କରୋନା ସହ ଲଢ଼ିବା ଭାରତ ପାଇଁ ଏକ ଆହ୍ୱାନ

- Advertisement -

ବର୍ତ୍ତମାନ ସାରା ବିଶ୍ୱ କରୋନା ସହ ଯୁଦ୍ଧ ଲଢ଼ୁଛି। ଏହାକୁ ତୃତୀୟ ବିଶ୍ଵଯୁଦ୍ଧ କହିଲେ ମଧ୍ୟ ଭୁଲ୍ ହେବନି। ଏହି ଯୁଦ୍ଧ କୌଣସି ଦେଶ ଦେଶ ମଧ୍ୟରେ ହେଉନାହିଁ। ଗୋଟିଏ ପକ୍ଷରେ ବିଶ୍ୱର ୨୦୦ ଦେଶ ଥିବାବେଳେ ଅନ୍ୟପଟରେ ଭୟଙ୍କର କରୋନା ଭୂତାଣୁ।ଯାହାକି ଏବେ ଜୈବିକ ଯୁଦ୍ଧରେ ପରିଣତ ହୋଇଛି। ଏହି ଅଦୃଶ୍ୟ ଶତ୍ରୁ କରୋନା ଭୂତାଣୁକୁ ହରାଇବା ଏବେ ସବୁ ଦେଶପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।
ଏହି ଯୁଦ୍ଧକୁ ଜିତିବା ପାଇଁ କି କୌଣସି ଗୋଳା ବାରୁଦ କିମ୍ବା ଅନ୍ୟ ବିସ୍ଫୋରକର ଆବଶ୍ୟକ ନାହିଁ । ଏଥିପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଆବଶ୍ୟକ । ଏଥିରେ ସିପାହୀ ହେଉଛନ୍ତି ଡାକ୍ତର, ସମସ୍ତ ନର୍ସିଙ୍ଗ ଷ୍ଟାଫ,ଏବଂ ସଫେଇ କର୍ମଚାରୀମାନେ। ଏହା ସହ ଗୋଳା ବାରୁଦ ହେଉଛି ମାସ୍କ, ସାନିଟାଇଜର ଏବଂ ସଫେଇ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି । ଯାହାକି କରୋନା ମାହାମାରୀକୁ ହରାଇପାରିବ। ଏ ସବୁ ମଧ୍ୟରେ ସଚେତନତା ଓ ସାମାଜିକ ଦୂରତା ହେଉଛି ଏ ଯୁଦ୍ଧ ପାଇଁ ବ୍ରହ୍ମାଅସ୍ତ୍ର । ଏସବୁ ମଧ୍ୟରେ ଚିନ୍ତାର ବିଷୟ ହେଉଛି ଭାରତ ଏ ମହାମାରୀ କବଳରୁ ବଞ୍ଚିବ କେମିତି ? ଯେଉଁଠି ଚିକିତ୍ସା କ୍ଷେତ୍ରରେ ଭାରତଠାରୁ ବେଶ ଆଗରେ ଥିବା ଦେଶମାନେ ହାରି ଯାଇଛନ୍ତି। ଯେମିତି କି ଚୀନ୍, ଆମେରିକା, ଇଟାଲୀ, ଏବଂ ଫ୍ରାନ୍ସ ପରି ଉନ୍ନତରାଷ୍ଟ୍ରମାନେ। ତାଙ୍କ ତୁଳନାରେ ଭାରତର ଡାକ୍ତରୀ ବ୍ୟବସ୍ଥା କିଛି ନୁହେଁ କହିଲେ ଚଳେ। କାରଣ ଭାରତରେ ମୋଟ ୧୦ ଲକ୍ଷ ଡାକ୍ତର ଅଛନ୍ତି । ଯାହାକି ୧୦୩୫ ଜଣଙ୍କ ପାଇଁ ଜଣେ। ପ୍ରକୃତରେ ପ୍ରତି ୧୦୦୦ଲୋକରେ ଜଣେ ଡାକ୍ତର ରହିବା ଆବଶ୍ୟକ ।ଯଦି ଆମେ ଉନ୍ନତ ଦେଶ ସହ ତୁଳନା କରିବା ତାହାଲେ ଆମେ ବହୁତ ପଛରେ ଅଛୁ | ଚୀନରେ ପ୍ରତି ୧୦୦୦ ଲୋକରେ ୧.୫ ଜଣ ଡାକ୍ତର ଅଛନ୍ତି ।ଏହିପରି ଆମେରିକାରେ ୨.୫ ଜଣ, ଫ୍ରାନ୍ସ ଓ ଇଟାଲୀରେ ଯଥାକ୍ରମେ 3 ଓ 4 ଜଣ ଲେଖାଏଁ ଡାକ୍ତର ଅଛନ୍ତି। ଏମିତି ପରିସ୍ଥିତିରେ କରୋନା ସହ ଭାରତ ଲଡ଼ିବା ଏକ ଆହ୍ୱାନ |
ଏହି ଯୁଦ୍ଧରେ ଭାରତକୁ ଜିତିବାକୁ ହେଲେ ଜଣେ କମାଣ୍ଡର ପରି ୩୬୦ ଡିଗ୍ରୀକୁ ଚାହିଁ କି ଯୋଜନା କରିବାକୁ ପଡିବ। ଯେଉଁଥିପାଇଁ କି ଭାରତ ସରକାର ତଥା ପ୍ରଧାନମନ୍ତ୍ରୀ ଦିନରାତି ଏକ କରି ଯୋଜନା ପ୍ରସ୍ତୁତ କରୁଛନ୍ତି। ଯେହେତୁ ଭାରତର ମେଡିକାଲ ବ୍ୟବସ୍ଥା ସୁଦୃଢ଼ ନୁହେଁ, ତେଣୁ ସରକାରଙ୍କୁ ମଧ୍ୟ ସବୁ ଯୋଜନାକୁ ସନ୍ତୁଳନ ଭାବରେ କରିବାକୁ ପଡିବ । ତାହେଲେ ଆମେ କରୋନାକୁ ହରାଇପାରିବା। ତେବେ ଆସନ୍ତୁ ଦେଖିବା ଏହି ଲଢେଇରେ ଭାରତ କେତେ ପ୍ରସ୍ତୁତ –
ଯଦି ଭାରତରେ ଏହା ଭୟଙ୍କର ରୂପ ନିଏ ତାହାଲେ ଭାରତ ଏହାକୁ ମୁକାବିଲା କରିବା ବହୁତ କଷ୍ଟ ହୋଇପଡିବ। କାରଣ ଭାରତରେ ମାତ୍ର ଦଶ ଲକ୍ଷ ଡାକ୍ତର ଅଛନ୍ତି । ଯାହାକି ମହାମାରୀ ସହ ଲଢେ଼ଇ କରିବାରେ ମୁଖ୍ୟ ବାଧକ। ଏତେ ଅଧିକା ଜନସଂଖ୍ୟା ବିଶିଷ୍ଟ ଦେଶପାଇଁ ଡାକ୍ତର ଓ ନର୍ସ ବହୁତ କମ୍। ଯେଉଁମାନେ କି ଏହି ଲଢ଼େଇର ମୁଖ୍ୟ ସିପାହୀ। ବର୍ତ୍ତମାନ ଦେଶରେ ମୋଟ ୫୦ ହଜାର ଭେଣ୍ଟିଲେର ଅଛି । ତେବେ ଏତେ ବଡ଼ ଦେଶପାଇଁ ଏହା ୫ଲକ୍ଷ ହେବା ଆବଶ୍ୟକ। ଏଥିପାଇଁ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି। ଆଉ ନୂଆ ୪୦ ହଜାର ନୂଆ ଭେଣ୍ଟିଲେଟର କିଣିଛନ୍ତି ଏବଂ ୧୨୧ କରୋନା ଟେଷ୍ଟ ସେଣ୍ଟର ମଧ୍ୟ କରିଛନ୍ତି। ଏହା ସହ ସବୁଠି ଅସ୍ଥାୟୀ ହସ୍ପିଟାଲ ମଧ୍ୟ ତିଆରି କରାଯାଇଛି। ମେଟ୍ରୋ ସିଟିଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସବୁଠି ଏହି ବ୍ୟବସ୍ଥା କରାଯାଇଛି। ରେଳବାଇ ତରଫରୁ ମଧ୍ୟ ସବୁ ଜୋନରେ ରେଳ ଡ଼ବାରେ ଆଇସୋଲେସନର ବନ୍ଦୋବସ୍ତ କରାଯାଇଛି । କରୋନା ମୁକାବିଲା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ସ୍ୱଚ୍ଛତା ସେଥିପାଇଁ ଭାରତ ସରକାର ଦୈନିକ ୧୦ ହଜାର ସାନିଟାଇଜର ତିଆରି କରିଛନ୍ତି।
ଆଉ ଦେଶର ପ୍ରତ୍ୟେକ ନାଗରିକର ସହଯୋଗ ବିନା ଏହି ଯୁଦ୍ଧକୁ ଜିତିବା ସରକାରଙ୍କ ପାଇଁ ଅସମ୍ଭବ। ତେଣୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସବୁ ନାଗରିକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିବା ସହ ସମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି।
ନବ କିଶୋର ସାହୁ
ସାମ୍ବାଦିକତା ଛାତ୍ର ଆଇଆଇଏମସି,ଢେଙ୍କାନାଳ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles