କରୋନା ପାଇଁ କେନ୍ଦ୍ର ପାଖରେ ଓଡିଶାଦାବି….

  • ଭୁବନେଶ୍ୱର : ରାଜ୍ୟରେ କୋରୋନା ସ୍ଥିତି ନେଇ  କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ, ଗୃହ ସଚିବ , ପୋଲିସ ଡ଼ିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ । ଆଲୋଚନା ସମୟରେ ନିଜାମୁଦ୍ଦିନ ଧାର୍ମିକ ସଭାକୁ ଓଡ଼ିଶାରୁ ଯାଇଥିବା ଲୋକଙ୍କ ଅପଡ଼େଟ୍ ବାବଦରେ ବି ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ୍ ଲୋକଙ୍କ ପାଖରେ ଠିକ୍ ଭାବେ ପହଂଚାଇବାକୁ କେନ୍ଦ୍ର ପରାମର୍ଶ ଦେଇଥିବା ବେଳେ ଲକ୍‌ଡ଼ାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟକୁ ଅଧିକ ପରିମାଣର କୋରୋନା ଟେଷ୍ଟିଂ କିଟ୍ ସାଙ୍ଗକୁ ଡ଼ାକ୍ତର ଓ ନର୍ସଙ୍କ ପାଇଁ ସୁରକ୍ଷା ଉପକରଣ ଦେବା ପ୍ରସଙ୍ଗ ଓଡ଼ିଶା ସରକାର ଉଠାଇଛନ୍ତି । ଭିଡ଼ିଓ କନଫେରେନ୍ସିଂରେ ଆଲୋଚନା ସମୟରେ ଅପ୍ରେଲ ୧୫ ପର୍ଯ୍ୟନ୍ତ ଥିବା ଲକ୍‌ଡ଼ାଉନ୍‌କୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ କିପରି ଠିକ ଭାବେ ପହଂଚିପାରିବ, ତାହା ଉପରେ ଗୁରୁତ୍ୱ ଦେବାକୁ କ୍ୟାବିନେଟ ସଚିବ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି । ବ୍ୟାଙ୍କିଙ୍ଗ ସେବା ଠିକ୍‌ଠାକ୍ ଭାବେ ଯୋଗାଇବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଆଲୋଚନା ହୋଇଛି । ସବୁ ବ୍ୟାଙ୍କରେ ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିବା ନେଇ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ ଆଉ ଅଧିକ କୋରୋନା ଟେଷ୍ଟିଂ ଲ୍ୟାବ ଖୋଲିବା ସାଙ୍ଗକୁ ରକ୍ତ ପରୀକ୍ଷା ପାଇଁ ଟେଷ୍ଟିଂ କିଟ୍‌, କୋରୋନା ସନ୍ଦିଗ୍ଧଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଓ ପାରାମେଡ଼ିକାଲ କର୍ମଚାରୀଙ୍କ ପାଇଁ ସୁରକ୍ଷା ଉପକରଣ ଯୋଗାଇବାକୁ ରାଜ୍ୟ ସରକାର ଦାବି ରଖିଛନ୍ତି ।

    - Advertisement -

    ଲୋକସେବା ଭବନରେ ସକାଳୁ କ୍ୟାବିନେଟ ସଚିବଙ୍କ ଭିଡ଼ିଓ କନଫେରେନ୍ସିଂ ଆଲୋଚନା ପରେ ରାଜ୍ୟରେ ନିଜାମୁଦ୍ଧିନରୁ ଫେରିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି ବିଭିନ୍ନ ଜିଲ୍ଲାର ପୋଲିସ । କିଛି ଲୋକଙ୍କୁ ଚିହ୍ନଟ କରାଯାଇ ହୋମ୍ ଆଇସୋଲେସନ୍‌ରେ ରଖାଯିବା ସହ ଆଉ କିଛି ଲେକାଙ୍କୁ ବିଭିନ୍ନ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles