୨୦୨୪ରେ ଓଡିଶା ରାଜନୀତି ….

() କଥାରେ ଅଛି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ । ଅନେକ ସମୟରେ ଆକଳନ ବି ଭୂଲ ହୋଇଯାଏ । ଦୁଇମାସ ମଧ୍ୟରେ ବିଗିଡ଼ିଯାଏ ପୁରା ରାଜନୀତିର ପାଣିପାଗ । ଭୋଟ ଦିନ ରାତିରେ ବି ଭୂଲ ହୋଇଯାଏ ଗଣିତ । ଆଉ ଏବେ ରାଜନୀତି ଗଣିତ ତ ପୁରା ଭିନ୍ନ । ଦେଶର ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ସେପରି ସମ୍ଭାବନା ଅତ୍ୟନ୍ତ ୨୦୨୪ରେ ଦେଖାଯାଉନାହିଁ । ଦେଶର କିଛି ରାଜ୍ୟରେ ମିଶାନ ଫେଡ଼ାଣ ଗଣିତ ୨୦୨୪ ହାଓ୍ବା ଜାରୀ ରହିଛି। ଯାହା ହୁଏତ ଦେଶର ରାଜନୈତିକ ସମୀକରଣ ବଦଳାଇପାରିବ କି ନାହିଁ ତାହାକୁ ନେଇ ଜାତୀୟସ୍ତରରେ ଜୋରଦାର ଚର୍ଚ୍ଚା । ହେଲେ ଓଡ଼ିଶା ରାଜନୀତି ପୁରା ସ୍ଥିର । ୨୨ ବର୍ଷ ଶାସନର ସଫଳତା ବିଜୁ ଜନତା ଦଳକୁ ହିମାଳୟ ପର୍ବତ ପରି ଛିଡ଼ା କରାଇଛି ଓଡ଼ିଶା ରାଜନୀତି । ଯାହାର ପାଖକୁ ପସି ପାରୁନାହାନ୍ତି ଦୁଇ ବିରୋଧି ବିଜେପି ଓ କଂଗ୍ରେସ । ନିକଟରେ ସଦ୍ୟତମ ଶେଷ ହୋଇଥିବା ପଂଚାୟତ,ପୌର ଓ ବ୍ରଜରାଜନଗର ନିର୍ବାଚନ ଫଳାଫଳ ଓଡ଼ିଶାବାସୀଙ୍କ ମତରେ ତାହା ପ୍ରତିଫଳିତ ହୋଇଛି । ନବୀନଙ୍କ ଲୋକପ୍ରିୟତା ଆଗରେ ସବୁକିଛି ତୁଚ୍ଛ ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ରାଜ୍ୟର ଭୋଟର। ଏହାରି ଉପରେ ଆମର ଆଲେଖ୍ୟ ୨୨ରେ ୨୪ ଗଣିତ ।

 ବିଜେଡି – ପଂଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ବଡ଼ ସଫଳତା ମିଳିବା ପରେ ଏହାକୁ ଗୁରୁ ଦାୟିତ୍ବ ଭାବେ ଗ୍ରହଣ କରିଛନ୍ତି ବିଜେଡିର ନେତା ଓ କର୍ମୀ । କାରଣ ଓଡ଼ିଶାକୁ ନିଜର ପରିବାର ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସେବା କରିବା ବିଜେଡ଼ି କର୍ମୀ ଓ ନେତା ଅଧିକ ସମୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜୁ ଜନତା ଦଳ ଗଠନ କରିବା ପ୍ରମାଣିତ କରିଛି ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ବିଜୁ ଜନତା ଦଳ ପ୍ରତି ଭରଷା ଅତୁଟ ରହିଛି। ପୌର ପରିଷଦ ଗଠନ କରିବାରେ ବିଜେଡ଼ିକୁ ଶତ ପ୍ରତିଶତ ସଫଳତା ମିଳିନଥିଲେ ମଧ୍ୟ ୮୦ ପ୍ରତିଶତରୁ ଅଧିକ ସଫଳତା ମିଳିଛି । ଆଉ ଏହାକୁ ନେଇ ବିଜେଡି ସଂଗଠନ ତୃଣମୂଳ ସ୍ତରରେ ପାହାଡ଼ ପରି ଛିଡ଼ା ହୋଇଛି । ବିଜେଡ଼ିର ଏହି ବଡ଼ ସଫଳତାର କାରଣ କଣ ରହିଛି ।

ସବୁ ରାଜନୈତିକ ଦଳ ଓଡ଼ିଶା ଦଖଲ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସଶକ୍ତ ଓଡ଼ିଶା ଗଠନ କରିବା ପ୍ରୟାସରେ ଲାଗିପଡ଼ିଛନ୍ତି । ସବୁ କ୍ଷେତ୍ରରେ ଓଡିଶା କିପରି ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହେବ ସେ ପ୍ରୟାସ ଜାରୀ ରହିଛନ୍ତି ନବୀନ । ଶିଳ୍ପ, ପର୍ଯ୍ୟଟନ,ସ୍ବାସ୍ଥ୍ୟ, ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ଏବେ ପ୍ରଗତି ପଥରେ ଆଗଉଛି ଓଡ଼ିଶା । ଆଗକୁ ଏହି ଧାରା ଜାରୀ ରଖିବା ପାଇଁ ନବୀନ ଟିମ୍ ଲାଗିପଡ଼ିଛନ୍ତି । ଏହାସହ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରି ପ୍ରତ୍ୟେକ ଓଡ଼ିଆକୁ ଏଥିରେ ସାମିଲ କରିବାକୁ ଦଳ ପ୍ରୟାସ କରିଛି । ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡକୁ ଯାଇ ଏସବୁକୁ ବାସ୍ତବ ରୂପ ଦେଉଛନ୍ତି । ତେବେ ୨୦୨୪ ବିଜେଡି ୨୨ ବର୍ଷ ଶାସନର ରେକର୍ଡ଼ କାଢିବ ବୋଲି ଦଳୀୟ ନେତାଏ କହୁଛନ୍ତି । ଦଳ ପାଇଁ ମୁଣ୍ଡବ୍ୟଥାରା

କାରଣ ହୋଇପାରେ ନିର୍ବାଚନରେ ଟିକଟ ବଣ୍ଟନ । ଅବଶ୍ୟ ଏକଥା ସତ ଯେ ନିର୍ବାଚନ ପରିଚାଳନାରେ ବିଜେଡ଼ି ଅନ୍ୟ ଦଳ ଅପେକ୍ଷା ବେଶ ଆଗରେ । ଏହାସହ କ୍ରାଇସିସ ମ୍ୟାନଜେମଣ୍ଟ କରିବାରେ ବି ଧୁରନ୍ଧର । ତେବେ ଦଳରେ କିଛି କିଛି ଅସନ୍ତୋଷକୁ କିପରି ଦଳ ନିର୍ବାଚନ ସମୟରେ ସାମ୍ନା କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସଂଗଠନ ମଜବୁତ ଥିଲେ ୨୦୨୪ରେ ବଡ଼ ବିଜୟ ଟାର୍ଗେଟକୁ ସଫଳ କରିବା ପାଇଁ ଏବେଠାରୁ କମର କଷିଛି ବିଜେଡ଼ି ।

ବିଜେପି : ୧୩ ବର୍ଷ ଧରି କ୍ଷମତାରୁ ବାହାରା ଥିବା ବିଜେପି ପୁଣିଥରେ ୨୦୨୪ରେ କ୍ଷମତା ଦଖଲ କରିବା ପାଇଁ ପ୍ରୟାସ କରିଛି । ୨୦୧୯ରେ ମିଶନ ୧୨୦ ଫେଲ ମାରିବା ପରେ ପୁଣିଥରେ ରାଜ୍ୟ ବିଜେପି ନେତାଏ ମିଶନ ୧୨୦ର ପୁରୁଣା ନାରା ନେଇ ଆଗକୁ ବଢିବାକୁ ଚାହୁଛନ୍ତି । ଖାସ ସେଥିଲାଗି ୨୨ରୁ ୨୪ ପାଇଁ ବିଜେପି ସଜବାଜ ଆରମ୍ଭ କରିଛି । ପଂଚାୟତ, ପୌର ନିର୍ବାଚନରେ ରାଜ୍ୟ ବିଜେପି ଚିଟପଟାଙ୍ଗ ମାରିବା ସହ ବ୍ରଜରାଜନଗର ଉପ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଚାଲିଆସିଛି । ଏହି ସଦସ୍ୟତମ ଶେଷ ହୋଇଥିବା ୩ଟି ନିର୍ବାଚନରେ ଓଡ଼ିଶାବାସୀଙ୍କ ମୁଡ଼କୁ ଦେଖିଲେ ବିଜେପି କିପରି କ୍ଷମତା ଦଖଲ କରିବ ତାହା ଦିବାସ୍ବପ୍ନ ପରି ଲାଗୁଛି । କେନ୍ଦ୍ର ଓ ରାଜ୍ୟ ବିଜେପିର ଆଭିମୁଖ୍ୟ ଦ୍ବନ୍ଦରେ ପଡ଼ିଥିବା ବେଳେ ରାଜ୍ୟର ଦଳର ସଂଗଠନକୁ ନେଇ କେନ୍ଦ୍ରୀୟ ନେତା ନାଖୁସ । ୨୦୧୯ରେ ମିଶନ ୧୨୦ ଫେଲ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ନେତୃତ୍ୱକୁ ଟିଉସନ କରିଛନ୍ତି । ଏହାଛଡ଼ା ବିଜେଡ଼ି ନବୀନଙ୍କ ପରି ଏକକ ନେତୃତ୍ବ ରାଜ୍ୟ ବିଜେପି ପାଖରେ ନାହିଁ । କ୍ଷମତା ଦଖଲ କରିବେ କଣ ଦଳରେ ଏବେ ଦଳ ଭିତରେ କ୍ଷମତା ଲଢେଇ ଜୋରଦାର ହୋଇଛି । ପ୍ରଭାରୀ ବଦଳିବା , ନୂଆ ବିରୋଧ ନେତା ମିଳିବା ପରେ ଉପରେ ଉପରେ ନେତାଏ ଉତ୍ସାହିତ ହୋଇଛନ୍ତି ସତ । କିନ୍ତୁ ତୃଣମୂଳ ସ୍ତରରେ ସଂଗଠନ ଯେତିକି ମଜବୁତ ହେବା କଥା ତାହା ହୋଇପାରିନଥିବାରୁ ନେତାଙ୍କ ଭିତରେ କ୍ଷମତା ଦଖଲ କରିବା ସ୍ବପ୍ନ ଦିନକୁ ଦିନ ମଉଳି ଯାଉଛି ।

କଂଗ୍ରେସ – କଂଗ୍ରେସ ୨୦୨୪ ପାଇଁ ନୂଆ ମଙ୍ଗୁଆଳ ନେଇ ମଇଦାନକୁ ଓହ୍ଲାଇଛି ସତ । ହେଲେ ଭୀମ ବଳ କୁନ୍ତିଙ୍କୁ ଜଣାପରି ରାଜ୍ୟବାସୀ କଂଗ୍ରେସ ନେତାଙ୍କ ରାଜନୈତିକ କାର୍ଯ୍ୟକାଳ ଦେଖି ବେଶ ପରଖି ଦେଲେଣି। ୨୦୨୪ ଭବିଷ୍ୟତ କଣ ହେବ । ନିର୍ବାଚନ ପାଇଁ ଦଳ ବିଜେଡ଼ି ଓ ବିଜେପି ସହ ଲଢିବ କଣ , ପ୍ରତ୍ୟେକ ଦିନ ନିଜ ଭିତରେ ଲଢୁଛି । ୨୨ ବର୍ଷ ଧରି କ୍ଷମତା ବାହାରେ ଥିଲେ ମଧ୍ୟ ଦଳରେ ଏଯାଏ ଗୋଷ୍ଠୀ ବିବାଦ ଓ ଦଳୀୟ ଚୌକି ଲଢେଇ ଜାରୀ ରହିଛି । ଯାହା ଫଳରେ କଂଗ୍ରେସ ତାର ଘର ସଜାଡ଼ି ପାରୁନାହିଁ । ଦିନକୁ ଦିନ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏ କଂଗ୍ରେସ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ନେତାଙ୍କ ମଧ୍ୟରେ କଳି ମଧ୍ୟ ବଢିବାରେ ଲାଗିଛି । ଯାହା ପିସିସି ଓ ବିଧାୟକ ମହମ୍ମଦ ମୋକିମଙ୍କ ଲଢେଇ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ପଂଚାୟତ, ପୌରରେ ଦଳ ପୁରା ରସାତଳକୁ ଯିବା ସହ ବ୍ରଜରାଜନଗରେ ଉପ ନିର୍ବାଚନରେ ଦ୍ପିତୀୟ ସ୍ଥାନକୁ ଆସିଛି । କଂଗ୍ରେସ ପାଇଁ ୨୦୨୪ରେ ଘର ସଜାଡ଼ିବା ସବୁଠାରୁ କଷ୍ଟକର ବ୍ୟାପରା ହେବ । ଏବେଠାରୁ ନେତାଏ ଦଳ ଛାଡ଼ୁଥିବା ବେଳେ ନିର୍ବାଚନ ସମୟରେ ଏହି ପ୍ରକ୍ରୀୟା ଦଳୀୟ ନେତାଙ୍କ ମଧ୍ୟରେ ଅଧିକ ହେବ ବୋଲି ଜଣାପଡ଼ୁଛି । ତାହାରି ଭିତରେ ଦଳ ୨୪ରେ କିପରି ନିଜର ସ୍ଥିତି ବଜାୟ ରଖିବ ତାହା ଦେଖିବାର କଥା । ଅବଶ୍ୟ ରାଜନୀତିରେ ସବୁ କିଛି ସମ୍ଭବ ।

ଆପ ଓ ଅନ୍ୟାନ୍ୟ ସଶକ୍ତି : ୨୦୨୪ ନିର୍ବାଚନରେ ଓଡ଼ିଶା ଆପ ଓ ଅନ୍ୟାନ୍ୟ ରାଜନୈତିକ ଦଳ ଟିକେ ସକ୍ରୀୟ ହେବାକୁ ପ୍ରାୟସ କରିଛନ୍ତି । ରାଜ୍ୟରେ ସେମାନଙ୍କ ସଂଗଠନ କିଛି ନିର୍ବାଚନୀ ମଣ୍ଡଳୀରେ ଥିଲେ ମଧ୍ୟ ବଡ଼ ଆଶା ନେଇ ଏହି ଦଳ ଗୁଡ଼ିକ ଚବିଷ ପାଇଁ ଅଙ୍କ କଶୁଛନ୍ତି । ଆଉ ଏହି ଦଳ ଗୁଡ଼ିକ ପାଇଁ କ୍ଷମତା ରାଜନୀତିରେ ହଜିଯାଇଥିବା କିଛି ନେତା ସାହାରା ସାଜିଛନ୍ତି । ଡ଼ିସେମ୍ବର ବେଳକୁ ଏହି ଶକ୍ତି ସକ୍ରୀୟ ହେବା ଲାଗି ବଳ ଗୋଟାଉଛନ୍ତି । ତେବେ ଯିଏ ସାଜିବ ମଙ୍ଗୁଆଳ ଓ ସେମାନଙ୍କ କାହିଁକି ରାଜ୍ୟବାସୀ ଗ୍ରହଣ କରିବେ ସେ ରାଜନୀତି ହିସାବ ହରଡ଼ଘଣାରେ ପଡ଼ିଛନ୍ତି ଏହି ନୂଆ ସମ୍ଭାବନା ସୃଷ୍ଟି କରୁଥିବା ଦଳ ଗୁଡ଼ିକ ।

କ୍ଷେତ୍ରସ୍ତରୀୟ ସମନ୍ୱୟ ମାଧ୍ୟମରେ ସୁରକ୍ଷା ଦୃଢ଼ିଭୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଆଲଶ…

() ବିଭିନ୍ନ ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସମନ୍ୱୟରଖି ତଟ୍ଟ ସୁରକ୍ଷାକୁ ଦୃଢ଼ିଭୁତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଚିଲିକାସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନ୍ଠାରେ ଅନୁଷ୍ଠିତ ତଟ୍ଟସୁରକ୍ଷା ନିମନ୍ତେ ଗଠିତ ଆପେକ୍ସ କମିଟି ବୈଠକରେ ଅଧ୍ୟକ୍ଷତାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶାର ପୂର୍ବତଟ୍ଟସୁରକ୍ଷା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ତଟ୍ଟସୁରକ୍ଷା ପୋଲିସ୍ ଷ୍ଟେସନ୍, କୋଷ୍ଟଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତ୍ତୁପକ୍ଷ, ମତ୍ସ ଓ ପଶୁସଂପଦ ବିଭାଗ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ପରସ୍ପର ମଧ୍ୟରେ ଇଣ୍ଟେଲିଜେନସ୍ର ନିୟମିତ ଆଦାନ ପ୍ରଦାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ଏହିସବୁ ସଂସ୍ଥା ଓ ବିଭାଗମାନଙ୍କ ମାଧ୍ୟମରେ ସୃଷ୍ଟି କରାଯାଇଥିବା ସୁରକ୍ଷା ଭିତ୍ତିଭୂମି, ସୂଚନା ସରବରାହ ବ୍ୟବସ୍ଥା, କମାଣ୍ଡ୍ ଏବଂ କଟ୍ରୋଲ୍ ବ୍ୟବସ୍ଥା, ସମୁଦ୍ର ମଧ୍ୟରେ ଦୃତ ଗତିକରି ପାରୁଥିବା ବୋଟ୍, ଜେଟ୍ଟି, ଆଦିକୁ ପରସ୍ପର ମଧ୍ୟରେ ମିଳିତଭାବେ ବ୍ୟବହାର କରିବାସହ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ତୃଟିମୁକ୍ତ କରିବା ପାଇଁ ଉଭୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ନୌବାହିନୀ ଭାଇସ୍ ଆଡ୍ମିରାଲ ଶ୍ରୀ ବିଶ୍ୱବିତ୍ ଦାସଗୁପ୍ତା ନିର୍ଦ୍ଦେଶ ଦେଇଥିଲେ ।

ଉପକୂଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ଚୋରାଚାଲାଣ, ବେଆଇନ୍ କାର୍ଯ୍ୟକଳାପ, ବେଆଇନ୍ ଅନୁପ୍ରବେଶ, ଆଦିର ନିରାକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ସଂସ୍ଥା ଓ ବିଭାଗମାନେ ମିଳିତଭାବେ କାର୍ଯ୍ୟ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ନିରୀକ୍ଷଣ, ଗୁପ୍ତତଥ୍ୟ ସଂଗ୍ରହ, ଅନୁଧ୍ୟାନ ଜଏଣ୍ଟ-ପେଟ୍ରୋଲିଂ ଓ ସମୟୋଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହିସବୁ ଅସାମାଜିକ ଓ ଦେଶ ବିରୋଧି କାର୍ଯ୍ୟକଳାପକୁ ପୂର୍ଣ୍ଣ ଲୋପ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ତଟ୍ଟ ଅଞ୍ଚଳ ସୁରକ୍ଷା ଦୃଢ଼ିଭୁତ କରିବା ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ୧୮ ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି । ଏହିସବୁ ଥାନା ପାଇଁ ୭୩୮ ପୋଲିସ୍ ଅଧିକାରୀ ଓ କର୍ମଚାରୀ ପଦବୀ ମଞ୍ଜୁର ହୋଇଛି । ସାମୁଦ୍ରିକ ଥାନାମାନଙ୍କ ପାଇଁ ୨୭୦ ଜଣ ହୋମ ଗାର୍ଡ, ୧୧୦ ଟେକ୍ନିକାଲ୍ ଅଧିକାରୀ, ୧୫ ଦୃତ ଇନ୍ସେଫ୍ଟର ବୋଟ୍, ଆଦିର ବ୍ୟବସ୍ଥା କରାଯାଇଛି । ସାମୁଦ୍ରିକ ଥାନା ପାଇଁ ମଧ୍ୟ ଆବଶ୍ୟକୀୟ ଗାଡି ପେଟ୍ରୋଲିଂ ନିମନ୍ତେ ଯୋଗାଇ ଦିଆଯାଇଛି । ଇତି ମଧ୍ୟରେ ସମୁଦ୍ରରେ ମାଛ ଧରୁଥିବା ଆମ ରାଜ୍ୟର ମତ୍ସ୍ୟଜିବୀମାନଙ୍କୁ ପରିଚୟପତ୍ର ଦିଆଯାଇଛି । ତଟ୍ଟ ଅଞ୍ଚଳ ଗ୍ରାମରେ ରହୁଥିବା ଲୋକମାନଙ୍କର ପରିଚୟ ପତ୍ର ଯାଞ୍ଚ୍ କରିବା ପାଇଁ ସାମୁଦ୍ରିକ ଥାନାମାନଙ୍କୁ ଏନ୍.ପି.ଆର୍. କାର ରିଡର ଯୋଗାଇ ଦିଆଯାଇଛି । ତଟ୍ଟସୁରକ୍ଷା ଭିତ୍ତିଭୂମି କାର୍ଯ୍ୟକ୍ରମ ୩ୟ ପର୍ଯ୍ୟାୟରେ ଅଧିକ ଥାନା ପ୍ରତିଷ୍ଠା, ଜେଟ୍ଟି ନିର୍ମାଣ, ଦୃତ ଇନ୍ସେପ୍ଟର ବୋଟ୍ ନିୟୋଜିତ ଆଦି ବିଷୟରେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତଟ୍ଟ ଅଂଚଳ ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ଏବଂ ମତ୍ସ୍ୟଜିବୀମାନଙ୍କ ମଧ୍ୟରେ ବେଆଇନ୍ ଅନୁପ୍ରବେଶ ଏବଂ ଚୋରାଚାଲାଣ ଆଦି ବିଷୟରେ ଲଗାତର ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ନୌବାହିନୀର ଭାଇସ୍ ଆଡ଼ମିରାଲ୍ ଶ୍ରୀ ବିଶ୍ୱଜିତ୍ ଦାସଗୁପ୍ତା, କୋଷ୍ଟ ଗାର୍ଡର ଆଇ.ଜି. ଶ୍ରୀ ଏମ୍.ଭି. ପାଠକ , ପୋଲିସ ଡି.ଜି. ତଥା ତଟ୍ଟ-ନିରାପତ୍ତା ନୋଡାଲ୍ ଅଫିସର ଡ଼ଃ ସୁଧାଂଶୁ ଷଢ଼ଙ୍ଗୀ, ଆଇ.ଟି.ଆର. ଚାନ୍ଦିପୁରର ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଅନୁରାଗ ସେନଙ୍କ ସମେତ ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।    ଉମାକାନ୍ତ ମହାପାତ୍ର, ସୂଚନା ମୁଖ୍ୟ ଶାସନ ସଚିବ।

ଲାବ୍ରାଡର୍‌ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମ ଓଜନର ଏକ ଷ୍ଟୋନ୍‌..

{} ଲାବ୍ରାଡର୍‌ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମ ରୁ ଅଧିକ ଓଜନର ଷ୍ଟୋନ୍‌।

ସୋଆ ଭେଟେରିନାରୀ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର।

() ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି ।

ସାଢ଼େ ଚାରିବର୍ଷର ଏହି କୁକୁରଟିକୁ ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍‌କୁ ଅଣାଯାଇଥିଲା । ଏକ୍ସରେ କରାଯିବା ପରେ ପଶୁଟିର ମୂତ୍ରାଶୟ ଏବଂ ପରିସ୍ରାନଳୀରେ ଅନେକ ପଥର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା । ଅନେକ ଭେଟେରିନାରୀ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତା’ର ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରି ନଥିଲା ।

ସୋଆ ଅର୍ବାନ ହସ୍ପିଟାଲ୍‌ର ଅନୁଭୂତି ସମ୍ପନ୍ନ ସର୍ଜନମାନେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅସ୍ତ୍ରୋପଚାର ମାଧ୍ୟମରେ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରିଥିଲେ । ସୋମବାର ଦିନ ୩ ଜଣ ସର୍ଜନ୍ କୁକୁରଟିକୁ ଜେନେରାଲ୍ ଆନେସ୍‌ଥେସିଆ ଦେଇ ଅଚେତ୍ କରାଇବା ପରେ ଅସ୍ତ୍ରୋପଚାର କରିଥିଲେ । ମୂତ୍ରାଶୟକୁ କଟାଯାଇ ପ୍ରାୟ ୫୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ଏବଂ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରାଯାଇଥିଲା । ସେହିପରି ତା’ର ପରିସ୍ରାନଳୀରୁ ମଧ୍ୟ ଅନେକଗୁଡ଼ିଏ ପଥର ବାହାର କରାଯାଇଥିଲା । ସବୁ ପଥରଗୁଡ଼ିକୁ ରସାୟନିକ ପରୀକ୍ଷା ପାଇଁ ରଖାଯାଇଛି । ସର୍ଜରୀ ପରେ କୁକୁରଟି ସୁସ୍ଥ ଅଛି ।

ବାବୁଙ୍କୁ ଛାଟ: ଦୁର୍ନୀତି ପାଇଁ ୯ଅଧିକାରୀ ବିଦା….

{} ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି।

୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।

 ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ବନ୍ଦ ।

ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ସଂଗଠକ  ଅନ୍ତର୍ଭୁକ୍ତ।ଏପର୍ଯ୍ୟନ୍ତ ୧୭୩ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍‌ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ। ପୂର୍ବରୁ ୧୬୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୯ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଚାକିରୀରୁ ବହିଷ୍କୃତ ହୋଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ଆଶିଷ କୁମାର ଦାଶ। କଣ୍ଟ୍ରାକ୍‌ଟର ମାନଙ୍କ ଠାରୁ ଅସତ୍‌ ଉପାୟରେ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ସେ ଭିଜିଲାନ୍‌ସ ଦ୍ବାରା ଧରା ପଡିଥିଲେ। ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଉପରେ ଚଢଉ କଲା ପରେ ୮.୬୩ କୋଟି ଟଙ୍କାର ସଂପତ୍ତି ଓ ୧.୪ କୋଟି ଟଙ୍କାର ନଗଦ ଟଙ୍କା ଧରା ପଡିଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ଶ୍ରୀ ମାନସ ରଂଜନ ମହାନ୍ତି। ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ଏହାସହିତ ତାଙ୍କ ପାଖରେ 3.୯୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ତାଙ୍କ ବିରୁଦ୍ଧରେ ଦୁଇଟି ବିଭାଗୀୟ ତଦନ୍ତ ମଧ୍ୟ ଚାଲିଥିଲା। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶ୍ରୀ ମନୋଜ କୁମାର ବେହେରା ଓ ତାଙ୍କ ପତ୍ନୀଙ୍କ ନାମରେ ୪.୨୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଭିଜିଲାସନ୍‌ ମାମଲା ଚାଲିଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି କେନ୍ଦୁଝର ଜିଲ୍ଲା ସାଳପଡାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ଉମେଶ କୁମାର ଶାଶିନୀଙ୍କ ବିରୁଦ୍ଧରେ ୧.୪୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଉମରକୋଟ ସଡକ ଓ କୋଠାବାଡି (R&B Section)ର ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀ ବିଶୁଦ୍ଧାନନ୍ଦ ବେହେରାଙ୍କ ନାମରେ ନିମ୍ନମାନର କାମ କରିବାର ଅଭିଯୋଗ ଥିଲା। ଏହାସହିତ ତାଙ୍କ ନାମରେ ୭୦.୯୩ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲ ରହିଛି। ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ (CDVO) ଶ୍ରୀ ଜଳଧର ମଲ୍ଲିକଙ୍କ ନାମରେ ଗୋଟିଏ ବଦଳି କେସ୍‌ରେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ ମାମଲ ଥିଲା। ଅସାଧୁତା କାରଣରୁ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୁରଭଂଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକ୍‌ର ପୂର୍ବତନ ତହସିଲଦାର ଓ.ଏ.ଏସ ଅଧିକାରୀ ଶ୍ରୀମତୀ ସବିତା ସାହୁଙ୍କ ନାମରେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ ମାମଲା ଥିଲା। ଅସାଧୁତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି।

ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ (Ex-SEO) ଶ୍ରୀମତୀ ପ୍ରଭାସିନୀ ବାବୁ ସ୍ବାମୀଙ୍କୁ ହରାଇଥିବା ଜଣେ ମହିଳାଙ୍କୁ ୨୦ ହଜାର ଟଙ୍କାର ସାମାଜିକ ସହାୟତା ପ୍ରଦାନ ପାଇଁ ୩୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ଅସାଧୁତା କାରଣରୁ ତାଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି।

ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ପୂର୍ବତନ ଜୁନିଅର ଇଞ୍ଜିନିୟର ଶ୍ରୀ ତ୍ରିନାଥ ସେଠୀ ୯ ହଜାର ଟଙ୍କା ଲାଞ୍ଚ ମାମଲାରେ ଦେଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍‌ସନ୍‌କୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Make in odisha ପାଇଁ ବାହାର ରାଜ୍ୟରେ ନବୀନ କରିବେ ରୋଡ ସୋ…….

()ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ ରାଜ୍ୟର ରାଜଧାନୀକୁ ହେବା ରୋଡ ଶୋ। Make in odisha ମାଧ୍ୟମ ରେ ଓଡିଶାରେ ପୁଞ୍ଜି ନିବଶ କରିବା ପାଇଁ ମୁଖ୍ୟମନ୍ତ୍ରୀ କରିବେ ରୋଡ ଶୋ ୨୦୧୬ ମସିହା ଠାରୁ ଆରମ୍ଭ ହୋଯାଇଥିଲା ମକେ ଇନ ଓଡ଼ିଶା କାର୍ଯ୍ୟକ୍ରମ। ଦେଶ ଓ ବିଦେଶରୁ ଶିଳ୍ପପତିମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଈଁ ଆମନ୍ତ୍ରଣ କରାଯାଉଛି । ଓଡିଶା ରେ ଭରପୂର ପ୍ରକୃତିକସମ୍ପଦ, ଖଣି ବେଳାଭୂମି ,ଜଙ୍ଗଲ ଓ କୃଷି ଭିତ୍ତଭୂମିଥିବାରୁ ଏହକୁ ଭିତ୍ତି କରି ପୁଞ୍ଜିପତି ମାନଙ୍କ ସହ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଉଛି। ୨୦୧୬ ଓ ୨୦୧୮ରେ ମାକେ in odisha କାର୍ଯ୍ୟକ୍ରମ ହେଉଥିଲା । କରୋନା ପାଇଁ ଏହି ସବୁ କାର୍ଯ୍ୟକ୍ରମ ବନ୍ଦ ଥିଲା । ୨୦୨୨ ରୁ ଦୁବାଇରେ ଶିଳ୍ପପତମାନଙ୍କ ସହ ମୂଖ୍ୟମନ୍ତ୍ରୀ ଭେଟିଥିଲେ।୨୪ ଜଣ ଶିଳ୍ପପତି ଓଡ଼ିଶାରେ ପୁଞ୍ଜନିବେଶ ପାଇଁ ଇଚ୍ଛାପ୍ରକାଶ କରିଥିଲେ। ଓଡ଼ିଶା କୁ ସାରା ଭାରତ ଏବଂ ବିଶ୍ୱର ଶିଳ୍ପପତି କିଭଳି ପୁଞ୍ଜିନିବେଶ କରିବେ ସେଥି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟାସ କରୁଛନ୍ତି । ତେଣୁ ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ । ଏହି ରୋଡ ଶୋ ମଧ୍ୟାମରେ ଶିଳ୍ପପତି ମାନେ ଓଡିଶା ରେ ପୁଞ୍ଜି ନିବେଶ କରିବେ ଯାହାଫଳରେ ଓଡ଼ିଶାରେ ଶିଳ୍ପାୟନ ହେବା ସହ ରୋଜଗାର ସୃଷ୍ଟି ହେବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି l

ନିରାପଦ ରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ପରାମର୍ଶ ଦେଲେ :ମୁଖ୍ୟମନ୍ତ୍ରୀ…

() ରାକ୍ଷୀ ପୁର୍ଣିମା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।କୋଭିଡ କୁ ଦୃଷ୍ଟିରେ ରଖି ଗହଳି ନ କରି ଜନସାଧାରଣ ନିରାପଦ ରେ ରକ୍ଷା ବନ୍ଧନ ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହିତ,ଆଗାମୀ କାଲି ରକ୍ଷା ବନ୍ଧନ ପାଇଁ ନବୀନ ନିବାସ କୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।

ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା: ସିଇସି….

() ଗତକାଲି ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂତନ ଲଘୁଚାପଟି ଅଗଷ୍ଟ ୧୪ ତାରିଖ ବେଳକୁ ଉତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଉତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଅଗଷ୍ଟ ୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହାର ୨୪ ଘଂଟା ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଦା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ଲଘୁଚାପର ପ୍ରଭାବ ରହିବ।

ଅଗଷ୍ଟ ୧୪ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନ୍‌ପୁର, ବୌଦ୍ଧ, ଦେବଗଡ଼, କନ୍ଧମାଳ, ନବରଙ୍ଗପୁର ଏବଂ ଅନୁଗୁଳରେ ପ୍ରଭାବ ପକାଇବ । ଅଗଷ୍ଟ ୧୫ ତାରିଖ ବେଳକୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ରାଜ୍ୟ ସାରା ଏହି ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ପୂର୍ବରୁ ଯେଉଁ ଅବପାତ ଲଘୁଚାପରେ ପରିଣତ ହୋଇଥିଲା ତାହା ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉତର ଏବଂ ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଅଗଷ୍ଟ ୧୮ କିମ୍ବା ୧୯ ତାରିଖ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଲଘୁଚାପ ସୃଷ୍ଟି ହେବାର କୌଣସି ସୂଚନା ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱର ର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ…

{} ଭୁବନେଶ୍ୱର ର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ।

ସ୍ଥିତି ଅନୁଧ୍ୟାନ କଲେ 5T ସଚିବ।

() ଭୁବନେଶ୍ୱର ର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ସହରରେ Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି ।

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ରେ ରେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ଆଜି ବଡି ଭୋର ରୁ ଶିଶୁ ଭବନ ଚ୍ଛକ , ରବି ଟକିଜ ଛକ କଳ୍ପନା ଚ୍ଛକ, ବେହେରା ସାହି ଛକ । ରସୁଲଗଡ ଚ୍ଛକ, ଓ଼ ଆଇଗିଣିଆ ଚ୍ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥା ରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ପରିଦର୍ଶନ ସମୟ ରେ ପୋଲିସ କମିଶନର ଶ୍ରୀ ଏସ ପ୍ରିୟଦର୍ଶୀ. ପୂର୍ତ ସଚିବ ଶ୍ରୀ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ କଂଗ୍ରେସ ରେ କମ୍ପନ: ଦଳ ଛାଡ଼ିଲେଣି ନେତାଏ..

() କିଛି ନେତାଙ୍କ ଦଳ ଛାଡ଼ିବା ନେଇ ପିସିସି ସଭାପତି ଶରତ ପଟନାୟକଙ୍କ ପ୍ରତିକ୍ରିୟା । ମୋ ପାଖରେ କାହା ଇସ୍ତଫା ପତ୍ର ପହଞ୍ଚିନି। କିନ୍ତୁ ଯଦି କିଏ ଛାଡ଼ୁଛି ମୁଁ ତାଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁନି। ଆମେ ମିଶି ଏକାଠି କାମ କରିବା ହେଲେ ଯଦି କାହାର ବ୍ୟକ୍ତିଗତ କାରଣ ଥିବ ସେଇଟା ଅଲଗା କଥା।

କଂଗ୍ରେସ ସହ ପ୍ରଭାରୀ ଏ ରୁଦ୍ର ରାଜୁଙ୍କ ପ୍ରତିକ୍ରିୟା। ହାଇକମାଣ୍ଡ ନିର୍ଦ୍ଦେଶ କ୍ରମେ ମୁଁ ବ୍ୟକ୍ତିଗତ ଭାବେ ବିଧାୟକ ମହମ୍ମଦ ମୋକିମଙ୍କୁ ଗତକାଲି ଭେଟି ଆଲୋଚନା କରିଛି। ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ସେ କଂଗ୍ରେସରେ ଅଛନ୍ତି ଆଉ ରହିବେ। ଦଳ ନୀତି ଆଦଶରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନର ପିସିସି ସଭାପତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ଦଳରେ ରହିବା ସମ୍ଭବପର ହେଉନାହିଁ ବୋଲି କହିଲେ ଦଳ ଛାଡୁଥିବା ନେତା। ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା।

ବର୍ତ୍ତମାନର ପିସିସି ସଭାପତି ଏଆଇସିସି ଯାହା କହୁଛି ସେହି ଅନୁଯାୟୀ କାମ କରୁଛନ୍ତି। ତା ବାଦ କିଛି କରୁନାହାନ୍ତି। ତେଣୁ ଦଳର ଅଗ୍ରଗତି ସମ୍ଭବ ନୁହେଁ। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସକ୍ରିୟ ସଂଗଠନ ସହିତ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ଅଭିଯୋଗ କଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ଅଶୋକ ସାମଲ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଂଗ ଉଠାଇଲେ ଦଳ ଛାଡୁଥିବା ନେତା। ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ। ସାରା ରାଜ୍ୟର କଂଗ୍ରେସ କର୍ମୀ ଏ ପ୍ରସଙ୍ଗରେ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ନେତା ବିବେକାନନ୍ଦ ପାଣିଗ୍ରାହୀ।

ଦିଲ୍ଲୀ କରାଇପାରିବନି ଓଡ଼ିଶା ଭୋଟ: ଅମିତ ଶାହ…

() ୨୦୧୯ରେ ମିଶନ ୧୨୦ଫେଲ l ମୋ ବୁଥ ସବୁଠାରୁ ମଜବୁତ୍ ନାରା ବି ଦିଗହରା l ଯେତେ ଗୁରୁମନ୍ତ୍ର ଦେଲେ ବି ରାଜ୍ୟ ବିଜେପି ତାହାକୁ କାର୍ଯ୍ୟରେ ଲଗାଇ ପାରୁନାହିଁ l ତେଣୁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପିର ଚାଣକ୍ୟ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ବିଜେପି ନେତାଂକୁ ଗୁରୁ ଜ୍ଞାନ ଦେବା ସହ କେତେକ ପରାମର୍ଶ ଦେଇଛନ୍ତି l ଓଡ଼ିଶାରେ ବିଜେପି ସଙ୍ଗଠନକୁ ସମୀକ୍ଷା କରି ଶାହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି l ସିଧା ସିଧା ରାଜ୍ୟ ବିଜେପି ମଙ୍ଗୁଆଳଙ୍କୁ ଅମିତ ଶାହ କହିଥିଲେ ଯେ ଓଡ଼ିଶା ପାଇଁ ଦିଲ୍ଲୀ ଭୋଟ କରିବନି l ଓଡ଼ିଶାରେ ଭୋଟ ପାଇବାକୁ ହେଲେ ପ୍ରତ୍ୟେକ ନେତା ଓ କର୍ମୀ ଲୋକଂକ ପାଖକୁ ଯିବାକୁ ପଡିବ ଓ ତୃଣମୂଳ ସ୍ତରରେ ସଙ୍ଗଠନକୁ ଅଧିକ ମଜବୁତ୍ କାଟିବାକୁ ପଡ଼ିବ l ଏଥିପାଇଁ କଠିନ ପରିଶ୍ରମ ଦରକାର l କାରଣ ମୋଦୀଜୀ ସବୁବେଳେ କୁହନ୍ତି, “ଅନେକ କଷ୍ଟ ପରେ ମତେ କେବେ ଥକା ଲାଗେ ନାହିଁ, ମାତ୍ର ଆନନ୍ଦ ମିଳିଥାଏ। ମୋ କଷ୍ଟ ଯେତେବେଳେ ଗରିବ ଲୋକର ମୁହଁରେ ଖୁସି ଆଣିଦିଏ, ସେତେବେଳେ ମନ ଆନନ୍ଦରେ ଭରିଯାଏ l ଆଉ ତାହାହିଁ ଆଜି ବିଜେପି କୁ ଦେଶରେ ଏପରି ବଡ ସଫଳତା ଦେଇଛି l ରାଜ୍ୟ ବିଜେପି ନେତା ଶାହ ଙ୍କ ଠାରୁ ଏପରି ମନ୍ତ୍ର ଶୁଣି ଚୁପ୍ ହୋଇ ବସିପଡିଲେ l କାରଣ ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାବାସୀ ବିଜେପି ପ୍ରତ୍ୟାଖାନ କରିଛନ୍ତି l ସଦ୍ୟତମ ବ୍ରଜ ରାଜନଗର ଉପ ନିର୍ବାଚନରେ ଦଳ ଦ୍ୱିତୀୟ ରୁ ତୃତୀୟ ସ୍ଥାନକୁ ଚାଲି ଆସିଛି l ଯାହା ବିଜେପି କର୍ମୀ ଓ ନେତାଙ୍କ ମନବଳ ଭଙ୍ଗିଦେଇଛି l ଏହାରି ଭିତରେ ଦଳର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ଅନ୍ଦର ମହଲରେ ଉତ୍ସାହ ଆଣିବ କଣ ବରଂ ଅଧିକ ନିରାଶ ଆଣିଛି ବୋଲି ରାଜ ନୈତିକ ସମୀକ୍ଷକ କହିଛନ୍ତି l ହେଲେ ବାହାରକୁ କିନ୍ତୁ ବିଜେପି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିଛି ବୋଲି ବାର୍ତ୍ତା ପ୍ରଚାରିତ କରାଯାଉଛିl

Follow us

20,832FansLike
0FollowersFollow
14,700SubscribersSubscribe

Latest news