ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଲା ବିଜେପି

- Advertisement -

ଭୋପାଳ: ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଛନ୍ତି। ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିଥିଲେ ଶିବରାଜ। ଏଥିରେ କଂଗ୍ରେସ ବିଧାୟକମାନେ ଅନୁପସ୍ଥିତ ଥିଲେ।
ଗତକାଲି ରାତି ୯ଟାରେ ଶପଥ ନେଇଥିବା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଆଜି ଗୃହରେ ସଂଖ୍ୟା ଖେଳରେ ମଧ୍ୟ ପାସ କରିଛନ୍ତି । ବିଜେପିର ୧୦୭ ବିଧାୟକଙ୍କ ସହ ମୋଟ ୧୧୨ ଖଣ୍ଡ ଭୋଟ ପାଇଥିଲା ବିଜେପି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୨୨ ଆନୁଗତ୍ୟ ବିଧାୟକଙ୍କ ଏବଂ ୨ ଜଣଙ୍କ ମୃତ୍ୟୁ ପରେ ମୋଟ ବିଧାନସଭାର ସଭ୍ୟ ସଂଖ୍ୟା ୨୦୬ ଅଛି। ବିଜେପିକୁ ସଂଖ୍ୟା ଗରିଷ୍ଠତା ପାଇଁ ୨୦୪ ଭୋଟର ଆବଶ୍ୟକତା ଥିଲା। ହେଲେ ୧୧୨ ଭୋଟ ପାଇ ବିଜେପି ସରକାର ଗଠନ କରିଛି।
ଏହାପରେ ଶିବରାଜ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପାଖକୁ ଯାଇ ରାଜ୍ୟରେ କରୋନା ମୁକାବିଲା ପାଇଁ ରୋଡ଼ ମ୍ୟାପ ତିଆରି କରିଥିଲେ ।ମହାମାରୀ କରୋନା ମିଳିମିଶି ଦୁରକାରିବା ପାଇଁ ଆହ୍ୱାନ ଦେଇଛନ୍ତି ଦୁଇ ନେତା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles