ଋଣ ସୁଝିବାର ସମୟ ଆସିଛି…..

- Advertisement -

ଭୁବନେଶ୍ୱର: ମା ଓ ଗାଁ। ବିପଦ ସମୟରେ ପ୍ରତ୍ୟେକ ବ୍ୟକ୍ତି ଏମାନଙ୍କ କୋଳରେ ରହିବାକୁ ଭଲ ପାଆନ୍ତି । କାରଣ ଦୁଇ ଜଣ ହେଉଛନ୍ତି ନିଃସ୍ୱାର୍ଥପର ଓ ସ୍ନେହର ପ୍ରତୀକ । କିଛି ଆଶା କରନ୍ତି ନାହିଁ , ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ସଭିଏଁ ଏମାନଙ୍କୁ ଦୁରେଇ ଦେଇଥିଲେ ନିଜର ଜୀବନ ଜୀବିକା ପାଇଁ । କର୍ତ୍ତବ୍ୟ ଆଗରେ ମାଆ ର ସ୍ନେହ ଥିଲା ଓ ଗାଁର ପୁରୁଣା ସ୍ମୃତି ମଧ୍ୟ ଜୀବିତ ଥିଲା । ଆଜି ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଭୁତାଣୁ ସଂକ୍ରମଣ ଭୟ ଏବେ ସାରା ବିଶ୍ୱକୁ ଘରିଛି। ପୁରା ବିପଦରେ ସାରା ବିଶ୍ୱ , ଆଉ ଏ ବିପଦ ସମୟକୁ ଲୋକଙ୍କୁ ନେଇ ସରକାର ମୁକାବିଲା କରୁଛନ୍ତି। ଆଜି କରୋନା ମୁକାବିଲା କରିବା ପାଇଁ ଅନେକ କଟକଣା ହୋଇଛି । ଏତିକି ବେଳେ ଅନେକ ନିଜ ଗାଁକୁ ମନେ ପକାଉଛନ୍ତି ।ସବୁ ଏବେ ଗାଁ ମୁହାଁ , କାରଣ ସମୟ ସଭିଙ୍କୁ ଗାଁ ମୁହାଁ ହେବାକୁ ବାଧ୍ୟ କରିଛି। ଗାଁ ର ସେହି ପୋଖରୀ ତୁଠ , ଖେଳ ପଡିଆ,ଗାଁ ମନ୍ଦିର, ପିଲା ଦିନର ସାଥି ଓ ନିଜ ପରିବାର । ସବୁକିଛି ଏହି ଲକ୍ ଡାଉନ ବେଶି ନିଜର କରିଦେଇଛି। ଖାସ ସେଥିପାଇଁ ତ କିଏ ଦରିଆ ପାର ହୋଇ ତ ଆଉ କିଏ ରାତାରାତି ସଡ଼କ ପଥରେ । ପୁଣି କିଏ ଚାଲିଚାଲି ତ କିଏ ସାଇକେଲରେ ଗାଁକୁ ଆସୁଛନ୍ତି ।ଅନେକ ଆସିବା ପାଇଁ ସରକାରଙ୍କୁ ହାତ ଯୋଡି ନିବେଦନ କଲେଣି । ଏହା ସହ ବାହାର ରାଜ୍ୟରେ ଥିବା ଶ୍ରମିକ ମାନଙ୍କୁ ଫେରେଇ ଆଣିବା ପାଇଁ ସରକାର ମଧ୍ୟ ପ୍ରୟାସ କଲେଣି । ଜୀଵନ ଜୀବିକା ଏବଂ ଗାଁ ମା ଭିତରେ ଏ ଭୂତାଣୁ ସାଜିଛି ପ୍ରତିବନ୍ଧକ । କେତେକ କଟକଣା ମଧ୍ୟ ରହିଛି।ତାହାରି ଭିତରେ ଗାଁ ଫେରିବାକୁ ମଣିଷ କରୁଛି ସଂଘର୍ଷ । ଗାଁକୁ ଫେରିବେ ତ ସତ, ହେଲେ ଏବେ ଗାଁ ପାଇଁ ଥିବା ମମତା ଦେଖେଇବାର ସମୟ ଆସିଛି। କାରଣ ଭଲ ପାଇବା ରେ ଥାଏ ତ୍ୟାଗ । ସେହି ତ୍ୟାଗ ଏବେ ପ୍ରତେକ ଗାଁ ଫେରନ୍ତା ପାଇଁ ଆବଶ୍ୟକ । ନିଜ ଗାଁ ଏବଂ ପରିବାରକୁ କରୋନା ସଂକ୍ରମଣରୁ ମୁକ୍ତ କରିବା ପାଇଁ ସରକାରୀ ନିୟମକୁ ମାନିବାକୁ ପଡିବ। ନିଜ ନାଁ କୁ ପ୍ରଥମେ ପଞ୍ଜିକରଣ କରିବା ସହ ୧୪ ଦିନ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିବ। ଆଉ ଏହି ନିୟମ ମାନିଲେ ଗାଁ ପ୍ରତି ଭଲ ପାଇବା ଏ ସମୟରେ ପ୍ରତିପାଦିତ ହେବ । କାରଣ ଯେଉଁ ଗାଁ ଦାଣ୍ଡରେ ଖେଳି ବୁଲି ଆଜି ଆଗକୁ ଯାଇଛେ ସେ ଗାଁର ସୁରକ୍ଷା ପାଇଁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ତାହା ହିଁ ହେବ ଗାଁ ପ୍ରତି ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ।କଥାରେ ଅଛି ଗାଁର ଋଣ ସୁଝୁବା ସଭିଙ୍କୁ ଭାଗ୍ୟରେ ନ ଥାଏ।ଏହି କରୋନା ସମୟରେ ଗାଁ ଭୁତାଣୁ ମୁକ୍ତ କରିବା ପାଇଁ କଷ୍ଟ ସହିବାକୁ ପଡିବ।ହେଲେ ପରବର୍ତ୍ତୀ ସମୟରେ ଏହା ଗାଁ ପ୍ରତି ହେବ ଶ୍ରେଷ୍ଠ ଉପହାର ।
ମୁଖ୍ୟ ସମ୍ପାଦକ Big News Odisha….

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles