ଦୁଃଖୀ ରଙ୍କିଙ୍କ ମନ କଥା ବୁଝିଲେ ମନୋରଞ୍ଜନ

- Advertisement -

ଭୁବନେଶ୍ୱର :କରନା କଟକଣାରେ ଦୀନହୀନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ବିଶେଷ କରି ଦିନ ମଜୁରିଆଙ୍କ ସ୍ଥିତି ବି ଭଲ ନାହିଁ। ଓଳିଏ ଖାଇଲେ ଓଳିଏ ଉପାସ। ଅପରପକ୍ଷେ ଯେଉଁମାନେ ଜରାଶ୍ରମ ଓ ଦିବ୍ୟଙ୍ଗ ଅନୁଷ୍ଠାନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଚଳାଉଥିଲେ କରନା ପାଇଁ କଟକଣା ଲାଗିବା ପରେ ସେମାନଙ୍କୁ ଚଳାଇବା ବି କଷ୍ଟକର ହୋଇପଡିଛି। ତାରି ଭିତରେ କିନ୍ତୁ ସାହସ ଓ ସାମର୍ଥ୍ୟ ଜୁଟାଇ ନିରାଶ୍ରୟଙ୍କୁ ସାହାଯ୍ୟ ଓ ସହଯୋଗ କରିଛନ୍ତି ଯୁବ ସମାଜସେବୀ ମନୋରଞ୍ଜନ ବିଶ୍ୱାଳ। ସାମନ୍ତରା ପୁରରେ ଥିବା ଦିନ ମଜୁରିଆ , ରସୁଲଗଡ଼ ରେ ମୋହିନୀ ପ୍ରମିଳା ଜରା ନିବାସ, ଭରତପୁରରେ ଥିବା ଓଡିଶା ଦିବ୍ୟଙ୍ଗ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ରେ ପହଂଚି ରାସନ ସାମଗ୍ରୀ 15 ଦିନ ପାଇଁ ଯୋଗାଇ ଦେଇଛନ୍ତି। ସେମାନେ ମଧ୍ୟ ଏହାକୁ ପାଇଁ ଖୁସିବ୍ୟକ୍ତ ବି କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles