁ ଅାସିଛି । ରାଜନୀତିର ପୋଖତ ଖେଳାଳି ନବୀନ ସାରା ଦେଶକୁ ଦେଇଛନ୍ତି ସଂଘୀୟ ବ୍ୟବସ୍ଥା ସମୃଦ୍ଧି କର ବାର୍ତା । ଲୋକସେବା ଓ ରାଜ୍ୟର ବିକାଶ ପାଇଁ କିପରି ଏକାଠି ହୋଇ କାମ କରିବାକୁ ପଡ଼େ ତାହାର ନେତୃତ୍ୱ ସେ ନେଇଛନ୍ତି । ଜାତୀୟ ସଂହତି ଓ ରାଜ୍ୟ କେନ୍ଦ୍ର ମଧ୍ୟରେ ସୁସ୍ମୃଦ୍ଧି କିପରି ଅଧିକ ମଜବୁତ ହେବ ତାହା ବି ନବୀନ ପୂର୍ବାଞ୍ଚଳ ବୈଠକରେ କହିଥିଲେ ।
କେବଳ ସେତିକି ନୁହେଁ, ରାଜନୀତି ଓ ବିକାଶ ଯେ ଦୁଇଟି ଭିନ୍ନ କଥା ସେ ବାତ୍ତାର୍ ବି ଦେଇଛନ୍ତି ସେ । ବିକାଶ ଅାଗରେ ସବୁ ତୁଚ୍ଛ ସେ କଥା ବି ଅାଜି ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛ ଏକାଠି ବନ୍ଧୁ,ଶତ୍ରୁ ସବୁ ଏକାଠି ହୋଇ ବିକାଶ ଚିନ୍ତା କରିଛନ୍ତି । ଯେତେବେଳେ ଦିଲ୍ଳୀ ସିଏଏକୁ ନେଇ ନେଇ ହିଂସା ଘଟୁଛି, ବିରୋଧୀ ଓ ଶାସକ ମୁହାମୁହିଁ ହୋଇଛନ୍ତି ସେତେବେଳେ ଦେଶ ଓ ରାଜ୍ୟ ପାଇଁ ବିରୋଧି ଓ ଶାସକଙ୍କୁ ଏକାଠି କରିଛନ୍ତି ନବୀନ ।
ବିଜେଡ଼ି-ବିଜେପି ସମ୍ପର୍କ
ସବୁଠାରୁ ଚମତ୍କାର ହେଉଛି । ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟରେ ଥିବା ବିଜେପି -ବିଜେଡ଼ି ପୁଣିଥରେ ନିକଟତର ହେଉଛନ୍ତି କି । ଏ ନିକଟତର ପୁରୁଣା ରାଜନୈତିକ ପ୍ରେମକୁ ତାଜା କରିବା ପାଇଁ ନାଁ ସମୟ ଉଭୟଙ୍କୁ ବାଧ୍ୟ କରିଛି ପରସ୍ପର ମାପିଚୁପି ଚାଲିବା ପାଇଁ । ଏକଥା କାହାକୁ ବି ବୁଝପଡୁନାହିଁ । ଯେଉଁ ଅମିତ ଶାହା ନବୀନଙ୍କୁ ଓପାଡ଼ିକି ସମୁଦ୍ରରେ ଫୋପାଡ଼ିଦିଅ , ପୋଡ଼ା ଟ୍ରାନ୍ସଫର୍ମର କହୁଥିଲେ ସେହି ଅମିତ ଶାହା ଅାଜି ନବୀନ ନିବାସରେ ବିଜେପିର ରାଜ୍ୟ ଚେହେରା କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଓ ନବୀନଙ୍କ ଶହ ଗୋଟିଏ ଟେବୁଲରେ ଓଡ଼ିଶା ଖାଦ୍ୟ ଖାଇ ହସଖୁସିରେ ମାତିଛନ୍ତି । ଅମିତ ଶାହା ଯେତେବେଳେ ବିଜେପିର ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ସେ ଦିନରକୁ ସେ ଓଡ଼ିଶାକୁ ଫୋକସ କରିଛନ୍ତି । ଓଡ଼ିଶାବାସୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି । ୨୦୧୪ରୁ ୨୦୧୯ରେ ଅମିତ ଶାହା ୫୦ରୁ ଅଧିକ ଥର ଓଡ଼ିଶା ଗସ୍ତ କରିଛନ୍ତି । ସବୁ ସଭାରେ ନବୀନଙ୍କ ବିରୋଧରେ କଡ଼ା ଅାଭିମୁଖ୍ୟ ଗ୍ରହଣ କରିଛନ୍ତି । ୨୦୧୯ ଗୃହମନ୍ତ୍ରୀ ଭାବେ ପ୍ରଥମ ଓଡ଼ିଶା ଗସ୍ତ କରି ନବୀନଙ୍କ ସହ ଯେଉଁ ସମ୍ପର୍କ ବାନ୍ଧିଛନ୍ତି ତାହା ଏବେ ବିଜେଡ଼ି ନେତାଙ୍କୁ ଯେତିକି ଚକିତ କରିନାହିଁ ତା ଠାରୁ ଅଧିକ ଚିନ୍ତାରେ ପକାଇଛନ୍ତି ବିଜେପି ନେତାକୁ । ଜନତା ମଇଦାନରେ ବିଜେପିର ଏହି ଟାଇଗର ଅାଉ ନବୀନଙ୍କ ବିରୋଧରେ ଗର୍ଜନ କରିନାହାନ୍ତି , ବଂର ପୋଷା ମାନିଯାଇଛନ୍ତି । ହୁଏତ ଏହା ବିଜେଡ଼ି-ବିଜେପି ସମ୍ପର୍କ ଯୋଡ଼ିବାର ତାଜାବାତ୍ତା ହୋଇପାରେ ।
ରାଜ୍ୟସଭା ପାଇଁ ଅମିତ -ନବୀନଙ୍କ ଏ ନୁଅା ରୂପ ବୋଲି ଓଡ଼ିଶା ରାଜନୀତିରେ ଚଚ୍ଚାର୍ ହେଉଛି । ଡ଼ିଲ କରିବା ପାଇଁ ଶାହା କାଳେ ନବୀନ ନିବାସ ଯାଉଛନ୍ତି । ଏପରି ସମୀକରଣ ହେଉଛି । ହେଲେ ଅଶ୍ୱନୀ ବୈଷ୍ଣମ କଥାକୁ ଯଦି ବିଚାରକୁ ନିଅାଯାଏ ତେତେ ମୋଦି-ଶାହାଙ୍କ ଫୋନ କଲରେ ତ ସେ ରାଜ୍ୟସଭା ଗଲେ । ତେଣୁ ଶାହା କାହିକିଁ ନବୀନଙ୍କ ଫୋନ ନକରି ଡ଼ିଲ ପାଇଁ ନବୀନ ନିବାସ ଯିବେ । ତାହା ପୁଣି ମମତା ଓ ନୀତିଶଙ୍କ ସମ୍ମୁଖରେ । ଚଚ୍ଚାର୍ ହେଉଛି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଓ ନବୀନଙ୍କ ଏବେ ଗୋଟିଏ ତୁଠରେ ପାଣି ପିଉଛନ୍ତି । ତାହା ପ୍ରଭାବ ଅାଜି ଦେଖିବାକୁ ମିଳିଛି ।
ତେଣୁ ଅାଗକୁ ଓଡ଼ିଶା ରାଜନୀତି କେଉଁ
ବିଚିତ୍ର ଦିଗ ଦେଇଗତିକରିବ ତାହା କେହି ବି କରିପାରିବେ ନାହିଁ । ହେଲେ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା କି ଚମତ୍କାର ରାଜନୀତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles