ଆତ୍ମ ନିର୍ଭରଶୀଳ ପ୍ୟାକେଜରେ କାହାକୁ ମିଳିଲା କେତେ ଅର୍ଥ ।ଆସନ୍ତୁ ଜାଣିବା

- Advertisement -

ନୂଆଦିଲ୍ଲୀ :ଗତ ୧୨ତାରିଖ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ।ଯାହାକି ଦେଶର ମୋଟ ଜିଡିପିର ପ୍ରାୟ ୧୦ ପ୍ରତିଶତ । ଏହି ପ୍ୟାକେଜ ମୁଖ୍ୟତଃ ଚାଷୀ ଓ କ୍ଷୁଦ୍ର ଉଦ୍ୟଗିମାନଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ସହାୟକ ହେବ ବୋଲି କହିଥିଲେ ।ଏ ବାବଦରେ ଅଲ ଦ୍ୱିତୀୟ ଦିନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନୁରାଗ ଠାକୁର ସବିଶେଷ ତଥ୍ୟ ପ୍ରେସମିଟ ମାଧ୍ୟମରେ ଦେଇଛନ୍ତି ।
●୪ ଲକ୍ଷ କୋଟିର ଶସ୍ତା ଲୋନ୍ ଦେଇଛନ୍ତି ଚାଷୀଙ୍କୁ , ୨୫ ଲକ୍ଷ ନୂଆ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦିଆଯାଇଛି ।
●୩ କୋଟି ଚାଷୀଙ୍କୁ ଶସ୍ତାରେ ଲୋନ୍ ର ସୁବିଧା ।
● ୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟି ଋଣ ଦିଆଯିବ।
●୬୩ ଲକ୍ଷ ଚାଷୀଙ୍କୁ ପ୍ରାୟ ୮୬,୬୦୦ କୋଟି ଋଣ ଦିଆଯାଇଛି।
●ମାର୍ଚ୍ଚ ଓ ଏପ୍ରିଲ୍ ରେ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି।
●୧୨ ହଜାର ସ୍ବୟଂ ସହାୟକ ଗୋଷ୍ଠୀ
୩ କୋଟି ମାସ୍କ ପ୍ରସ୍ତୁତ କରିଛନ୍ତି।
● ଫସଲ କ୍ରୟ ପାଇଁ ରାଜ୍ୟଙ୍କୁ ୬୭୦୦ କୋଟି ଦିଆଯାଇଛି।
● ସହରାଂଚଳ ଗରିବ ମାନଙ୍କୁ ୧୧୦୦୦ କୋଟିର ସହାୟତା।
● କୃଷିଋଣ ପରିଶୋଧ ଅବଧିକୁ ମେ ୩୧ କୁ ବୃଦ୍ଧି କରାଯାଇଛି , ପ୍ରବାସୀ ଶ୍ରମିକ ଓ ସହରାଂଚଳ ଗରିବଙ୍କ ପାଇଁ SDRF ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।
● ଶ୍ରମିକଙ୍କ ଉପରେ ସ୍ବତନ୍ତ୍ର ନଜର , ରୋଜଗାର ହରାଇଥିବା ସମସ୍ତ ଶ୍ରମିକଙ୍କୁ କାମ ଯୋଗାଇବେ ସରକାର , ମନରେଗା ଦ୍ବାରା କାମ ଯୋଗାଇଦିଆଯିବ , ପ୍ରତିବର୍ଷ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିହାତି କରାଯିବ ।
● ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ଙ୍କୁ ମିଳିବ ଦୁଇମାସର ମାଗଣା ଖାଦ୍ୟଶସ୍ୟ , ଖର୍ଚ୍ଚ ହେବ ୩୫୦୦ କୋଟି ।
● ଭାରତର ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମିଳିବ ଆଗାମୀ ଦୁଇମାସର ମାଗଣା ଖାଦ୍ୟଶସ୍ୟ।
● ରାସନକାର୍ଡ ନ ଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଖାଦ୍ୟଶସ୍ୟ ।
● “ଓ୍ବାନ୍ ନେସନ୍ ଓ୍ବାନ୍ ରାସନ୍ କାର୍ଡ ” ଘୋଷଣା , ଏହି କାର୍ଡ ସବୁ ରାଜ୍ୟରେ ମାନ୍ୟ ହେବ।
● ରାସନ କାର୍ଡ ଥାଉ କି ନ ଥାଉ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ଦୁଇମାସ ଯାଏଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ/ଗହମ ଓ ପରିବାର ପିଛା ମାସିକ ୧ କେଜି ଡାଲି ମାଗଣାରେ ଦିଆଯିବ।
●ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ “ଘରଭଡା ଯୋଜନା ” , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଦରରେ ଶ୍ରମିକଙ୍କୁ ଭଡାଘର ଯୋଗାଣ ବ୍ୟବସ୍ଥ‍ା କରାଯାଇଛି ।
● ଦେଶର ପ୍ରାୟ ୫୦ ଲକ୍ଷ ଉଠାଦୋକାନୀଙ୍କ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ ଋଣ ଏହାସହ ଖର୍ଚ୍ଚ ହେବ ୫୦୦୦ କୋଟି ଟଙ୍କା।
● ନାବାର୍ଡ ଜରିଆରେ ଚାଷୀଙ୍କ ପାଇଁ
୩୦ ହଜାର କୋଟିର ଫଣ୍ଡ , ରବି ଫସଲ ପାଇଁ ୩ କୋଟି ଚାଷୀଙ୍କୁ ମିଳିବ ସୁବିଧା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles