ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଶିବରାଜ

- Advertisement -

ଭୋପାଳ : ମଧ୍ୟ ପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଖୁବ ଶୀଘ୍ର ପଡିପାରେ ଯବନିକା। କାରଣ ଶିବରାଜ ସିଂ ଚୈହାନଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିସାରିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ବିଧାୟକ ଦଳର ବୈଠକ ବସିବ । ପରେ ୭ଟା ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
କମଳ ନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ ହେଉଛି। ହେଲେ ସାରା ଦେଶ ଏବେ କରୋନା ସହ ଲଢ଼ୁଥିବାରୁ ସରକାର ଗଠନରେ ମଧ୍ୟ ଶିଥିଲତା ଦେଖାଦେଇଛି। ଏହାକୁ ଦେଖି କେବଳ ମୁଖ୍ୟମନ୍ତ୍ରୀ , ଶପଥ ନେବାକୁ ଥିବା ମନ୍ତ୍ରୀମାନେ ଏହି ଉତ୍ସବରେ ଯୋଗ ଦେବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles