ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା:ମୃତ୍ୟ ସଂଖ୍ୟା ୬କୁ ବୃଦ୍ଧି

- Advertisement -

ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା:ମୃତ୍ୟ ସଂଖ୍ୟା ୬କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ନୂଆ ୭୪ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୨ କ୍ୱାରେଣ୍ଟାଇନ ସେଣ୍ଟର ରେ ଥିଲାବେଳେ ୨ଜଣ ସ୍ଥାନୀୟ ଲୋକ।ଆଜି ପ୍ରଥମ ଥର ପାଇଁ ମାଲକାନଗିରିକୁ କରୋନା ଛୁଇଁଲା।ସେଠାରୁ ୨ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି।ଏହାସହ ଆଜି ବୌଦ୍ଧରୁ ସର୍ବାଧିକ ୨୮ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡିଛି।ପୁରୀରେ ୧୧, କଟକରେ ୯, ଖୋର୍ଦ୍ଧାରେ ୭, ଗଞ୍ଜାମରେ ୬, ଯାଜପୁରରେ ୬, କେନ୍ଦ୍ରାପଡ଼ାରେ ୨, ବାଲେଶ୍ୱରରେ ୧, ଢେଙ୍କାନାଳରେ ୧ ଓ କନ୍ଧମାଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୬ରେ ପହଞ୍ଚିଛି।ମୃତକ ଜଣଙ୍କ ଖୋର୍ଧା ଜିଲାର।ସେ ୭୫ ବୟସ୍କ ।ଏ ନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୪ରେ ପଂହଚିଛି ।ବର୍ତ୍ତମାନ ପ୍ରବାସୀ ଲୋକ ଆସିଲା ପରେ ରାଜ୍ୟରେ ବୃଦ୍ଧି ର ମାତ୍ରା ପାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles