ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି: ତିନି ରଥର ଦୁଇ ଚକରେ ଅଖ ସଂଯୋଗ

- Advertisement -

ଭୁବନେଶ୍ୱର:ଲକ୍ ଡାଉନ ପାଇଁ ରଥ ତିଆରି କାମ ଏହି ବର୍ଷ ୧୨ ଦିନ ଡେରିରେ ଆରମ୍ଭ ହୋଇଥିଲା। ହେଲେ ମହାପ୍ରଭୁଙ୍କ ଆଶୀର୍ବାଦ ଆଉ କାରିଗରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ସବୁ କାମ ଏବେ ଠିକ୍ ଆଗେଇ ଚାଲିଛି । ଆଜି ହେଉଛି ମହାପ୍ରଭୁଙ୍କ ଭଉଁରି ତିଥି।ଆଜି ଶ୍ରୀକ୍ଷେତ୍ର ରେ ସମ୍ପର୍ଣ ହୋଇଛି ରଥର ଚକ ଅଖ ଡେରା ନୀତି। ପ୍ରଥମେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ପୂଜା ପଣ୍ଡା ସେବକମାନେ ଆଣିଥିଲେ। ଏହାପରେ ରଥ ଖଳାକୁ ଆଣି ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା | ଆଜିର ଏହି ନୀତି ରଥ ତିଆରିର ପ୍ରାରମ୍ଭିକ ନୀତି। ଏହାସହ ଆଜି ହେଉଛି ଚନ୍ଦନ ଯାତ୍ରାର ଶେଷ ଦିନ। ଶେଷ ଥର ପାଇଁ ଆଜି ସନ୍ଧ୍ୟାରେ ପ୍ରଭୁ ବାହାରେ ଚାପ ଖେଳିବେ।ଆଉ ପ୍ରକୃତିର ଉଷ୍ମତାରୁ ଲାଘବ ପାଇବେ। ଯାହାକୁ କି ଭଉଁରି ପର୍ବ କୁହାଯାଏ । ଆଜି ପ୍ରଥମେ ସକାଳୁ ଶ୍ରୀଜୀଉଙ୍କ ସକାଳ ଧୂପ ସାରିଥିଲା । ପରେ ଶ୍ରୀମନ୍ଦିର ରୁ ପୂଜାପଣ୍ଡା ସାମନ୍ତ ମାନେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ରଥଖଳାକୁ ବିଜେ କରିଥିଲେ | ପରେ ଭୋଇ ସେବକ ମାନେ ତିନି ରଥର ଦୁଇ ଦୁଇ ଟି ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରିଥିବା ବେଳେ ପୂଜାପଣ୍ଡା ସେବକ ଆଜ୍ଞା ମାଳ ମହାରଣା ମାନଙ୍କୁ ଦେଇ ଵିଧି ସମ୍ପର୍ଣ କରିଥିଲେ |

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles