ଭୁବନେଶ୍ୱର, ଏପ୍ରିଲ 14: କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁନେଶ୍ଵରଠାରେ 525 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବ। ବେଳେ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଠାରେ 110 ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି ।
କେନ୍ଦ୍ରାପଡ଼ା ନିକଟସ୍ଥ ଛତା ରେ ଥିବା ସରକାରୀ ପଲିଟେକ୍ନିକ ରେ ଏହି ହସ୍ପିଟାଲ ରେ 100 ଟି ଶଯ୍ୟା ଓ 10 ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
ଏହି ହସ୍ପିଟାଲ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଥିବାବେଳେ ଡାକ୍ତର, ନର୍ସ, ଏବଂ ପାରାମେଡିକାଲ ଷ୍ଟାଫ ଆଇଏମଏସ ଓ ସମ ହସ୍ପିଟାଲ ପକ୍ଷରୁ ଯୋଗାଇଦିଆ ଯାଇଛି । ସେହିପରି ହସ୍ପିଟାଲ ନିମନ୍ତେ ବ୍ୟବହାର ହେବାକୁ ଥିବା ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ସମ ପକ୍ଷରୁ ଯୋଗାଇଦିଆ ଯାଇଛି ।
ହସ୍ପିଟାଲରେ ଲାଇଫ ଶେଭିଂ ଡିଭାଇସେସ ଓ ଭେଣ୍ଟିଲେଟର ରଖାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ଉପସ୍ଥିତି ରେ ହସ୍ପିଟାଲ ମଙ୍ଗଳବାର କାର୍ଯ୍ୟକ୍ଷମ ହୋଇଛି ।
ଏହି ପ୍ରକଳ୍ପ ନିମନ୍ତେ ସୋମବାର ଦିନ କେନ୍ଦ୍ରାପଡ଼ାଠାରେ ରାଜ୍ୟ ସରକାର ଓ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
ଜିଲ୍ଲାପାଳ ଶ୍ରୀ ବର୍ମା ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଅ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ କେନ୍ଦ୍ରାପଡ଼ା ଉପଜିଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ ।
ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ।
ଭୁନେଶ୍ଵରଠାରେ 525 ଶଯ୍ୟା, କେନ୍ଦ୍ରାପଡ଼ାରେ110 ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ
କୁନି ଶିଳ୍ପୀଙ୍କ କରୋନା କୀର୍ତ୍ତି….
ଭୁବନେଶ୍ୱର :ଏବେ ଦେଶରେ ତାଲା ବନ୍ଦ। ଲକ ଡାଉନ ମେ ୩ ଯାଏଁ ବୃଦ୍ଧି। ଚାରି କାନ୍ଥ ଭିତରେ କଟୁଛି ସମୟ । ହେଲେ ମନ ସ୍ଥିର ରହୁନି । କିଛି କାମରେ ବ୍ୟସ୍ତ ରହିବାକୁ ଇଛା ହେଉଛି। ସମାଜକୁ କିଛି ବାର୍ତା ଦେବାର ପ୍ରୟାସ କରୁଛି। ଯାହା କି ତୁଳୀରେ ବାସ୍ତବ ରୂପ ନେଉଛି । କରୋନାକୁ ନେଇ ଚାରିଆଡେ ଆତଙ୍କ । ତାଲା ବନ୍ଦ ଓ ଚାରି କାନ୍ଥ ଭିତରେ ରହି ଚନ୍ଦ୍ର ଶେଖରପୁର ଡିଏଭି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରାଚୀ ରାଉତ, ଯେ କି ସଭିଙ୍କୁ ନିଜ ତୁଳୀରେ କରୋନା ସଚେତନ କରିବା ପାଇଁ ବାର୍ତା ଦେଇଛନ୍ତି। ଡର ନୁହେଁ ସଚେତନ ଓ ସତର୍କ ରହିଲେ କରୋନା ଦୁରେଇ ଯିବ ତାହା ସେ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ସେଥିପାଇଁ ସେ କେତେବେଳେ ମଣିଷକୁ ମାସ୍କ ପିନ୍ଧେଇ ଚିତ୍ର ଆଙ୍କିଛନ୍ତି ତ ଆଉ କେତେ ବେଳେ କାର୍ଟୁନ କୁ ମାସ୍କ ପିନ୍ଧେଇଛନ୍ତି । ଏପ୍ରିଲ ୯ ତାରିଖରୁ ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘର ତିଆରି ମାସ୍କ ପିନ୍ଧି ଦେଶକୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ନିଜ ମାସ୍କ ପିନ୍ଧା ଫୋଟକୁ ସୋସିଆଲ ମିଡିଆରେ ଛାଡିଛନ୍ତି । ଠିକ୍ ଏହି ସମୟରେ ଶୈଳଶ୍ରୀ ବିହାର ପ୍ରାଚୀ ମାସ୍କ ପିନ୍ଧିବାକୁ ନେଇ ଭିନ୍ନ ଭିନ୍ନ ବାର୍ତା ସମାଜକୁ ଦେବାକୁ ନେଇ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି । ଛୋଟ ବୟସରୁ ଏତେ ଉନ୍ନତ ଚିନ୍ତାଧାରା ଭବିଷ୍ୟତରେ ତାଙ୍କୁ ବହୁତ ଆଗକୁ ନେବ ବୋଲି ଆଶା କରାଯାଉଛି ।
ପାଣି ଓହଳା ପର୍ବତରେ ଭୟଙ୍କର ନିଆଁ
ଢେଙ୍କାନାଳ : ଢେଙ୍କାନାଳ ସ୍ଥିତ ପାଣି ଓହଳା ପର୍ବତ । ଆଜି ସନ୍ଧ୍ୟାରେ ଏଠାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିସମ ବିଭାଗ ଚେଷ୍ଟା ଜାରି ରଖିଛି। ଭାରତୀୟ ଜନ ସଂଚାର ସଂସ୍ଥାନର ପଛ ପଟରେ ଏହି ନିଆଁ ଲାଗିଥିବାର ଜଣା ପଡ଼ିଛି।ଏଥିରେ ଅନେକ ଗଛଲତା ଜଳି ପାଉଁଶ ହୋଇଯାଇଛି । ପ୍ରକୃତିରେ ଅପରୂପ ଭଣ୍ଡାର ହେଉଛି ଏହି ପାଣି ଓହଳା ପର୍ବତ। ଏହି ଅଗ୍ନିକାଣ୍ଡ ଦ୍ଵାରା ପର୍ବତର ସ୍ୱନ୍ଦର୍ଯ୍ୟ ଏକ ପ୍ରକାର ପୋଡି ଜଳି ଯାଇଛି।
୭ଟି ଜିଲ୍ଲାର ତାପମାତ୍ରା 40ଡିଗ୍ରୀ ଉପରେ….
ଭୁବନେଶ୍ୱର : ରାଜ୍ୟର କେଉଁ ଜିଲାରେ କେତେ ତାପମାତ୍ରା ଅଛି ନଜର ପକାନ୍ତୁ l
ଭୁବନେଶ୍ୱର- ୪୧.୨ ଡ଼ିଗ୍ରୀ ସି.
ବାଲେଶ୍ୱର -୩୪.୮ ଡ଼ିଗ୍ରୀ ସି.
ଚାନ୍ଦବାଲି – ୩୯.୦ ଡ଼ିଗ୍ରୀ ସି.
କଟକ -୩୯.୮ ଡ଼ିଗ୍ରୀ ସି.
ପାରାଦୀପ- ୩୧.୮ ଡ଼ିଗ୍ରୀ ସି.
ଗୋପାଳପୁର -୩୧.୯ ଡ଼ିଗ୍ରୀ ସି.
ପୁରୀ -୩୨.୮ ଡ଼ିଗ୍ରୀ ସି.
#ଅନୁଗୁଳ – ୪୦.୫ ଡ଼ିଗ୍ରୀ ସି.
ବାରିପଦା -୩୮.୬ ଡ଼ିଗ୍ରୀ ସି.
ଝାରସୁଗୁଡା – ୩୯.୬ ଡ଼ିଗ୍ରୀ ସି.
କେନ୍ଦୁଝର – ୩୮.୨ ଡ଼ିଗ୍ରୀ ସି.
ସମ୍ବଲପୁର- ୩୯.୮ ଡ଼ିଗ୍ରୀ ସି.
ହୀରାକୁଦ – ୩୮.୫ ଡ଼ିଗ୍ରୀ ସି.
#ତାଳଚେର-୪୧.୧ ଡ଼ିଗ୍ରୀ ସି.
ଭବାନୀପାଟଣା -୩୮.୬ ଡ଼ିଗ୍ରୀ ସି.
#ବଲାଙ୍ଗୀର – ୪୧.୫ ଡ଼ିଗ୍ରୀ ସି.
ଟିଟଲାଗଡ – ୩୯.୦ ଡ଼ିଗ୍ରୀ ସି.
କୋରାପୁଟ -୩୫.୦ ଡ଼ିଗ୍ରୀ ସି.
ମାଲକାନଗିରି – ୩୫.୮ ଡ଼ିଗ୍ରୀ ସି.
#ସୋନୁପୁର – ୪୧.୦ ଡ଼ିଗ୍ରୀ ସି.
ଦାରିଙ୍ଗିବାଡ଼ି – ୩୪.୫ ଡ଼ିଗ୍ରୀ ସି.
#ନୟାଗଡ -୪୦.୦ ଡ଼ିଗ୍ରୀ ସି.
#ବୌଦ୍ଧ -୪୦.୫ ଡ଼ିଗ୍ରୀ ସି.
ଛତ୍ରପୁର – ୩୪.୪ ଡ଼ିଗ୍ରୀ ସି.
ପାରଳାଖେମୁଣ୍ଡି – ୩୮.୦ ଡ଼ିଗ୍ରୀ ସି.
ରାୟଗଡ – ୩୪.୫ ଡ଼ିଗ୍ରୀ ସି.
ଫୁଲବାଣୀ -୩୬.୦ ଡ଼ିଗ୍ରୀ ସି.
୭ଟି ସ୍ଥାନରେ ୪୦.୦ ଡ଼ିଗ୍ରୀ ସି କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪ ଟି ସ୍ଥାନରେ ୪୧ କିମ୍ବା ତା ଠାରୁ ରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି |ସର୍ବୋଚ୍ଚ ଦିନ ତାପମାତ୍ରା ୪୧.୫ ଡ଼ିଗ୍ରୀ ସି. ବଲାଙ୍ଗୀର ରେ ରେକର୍ଡ କରାଯାଇଛି
ଆସନ୍ତା ୨ ରୁ୩ ଦିନ ଯାଏ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍ଵାଭିବିକ ତାପମାତ୍ରା ଠାରୁ ୨ରୁ ୩ ଡ଼ିଗ୍ରୀ ସି. ଅଧିକ ରହିବ ସହିତ କିଛି କିଛି ଜିଲ୍ଲା ଗୁଡିକରେ ଆଗାମୀ ୩ ରୁ ୪ ଦିନ ଯାଏ ୪୦.୦ ଡ଼ିଗ୍ରୀ ସି. କିମ୍ବା ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବ ର ସମ୍ଭାବନା ଅଛି |
ରାଜ୍ୟରେ ୬0ରେ ପହଁଚିଲା କରୋନା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଏବେ 5 ଜଣ କରୋନା ପଜେଟିବ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ବମିଖାଲ ଅଞ୍ଚଳ ର ହୋଇଥିବା ବେଳେ ଜଣେ ଝାରପଡା ଓ ଜଣେ ଯାଜପୁରର ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା ୬0 ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ 41 ଜଣ ଚିକିତ୍ସିତ ହେଉଛନ୍ତି। ଏହାସହ ୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
କରୋନା ସନ୍ଦେହରେ , ଘରୋଇ କ୍ବାରେଣ୍ଟାଇନ୍ ରେ ବ୍ଯକ୍ତି ।
ଯାଜପୁର : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରୁ ଏକ କରୋନା ସନ୍ଦିଗ୍ଧ ଚିହ୍ନଟର ବହୁଦିନର ବ୍ଯବଧାନ ପରେ ଆଜି ପୁଣି ଦୁଇଟି ମାମଲା ପାଦକୁ ଆସିଛି । କିନ୍ତୁ ସେହି ଦୁଇ ବ୍ଯକ୍ତି ଆକ୍ରାନ୍ତ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପ୍ରଥମଟି ଯାଜପୁର ବ୍ଲକ୍ ଅଧିନସ୍ଥ ସାନ ତ୍ରିଲୋଚନପୁରର । ବ୍ଯକ୍ତି ଜଣକ ଗତ ୨୯ତାରିଖରୁ ଆଜି ପର୍ଯ୍ୟନ୍ତ ନିନିଜଆଡୁ ସଂଗରୋଧରେ ରହିଆସୁଛନ୍ତି ।ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ବ୍ଯକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ବ୍ଯକ୍ତି ଜଣକୁ କଟକ ସ୍ଥିତ କୋଭିଡ୍ ହସ୍ପିଟାଲ୍ କୁ ପଠାଇବା ପାଇଁ ବ୍ଯବସ୍ଥା ହେଉଥିବା ସୂଚନା ମିଳିଛି । ସେହିପରି ବ୍ୟାସନଗର ଅଞ୍ଚଳରୁ ଆଉ ଜଣେ ବ୍ୟକ୍ତି ଯେ,ପ୍ରାୟ ଏକ ମାସ ପୂର୍ବରୁ ଦିଲ୍ଲୀରୁ ଫେରିଥିଲେ । ଜର,ଥଣ୍ଡା,କାଶ ଅନୁଭବ କରିବାରୁ ସରକାରଙ୍କ ସହାୟତା ନଂ୧୦୪ କୁ ଜଣାଇଥିଲେ । ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସଂପୃକ୍ତ ଅଧିକାରୀ ସ୍ଥାନୀୟ ମୁନସିପାଲଟିର ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ସ୍ବାସ୍ଥ୍ୟ ବିଭାଗ ଟିମ୍ ବ୍ଯକ୍ତିଙ୍କ ଘରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଇଛନ୍ତି ।ତା ସହିତ ସେ ରହୁଥିବା ଘରର ଆଖପାଖ କିଛି ଘର ଲୋକଙ୍କୁ ବାହାରକୁ ନ ବାହାରିବାରୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହ ଲୋକଙ୍କ ସୁବିଧା ପାଇଁ କୌଣସି ସାମଗ୍ରୀର ଆବଶ୍ୟକ ହେଲେ ଘରେ ପହଞ୍ଚାଇବା ପାଇଁ ମୁନସିପାଲଟି ପକ୍ଷରୁ ବ୍ଯବସ୍ଥା ମଧ୍ୟ କରାଯାଇଛି ।ଏ ନେଇ ସ୍ଥାନୀୟ ଜନସାଧାରଣ ଭୟଭିତ ନ ହୋଇ ଯଥା ସମ୍ଭବ ଘରେ ରହିବାକୁ ଓ ସଉଦା ଦୋକାନ,ଏବଂ ପରିବା କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।
ଦୁଃଖୀ ରଙ୍କିଙ୍କ ମନ କଥା ବୁଝିଲେ ମନୋରଞ୍ଜନ
ଭୁବନେଶ୍ୱର :କରନା କଟକଣାରେ ଦୀନହୀନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ବିଶେଷ କରି ଦିନ ମଜୁରିଆଙ୍କ ସ୍ଥିତି ବି ଭଲ ନାହିଁ। ଓଳିଏ ଖାଇଲେ ଓଳିଏ ଉପାସ। ଅପରପକ୍ଷେ ଯେଉଁମାନେ ଜରାଶ୍ରମ ଓ ଦିବ୍ୟଙ୍ଗ ଅନୁଷ୍ଠାନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଚଳାଉଥିଲେ କରନା ପାଇଁ କଟକଣା ଲାଗିବା ପରେ ସେମାନଙ୍କୁ ଚଳାଇବା ବି କଷ୍ଟକର ହୋଇପଡିଛି। ତାରି ଭିତରେ କିନ୍ତୁ ସାହସ ଓ ସାମର୍ଥ୍ୟ ଜୁଟାଇ ନିରାଶ୍ରୟଙ୍କୁ ସାହାଯ୍ୟ ଓ ସହଯୋଗ କରିଛନ୍ତି ଯୁବ ସମାଜସେବୀ ମନୋରଞ୍ଜନ ବିଶ୍ୱାଳ। ସାମନ୍ତରା ପୁରରେ ଥିବା ଦିନ ମଜୁରିଆ , ରସୁଲଗଡ଼ ରେ ମୋହିନୀ ପ୍ରମିଳା ଜରା ନିବାସ, ଭରତପୁରରେ ଥିବା ଓଡିଶା ଦିବ୍ୟଙ୍ଗ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ରେ ପହଂଚି ରାସନ ସାମଗ୍ରୀ 15 ଦିନ ପାଇଁ ଯୋଗାଇ ଦେଇଛନ୍ତି। ସେମାନେ ମଧ୍ୟ ଏହାକୁ ପାଇଁ ଖୁସିବ୍ୟକ୍ତ ବି କରିଛନ୍ତି ।
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ
ଭୁବନେଶ୍ୱର,୧୪/୪, ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସନାତନ ବିସିଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଏଭଳି ଦୁଖଦ ସମୟରେ ଈଶ୍ୱର ତାଙ୍କ ପରିବାରବର୍ଗକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଦାସବର୍ମା ଶୋକବାର୍ତାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ ସନାତନ ବିଶି ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ଦୁଇ ଥର ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ। ଏଥି ସହିତ ସେ ରାଜ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ସ୍ବର୍ଗତ ବିସି ଜଣେ ବିଶିଷ୍ଟ ରାଜନେତା, କ୍ରୀଡାବିତ ଓ କ୍ରୀଡା ସଙ୍ଗଠକ ରହି ଆସିଥିଲେ। ସମ୍ବଲପୁର ଷ୍ଟାଡିୟମ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ଓଡ଼ିଶା ଅଲମ୍ପିକ ଆସୋସିଏସନ ସହ ଜଡିତ ଥିଲେ। ଶ୍ରମିକ କଲ୍ୟାଣ ନିମନ୍ତେ ତାଙ୍କର ଜୀବନ ବ୍ୟାପି ସଂଗ୍ରାମକୁ ଆମେ ସ୍ମରଣ କରୁଛୁ। ସେ ଛାତ୍ର ଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସମ୍ବଲପୁର ଜିଲ୍ଲା ଜନତା ଦଳର ସଭାପତି ହୋଇଥିଲେ। ବିଜୁ ଜନତା ଦଳ ପଶ୍ଚିମ ଓଡ଼ିଶାର ବିକାଶର ଜଣେ ଧୁରିଣ ନେତାଙ୍କୁ ହରାଇଲା ବୋଲି ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରେ ସଞ୍ଜୟ ଦାସବର୍ମା କହିଛନ୍ତି।
ମେ ୩ ଯାଏଁ ବଢ଼ିଲା ଦେଶର ଲକ୍ ଡାଉନ..
ନୂଆଦିଲ୍ଲୀ : ଆଜି ଦେଶବାସିଙ୍କୁ ସାମ୍ବଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି । ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିଲା ବର୍ତ୍ତମାନ ଦେଶର କରୋନା ସ୍ଥିତିକୁ ଦେଖି ଏପରି ବଡ଼ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସାରାଦେଶରେ କରୋନା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ । ଯାହା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଅପ୍ରେଲ୍ ୧୪ପର୍ଯ୍ୟନ୍ତ ଥିଲା । ତେବେ ଗତ ୨୬ଦିନ ମଧ୍ୟରେ ଦେଶବାସୀଙ୍କୁ ଚାରିଥର ସମ୍ବୋଧନ କରିଛନ୍ତି ।














