ନବୀନଙ୍କ ମୁଖ୍ୟ କରୋନା ଯୋଦ୍ଧା……

- Advertisement -

 

ନବୀନଙ୍କ କରୋନା ଯୋଦ୍ଧା 

ଲୋକେ ଭିତରେ, ସେମାନେ ବାହାରେ

ଜାଗ୍ରତ ପହରୀ ପରି ବାଡ଼ ପକାଇଛନ୍ତି କରୋନା ପାଇଁ 

ପରିଶ୍ରମ ଯୋଗୁଁ ଆୟତ ଅଛି କରୋନା

ସବୁଠି ଓଡିଶାର ଜୟ ଗାନ 

ଭୁବନେଶ୍ୱର: କରୋନା ମୁକାବିଲାରେ ଓଡ଼ିଶା ଏକ ନମ୍ବର। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏହା ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ। ପ୍ରଧାନମନ୍ତ୍ରୀ ଭାରତକୁ ଲକ୍ ଡାଉନ ଘୋଷଣା କରିବାର ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଲକ୍ ଡାଉନ ଘୋଷଣା କରିସାରିଥିଲେ। କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅନେକେ ପଦକ୍ଷେପ ନିଆଯାଇଛି।ଯେମିତି କି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ କରୋନା ବିଷୟରେ ସଚେତନ କରାଇବା ପାଇଁ ସ୍ୱତନ୍ତ୍ର ମୁଖପାତ୍ର ନିଯୁକ୍ତି କରାଯାଇଛି । ଯିଏ କି ଚବିଶ ଘଣ୍ଟାରେ ଦୁଇଥର ପ୍ରେସ ମିଟ କରି କରୋନା ସମ୍ବନ୍ଧୀୟ ଟିକ୍ ନିକ୍ ଖବର ଲୋକଙ୍କୁ ଦେଉଛନ୍ତି। ଲୋକସେବା ଭବନରେ କରୋନା ସମ୍ବନ୍ଧୀୟ ଘନ ଘନ ବୈଠକ କରିବା। ସ୍ବାସ୍ଥ୍ୟ,ପରିବହନ ଓ ଯୋଗାଣ ବିଭାଗକୁ ଗୁରୁତ୍ୱ ଦେବା।ଜିଲ୍ଲାସ୍ତରରେ କାର୍ଯ୍ୟକୁ ଭିଡିଓ କନ୍ଫରେନ୍ସିଂଗରେ ତଦାରଖ କରିବା। ପୋଲିସକୁ ଲକ୍ ଡାଉନ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା। ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା।ପ୍ରବାସୀ ଓଡିଆଙ୍କ ସମସ୍ୟା ଦୂର କରିବା।କରୋନାକୁ ନେଇ ଦେଶରେ ପ୍ରଥମ କୋଭିଡ 19 ହଜାରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବା। ବିରୋଧୀଙ୍କ ପରାମର୍ଶକୁ ଗ୍ରହଣ କରିବା।୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲିବା। କରୋନା ମୁକାବିଲାକୁ ଓଡ଼ିଶାରେ ଅଧିକ କ୍ରିୟାଶୀଳ କରିପାରିଛି। ଏହା ସହ କେନ୍ଦ୍ର ଗାଇଡ଼ ଲାଇନକୁ ସଠିକ ପରିଚାଳନା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗରେ ଅଛି। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମର ଏପରି ପଦକ୍ଷେପ ପାଇଁ କରୋନା ରାଜ୍ୟରେ ବିଶେଷ ପ୍ରଭାବ ପକାଇ ପାରିନାହିଁ। ଆଉ ଏଥିରେ ନବୀନଙ୍କୁ ସହଯୋଗ କରିଛନ୍ତି ତାଙ୍କର ଘନିଷ୍ଟ ତଥା ଦକ୍ଷ ସହଯୋଗୀ। ଯେଉଁମାନଙ୍କୁ କି ଏବେ ଓଡ଼ିଶାର କରୋନା ଯୋଦ୍ଧା ବୋଲି କୁହାଯାଉଛି।ସେମାନଙ୍କ ମଧ୍ୟରେ ପ୍ରଥମରେ ଅଛନ୍ତି-

୧-ସୁବ୍ରତ ବାଗଚୀ: ଯେ କି ସରକାରଙ୍କ ନିଯୁକ୍ତ କରୋନା ମୁଖ୍ୟ ମୁଖପାତ୍ର। ସବୁଦିନେ ଅତି ସହଜ ଓ ସରଳ ଭାଷାରେ ଲୋକଙ୍କୁ କରୋନା ବାବଦରେ ବୁଝାଉଛନ୍ତି। କେତେବେଳେ ଜଗନ୍ନାଥଙ୍କ ଅଣସର ଘର ସହ ତୁଳନା କରି ଲୋକଙ୍କୁ ବୁଝାଉଛନ୍ତି ।ତ ଆଉ କେତେବେଳେ ହାତୀ ବୁଡ଼ି ଗଲା ବେଳେ ମେଣ୍ଢା କେତେ ପାଣି ଅଛି ବୋଲି ପଚାରୁଛି। ଭଳି ଲୋକକଥାକୁ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି। ଲକ୍ ଡାଉନ ପରିସ୍ଥିତିକୁ ନେଇ ପୁରୁଷମାନେ ନାରୀଙ୍କୁ ରୋଷେଇରେ ସହଯୋଗ କରିବା କଥା କହୁଛନ୍ତି। ଯାହାଙ୍କ ବାକଚତୁରୀ ଓଡ଼ିଆମାନଙ୍କୁ କରୋନା ସଚେତନତା କରାଇବାରେ ବେଶ ସହାୟକ ହେଉଛି।
୨- ଦ୍ୱିତୀୟରେ 5T ସଚିବ ଭି କେ ପଣ୍ଡିଆନ l କରୋନା ମୁକବିଲା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ତାର ସମ୍ପର୍ଣ୍ଣ ତଦାରଖ କରୁଛନ୍ତି ପଣ୍ଡିଆନ। କେତେବେଳେ ଲୋକସେବା ଭବନରୁ ତ ଆଉ କେତେବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ। କୋଭିଡ 19 ହସ୍ପିଟାଲର ନିର୍ମାଣ କେତେ ଦୂର ଯାଇଛି ତାହା ସେଠାକୁ ଯାଇ ବୁଝିଛନ୍ତି।ଏବଂ ଚୁକ୍ତିନାମା ଅନୁସାରେ ହେଉଛି କି ନାହିଁ ତାହା ବୁଝୁଛନ୍ତି। ଓଡ଼ିଶାରେ କେମିତି କରୋନାକୁ ମୁକାବିଲା କରି ସ୍ଥିତରେ ସୁଧାର ଅଣାଯିବା ତାକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ।
୩- ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କ ସହ ଘନ ଘନ ମିଟିଙ୍ଗ୍ କରି ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ତାର ତଦାରଖ କରୁଛନ୍ତି। ଏହାସହ ସାମାଜିକ ଦୂରତାକୁ କିପରି ସମସ୍ତେ ପାଳନ କରିବେ ତାକୁ ସେ ଗୁରୁତ୍ୱ ଦେଇଛନ୍ତି। ପୋଲିସ କିପରି ତାର ସବୁ କାର୍ଯ୍ୟ ସଠିକ ଭାବରେ କରିବେ ସେଥିପାଇଁ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।
୪-ପରବର୍ତ୍ତୀ ଯୋଦ୍ଧା ହେଉଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ କର। ସେ ଏହାର ପ୍ରମାଣ ଦେଇସାରିଛନ୍ତି। ନିଜ ପିତାଙ୍କ ଦେହାନ୍ତର ପର ଦିନ ନିଜ କାର୍ଯ୍ୟରେ ଯୋଗ ଦେଇ ସେ ସୃଷ୍ଟି କରିଛନ୍ତି ଉଦାହରଣ। ଯାହା କି କରୋନା ମୁକାବିଲା ପାଇଁ ସେ ଜଣେ ସଫଳ ଯୋଦ୍ଧା ତାହାର ପ୍ରମାଣ ଦେଇଛନ୍ତି ସେ l ଏହା ସହ ବାହାରୁ ଆସିଥିବା ଲୋକଙ୍କ ଉପରେ ସେ ପୁରା ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି l
୫-ଆଉ ଜଣେ ଯୋଦ୍ଧା ହେଲେ ଡିଏମିଟି ସିବିକେ ମହାନ୍ତି। କରୋନାକୁ ନେଇ ଲୋକଙ୍କୁ ସଚେତନତା କରିବାରେ ମାହିର l ସେ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
୬-ଶେଷ ଯୋଦ୍ଧା ହେଉଛନ୍ତି ନବୀନ ସେନାପତି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ପ୍ରତ୍ୟେକ ଦିନ ସେ ଲୋକସେବା ଭବନ ଯାଇ ରାଜ୍ୟସରକାର କରୋନାକୁ ନେଇ ପ୍ରସ୍ତୁତ କରିଥିବା ବ୍ଲୁ ପ୍ରିଣ୍ଟର ମୁଖ୍ୟ ସୂତ୍ରଧର। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କିପରି ଅଧିକ ସହାୟତା ମିଳିବ ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି। ସେଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ପରେ ସେ ପ୍ରଥମ ନେତା ଭାବେ ସେ ତିନି ମାସର ଦରମା ଦେଇଥିଲେ।ଏବଂ ବିଧାୟକ ପାଣ୍ଠିରୁ ୩ କୋଟି ଟଙ୍କା ଦେଇଥିଲେ ।
ଏହା ସହ ଓଡ଼ିଶାର ପ୍ରତ୍ୟେକ ମନ୍ତ୍ରୀ ,ସଚିବ ଏବଂ ଜନ ସାଧାରଣ ହେଉଛନ୍ତି ନବୀନଙ୍କ ଜଣେ ଜଣେ କରୋନା ଯୋଦ୍ଧା। ସର୍ବଶେଷରେ ଜଗନ୍ନାଥଙ୍କ ଆଶୀର୍ବାଦରୁ କରୋନା ମୁକାବିଲା ଠିକ୍ ଭାବରେ ଚାଲିଛି ଓଡ଼ିଶାରେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles