କୁନି ଶିଳ୍ପୀଙ୍କ କରୋନା କୀର୍ତ୍ତି….

- Advertisement -

ଭୁବନେଶ୍ୱର :ଏବେ ଦେଶରେ ତାଲା ବନ୍ଦ। ଲକ ଡାଉନ ମେ ୩ ଯାଏଁ ବୃଦ୍ଧି। ଚାରି କାନ୍ଥ ଭିତରେ କଟୁଛି ସମୟ । ହେଲେ ମନ ସ୍ଥିର ରହୁନି । କିଛି କାମରେ ବ୍ୟସ୍ତ ରହିବାକୁ ଇଛା ହେଉଛି। ସମାଜକୁ କିଛି ବାର୍ତା ଦେବାର ପ୍ରୟାସ କରୁଛି। ଯାହା କି ତୁଳୀରେ ବାସ୍ତବ ରୂପ ନେଉଛି । କରୋନାକୁ ନେଇ ଚାରିଆଡେ ଆତଙ୍କ । ତାଲା ବନ୍ଦ ଓ ଚାରି କାନ୍ଥ ଭିତରେ ରହି ଚନ୍ଦ୍ର ଶେଖରପୁର ଡିଏଭି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରାଚୀ ରାଉତ, ଯେ କି ସଭିଙ୍କୁ ନିଜ ତୁଳୀରେ କରୋନା ସଚେତନ କରିବା ପାଇଁ ବାର୍ତା ଦେଇଛନ୍ତି। ଡର ନୁହେଁ ସଚେତନ ଓ ସତର୍କ ରହିଲେ କରୋନା ଦୁରେଇ ଯିବ ତାହା ସେ ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ସେଥିପାଇଁ ସେ କେତେବେଳେ ମଣିଷକୁ ମାସ୍କ ପିନ୍ଧେଇ ଚିତ୍ର ଆଙ୍କିଛନ୍ତି ତ ଆଉ କେତେ ବେଳେ କାର୍ଟୁନ କୁ ମାସ୍କ ପିନ୍ଧେଇଛନ୍ତି । ଏପ୍ରିଲ ୯ ତାରିଖରୁ ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘର ତିଆରି ମାସ୍କ ପିନ୍ଧି ଦେଶକୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହ ନିଜ ମାସ୍କ ପିନ୍ଧା ଫୋଟକୁ ସୋସିଆଲ ମିଡିଆରେ ଛାଡିଛନ୍ତି । ଠିକ୍ ଏହି ସମୟରେ ଶୈଳଶ୍ରୀ ବିହାର ପ୍ରାଚୀ ମାସ୍କ ପିନ୍ଧିବାକୁ ନେଇ ଭିନ୍ନ ଭିନ୍ନ ବାର୍ତା ସମାଜକୁ ଦେବାକୁ ନେଇ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି । ଛୋଟ ବୟସରୁ ଏତେ ଉନ୍ନତ ଚିନ୍ତାଧାରା ଭବିଷ୍ୟତରେ ତାଙ୍କୁ ବହୁତ ଆଗକୁ ନେବ ବୋଲି ଆଶା କରାଯାଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles