ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ ଦୁଇ ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି । ଜଣେ ଭୁବନେଶ୍ୱରର ବାସିନ୍ଦା । ଅନ୍ୟ ଜଣେ ଢେଙ୍କାନାଳରୁ ବୋଲି ସୂଚନା ମିଳିଛି ।ତାଙ୍କ ବୟସ ୫୧ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 44ରେ ପହଞ୍ଚିଛି । ଯାହାକୁ ନେଇ ରାଜ୍ୟ ସରକାର ଙ୍କ ଚିନ୍ତା ବଢିଯାଇଛି ।
ନିଆଁ ଗିଳିଦେଲା ତିନି ବଖରା ।
ବ୍ୟାସନଗର : କୋରାଇ ଥାନା ଅଧିନସ୍ଥ ବରଗଡ ପଞ୍ଚାୟତର ନୁଆଗଡ ଗ୍ରାମରେ ଘଟିଯାଇଛି ଏକ ଅଗ୍ନିକାଣ୍ଡ । ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ହଠାତ୍ ବାବନ ପାତ୍ରଙ୍କ ଘର ଚାଳରୁ ପ୍ରଚୁର ଧୂଆଁ ବାହାରିବା ଗ୍ରାମବାସୀଙ୍କ ନଜରକୁ ଆସିଥିଲା । କୌଣସି କାରଣ ବଶତଃ ବାବନଙ୍କ ଘରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ନିକଟସ୍ଥ ଦମକଳ କେନ୍ଦ୍ରକୁ ସହାୟତା ପାଇଁ ଫୋନ୍ କରିଥିଲେ ଗ୍ରାମବାସୀ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତିନି ବଖରା ଘର ଜଳିଯାଇଥିଲା । ପ୍ରକାଶ ଥାଉକି ବାବନ ପାତ୍ର ଅଗ୍ନିଶମ କେନ୍ଦ୍ର ଛକରେ ଏକ ସାଇକେଲ ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି । ବର୍ତ୍ତମାନ ସମୟରେ କରୋନା ପାଇଁ ସବୁ ଆଡେ ଲକଡାଉନ୍ ପରିସ୍ଥିତିରେ ଦୋକାନ ବଜାର ବନ୍ଦ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏପରି ଏକ ବିପତ୍ତି ତାଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି ।
ଅରୁଣଙ୍କୁ ଚାଷୀ ଚିନ୍ତା……
ଭୁବନେଶ୍ୱର : ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଆୟୋଜିତ ଭିଡ଼ିଓ କନ୍ଫରେନ୍ସିଂଗ ବୈଠକରେ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୂ ଯୋଗ ଦେଇ କରୋନା ସଂକ୍ରମଣ ମୁକାବିଲା ଉଦ୍ଧେଶ୍ୟରେ ସାରା ଦେଶରେ ଜାରି ହୋଇଥିବା ଲକ ଡାଉନ ସମୟରେ ରାଜ୍ୟର ସାମ୍ପ୍ରତିକ କୃଷି ପରିସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ତାଲା ବନ୍ଦ ସମୟରେ ଯେପରି କୃଷି କାର୍ଯ୍ୟରେ ବାଧା ନ ଆସିବ ଏବଂ କୃଷକ ମାନେ ଯେପରି ସେମାନଙ୍କ ଅତ୍ୟାବଶ୍ୟକ ଜିନିଷ ପାଇବାରେ ଯେପରି କୌଣସି ଅସୁବିଧା ର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନିଆଯାଇଛି ବୋଲି କହିହିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡ଼ିଓ କଂଫେରେନ୍ସିଂଗ ରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର କୃଷି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଭାଗ ନେଇଥିବାବେଳେ ଓଡ଼ିଶା ସରକାରଙ୍କ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ , କୃଷି ଓ ଖାଦ୍ୟ ଉତ୍ପାଦନର ନିର୍ଦେଶାଳୟର ନିର୍ଦେଶକ ଡ଼ଃ ଏମ.ମୁଥୁକୁମାର ପ୍ରମୁଖ ଯୋଗ ଦେଇଥିଲେ।
ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ନବୀନ…
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏଭଳି ଏକ ସଙ୍କଟ ପୂର୍ଣ୍ଣ ସମୟରେ ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ନିବେଦନ କରୁଛି ଯେ, ସମସ୍ତେ ନିଜ ନିଜ ଅଞ୍ଚଳର ଜଣେବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦେବେ ନାହିଁ । ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ବିଭୁକ୍ଷ ଲୋକଙ୍କ ପାଖରେ ଛିଡ଼ାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବା ପାଇଁ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶକୁ ଅନୁପାଳନ କରିବା ସହ ଏଭଳି ଏକ ଆପାତ୍ତକାଳୀନ ସ୍ଥିତିରେ ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଘୋଷଣା କରାଯାଉଥିବା ଗାଇଡ଼ ଲାଇନକୁ ଅନୁପାଳନ କରନ୍ତୁ । ଯଦି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏହି ଆହ୍ଵାନ କୁ ଗ୍ରହଣ କରିବା ସହିତ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ନିବେଦନ।
ସମସ୍ତ ନିର୍ବାଚିତ ପ୍ରତିନିଧି(ଏମପି, ଏମଏଲଏ), ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି ବ୍ଲକ ଚେୟାରମେନ ତଥା ସମସ୍ତ ନିର୍ବାଚିତ ପ୍ରତିନିଧି ତଥା ବିଜୁ ଜନତା ଦଳର ଅଗଣିତ କର୍ମୀ ମାନଙ୍କୁ ନିବେଦନ ସେମାନେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ରକ୍ତ ଅଭାବକୁ ମୁକାବିଲା କରିବା ଏବଂ ଏହି ଘଡିସନ୍ଧି ସମୟରେ ଆମେ ଆମର ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି l
ନିଜ ଘରେ ମାସ୍କ ତିଆରି କରି ଉଦାହରଣ ସୃଷ୍ଟି କଲେ କେନ୍ଦ୍ରମନ୍ତ୍ରୀଙ୍କ ସ୍ତ୍ରୀ ଓ ଝିଅ
ନୂଆଦିଲ୍ଲୀ: ଏବେ ସାରା ଦେଶ କରୋନାକୁ ନେଇ ଚିନ୍ତିତ ।ଦିନକୁ ଦିନ ଭାରତରେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏହି ମହାମାରୀ ସହ ଲଢ଼ିବା ପାଇଁ ସାରା ଦେଶକୁ ଲକ୍ ଡାଉନ କରାଯାଇଛି । ବାହାରକୁ ବାହାରିବା ପାଇଁ ମାସ୍କ ନିହାତି ଆବଶ୍ୟକ ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ଏହି ସମୟରେ ନିଜ ଘରେ ମାସ୍କ ତିଆରି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ଏବଂ ଝିଅ ନୈମିଶା ପ୍ରଧାନ। ଯାହାକି ଖୋଦ କେନ୍ଦ୍ରମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି । ଏହା ନିଜର ଚାହିଦା ମେଣ୍ଟାଇବା ସହ ଅନ୍ୟମାନଙ୍କ ଚାହିଦା ମେଣ୍ଟାଇବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା କରିଛନ୍ତି।
ଏହି ଟ୍ୱିଟ୍ରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ,ଦେଶ ଏକ ଜଟିଳ ସମୟ ଦେଇ ଗତି କରୁଛି। ଏଥିପାଇଁ ଆମ ସମସ୍ତଙ୍କ କିଛି କିଛି କର୍ତ୍ତବ୍ୟ ରହିଛି। ମୋ ପତ୍ନୀ ଏବଂ ଝିଅ ପାଇଁ ମୁଁ ଗର୍ବିତ। ସେ ଦୁହେଁ ଆମ ଘରର ସମସ୍ତଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ନିଜେ ମାସ୍କ ତିଆରି କରୁଛନ୍ତି। ନିଜ କୌଶଳ ବିକାଶ ପାଇଁ ଏବଂ ନୂଆ କଥା ଶିଖିବା ପାଇଁ ଏବେଠାରୁ ପ୍ରକୃଷ୍ଟ ସମୟ ଆଉ କିଛି ନୁହେଁ। ଏବେ ଏ ମହତ କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପରିବାରକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି ।
ଭବନେଶ୍ୱରରେ ଆଉ ଜଣେ କରୋନା ପଜେଟିଭ @୪୧
ଭବନେଶ୍ୱରରେ ଆଉ ଜଣେ କରୋନା ପୋଜିଟିବ @୪୧
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ ଆଉ ଜଣେ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ମଧୁସୂଦନ ନଗରର ବାସିନ୍ଦା । ତାଙ୍କ ବୟସ ୪୫ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ଯାହାକୁ ନେଇ ରାଜ୍ୟ ସରକାର ଙ୍କ ଚିନ୍ତା ବଢିଯାଇଛି ।
ଏମଏଲଏ ଲାଡ୍ ଫଣ୍ଡ 2 ବର୍ଷ ପାଇଁ ବନ୍ଦ ହେଉ : ବିରୋଧୀ ଦଳ ନେତା
ଭୁବନେଶ୍ୱର :ସାରା ଦେଶ ଓ ରାଜ୍ୟ ଏକ ମନ ଏବଂ ଏକ ପ୍ରାଣରେ କରୋନା ଭୂତାଣୁ ସହ ଲଢ଼ୁଛି ।ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ଲୋକ ପ୍ରତିନିଧି ମାନଙ୍କର ଲୋକମାନଙ୍କ ପାଇଁ ବଡ଼ ଭୂମିକା ରହିଛି । ଓଡ଼ିଶାର ସବୁ ବିଧାୟକ ମାନଙ୍କର ବିଧାୟକ ହାତ ପାଣ୍ଠି ଏମଏଲଏ ଲାଡ୍ ଫଣ୍ଡ 2 ବର୍ଷ ପାଇଁ ବନ୍ଦ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । ଏହାସହ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବା ପାଇଁ ଇଚ୍ଛାବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରନ୍ତୁ । ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ଯଥା ବିକାଶ ପରିଷଦ ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଗୁଡ଼ିକରେ ସଭାପତି ଅଧ୍ୟକ୍ଷ ଥିବା ରାଜନୈତିକ ବ୍ୟକ୍ତିବିଶେଷ ମାନେ ମଧ୍ୟ 30 ପ୍ରତିଶତ କମ୍ ଦରମା ନେବାକୁ ମୁଁ ପ୍ରସ୍ତାବ ଦେଉଛି ।କେନ୍ଦ୍ର ସରକାର ସାଂସଦ ମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି, ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ ।
୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଅନଲାଇନ ପାଠ ପଢା
ଭୁବନେଶ୍ୱର :ଅପ୍ରେଲ ୧୪ ପରେ ଆରମ୍ଭ ହେବ ୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଅନଲାଇନ ପାଠ ପଢା। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ଵାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯିବ। ଯେଉଁମାନଙ୍କ ପାଖରେ system ଥିବ ସେମାନଙ୍କୁ ପଢିବା ଲାଗି କୁହାଯିବ। ଏନେଇ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀଙ୍କୁ ଗାଇଡ କରିବାକୁ କୁହାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ରହିଛି, କେଉଁମାନେ ଦଶମ ଶ୍ରେଣୀକୁ ଯିବେ ସେନେଇ ଲକ ଡାଉନ୍ ଖୋଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
କଣ କହିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ….
ଭୁବନେଶ୍ୱର : ୧.ଓଡ଼ିଶା ସରକାର ପ୍ରଥମରୁ ଜାଣିଲେ ଏହା ସଂକ୍ରମିତ ରୋଗ ତେଣୁ ସ୍ବତନ୍ତ୍ର ହସ୍ପିଟାଲର ଆବଶ୍ୟକତା ଥିଲା।
୨. ଏବେ ସୁଦ୍ଧା ୭ଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ହୋଇସାରିଛି।
୩. କଟକର ଏସସିବିରେ କେହି କରୋନା ସଂକ୍ରମିତ ନାହାନ୍ତି କିମ୍ବା କୌଣସି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ମଧ୍ଯ କରୋନା ଆକ୍ରାନ୍ତ ନାହାନ୍ତି।
୪. ଫ୍ଲୁ ରୋଗୀଙ୍କ ଏଣ୍ଟ୍ରି ଓ ଏକଜୀଟ୍ ଅଲଗା ରହିବ। ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଉପକରଣ ଦିଆଯାଇଛି।
୫. ସରକାରଙ୍କ ରେଗୁଲେସନକୁ ଘରୋଇ ହସ୍ପିଟାଲ ମାନିବା ବାଧ୍ଯ।
୬. କୋଭିଡ ହସ୍ପିଟାଲ ଘୋଷଣା ହୋଇନଥିବା ହସ୍ପିଟାଲରରେ ରହିପାରିବେନି କରୋନା ସଂକ୍ରମିତ ରୋଗୀ।














