କରୋନା ମୁକାବିଲାରେ ନବୀନ ଏକ ନମ୍ବର : ଚାଣକ୍ୟ ଆଖ୍ୟା ଦେଲା ଜାତୀୟ ଗଣମାଧ୍ୟମ..

- Advertisement -

ଜାତୀୟ ସ୍ତରରେ ପୁଣି ଚର୍ଚ୍ଚାରେ ନବୀନ

ନବୀନଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ବୋଲି ଅବିହିତ

ଜାତୀୟଗଣମାଧ୍ୟ ଶିରୋନାମାରେ ନବୀନ ପ୍ରଶଂସା

ଭୁବନେଶ୍ୱର : ପୁଣି ଜାତୀୟ ଗଣମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା l କରୋନା ମୁକାବିଲା ଲାଗି ଆଗୁଆ ପଦକ୍ଷପେ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରାଦେଶରେ ହିରୋ ପାଲଟିଛନ୍ତି ।  ବିପର୍ଯ୍ୟୟ ମୁକାବିଲା ଲାଗି ଜାତୀୟ ଓ ଅନ୍ତଜାତୀୟସ୍ତରରେ ଚର୍ଚ୍ଚାରେ  ସେ ଜଣେ ଚାଣକ୍ୟ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି l କରୋନା ନେଇ ରାଜସ୍ଥାନର ଏକ ଦୈନିକ ଖବର କାଗଜରେ ନବୀନଙ୍କ ଆଗୁଆ ପଦକ୍ଷେପ ନେଇ ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି  l ଯେଉଁଥିରେ କୁହାଯାଇଛି ଯେ କୋରନା ଲାଗି ଆଗୁଆ ପଦକ୍ଷେପ ନେବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁଆଗରେ । ରାଜସ୍ଥାନର ଦୈନିକ ନବଜ୍ୟୋତି ଆଜମିର ସଂସ୍କରଣର ପ୍ରଥମ ପୃଷ୍ଠାରେ ନବୀନଙ୍କ କୋରନା ମୁକାବିଲା ପଦକ୍ଷପେ ନେଇ ବିସ୍ତୁତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ଭାବେ ବର୍ଣ୍ଣନା କରାଯାଇଛି । ନବୀନଙ୍କ ଠାରୁ ଅନ୍ୟରାଜ୍ୟମାନେ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଶିକ୍ଷାଲାଭ କରନ୍ତୁ ବୋଲି ରିପୋର୍ଟ ଦର୍ଶାଇଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ନେଇ ପୁରା ଦେଶ ନବୀନଙ୍କୁ ଅନୁକରଣ କରିବା ଉଚିତ ବୋଲି କହିଥିଲେ l ଏବେ ଜାତୀୟ ଗଣମାଧ୍ୟମରେ ଚାଣକ୍ୟ ବୋଲି ଆଖ୍ୟା ଦେଇଛି l ଯେତେବେଳେ ସାରା ବିଶ୍ୱ କରୋନା ମୁକାବିଲା ନେଇ ଚିନ୍ତାରେ ସେତେବେଳେ ନବୀନ ଏଯାଏ କରୋନାକୁ ଅତି ସଫଳତାର ସହ ମୁକାବିଲା କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles