ସୁସ୍ଥ ହେଇ ଘରକୁ ଫେରିଲେ ଓଡ଼ିଶାର ୨ୟ କରୋନା ଆକ୍ରାନ୍ତ

- Advertisement -

ଓଡ଼ିଆବାସୀଙ୍କୁ ଆଶ୍ୱସ୍ତ

ସୁସ୍ଥ ହେଇ ଘରକୁ ଫେରିଲେ ଓଡ଼ିଶାର ୨ୟ କରୋନା ରୋଗୀ 

ଭୁବନେଶ୍ୱର AIIMSରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ଭବନେଶ୍ୱର: ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ମିଳିଛି। ଭୁବନେଶ୍ୱର
AIIMSରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଓ କରୋନା ଟେଷ୍ଟ ନେଗେଟିଭ୍ ଆସିବାରୁ ତାଙ୍କୁ ଘରକୁ ପଠାଇଦିଆଯାଇଛି।
ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ବ୍ରିଟେନରୁ ଫେରିଥିଲେ ।ସେ କରୋନାରେ ଗତ ୧୯ ତାରିଖରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେଇ ୧୯ ତାରିଖରେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।ଓଡ଼ିଶାରେ ଏବେ ମଧ୍ୟ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles