ଶିବରାଜ ହେବେ ବିଧାୟକ ଦଳ ନେତା…

- Advertisement -

ଭୁବନେଶ୍ୱର : ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଖୁବ ଶୀଘ୍ର ପଡିପାରେ ଯବନିକା। କାରଣ ଶିବରାଜ ସିଂ ଚୈହାନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିସାରିଛି। ଔପଚାରିକ ଘୋଷଣା କେବଳ ବାକି ଅଛି।ସେ ଆସନ୍ତା ୨୫ ତାରିଖରେ ଶପଥ ନେଇପାରନ୍ତି ।
କମଳ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ହେଉଛି। ହେଲେ ସାରା ଦେଶ ଏବେ କରୋନା ସହ ଲଢ଼ୁଥିବାରୁ ସରକାର ଗଠନରେ ମଧ୍ୟ ଶିଥିଲତା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ ୨୪ ତାରିଖ ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ଏବଂ ସେଠାରେ ଶିବରାଜଙ୍କୁ ବିଧାୟକ ଦଳ ନେତା ଭାବରେ ଘୋଷଣା କରାଯିବ। ଏହାସହ ସେହି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles