୨୦୨୪ରେ ଓଡିଶା ରାଜନୀତି ….

- Advertisement -

() କଥାରେ ଅଛି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ । ଅନେକ ସମୟରେ ଆକଳନ ବି ଭୂଲ ହୋଇଯାଏ । ଦୁଇମାସ ମଧ୍ୟରେ ବିଗିଡ଼ିଯାଏ ପୁରା ରାଜନୀତିର ପାଣିପାଗ । ଭୋଟ ଦିନ ରାତିରେ ବି ଭୂଲ ହୋଇଯାଏ ଗଣିତ । ଆଉ ଏବେ ରାଜନୀତି ଗଣିତ ତ ପୁରା ଭିନ୍ନ । ଦେଶର ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ସେପରି ସମ୍ଭାବନା ଅତ୍ୟନ୍ତ ୨୦୨୪ରେ ଦେଖାଯାଉନାହିଁ । ଦେଶର କିଛି ରାଜ୍ୟରେ ମିଶାନ ଫେଡ଼ାଣ ଗଣିତ ୨୦୨୪ ହାଓ୍ବା ଜାରୀ ରହିଛି। ଯାହା ହୁଏତ ଦେଶର ରାଜନୈତିକ ସମୀକରଣ ବଦଳାଇପାରିବ କି ନାହିଁ ତାହାକୁ ନେଇ ଜାତୀୟସ୍ତରରେ ଜୋରଦାର ଚର୍ଚ୍ଚା । ହେଲେ ଓଡ଼ିଶା ରାଜନୀତି ପୁରା ସ୍ଥିର । ୨୨ ବର୍ଷ ଶାସନର ସଫଳତା ବିଜୁ ଜନତା ଦଳକୁ ହିମାଳୟ ପର୍ବତ ପରି ଛିଡ଼ା କରାଇଛି ଓଡ଼ିଶା ରାଜନୀତି । ଯାହାର ପାଖକୁ ପସି ପାରୁନାହାନ୍ତି ଦୁଇ ବିରୋଧି ବିଜେପି ଓ କଂଗ୍ରେସ । ନିକଟରେ ସଦ୍ୟତମ ଶେଷ ହୋଇଥିବା ପଂଚାୟତ,ପୌର ଓ ବ୍ରଜରାଜନଗର ନିର୍ବାଚନ ଫଳାଫଳ ଓଡ଼ିଶାବାସୀଙ୍କ ମତରେ ତାହା ପ୍ରତିଫଳିତ ହୋଇଛି । ନବୀନଙ୍କ ଲୋକପ୍ରିୟତା ଆଗରେ ସବୁକିଛି ତୁଚ୍ଛ ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ରାଜ୍ୟର ଭୋଟର। ଏହାରି ଉପରେ ଆମର ଆଲେଖ୍ୟ ୨୨ରେ ୨୪ ଗଣିତ ।

 ବିଜେଡି – ପଂଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳକୁ ବଡ଼ ସଫଳତା ମିଳିବା ପରେ ଏହାକୁ ଗୁରୁ ଦାୟିତ୍ବ ଭାବେ ଗ୍ରହଣ କରିଛନ୍ତି ବିଜେଡିର ନେତା ଓ କର୍ମୀ । କାରଣ ଓଡ଼ିଶାକୁ ନିଜର ପରିବାର ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସେବା କରିବା ବିଜେଡ଼ି କର୍ମୀ ଓ ନେତା ଅଧିକ ସମୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ୨୦୨୨ ପଂଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜୁ ଜନତା ଦଳ ଗଠନ କରିବା ପ୍ରମାଣିତ କରିଛି ଆଜି ବି ଓଡ଼ିଶାବାସୀଙ୍କ ହୃଦୟରେ ବିଜୁ ଜନତା ଦଳ ପ୍ରତି ଭରଷା ଅତୁଟ ରହିଛି। ପୌର ପରିଷଦ ଗଠନ କରିବାରେ ବିଜେଡ଼ିକୁ ଶତ ପ୍ରତିଶତ ସଫଳତା ମିଳିନଥିଲେ ମଧ୍ୟ ୮୦ ପ୍ରତିଶତରୁ ଅଧିକ ସଫଳତା ମିଳିଛି । ଆଉ ଏହାକୁ ନେଇ ବିଜେଡି ସଂଗଠନ ତୃଣମୂଳ ସ୍ତରରେ ପାହାଡ଼ ପରି ଛିଡ଼ା ହୋଇଛି । ବିଜେଡ଼ିର ଏହି ବଡ଼ ସଫଳତାର କାରଣ କଣ ରହିଛି ।

ସବୁ ରାଜନୈତିକ ଦଳ ଓଡ଼ିଶା ଦଖଲ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସଶକ୍ତ ଓଡ଼ିଶା ଗଠନ କରିବା ପ୍ରୟାସରେ ଲାଗିପଡ଼ିଛନ୍ତି । ସବୁ କ୍ଷେତ୍ରରେ ଓଡିଶା କିପରି ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହେବ ସେ ପ୍ରୟାସ ଜାରୀ ରହିଛନ୍ତି ନବୀନ । ଶିଳ୍ପ, ପର୍ଯ୍ୟଟନ,ସ୍ବାସ୍ଥ୍ୟ, ଶିକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ଏବେ ପ୍ରଗତି ପଥରେ ଆଗଉଛି ଓଡ଼ିଶା । ଆଗକୁ ଏହି ଧାରା ଜାରୀ ରଖିବା ପାଇଁ ନବୀନ ଟିମ୍ ଲାଗିପଡ଼ିଛନ୍ତି । ଏହାସହ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରି ପ୍ରତ୍ୟେକ ଓଡ଼ିଆକୁ ଏଥିରେ ସାମିଲ କରିବାକୁ ଦଳ ପ୍ରୟାସ କରିଛି । ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗ୍ରାଉଣ୍ଡକୁ ଯାଇ ଏସବୁକୁ ବାସ୍ତବ ରୂପ ଦେଉଛନ୍ତି । ତେବେ ୨୦୨୪ ବିଜେଡି ୨୨ ବର୍ଷ ଶାସନର ରେକର୍ଡ଼ କାଢିବ ବୋଲି ଦଳୀୟ ନେତାଏ କହୁଛନ୍ତି । ଦଳ ପାଇଁ ମୁଣ୍ଡବ୍ୟଥାରା

କାରଣ ହୋଇପାରେ ନିର୍ବାଚନରେ ଟିକଟ ବଣ୍ଟନ । ଅବଶ୍ୟ ଏକଥା ସତ ଯେ ନିର୍ବାଚନ ପରିଚାଳନାରେ ବିଜେଡ଼ି ଅନ୍ୟ ଦଳ ଅପେକ୍ଷା ବେଶ ଆଗରେ । ଏହାସହ କ୍ରାଇସିସ ମ୍ୟାନଜେମଣ୍ଟ କରିବାରେ ବି ଧୁରନ୍ଧର । ତେବେ ଦଳରେ କିଛି କିଛି ଅସନ୍ତୋଷକୁ କିପରି ଦଳ ନିର୍ବାଚନ ସମୟରେ ସାମ୍ନା କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସଂଗଠନ ମଜବୁତ ଥିଲେ ୨୦୨୪ରେ ବଡ଼ ବିଜୟ ଟାର୍ଗେଟକୁ ସଫଳ କରିବା ପାଇଁ ଏବେଠାରୁ କମର କଷିଛି ବିଜେଡ଼ି ।

ବିଜେପି : ୧୩ ବର୍ଷ ଧରି କ୍ଷମତାରୁ ବାହାରା ଥିବା ବିଜେପି ପୁଣିଥରେ ୨୦୨୪ରେ କ୍ଷମତା ଦଖଲ କରିବା ପାଇଁ ପ୍ରୟାସ କରିଛି । ୨୦୧୯ରେ ମିଶନ ୧୨୦ ଫେଲ ମାରିବା ପରେ ପୁଣିଥରେ ରାଜ୍ୟ ବିଜେପି ନେତାଏ ମିଶନ ୧୨୦ର ପୁରୁଣା ନାରା ନେଇ ଆଗକୁ ବଢିବାକୁ ଚାହୁଛନ୍ତି । ଖାସ ସେଥିଲାଗି ୨୨ରୁ ୨୪ ପାଇଁ ବିଜେପି ସଜବାଜ ଆରମ୍ଭ କରିଛି । ପଂଚାୟତ, ପୌର ନିର୍ବାଚନରେ ରାଜ୍ୟ ବିଜେପି ଚିଟପଟାଙ୍ଗ ମାରିବା ସହ ବ୍ରଜରାଜନଗର ଉପ ନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଚାଲିଆସିଛି । ଏହି ସଦସ୍ୟତମ ଶେଷ ହୋଇଥିବା ୩ଟି ନିର୍ବାଚନରେ ଓଡ଼ିଶାବାସୀଙ୍କ ମୁଡ଼କୁ ଦେଖିଲେ ବିଜେପି କିପରି କ୍ଷମତା ଦଖଲ କରିବ ତାହା ଦିବାସ୍ବପ୍ନ ପରି ଲାଗୁଛି । କେନ୍ଦ୍ର ଓ ରାଜ୍ୟ ବିଜେପିର ଆଭିମୁଖ୍ୟ ଦ୍ବନ୍ଦରେ ପଡ଼ିଥିବା ବେଳେ ରାଜ୍ୟର ଦଳର ସଂଗଠନକୁ ନେଇ କେନ୍ଦ୍ରୀୟ ନେତା ନାଖୁସ । ୨୦୧୯ରେ ମିଶନ ୧୨୦ ଫେଲ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ନେତୃତ୍ୱକୁ ଟିଉସନ କରିଛନ୍ତି । ଏହାଛଡ଼ା ବିଜେଡ଼ି ନବୀନଙ୍କ ପରି ଏକକ ନେତୃତ୍ବ ରାଜ୍ୟ ବିଜେପି ପାଖରେ ନାହିଁ । କ୍ଷମତା ଦଖଲ କରିବେ କଣ ଦଳରେ ଏବେ ଦଳ ଭିତରେ କ୍ଷମତା ଲଢେଇ ଜୋରଦାର ହୋଇଛି । ପ୍ରଭାରୀ ବଦଳିବା , ନୂଆ ବିରୋଧ ନେତା ମିଳିବା ପରେ ଉପରେ ଉପରେ ନେତାଏ ଉତ୍ସାହିତ ହୋଇଛନ୍ତି ସତ । କିନ୍ତୁ ତୃଣମୂଳ ସ୍ତରରେ ସଂଗଠନ ଯେତିକି ମଜବୁତ ହେବା କଥା ତାହା ହୋଇପାରିନଥିବାରୁ ନେତାଙ୍କ ଭିତରେ କ୍ଷମତା ଦଖଲ କରିବା ସ୍ବପ୍ନ ଦିନକୁ ଦିନ ମଉଳି ଯାଉଛି ।

କଂଗ୍ରେସ – କଂଗ୍ରେସ ୨୦୨୪ ପାଇଁ ନୂଆ ମଙ୍ଗୁଆଳ ନେଇ ମଇଦାନକୁ ଓହ୍ଲାଇଛି ସତ । ହେଲେ ଭୀମ ବଳ କୁନ୍ତିଙ୍କୁ ଜଣାପରି ରାଜ୍ୟବାସୀ କଂଗ୍ରେସ ନେତାଙ୍କ ରାଜନୈତିକ କାର୍ଯ୍ୟକାଳ ଦେଖି ବେଶ ପରଖି ଦେଲେଣି। ୨୦୨୪ ଭବିଷ୍ୟତ କଣ ହେବ । ନିର୍ବାଚନ ପାଇଁ ଦଳ ବିଜେଡ଼ି ଓ ବିଜେପି ସହ ଲଢିବ କଣ , ପ୍ରତ୍ୟେକ ଦିନ ନିଜ ଭିତରେ ଲଢୁଛି । ୨୨ ବର୍ଷ ଧରି କ୍ଷମତା ବାହାରେ ଥିଲେ ମଧ୍ୟ ଦଳରେ ଏଯାଏ ଗୋଷ୍ଠୀ ବିବାଦ ଓ ଦଳୀୟ ଚୌକି ଲଢେଇ ଜାରୀ ରହିଛି । ଯାହା ଫଳରେ କଂଗ୍ରେସ ତାର ଘର ସଜାଡ଼ି ପାରୁନାହିଁ । ଦିନକୁ ଦିନ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏ କଂଗ୍ରେସ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ନେତାଙ୍କ ମଧ୍ୟରେ କଳି ମଧ୍ୟ ବଢିବାରେ ଲାଗିଛି । ଯାହା ପିସିସି ଓ ବିଧାୟକ ମହମ୍ମଦ ମୋକିମଙ୍କ ଲଢେଇ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ପଂଚାୟତ, ପୌରରେ ଦଳ ପୁରା ରସାତଳକୁ ଯିବା ସହ ବ୍ରଜରାଜନଗରେ ଉପ ନିର୍ବାଚନରେ ଦ୍ପିତୀୟ ସ୍ଥାନକୁ ଆସିଛି । କଂଗ୍ରେସ ପାଇଁ ୨୦୨୪ରେ ଘର ସଜାଡ଼ିବା ସବୁଠାରୁ କଷ୍ଟକର ବ୍ୟାପରା ହେବ । ଏବେଠାରୁ ନେତାଏ ଦଳ ଛାଡ଼ୁଥିବା ବେଳେ ନିର୍ବାଚନ ସମୟରେ ଏହି ପ୍ରକ୍ରୀୟା ଦଳୀୟ ନେତାଙ୍କ ମଧ୍ୟରେ ଅଧିକ ହେବ ବୋଲି ଜଣାପଡ଼ୁଛି । ତାହାରି ଭିତରେ ଦଳ ୨୪ରେ କିପରି ନିଜର ସ୍ଥିତି ବଜାୟ ରଖିବ ତାହା ଦେଖିବାର କଥା । ଅବଶ୍ୟ ରାଜନୀତିରେ ସବୁ କିଛି ସମ୍ଭବ ।

ଆପ ଓ ଅନ୍ୟାନ୍ୟ ସଶକ୍ତି : ୨୦୨୪ ନିର୍ବାଚନରେ ଓଡ଼ିଶା ଆପ ଓ ଅନ୍ୟାନ୍ୟ ରାଜନୈତିକ ଦଳ ଟିକେ ସକ୍ରୀୟ ହେବାକୁ ପ୍ରାୟସ କରିଛନ୍ତି । ରାଜ୍ୟରେ ସେମାନଙ୍କ ସଂଗଠନ କିଛି ନିର୍ବାଚନୀ ମଣ୍ଡଳୀରେ ଥିଲେ ମଧ୍ୟ ବଡ଼ ଆଶା ନେଇ ଏହି ଦଳ ଗୁଡ଼ିକ ଚବିଷ ପାଇଁ ଅଙ୍କ କଶୁଛନ୍ତି । ଆଉ ଏହି ଦଳ ଗୁଡ଼ିକ ପାଇଁ କ୍ଷମତା ରାଜନୀତିରେ ହଜିଯାଇଥିବା କିଛି ନେତା ସାହାରା ସାଜିଛନ୍ତି । ଡ଼ିସେମ୍ବର ବେଳକୁ ଏହି ଶକ୍ତି ସକ୍ରୀୟ ହେବା ଲାଗି ବଳ ଗୋଟାଉଛନ୍ତି । ତେବେ ଯିଏ ସାଜିବ ମଙ୍ଗୁଆଳ ଓ ସେମାନଙ୍କ କାହିଁକି ରାଜ୍ୟବାସୀ ଗ୍ରହଣ କରିବେ ସେ ରାଜନୀତି ହିସାବ ହରଡ଼ଘଣାରେ ପଡ଼ିଛନ୍ତି ଏହି ନୂଆ ସମ୍ଭାବନା ସୃଷ୍ଟି କରୁଥିବା ଦଳ ଗୁଡ଼ିକ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles