ଭୁବନେଶ୍ୱର ପରେ ଯାଜପୁର : 5ଶହ ବେଡ଼ ସହ ପ୍ରସ୍ତୁତ କୋଭିଡ ହସ୍ପିଟାଲ

- Advertisement -

ଯାଜପୁର: କରୋନା ମୁକାବିଲା କରିବା ଏବେ ସାରା ବିଶ୍ୱ ପାଇଁ ଏକ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ଓ  ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ଏହି ପ୍ରସ୍ତୁତିରେ ଓଡ଼ିଶା ବେଶ ଆଗରେ ଅଛି। ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହାସହ ଜିଲ୍ଲା ସ୍ତରରେ କୋଭିଡ ହସ୍ପିଟାଲ ତିଆରି ପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି। ଏହାକୁ ଏବେ ଯାଜପୁର ଜିଲ୍ଲାରେ ସଫଳ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ।(ବବି) ।
ଯାଜପୁର ଏନ୍ ସି କଲେଜରେ ୫୦୦ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫୦ ଶଯ୍ୟା ଥିବା ଓ୍ବାଡ଼ ପ୍ରସ୍ତୁତ ସରିଛି। ସପ୍ତାହ ଭିତରେ  ଆଉ ସବୁ ସମାପ୍ତ କରିବାକୁ ଯୋଜନା କରିଛନ୍ତି। ଆଉ ଯେମିତି ଜିଲ୍ଲାକୁ କରୋନା ପଶି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଯାଜପୁର ଓ ବ୍ୟାସ ନଗରରେ କ୍ଲୋରିନ ପାଣି ବ୍ୟବହାର କରି ସହରକୁ ପରିସ୍କାର କରାଯାଇଛି। ଏହି କାର୍ଯ୍ୟକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ତଦାରଖ କରୁଛନ୍ତି। ୩୧୧ ପଞ୍ଚାୟତରେ ମେଡିକାଲ କ୍ୟାମ୍ପ କରାଯାଇଛି। ୨୬ଟି ଜାଗାରେ ମେଜର କ୍ୟାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି।ପ୍ରତେକ ଦିନ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କରୋନା ମୁକାବିଲା ସମୀକ୍ଷା କରିଛନ୍ତି ବିଧାୟକ । ଏହାସହ ଲୋକଙ୍କୁ ସଚେତନ କରୁଛନ୍ତି। ଲକ୍ ଡାଉନ ମାନିବାକୁ ବାରମ୍ବାର ଅପିଲ କରୁଛନ୍ତି। ଯଦି କେହି କରୋନା ଆକ୍ରାନ୍ତ ହୁଅନ୍ତି ଯାଜପୁର ମେଡିକାଲ ଓ ବ୍ୟାସ ନଗରସ୍ଥିତ ଟାଟା ମେମୋରିଆ ହସ୍ପିଟାଲରେ ସୁ-ବନ୍ଦୋବସ୍ଥ କରାଯାଇଛି। ପ୍ରଣବ ଓ ଯୁବନେତା ଭବ  ପ୍ରସାଦ  ଦାସ  କରୋନାକୁ ପୁରାଇ ନ ଦେବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି। ଏହା କେବଳ ଯାଜପୁର ନୁହେଁ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସାଜିଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles