ପାସ୍ ହେଲା ୧ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବଜେଟ

- Advertisement -

ପାସ୍ ହେଲା ୧ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବଜେଟ
ଭୁବନେଶ୍ୱର: ଲୋକସେବା ଭବନରେ ବସିଥିବା ବିଧାନସଭାର ଅସ୍ଥାୟୀ ଅଧିବେଶନରେ ୧ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବଜେଟ ପାସ୍ ହୋଇଛି। ୪୨ଟି ବିଭାଗ ପାଇଁ ଏହି ଅର୍ଥ ପାସ୍ କରାଯାଇଛି।ଏହା ସହ ସମସ୍ତ ରାଜନୈତିକ ଦଳ ଏହାକୁ କରନା ମୁକାବିଲା ପାଇଁ ସମର୍ଥନ କଲେ।
କରୋନା ପାଇଁ ହୋଇଥିବା ସବୁ ଯୋଜନା ଯେପରି କାଗଜରେ ସୀମିତ ନ ରହୁ, ସେ ନେଇ ଆଲୋଚନା ହେବାକୁ ବିରୋଧୀ ଅନୁରୋଧ କରିଛନ୍ତି। ସେହିପରି ବାହାରେ ଫସିଥିବା ଓଡ଼ିଆଙ୍କ ସୁରକ୍ଷା, ରହଣୀ ଓ ଖାଦ୍ୟ ବ୍ୟବସ୍ଥା ଉପରେ ବି ଜୋର ଦେବାକୁ ଦାବି ହୋଇଛି। ସବୁ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ସରକାରୀ ଦଳ ଉପମୁଖ୍ୟ ସଚେତକ କହିଛନ୍ତି।
ପୂର୍ବରୁ କରନା ପାଇଁ ଅଧାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ବନ୍ଦ ହୋଇଥିଲା। ଏହା ଭିତରେ କେବଳ SC ST ବିକାଶ ବିଭାଗର ବିଲ ପାରିତ ହୋଇପାରିଥିଲା। ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ପାଇଁ ନିର୍ଦ୍ଧାରିତ ଦିନରେ ହି ବିଧାନସଭା ବନ୍ଦ ହେବାରୁ ଏହା ପାରିତ ହୋଇପାରି ନଥିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles