ଭଗବାନ ପାଖକୁ ଚାଲିଗଲେ ଭବାନୀ ପଟ୍ଟନାୟକ.

- Advertisement -

ଭୁବନେଶ୍ବର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ,ସମାଜ ସେବକ ଭବାନୀ ପଟ୍ଟନାୟକ ଆଉ ନାହାନ୍ତି।୯୯ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଯାଇଛି ।ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ସାରା ଓଡ଼ିଶାରେ ଗାନ୍ଧୀବାଦୀ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ ।କାରଣ ସେଥିଲେ ଜଣେ ସଚ୍ଚା ଗାନ୍ଧିବାଦୀ ନେତା । ଜୀବନର ଶେଷ ପର୍ଯ୍ୟନ୍ତ ସେ ଗାନ୍ଧୀଙ୍କ ନିତି ଆଦର୍ଶକୁ ପାଥେୟ କରି ବଞ୍ଚିଥିଲେ ।ଏହାସହ କେବେ ସେ ହାର ମାନି ନଥିଲେ ବା ବୟସ ତାଙ୍କୁ କେବେ ହରେଇ ପାରି ନଥିଲେ ।ଏବଂ ଆଜି ୯୯ ବର୍ଷ ବୟସରେ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଚିରନିଦ୍ରାରେ ଶୋଇପଡିଛନ୍ତି ।ଆଉ ଆମକୁ ପର କରି ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି ।କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ବିଜେଡି ସଂଗଠକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ ,ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ,ପୂର୍ବତନ ବିଧାୟକ ଅତୁନୁ ସବ୍ୟସାଚୀ ନାୟକ,ପିସିସି ସଭାପତିନିରଞ୍ଜନ ପଟ୍ଟନାୟକ,ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଭବାନୀ ପଟ୍ଟନାୟକ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ ,ସେ ଥିଲେ ସାଧାରଣ ଲୋକଙ୍କ ଦୁଃଖ ସୁଖର ସାଥି।ଯେଉଁଥିପାଇଁ କି ସେ ଲୋକ ମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।ଜୀବନର ଶେଷ ପର୍ଯ୍ୟନ୍ତ ସେ ଖଣ୍ଡେ ବାଡ଼ି ଧରି ସେ ନିଜର ସଂଘର୍ଷ ଜାରି ରଖିଥିଲେ । ଏଭଳି ଏକ ଜନ ନାୟକ ତଥା ଦେଶ ସେବକକୁ ହରାଇ ଆଜି ସାରା ରାଜ୍ୟ କାନ୍ଦୁଛି ।ଏହାସହ ରାଜ୍ୟ ତଥା ଦେଶରେ ଏକ ଯୁଗର ଅବସାନ ଘଟିଛି କହିଲେ ଭୁଲ ହେବନି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles