ରଥଯାତ୍ରା ପ୍ରସ୍ତୁତି :ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତି ପ୍ରଶାସନ ଏକାଠି …

- Advertisement -

ପୁରୀ: ରଥ ତିଆରିକୁ ନେଇ ଲାଗିରହିଥିବା ଦ୍ୱନ୍ଦ ଏବେ ଦୂର ହେବାରେ ଲାଗିଛି। ଆଜି ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅନୁଷ୍ଠିତ ହୋଇଛି ।ରଥ ତିଆରିର ଏକ ପ୍ରାରମ୍ଭିକ ପର୍ଯ୍ୟାୟ ହେଉଛି ଚକ ଡେରା ନୀତି।ଯାହାକି ଆଜି ଶେଷ ହୋଇଛି ।ଏଥର କରୋନା ପାଇଁ ବିଳମ୍ବରେ ରଥ ନିର୍ମାଣ ଅାରମ୍ଭ ହୋଇଥିଲା ।ଏପରିକି ନୃସିଂହ ଚୁତୁଦ୍ର୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲା ।ହେଲେ ଆଜି ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ରଥଯାତ୍ରାକୁ ନେଇ ଆଉ ଏକ ଭଲ ଖବର ମଧ୍ୟ ଆଜି ଆସିଛି।କରୋନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଗାଇଡ଼ ଲାଇନ ଅନୁସାରେ କାମ ହେବ। ଆଜି ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଅାୟୋଜିତ ବୈଠକରେ ବିସ୍ତୁତ ଅାଲୋଚନା ହୋଇଛି ।
ଆଜି ସକାଳ ଧୂପ ପରେ ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଅାଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତମାନେ ଉତ୍ସାହିତ ହୋଇପଡ଼ିଥିଲେ । ଅାଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଅାରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ ।ସମସ୍ତେ ଥିଲେ ବେଶ୍‌ ଉତ୍ସାହିତ ।
ସେପଟେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ପାଇଁ ଦଇତାପତି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦଇତାପତି ନିଯୋଗ ବିସ୍ତୁତ ରିପୋର୍ଟ ଦେବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles