ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ଅମ୍ପାନ…

- Advertisement -

ଭୁବନେଶ୍ୱର: ବାତ୍ୟା । ପ୍ରତ୍ୟେକ ବର୍ଷ ଓଡ଼ିଶା ସାମ୍ନା କରୁଛି। କେବେ ଫନି ତ କେତେବେଳେ ବୁଲବୁଲ ରୂପରେ। ଆଉ ଏବେ ଅମ୍ପାନ ଭାବରେ । ଅମ୍ପାନ ହେଉଛି ୧୯୯୯ ମସିହା ମହାବାତ୍ୟା ପରେ ଦ୍ୱିତୀୟ ଥର ପାଇଁ ବଙ୍ଗପ ସାଗରରେ ସୃଷ୍ଟ ଘୁର୍ଣ୍ଣି ଝଡ଼। ଯାହା କି ଏବେ ଅତି ଭୟଙ୍କର ରୁପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ଅମ୍ଫାନର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ। ପାଣିପାଗ ବିଭଗର ଆକଳନ ଅନୁସାରେ ଏହା ଆଜି ଅପରାହ୍ନ ସୁଦ୍ଧା ଏହା ପଶ୍ଚିମବଙ୍ଗ ସ୍ଥିତ ସୁନ୍ଦରବନକୁ ଛୁଇଁବ ।
ଏହା ବର୍ତ୍ତମାନ ପାରାଦୀପ ଠାରୁ ୧୨୫ କ.ମି ଦୂରରେ ରହିଛି । ଏହାସହ ଯେତେବେଳେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ବଢିବ ମଧ୍ୟ ବଢିବ। ଗତ କାଲି ରାତି ଠାରୁ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଆରମ୍ଭ ହୋଇ ସାରିଲେଣି । ବର୍ତ୍ତମାନ ପାରାଦ୍ୱୀପରେ ଘଣ୍ଟା ପ୍ରତି ପବନର ବେଗ ରହିଛି ୧୦୨ କିମି ରହିଛି।ସେହିପରି ଚାନ୍ଦବାଲିରେ ୭୪ କିମି ଭୁବନେଶ୍ୱରରେ ୫୬ କିମି ରହିଛି। ପବନ ପାଇଁ ବିଭିନ୍ନ ଜାଗାରେ ଗଛ ମଧ୍ୟ ଭାଙ୍ଗି ପଡିଛି।ଏହାସହ ଢ଼ିଙ୍କିଆରେ କିଛି ପାନ ବରଜ ଭାଙ୍ଗିଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ଭିତରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ବର ତଲସରିରେ ଅପରାହ୍ନ ୪ ଟା ରୁ ୫ଟା ଭିତରେ ଓଡିଶା ଉପକୂଳ ଅତିକ୍ରମ କରିବ ବାତ୍ୟା ଅମ୍ପାନ ଏର୍ସମା, ପାରାଦ୍ୱୀପ, ମହାକାଳପଡ଼ା, ଚାନ୍ଦବାଲି, ଭୋଗରାଇ, ବାଲିଆପାଳ, ଭଦ୍ରକ ତିହିଡିରେ ବାତ୍ୟାର ଅଧିକ ପ୍ରଭାବ ପଡିବ ପଡିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଏହି ମହାବାତ୍ୟାର ମୁକାବିଲା କରିବାକୁ ସରକାରଙ୍କ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୧୫ ଟିମ ଓଡ୍ରାଫ, ୧୬ ଟିମ୍‌ ଏନଡିଆରଏଫ ଏବଂ ଅଗ୍ନୀଶମ ବିଭାଗର ୧୧୭ଟି ଟିମ ମୁତୟନ ଅଛନ୍ତି।ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନନ୍ତର କରାଯାଇଛି। ଯାହାକି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles