ସାରା ରାଜ୍ୟରେ କର୍ଫ୍ୟୁ ଜାରୀକଲା ପଞ୍ଜାବ…

- Advertisement -

ଅମୃତସର: ପଞ୍ଜାବ ସରକାର ସମଗ୍ର ରାଜ୍ୟରେ କର୍ଫ୍ୟୁ ଜାରିକାରିଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବରେ ସାରା ରାଜ୍ୟରେ କର୍ଫ୍ୟୁ ଜାରିକରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦ୍ର ସିଂ। ବର୍ତ୍ତମାନ ପଞ୍ଜାବରେ କରୋନାର ସ୍ଥିତି ଦେଖି ଏପରି ବଡ଼ ନିଶ୍ଚିତି ନେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟରେ ବର୍ତ୍ତମାନ ଶୁଦ୍ଧା କରୋନାରେ ୨୩ ଜଣ ଆକ୍ରାନ୍ତ ହେବା ସହ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ପୂର୍ବରୁ ସରକାର ସମସ୍ତ ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି କର୍ଫ୍ୟୁରୁ ଜରୁରୀକାଳିନ ସେବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ବାଦ ଦିଆଯାଇଛି । ଏହି କର୍ଫ୍ୟୁ ମାର୍ଚ୍ଚ ୩୧ ଯାଏଁ ରହିବ। ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ଏହି କର୍ଫ୍ୟୁକୁ ଆଗକୁ ବଢ଼ାଯାଇ ପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles