ଅଭାବିମାନଙ୍କ ସାଥି ଭବ

କରୋନା ପାଇଁ ସାଜିଛନ୍ତି ଦେବ ଦ୍ରୁତ

ଅସହାୟଙ୍କୁ ଯୋଗାଉଛନ୍ତି ଖାଇବା

ହୃଦୟ ଜିତୁଛନ୍ତି ଯାଜପୁରବାସୀଙ୍କ 


ଯାଜପୁର : ଭବ ଅଭାବିମାନଙ୍କର ସାଥି। କିଏ ବି ଅସୁବିଧାରେ ଥିବା ଖବର ପାଇବା ମାତ୍ରେ ସେ ପହଞ୍ଚିଯାଆନ୍ତି। ତାଙ୍କ ପୁରା ନାଁଟି ଭବ ପ୍ରସାଦ ଦାସ (ଲଲ ) । ସେ ହେଉଛନ୍ତି ପୂର୍ବତନ ଛାତ୍ର ନେତା ଓ ପୂର୍ବତନ ଯାଜପୁରର ପୌରାଧକ୍ଷ । ବର୍ତ୍ତମାନ ଯାଜପୁର ଜିଲ୍ଲାର  ଯୁବ ବିଜେଡି ନେତା ।  କରୋନା ସମୟରେ ଗରିବଙ୍କ ଗୁଜୁରାଣ ମେଣ୍ଟାଇବାରେ ସେ ସାଜିଛନ୍ତି  ସାରଥୀ।
ଯାଜପୁର ଲୋକମାନଙ୍କର ସବୁବେଳର ସୁଖ ଦୁଃଖର ସାଥି ସେ l  ଫନି,ତିତିଲି,ହୁଡ଼ହୁଡ଼ ହେଉ ଅବା ବର୍ତ୍ତମାନର କରୋନା ପରି ବିପର୍ଯ୍ୟୟରେ ସବୁବେଳେ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଆଗେଇ ଆସନ୍ତି ଏହି ଯୁବନେତା । ସହର ହେଉ ଅବା ନିର୍ବାଚନ ମଣ୍ଡଳୀ ଯେକୌଣସି ପଂଚାୟତ  , ସବୁଠି ପ୍ରଥମେ ପହଞ୍ଚିଯାଆନ୍ତି ଭଵ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ l ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନୀତି ଆଦର୍ଶକୁ ଆପଣେଇ ନେଇଥିବା ଭଵ ସବୁବେଳେ ସେବା ହିଁ ମାନବିକତା କୁ  ପ୍ରାଥୟ କରି ସବୁବେଳେ ସେ ଗରିବଙ୍କ ପାଇଁ ନିଜକୁ ସମର୍ପିତ କରିଛନ୍ତି।ଯେଉଁଥି ପାଇଁ କି କରୋନା ମହାମାରୀ ସମୟରେ ଘର ଘର ବୁଲି ଲୋକଙ୍କୁ ସଚେତନ ଓ ସର୍ତକ କରାଉଛନ୍ତି । ଏହାସହ ଅସହାୟମାନଙ୍କୁ ମାଗଣାରେ ଖାଇବା ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ  ସହରର  ସ୍ୱଚ୍ଛତାକୁ ମଧ୍ୟ ସେ ବେଶ ଗୁରୁତ୍ୱ ଦେଉଛନ୍ତି। ପଂଚାୟତ ସ୍ତରକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି । ଅସହାୟକୁ ଖାଇବା ଯୋଗାଉଛନ୍ତି। ଅଳ୍ପ ବୟସରୁ ଭଵଙ୍କ ଏପରି ସମାଜ ସେବା ଏବେ ପୁରା ଯାଜପୁର ଅଂଚଳରେ ଚର୍ଚ୍ଚାର  ବିଷୟ ପାଲଟିଛି।