କାବୁ ହେବ କରୋନା: ପ୍ରଶାସନ ସହ ଅଣ୍ଟା ଭିଡ଼ିଲେ ପ୍ରଣବ…

- Advertisement -

ଯାଜପୁର: ୧୪ ତାରିଖ ଠାରୁ ଭୁବନେଶ୍ୱରରେ କରୋନା ରୋଗୀ ଚିହ୍ନଟ ହୋଇନାହିଁ । ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬ରେ ପହଂଚିବା ପରେ ରାଜଧାନୀକୁ ଓଡ଼ିଶାର ଉହାନ ସହର ବୋଲି କୁହା କୁହିଁ ହେଲେ ଲୋକେ  ।ଏହା ପରେ ରାଜ୍ୟ ସରକାର ଆପଣାଇଲେ ନୂଆ ଷ୍ଟାଟେଜି ।ଫଳସ୍ୱରୂପ ୧୫ ଦିନ ହେଲାଣି  ରାଜଧାନୀରୁ ଗୋଟେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଆଉ ଏବେ ସେହି ସମାନ ତରିକାକୁ ଆପଣାଉଛି ଯାଜପୁର। ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ସିଲ କରାଯାଇ  କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।କଣ୍ଟାକ ଟ୍ରେସିଙ୍ଗ ମାଧ୍ୟମରେ କୋଭିଡ ଅଭିଯାନ ଜୋରଦାର କରାଯାଇଛି । କଲିକତା ଫେରନ୍ତା ଉପରେ ପ୍ରଶାସନ କଡା ନଜର ରଖିଛି। ଏହାସହ କେନ୍ଦ୍ରାପଡା, ବାଲେଶ୍ୱର,ମୟୁରଭଞ୍ଜ ସୀମା ଉପରେ ମଧ୍ୟ ପ୍ରଶାସନର ନଜର ରହିଛି। ନୂଆ ଯୋଜନା ସହ ତୃଣମୂଳ ସ୍ତରରୁ କିପରି କରୋନା ମୂଳପଛ ହେବ ସେ ନେଇ ଆଜି ଜିଲାପାଳଙ୍କ ସରକାରୀ ଵସଭବନରେ ବସିଥିଲା ଏକ ଉଚ୍ଚସ୍ତରିୟ ବୈଠକ।  ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକକରେ ଯାଜପୁର ଏସିପି, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ଜିଲ୍ଲାରେ କିପରି କରୋନାକୁ କାବୁ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିଥିଲେ । ବିଶେଷ କରି କଲିକତାରୁ ଫେରୁଥିବା ଲୋକଙ୍କୁ ଚିହ୍ନଟ କରି ୧୪ ଦିନିଆ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବାକୁ ଜିଲ୍ଲା ପ୍ରଶାସନ ପ୍ରାଥମିକତା ଦେଇଛି । ସେଥିରେ କିଛିଟା ସଫଳତା ପାଇଛି ପ୍ରଶାସନ  । ଏହାସହ ଲୋକଙ୍କୁ ଅଧିକ ସଚେତନ କରାଇବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।ଯାଜପୁରରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଣବ ଯୁଦ୍ଧକାଳୀନ ଭିତ୍ତିରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କରିବା ସହ ବ୍ୟାପକ ସଚେତନତା କରିଥିଲେ। ହେଲେ ଏହାକୁ ପାଣିଚିଆ କରିଦେଇଥିଲେ କିଛି ଅସାବଧାନତା ବ୍ୟକ୍ତି ।ଯେଉଁମାନେ କି ବାହାର ରାଜ୍ୟରୁ ଆସି ଘରେ ଲୁଚିକି ରହିଲେ ଓ ଜିଲ୍ଲା ପ୍ରଶାସନକୁ ସହଯୋଗ କଲେନାହିଁ । ଯାହା ପ୍ରଶାସନର ସବୁ ପ୍ରସ୍ତୁତିକୁ ପାଣିଚିଆ କରିଦେଇଛି l ଏବେ ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮ରେ ପହଞ୍ଚିଛି ।   ଏହି ସଂଖ୍ୟା  ଯେମିତି ନ ବଢିବ ସେ ନେଇ ଜିଲ୍ଲା ପ୍ରଶାସନ ସହ ମିଶି ବିଧାୟକ ପ୍ରଣବ  ପ୍ରସ୍ତୁତ କରୁଛନ୍ତି ନୂଆ ଷ୍ଟାଟେଜି ।ଏହାସହ କରୋନା ଯୁଦ୍ଧର ସବୁ ଯୋଦ୍ଧାର ମନବଳ ବଢ଼େଇବା ପାଇଁ  ଚେଷ୍ଟା କରିଛନ୍ତି l ଆଗକୁ ଯେପରି ଯାଜପୁରରେ କରୋନା ଟେଷ୍ଟ ଅଧିକ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି l ମାସ୍କ ପିନ୍ଧିବା ଜିଲ୍ଲାରେ କଡାକଡି କରାଯିବା ଉପରେ ବୈଠକରେ ନିଷ୍ପତି ନିଆଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles