ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ମୁଦିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚନା କରାଯାଇ କାଠ ଚିରା ଆରମ୍ଭ ହୋଇଥିଲା । ତିନି ରଥ ପାଇଁ ତିନୋଟି କାଠ ପୂଜା କରାଯାଇ ଚିରା ଯାଇଥିଲା । ରଥଯାତ୍ରା ପାଇଁ ପ୍ରତି ବର୍ଷ ରାମନବମୀରେ ରଥକାଠ ଚିରା ଅନୁକୂଳ ହୋଇଥାଏ । ପରେ ଏହି ଚିରା ଯାଇଥିବା କାଠ ରଥ ନିର୍ମାଣରେ ବ୍ୟବହୃତ ହୋଇଥାଏ । ପବିତ୍ର ଅଖୟ ତୃତୀୟାରେ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇ ରଥ ସଂହିତା ଅନୁସାରେ ତିନି ରଥ ପାଇଁ ମୋଟ ୮୬୫ଖଣ୍ଡ କାଠ ଦରକାର ହୋଇଥାଏ । ୧୯୩ଟି କାଠ ଥିବା ବେଳେ ଏଥର ୬୭୨ଖଣ୍ଡ କାଠ ଦରକାର ହେବ । ସେଥିମଧ୍ୟରୁ ୨୬୬ଖଣ୍ଡ ଖପୁରିଆ କରତ କଳରେ ଚିରଟ ପାଇଁ ଯିବ । ବାକି ରଥଖଳାରେ ରଖି ରଥ ତିଆରିରେ ସିଧାସଳଖ ବ୍ୟବହାର ହେବ ।
ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର
ଭଗବାନ ରଘୁନାଥଙ୍କ ଜନ୍ମଦିନ
ରାମଙ୍କ ଅବତାର ପ୍ରଭୁ ରଘୁନାଥ
ଜନ୍ମଦିନରେ ଦର୍ଶନ କଲେ ମିଳେ କଟିପୁର୍ଣ୍ଣ
ବୈତରଣୀ କୂଳରେ ରଘୁନାଥ ମଠ
ଐତିହର ବାର୍ତ୍ତାବହ ଯାଜପୁରର ରଘୁନାଥ ମନ୍ଦିର
ଯାଜପୁର: ଯାଜପୁର ସହର ବୈତରଣି ନଦି କୂଳରେ ରଘୁନାଥ ମନ୍ଦିର ରହିଛି। ପୁରାଣ ଅନୁସାରେ ପବିତ୍ର ରାମନବମୀ ଦିନ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଏ । ଏହି ଦିନ ଭୋର ଚାରିଟାରେ ପୂଜକ ପ୍ରଥମେ ଠାକୁରଙ୍କୁ ସ୍ନାନ କରନ୍ତି। ଏହାପରେ ପଞ୍ଚମ ଉପଚାର ପୂଜା କରାଯାଏ । ଏହାର ଠିକ୍ ପରେ ପରେ ପୁଣିଥରେ ପ୍ରଭୁ ରଘୁନାଥଙ୍କର ସ୍ନାନ କରାଯାଏ ।ଏବଂ ଷୋଡ଼ଶ ଉପଚାର ପୂଜା କରାଯାଏ । ପରେ ପରେ ସମସ୍ତ ରୀତି ନୀତି ଅନୁସାରେ ହୋମ ,ଆଳତି,ପାଞ୍ଜି ପାଠ ଓ ନିର୍ଦ୍ଧାରିତ ନୀତିକ୍ରାନ୍ତି କରାଯାଏ।
ଏହି ବର୍ଷ ଦେଶ ଓ ରାଜ୍ୟ ପାଇଁ ଭଲ ନା ଖରାପ ତାହା ଦୋଳ ପୂର୍ଣ୍ଣିମାରେ ପ୍ରସ୍ତୁତ ହୋଇଥିବା ପାଞ୍ଜି ରଘୁନାଥଙ୍କ ଜନ୍ମଦିନ ଅବସରରେ ପାଠ କରାଯାଏ । ଯେଉଁଥିରୁ ଭକ୍ତମାନେ ଆସନ୍ତାକାଲିର ଦିନ ବିଷୟରେ ଜାଣିପାରନ୍ତି । ରଘୁନାଥ ମନ୍ଦିରର ପୂଜକ ଜଗନ୍ନାଥ ପାଣି କୁହନ୍ତି ଯେ ପ୍ରଭୁ ରଘୁନାଥଙ୍କର ଜନ୍ମଦିନ ଦିନ ଭକ୍ତ ପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ତାଙ୍କର ଅନ୍ୟ ନାମ ରଘୁନାଥ ହୋଇଥିବାରୁ ରାମନବମୀ ଦିନ ତାଙ୍କର ଜନ୍ମଦିନ ପାଳନ କରାଯାଏ । ଯାଜପୁରର ଏହି ପୁରୁଣା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯେଉଁମାନେ ମାନସିକ କରନ୍ତି ତାହା ପୂରଣ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି। ବୈତରଣି ନଦୀ କୂଳରେ ଏହି ପୁରୁଣା ମନ୍ଦିରର ରକ୍ଷଣା ବେକ୍ଷଣା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନିୟ ଲୋକେ ଦାବି କରିଛନ୍ତି। କାରଣ ଅବତାର ପୁରୁଷ ହେଉଛନ୍ତି ରାମଚନ୍ଦ୍ର । ସେ କେଉଁଠି ରାମ ରୂପରେ ତ ଆଉ କେଉଁଠି ରଘୁନାଥ ରୂପରେ ପୂଜା ପାଉଛନ୍ତି। ଏବେ କରୋନା ପ୍ରଭାବରେ ସାରା ଦେଶ ଲକ୍ ଡାଉନ। ଏହି ସମୟରେ ରଘୁନାଥ ମନ୍ଦିରରେ ରାମ ନାବମୀ ପାଳନ ହୋଇଥିଲେ ମଧ୍ୟ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବା ମନା ଥିଲା।
ଅସହାୟଙ୍କୁ ସହାୟ ହେଲେ ଯୁବନେତା,ସ୍ବେଚ୍ଛାସେବୀ ଓ ସାମ୍ବାଦିକ ।
କୋରାପୁଟ : କରୋନା ଭୁତାଣୁ ସଂକ୍ରମଣ ଶିକାରରୁ ଜନସାଧାରଣଙ୍କୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସାରା ଭାରତ ଲକ୍ ଡାଉନ୍ ହୋଇଥିବା ବେକେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ସେମିଲିଗୁଡା ଓ ସୁନାବେଡା ସହର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।ତେଣୁ ଏହି ଅଞ୍ଚଳରେ ବାସ କରୁଥିବା ନିସହାୟ ଭିକାରି ଓ ଭୋକିଲା ଲୋକମାନଙ୍କୁ ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ଓ ଯୁବନେତାଙ୍କ ମିଳିତ ଉଦ୍ୟମରେ ରନ୍ଧା ଖାଦ୍ୟ ବଣ୍ଟନ କରି ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି l ସାରା ଭାରତ ଲକ ଡାଉନ ଘୋଷଣା ଦିନ ଠାରୁ ସେମିଲିଗୁଡା ଓ ସୁନାବେଡା ସହରର ହାଟ, ବସ୍ ଷ୍ଟାଣ୍ଡ୍ ,ବିଭିନ୍ନ ବସ୍ତି , ଗୋପବନ୍ଧୁ ନଗର , ନାଲକୋ ଛକ, ପୌର ପରିଷଦର ଟ୍ରାଫିକ ଛକ, ସୁନାବେଡା ଏଇଏଫ ମାର୍କେଟ, ହlଲର ଜଗନ୍ନାଥ ମାର୍କେଟ, ଟାଉନସିପ୍ ର ବିଭିନ୍ନ ମାର୍କେଟ ଓ ରାସ୍ତା ପାର୍ଶ୍ୱରେ ରହୁଥିବା ଅସହାୟ ଏବଂ ଭୋକିଲା ମାନଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି l ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟରେ ସ୍ବେଚ୍ଛାସେବୀ କୈଳାଶ ଚନ୍ଦ୍ର ଲେଙ୍କା, ଇଭାରାଣୀ ପଟ୍ଟନାୟକ , ବସନ୍ତ କୁମାର ସ୍ୱାଇଁ , ବି ନାଗେଶ୍ୱର ରାଓ, ଏ.ନାଗରାଜୁ , କେ.ସମେସ୍ଵର ରାଓ, ଶଙ୍କର ଜେନ୍ , ଘନଶ୍ୟାମ ବରାଡ଼, ଶଙ୍କର ମହାପାତ୍ର, ବିଦ୍ୟାଧର ପରିଡା, ଜୟ ବlଡତ୍ଯା, ସୁଶାନ୍ତ କୁମାର ସାହୁ, ଯୁବନେତା ଅଶୋକ କୁମାର ପ୍ରଧାନ, ଇଶ୍ବର ଆଲ୍ଲାଦ୍ ,ପ୍ରଭାତ ସୂତାର , କେ. ସମେସ୍ଵର ରାଓ, ବି. ନାଗେଶ୍ବର ରାଓ ଓ ସାମ୍ବାଦିକ ବାସୁଦେବ୍ ବରାଡ, ଶଶଧର ରାଉତ, କୃତିବାସ ପ୍ରଧାନ ପ୍ରମୁଖ ସହଯୋଗ କରି ରନ୍ଧା ଖାଦ୍ୟ ସହ ପାଣି ବାଣ୍ଟିଥିଲେ । ଏହି ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଲକଡାଉନ୍ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି । ଏପରି ଏକ ମହତ୍ କାର୍ଯ୍ୟକ୍ରମକୁ ଜନସାଧାରଣ ତଥା ବୁୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି l
ଦେଶ ପାଇଁ ଉଦାହରଣ ସାଜିଲେ ନବୀନ..
ଦେଶ ପାଇଁ ଉଦାହରଣ ସାଜିଲେ ନବୀନ
ଓଡିଶାରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ
କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ
୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ଆରମ୍ଭ
ତିନି ଦିନରେ ଆଉ ପାଞ୍ଚଶହ ବେଡ଼ ହସ୍ପିଟାଲ
ଭୁବନେଶ୍ୱର : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କିମ୍ସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସ୍ୱତନ୍ତ୍ର କୋବିଡ୍ ହସ୍ପିଟାଲ ଓଡ଼ିଶା ଖଣି ନିଗମ ସହାୟତାରେ ନିର୍ମିତ ହୋଇଛି। କମ୍ ସମୟ ମଧ୍ୟରେ ହସ୍ପିଟାଲ ୨ଟିକୁ ପ୍ରସ୍ତୁତ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ସ ଓ ଅଶ୍ୱିନୀ ହସ୍ପିଟାଲର ପରିଚାଳନା କମିଟିକୁ ଧନ୍ୟବାଦ ଦେଇଛନ୍ତି ।ଏହାସହ ସ୍ୱତନ୍ତ୍ର ହସ୍ପିଟାଲରେ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କରୋନା ମୁକାବିଲାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଦୁଇଟି ହସ୍ପିଟାଲ ପ୍ରସ୍ତୁତ ହୋଇ ଯାଇଥିବାରୁ କରୋନା ଲଢ଼େଇରେ ଓଡ଼ିଶାର ବିଜୟ ହେବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସମ୍ କର୍ତୃପକ୍ଷଙ୍କ ସହଯୋଗରେ ହେଉଛି ଓ ଏହା ଆସନ୍ତା ୩ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ଲାଗି ଏମସିଏଲ୍ କର୍ତୃପକ୍ଷ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।
ଅଭାବିମାନଙ୍କ ସାଥି ଭବ …
ଅଭାବିମାନଙ୍କ ସାଥି ଭବ
କରୋନା ପାଇଁ ସାଜିଛନ୍ତି ଦେବ ଦ୍ରୁତ
ଅସହାୟଙ୍କୁ ଯୋଗାଉଛନ୍ତି ଖାଇବା
ହୃଦୟ ଜିତୁଛନ୍ତି ଯାଜପୁରବାସୀଙ୍କ
ସୁସ୍ଥ ହେଇ ଘରକୁ ଫେରିଲେ ଓଡ଼ିଶାର ୨ୟ କରୋନା ଆକ୍ରାନ୍ତ
ଓଡ଼ିଆବାସୀଙ୍କୁ ଆଶ୍ୱସ୍ତ
ସୁସ୍ଥ ହେଇ ଘରକୁ ଫେରିଲେ ଓଡ଼ିଶାର ୨ୟ କରୋନା ରୋଗୀ
ଭୁବନେଶ୍ୱର AIIMSରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଛି।
ଭବନେଶ୍ୱର: ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍ଚାର୍ଜ। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି। ଭୁବନେଶ୍ୱର
AIIMSରୁ ତାଙ୍କୁ ଡିସ୍ଚାର୍ଜ କରାଯାଇଛି।। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିବାରୁ ତାଙ୍କୁ ଘରକୁ ପଠାଇଦିଆଯାଇଛି।
ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ବ୍ରିଟେନରୁ ଫେରିଥିଲେ ।ସେ କରୋନାରେ ଗତ ୧୯ ତାରିଖରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେଇ ୧୯ ତାରିଖରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।ଓଡ଼ିଶାରେ ଏବେ ମଧ୍ୟ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଏମିତି ଏପ୍ରିଲ ଫୁଲ ……
ମାର୍ଚ୍ଚ ମାସ ଶେଷ ସପ୍ତାହ। ଜହ୍ନ ଆଲୁଅରେ ଚକ ମକ ଦିଶୁଥାଏ ଧରଣୀ। ସଂନ୍ଧ୍ୟାର ସେଇ ମନୋରମ ଦୃଶ୍ୟ। ସଭିଙ୍କୁ ଆକୃଷ୍ଟ କରିଥାଏ। ଏମିତି ଏକ ପରିବେଶରେ ପୋଖରୀ କୂଳରେ ବସିଥିଲେ ଆଠ ଜଣ ପ୍ରିୟ ସାଙ୍ଗ।କ୍ରିକେଟ ଖେଳିସାରିଲା ପରେ ପୋଖରୀ କୂଳରେ ଏକ କାଠ ଗଣ୍ଡି ଉପରେ ଖଟି ଚାଲିଥାଏ। ଏ ସମୟରେ ଜଣେ ସାଙ୍ଗ ଚିଲେଇ କି କହିଲା ଆରେ ଟୁନା ତୋ ପଛରେ ଏଇ କଣ ? ଡରକୁରା ଟୁନା ହଠାତ୍ ଚମକି ପଡିଲା ଓ ଡରିଗଲା। ଏ ସମୟରେ ଅନ୍ୟ ସାଙ୍ଗମାନେ ଏପ୍ରିଲ ଫୁଲ କହି ଚିଲେଇଲେ। ଏତିକିରେ ସେ ସଂନ୍ଧ୍ୟାରେ ବହୁତ ମଜା ହେଲା। ଟୁନାକୁ ଡ଼ରକୁରା ବୋଲି ଚିଡ଼େଇଲେ। ମୋତେ ଚିଡ଼େଇବାର କାରଣ ବୁଝେ ତ ସେଇଟା ଥିଲା ଏପ୍ରିଲ ଫୁଲ। ସେଦିନର ଅନୁଭୂତି ମୋ ପାଇଁ ଆଜି ବି ଜୀବିତ । ମୁଁ ସେଦିନ ବୋକା ହେଲି ସତ। ହେଲେ ସେ ଦିନ ଆଉ ମୋ ପାଇଁ ଫେରିବ ନାହିଁ। ଆଉ ସେ ଦିନଠାରୁ ବୁଝିଛି ଏପ୍ରିଲ ଫୁଲ ହେଉଛି ଅନ୍ୟକୁ ବୋକା ବନେଇବାର ଦିନଟିଏ। ଆଉ କାର୍ଯ୍ୟ ବ୍ୟସ୍ଥତା ମଧ୍ୟରେ ହସିବା ଆଉ ହସେଇବାର ଦିନଟିଏ। ଆଜି ୧୫ ବର୍ଷ ପରେ ଏହି ଥଟା ମଜାର ଦିନଟିକୁ ମନେପକାଇ ଦେଲା ତିନି ବର୍ଷର କୁନି ଝିଅଟିଏ। ମୁଁ ସକାଳୁ ଉଠି ଚା ପିଉଥାଏ। ହଠାତ ସେ ସମୟରେ କବାଟ ଠକ୍ ଠକ୍ ହେଲା। ମୁଁ ଯାଇ ଦେଖେ ତ କୁନି ଝିଅଟେ କବାଟ ସାମ୍ନାରେ। ତା ହାତରେ ଥାଏ ଟଙ୍କିକିଆ କଫି ଚକଲେଟ୍ ସହ କାଗଜ ଖଣ୍ଡେ। ସେ ସେଠୁ ହସିକି କହିଲା ଅଙ୍କଲ ଅଙ୍କଲ ତୁମ ପଛରେ ସେଇଟା କଣ ? ଦେଖିଲ ! ମୁଁ ସଙ୍ଗେ ସଙ୍ଗେ ପଛକୁ ଚାହିଁ ଦେଲି। ହେଲେ ପଛରେ କିଛି ଲାଗି ନଥିଲା। ଏ ସମୟରେ କୁନି ଝିଅଟି ହାତରେ ଥିବା କାଗଜ ଆଉ ଚକଲେଟ୍ ଦେଇ , ହସିକି ଦୈଡିକି ପଳେଇଲା। ଆଉ ଗଲାବେଳେ ହସିକି ଏପ୍ରିଲ ଫୁଲ କହି ଚାଲିଗଲା । ତାର ଏ ପ୍ରୟାସ ମୋତେ ବୋକା ବନେଇବା ପାଇଁ ନଥିଲା। ତାର ମୂଳ ଉଦ୍ଧେଶ୍ୟ ଥିଲା ଟିକେ ହସେଇବା । ଆଉ ଖୁସି ବାଣ୍ଟିବା। ତାର ଏ ଛୋଟ ପ୍ରୟାସ ମୋତେ ହସେଇଛି। ଆଉ ମୋ ପିଲାଦିନକୁ ମନେପକେଇ ଦେଇଛି। ଆଉ ୧୫ ବର୍ଷ ତଳର ସେ ନଈକୁଳର ସ୍ମୃତିକୁ ଜୀବିତ କରିଦେଇଛି l ଆଜି କାଳେ ବଡ ପିଲା ହୋଇଯାଇଛି l ହେଲେ ବଡ଼ ହେଲା ପରେ ଏହି ଛୋଟ ଛୋଟ ଖୁସି ଭୁଲି ଯାଇଛି l
ନବୀନଙ୍କୁ ହୃଦୟରୁ କୃତଜ୍ଞତା : ଅର୍ଜୁନ କୁଣ୍ଡା
ଭୁବନେଶ୍ୱର : ଓଡ଼ିଶାରେ କରୋନା ମୁକାବିଲା ଏବେ ସାରା ଦେଶ ପାଇଁ ଉଦାହରଣ ସାଜିଛି l ସାମାଜିକ ଦୂରତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି l କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ଯେପରି ପଦକ୍ଷେପ ନେଲେ ତାହାକୁ ଅନ୍ୟ ରାଜ୍ୟ ଅନୁକରଣ କରିବା ଉଚିତ ବୋଲି ଖୋଦ ପ୍ରଧାନମନ୍ତ୍ରୀ କହିଥିଲେ l ଏହାପରେ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l ଆଉ ଏହି ସମୟରେ କୋରୋନା ଲକଡାଉନ ସମୟରେ ଓଡ଼ିଶାରେ ଫସି ରହିଥିବା ଝାଡ଼ଖଣ୍ଡ ବାସିନ୍ଦାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ଲାଗି ଓଡ଼ିଶା ସରକାକରଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ ଟ୍ୱଇଟ କରି ହୃଦୟର ସହ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି l
କରୋନା ପାଇଁ କେନ୍ଦ୍ର ପାଖରେ ଓଡିଶାଦାବି….
-
ଭୁବନେଶ୍ୱର : ରାଜ୍ୟରେ କୋରୋନା ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ, ଗୃହ ସଚିବ , ପୋଲିସ ଡ଼ିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ । ଆଲୋଚନା ସମୟରେ ନିଜାମୁଦ୍ଦିନ ଧାର୍ମିକ ସଭାକୁ ଓଡ଼ିଶାରୁ ଯାଇଥିବା ଲୋକଙ୍କ ଅପଡ଼େଟ୍ ବାବଦରେ ବି ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ୍ ଲୋକଙ୍କ ପାଖରେ ଠିକ୍ ଭାବେ ପହଂଚାଇବାକୁ କେନ୍ଦ୍ର ପରାମର୍ଶ ଦେଇଥିବା ବେଳେ ଲକ୍ଡ଼ାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟକୁ ଅଧିକ ପରିମାଣର କୋରୋନା ଟେଷ୍ଟିଂ କିଟ୍ ସାଙ୍ଗକୁ ଡ଼ାକ୍ତର ଓ ନର୍ସଙ୍କ ପାଇଁ ସୁରକ୍ଷା ଉପକରଣ ଦେବା ପ୍ରସଙ୍ଗ ଓଡ଼ିଶା ସରକାର ଉଠାଇଛନ୍ତି । ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା ସମୟରେ ଅପ୍ରେଲ ୧୫ ପର୍ଯ୍ୟନ୍ତ ଥିବା ଲକ୍ଡ଼ାଉନ୍କୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ କିପରି ଠିକ ଭାବେ ପହଂଚିପାରିବ, ତାହା ଉପରେ ଗୁରୁତ୍ୱ ଦେବାକୁ କ୍ୟାବିନେଟ ସଚିବ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି । ବ୍ୟାଙ୍କିଙ୍ଗ ସେବା ଠିକ୍ଠାକ୍ ଭାବେ ଯୋଗାଇବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଆଲୋଚନା ହୋଇଛି । ସବୁ ବ୍ୟାଙ୍କରେ ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିବା ନେଇ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ଆଉ ଅଧିକ କୋରୋନା ଟେଷ୍ଟିଂ ଲ୍ୟାବ ଖୋଲିବା ସାଙ୍ଗକୁ ରକ୍ତ ପରୀକ୍ଷା ପାଇଁ ଟେଷ୍ଟିଂ କିଟ୍, କୋରୋନା ସନ୍ଦିଗ୍ଧଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଓ ପାରାମେଡ଼ିକାଲ କର୍ମଚାରୀଙ୍କ ପାଇଁ ସୁରକ୍ଷା ଉପକରଣ ଯୋଗାଇବାକୁ ରାଜ୍ୟ ସରକାର ଦାବି ରଖିଛନ୍ତି ।
ଲୋକସେବା ଭବନରେ ସକାଳୁ କ୍ୟାବିନେଟ ସଚିବଙ୍କ ଭିଡ଼ିଓ କନଫେରେନ୍ସିଂ ଆଲୋଚନା ପରେ ରାଜ୍ୟରେ ନିଜାମୁଦ୍ଧିନରୁ ଫେରିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି ବିଭିନ୍ନ ଜିଲ୍ଲାର ପୋଲିସ । କିଛି ଲୋକଙ୍କୁ ଚିହ୍ନଟ କରାଯାଇ ହୋମ୍ ଆଇସୋଲେସନ୍ରେ ରଖାଯିବା ସହ ଆଉ କିଛି ଲେକାଙ୍କୁ ବିଭିନ୍ନ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
କେନ୍ଦ୍ର ପାଖରେ କରୋନା ଦାବି ରଖିଲା ଓଡିଶା….
କେନ୍ଦ୍ର ପାଖରେ କରୋନା ଦାବି
କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା
ଅଧିକ ଟେଷ୍ଟିଙ୍ଗ କୀଟ ଓ ମେଡିକାଲ ଉପକରଣ ଅଧିକ
ଭୁବନେଶ୍ୱର:ବର୍ତ୍ତମାନ ସାରା ଭାରତରେ ନିଜମୁଦ୍ଦିନରେ ମୁସଲିମମାନେ ପ୍ରାର୍ଥନା କରିବା ଏବେ ସାରା ଦେଶ ପାଇଁ ବିପଦ ନେଇ ଆସିଛି। ଏ ବିଷୟରେ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି।ଗୃହ ସଚିବ, ପୋଲିସ ଡିଜି ଉପସ୍ଥିତରେ ଏହି ଆଲୋଚନା ହୋଇଛି।ରାଜ୍ୟରେ କୋରୋନା ଚତୁର୍ଥ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜାଚାଲିଛି ଏ ବିଷୟରେ କେନ୍ଦ୍ରକୁ ଜଣାଇଛନ୍ତି। ରାଜ୍ୟ ପୋଲିସ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଖୋଜୁଛି। ସମସ୍ତଙ୍କୁ ସଂଗରୋଧରେ ରଖିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବରିଷ୍ଠ ଅଧିକାରୀ ବିଶାଳ ଦେବଙ୍କ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ
ଅଧିକ ଟେଷ୍ଟିଙ୍ଗ କୀଟ ଓ ମେଡିକାଲ ଉପକରଣ ଅଧିକ ଯୋଗାଇବାକୁ ରାଜ୍ୟ କେନ୍ଦ୍ର ନିକଟରେ ଦାବି ରଖିଥିବା କହିଛନ୍ତି। ଏହା ସହ ବ୍ୟାଙ୍କ ସେବା ଅବ୍ୟାହତ ରଖିବା ଉପରେ ଗୁତୁତ୍ୱ ଦିଆଯାଇଛି। ଏବଂ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ ଠିକ ଭାବେ ପହଂଚାଇବାକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱଦେଇଥିବା କୁହାଯାଇଛି।














