କରୋନା ପାଇଁ ତାରା ଦେଲେ ଏକ କୋଟି….

- Advertisement -

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ଆତଙ୍କ ସୃଷ୍ଟି କରିଛି। ଯାହାପାଇଁ କି ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଗଲାଣି। ଏଭଳି ପରିସ୍ଥିତିରେ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି ।ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ।ସେ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଫଣ୍ଡକୁ ୧କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଫାଲକନ ଚେୟାରମ୍ୟାନର ଭାବରେ ସେ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ଦେଇଛନ୍ତି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ତାଙ୍କ ତିନି ମାସର ଦରମା ଏହି ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି ।ଏହାସହ ମୁଖ୍ୟମନ୍ତ୍ରୀ ସମସ୍ତ ଦଳୀୟ ବିଧାୟକ ଏବଂ ସାଂସଦମାଙ୍କୁ ତିନି ମାସର ଦରମା ଦେବାକୁ କହିଛନ୍ତି। ଏଥିରେ ଏବେ ସାମିଲ ହୋଇଛନ୍ତି ଶିଳ୍ପପତି ତାର ପଟ୍ଟନାୟକ । ସେ ଅର୍ଥ ପ୍ରଦାନ କରିବା ସହ ସବୁ ଶିଳ୍ପପତିଙ୍କୁ କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ ପାଇଁ ଆହ୍ୱାନ କରିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles