୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡର ରୂପନେବ ଲଘୁଚାପ…

- Advertisement -

ଭୁବନେଶ୍ୱର :ଗତ କାଲି ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା *ଲଘୁଚାପ ବଳୟ* ବର୍ତମାନ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଂଚଳରେ ଆଜି ସକାଳେ (୧୪ ମଇ ୨୦୨୦) *ଘନୀଭୂତ ଲଘୁଚାପ ବଳୟ* ର ରୂପ ନେଇସାରିଛି |

ଏହି *ଘନୀଭୂତ-ଲଘୁଚାପ-ବଳୟ* ଆହୁରି ଘନୀଭୂତ ହୋଇ ଆସନ୍ତା କାଲି (୧୫ ମଇ ତାରିଖ) ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ *ଅବପାତ* ର ରୂପ ନେବାର ସମ୍ଭାବନା ରହିଛି ଏବଂ ପରବର୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ *ମଇ ମାସ ୧୬ ତାରିଖ ସନ୍ଧ୍ୟା* ବେଳକୁ ସେହି ଅଂଚଳରେ *ସାମୁଦ୍ରିକ ଝଡ* ର ରୂପ ନେବାର ସମ୍ଭାବନା ରହିଛି | ଏହି ସାମୁଦ୍ରିକ ଝଡ଼ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା *ନିଜର ଦିଗ ପରିବର୍ତନ* କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮-୧୯ ତାରିଖ ଯାଏ ଗତି କରିବାର ସମ୍ଭାବନା ରହିଛି* |

*ଏହି ସାମୁଦ୍ରିକ ଝଡ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଏବଂ ନିକୋବର ଦୀପ ଅଂଚଳକୁ ପ୍ରବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି* |

ଏହି ଲଘୁଚାପ-ଜନିତ ସୃଷ୍ଟି ହେବାକୁ ଥିବା ଝଡ ପ୍ରଭାବରେ ଅନୁଭୂତ ହେବାକୁ ଥିବା ପାଣିପାଗ:

ଓଡ଼ିଶାର ଉପକୂଳବର୍ତି ଜିଲ୍ଲା ଗୁଡିକରେ ୧୮ ତାରିଖ ବେଳକୁ ଅନେକ ସ୍ଥାନରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ସହିତ, ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର, ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟେ ରୁ ଦୁଇଟି ସ୍ଥାନରେ *ହେବି ରେନଫଲ* ହେବାର ସମ୍ଭାବନା ରହିଛି | ତା ଛଡା ୧୯ ତାରିଖ ବେଳକୁ ବହୁତ ସ୍ଥାନରେ *ହେବି ରୁ ଭେରୀ ହେବି ରେନଫଲ* ହେବାର ସମ୍ଭାବନା ରହିଛି |

ପବନ ପାଇଁ ସତର୍କ ସୂଚନା

ଦକ୍ଷିଣ-ଓଡିଶା ଉପକୂଳ ଅଂଚଳରେ ୧୮ ତାରିଖ ବେଳକୁ ଘୂର୍ଣ୍ଣି-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସହ ଗୁଷ୍ଟିଙ୍ଗ୍ ୬୦ କିମି ଯାଇଁ ଏବଂ ୧୯ ତାରିଖ ବେଳକୁ ଓଡିଶା ଉପକୂଳ ଏବଂ ତାର ପାଖାପାଖି ଅଂଚଳ ରେ “*ଗେଲୱିଣ୍ଡ*”ଘଣ୍ଟା ପ୍ରତି ୬୦ ରୁ ୭୦ କିମି ଯାଇଁ ରହିବାର ସମ୍ଭାବନା ଅଛି|

*ମତ୍ସ୍ୟଜୀବୀ ମାନଙ୍କ ପାଇଁ ସତର୍କ ସୂଚନା*:-
==========================

*ଗଭୀର ସମୁଦ୍ର ପାଇଁ ସୂଚନା*:-
ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳ ରେ ୧୫ ତାରିଖ ବେଳକୁ *ଘୂର୍ଣ୍ଣି-ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ସହ ଗୁଷ୍ଟିଙ୍ଗ୍ ୬୫ କିମି ଯାଇଁ ଏବଂ ୧୬ ତାରିଖ ବେଳକୁ ଘଣ୍ଟା ପ୍ରତି ୫୫ ରୁ ୬୫ ଗୁଷ୍ଟିଙ୍ଗ୍ ୭୫ କିମି ଯାଇଁ ଦକ୍ଷିଣ ଏବଂ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ରହିବାର ସମ୍ଭାବନା ରହିଛି | ୧୭ ତାରିଖ ବେଳକୁ “*ଗେଲୱିଣ୍ଡ*”ଘଣ୍ଟା ପ୍ରତି ୭୦ ରୁ ୮୦ କିମି ସହ ଗୁଷ୍ଟିଙ୍ଗ୍ ୯୦ କିମି ଯାଇଁ, ପୂର୍ବ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ରହିବାର ସମ୍ଭାବନା ଅଛି | ୧୮ ତାରିଖ ରେ *ଗେଲୱିଣ୍ଡ*”ଘଣ୍ଟା ପ୍ରତି ୭୦ ରୁ ୮୦ କିମି ସହ ଗୁଷ୍ଟିଙ୍ଗ୍ ୯୦ କିମି ଯାଇଁ, ପଶ୍ଚିମ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ରହିବାର ସମ୍ଭାବନା ରହିଛି | *ତେଣୁ ୧୫ ତାରିଖ ଠାରୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି ଏବଂ ତା ସହିତ ଯେଉଁମାନେ ଗଭୀର ସମୁଦ୍ର ଭିତରକୁ ଯାଇଛନ୍ତି ଯଥାଶୀଘ୍ର ଫେରିଆସିବାକୁ ସତର୍କ କରାଯାଉଛି* |

ମତ୍ସ୍ୟଜୀବୀମାନଙ୍କୁ ଓଡିଶା ଉପକୂଳ ଏବଂ ତାର ପାଖାପାଖି ଅଂଚଳ, ତା ସହିତ ଉତ୍ତର-ବଙ୍ଗୋପସାଗର ଅଂଚଳକୁ ୧୮ ତାରିଖ ଠୁ ମାଛମାରିବା ପାଇଁ ବାରଣ କରାଯାଇଛି | ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ୧୭ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି |

*ଏହି ଘନୀଭୂତ-ଲଘୁଚାପ-ବଳୟ କୁ ଭାରତୀୟ ପାଣିପାଗ ଵିଭାଗ ନିରନ୍ତର ତଦାରଖ ସହ ନିଜ ଅନୁଧ୍ୟାନ ରେ ରଖିଛି*

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles