ଟିକାକରଣ ବଢ଼ାଇବା ଉପରେ ଗୁରତ୍ବ ଦେଉଛି ସ୍ୱାସ୍ଥ୍ୟ ବିଭାଗ….

() ଟିକା କରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ଦେଉଛି। ସବୁ ଜିଲାକୁ ନିର୍ଦ୍ଦେଶ ଦିଆ ଯାଇଛି ଟିକା କରଣ କେନ୍ଦ୍ର ବଢାଇବା ପାଇଁ।ଏହାସହ ପ୍ରତି ବ୍ଲକରେ 4 ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ। ଏଯାଏଁ ରାଜ୍ୟରେ 46 ଲକ୍ଷ 66 ହଜାର ପରିକସନ ଡୋଜ ନେଇ ସାରିଛନ୍ତି। ଯାହାକି ମୋଟ ଲୋକଙ୍କର 14 ପ୍ରତିଶତ । ବାକି ଲୋକଙ୍କୁ ଖୁବ ଶୀଘ୍ର ଟିକା କାରଣ କରାଯିବ। ଏବେ 9 ଲକ୍ଷ କୋଭିସିଲଡ଼ ଟିକା ଆସିଛି।ଏହାସହ 10 ତାରିଖ ଦିନ ଆଉ 6 ଲକ୍ଷ କୋଭିସିଲଡ଼ ଟିକା ଆସିବ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ। ଅବଧି ପୁରିଥିବା 24 ଲକ୍ଷ 90 ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି 3 ହଜାର ଟିକା କାରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦିଆଯାଇଛି।

ବିଜୟ ପାଣିଗ୍ରାହୀ, ପରବାର କଲ୍ୟାଣ ନିର୍ଦ୍ଦେଶକ

ଓଡ଼ିଶାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ….

() ଓଡ଼ିଶାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । କଟକ ଗସ୍ତରେ ଯିବେ ଅମିତ ଶାହ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ପରିଦର୍ଶନ କରିବା ସହିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ।

ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ୩୮ ପ୍ରତିଶତ ବୃଦ୍ଧି…

{} ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ୩୮ ପ୍ରତିଶତ ବୃଦ୍ଧି।

9୦୦୦ ଟଙ୍କା ରୁ 12280ଟଙ୍କା ହେଲା

() ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।

ପୂର୍ବରୁ ଗୃହରକ୍ଷୀ ମାନଙ୍କୁ Duty Call up allowance ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ବାରା ସେମାନଙ୍କ call up allowance ଭାବରେ ମାସିକ ୧୨,୪୮୦ ଟଙ୍କା ମିଳିବ। ଏତଦ୍‌ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍‌ ମିଳିବ।

୧୬ତମ ଉପରାଷ୍ଟ୍ରପତି…

() ଜଗଦିପ ଧନକଡ ହେଲେ ଦେଶର ୧୬ତମ ଉପରାଷ୍ଟ୍ରପତି।

ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲିବା ପ୍ରସଙ୍ଗ….

() ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ ପୋର୍ଟାଲ ଖୋଲିବା ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଭେଟିବା ପ୍ରସଙ୍ଗ ।

ଆମେ ଯେଉଁ କଥା ଦାବି କରୁଥିଲୁ ଯଦି କେନ୍ଦ୍ର ମନ୍ତ୍ରୀ ସେହି ଦାବି କରିଛନ୍ତି ତେବେ ତାହା ଭଲ କଥା । ଓଡ଼ିଶାର ଲୋକେ ଏଥିରେ ଉପକୃତ ହେବେ । ଆମେ ଯେଉଁ କଥା କହି ଆସୁଥିଲୁ ବର୍ତ୍ତମାନ ତାହା କର୍ଯ୍ୟସିଦ୍ଧି ହେଲା । ରାଜ୍ୟ ସରକାର ଫନି ପର ଠୁ ଏ କଥା କହି ଆସୁଥିଲେ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ ସେ ପ୍ରସଙ୍ଗ କୁ ଧରିଛନ୍ତି ନିଶ୍ଚିତ ଭାବେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଏହା ଦ୍ୱରା ରାଜ୍ୟ ସରକାରଙ୍କୁ ହିଁ ଲାଭ ମିଳିବ । ଏବଂ ରାଜ୍ୟର ଲୋକେ ଉପକୃତ ହେବେ । ଯେଉଁମାନେ ବଞ୍ଚିତ ହେଇଛନ୍ତି ଘର ପାଇବାରୁ ସେମାନେ ଉପକୃତ ହେବେ ।

ପ୍ରତାପ ଦେବ, ଶିଳ୍ପ ମନ୍ତ୍ରୀ

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନୂଆ ପରିଚୟ….

() ଟାଟା ପାୱାର ଅଧୀନରେ bill ଆଦାୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଡ୍ରେସକୋଡ଼ ଓ ଲୋଗୋ ପ୍ରଦାନ କରାଯାଇଛି। ରାଜ୍ୟରେ 505 ପଞ୍ଚାୟତ ରେ 505 ସ୍ୱୟଂ ସହାୟକ ଗୋଷ୍ଠୀ bill ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ମହିଳା ସଦସ୍ୟମାନଙ୍କୁ ଟାଟା ପାୱାର ପକ୍ଷରୁ ଡ୍ରେସ କୋଡ଼ ବାବଦରେ 5 ହଜାର ମାଣିଆ ବନ୍ଧ ଶାଢ଼ୀ ଓ ଢେଙ୍କାନାଳର ଡୋକ୍ରାରେ ତିଆରି ହୋଇଥିବା ଲୋଗୋ ପ୍ରଦାନ କରାଯାଇଛି। ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏହି ଲୋଗୋ ଓ ଡ୍ରେସକୋଡ଼ ଉନ୍ମୋଚନ କରିବା ସହ ମହିଳା ମାନଙ୍କୁ ପ୍ରଦାନ କରିଥିଲେ।

 

ସାତ ରାଜ୍ୟରେ କମୁନାହିଁ କରୋନା….

() ସାତ ରାଜ୍ୟରେ କମୁନାହିଁ କରୋନା ସଂକ୍ରମଣ
ଦିଲ୍ଲୀ,କେରଳ,କର୍ଣ୍ଣାଟକ,ମହାରାଷ୍ଟ୍ର,ଓଡ଼ିଶା,ତାମିଲନାଡ଼ୁ,ତେଲେଙ୍ଗାନାକୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର । ରାଜ୍ୟର କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ରାଜ୍ୟକୁ ଚିଠି ଲେଖିଛନ୍ତି । ଜୁଲାଇ ମାସରୁ ଆଜି ଯାଏଁ ରାଜ୍ୟରେ ପ୍ରତେକ ଦିନ ହାରାହାରି ୮୪୫ ଜଣ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ଯାହା କି ଦେଶର ମୋଟ ସଂକ୍ରମଣରୁ ୫ ପ୍ରତିଶତ ବୋଲି କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଦେଶରେ ସଂକ୍ରମଣ କମୁଥିଲେ ମଧ୍ୟ ୪ଟି ଜିଲ୍ଲାରେ ଏବେ ଟିପିଆର ରେଟ୍ ୧୦ ପ୍ରତିଶତରୁ ଅଧିକ ରହୁଛି । ଆଗକୁ ପାର୍ବଣ ରୁତୁ ଆସୁଥିବା ବେଳେ ଆଗୁଆ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ହେଲେ ରାଜ୍ୟରେ କରୋନା ସ୍ଥିତି ଭଲଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ । ରାଜ୍ୟରେ ସପ୍ତାହେ ହେଲାଣି ସଂକ୍ରମଣ ୧୦୦୦ ତଳେ ରହୁଛି । ଏହାସହ ଟେଷ୍ଟିଂ ତୁଳନାରେ ରାଜ୍ୟରେ ସଂକ୍ରମଣ କମ ଥିବା କହିଛନ୍ତି ।
ବାଇଟ-ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ଆଜିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ …

() ଆଜିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା କାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଏହି ଦାବିକୁ ପୁଣି ଥରେ ଦୋହରାଇବ ରାଜ୍ୟ । କୃଷି , ସ୍ବାସ୍ଥ୍ୟ, ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ଦେବା ପାଇଁ ବୈଠକରେ ରାଜ୍ୟ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବ । ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉଠାଇବେ ମୂଖ୍ୟମନ୍ତ୍ରୀ l

୨୦୧୪ରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିବା କେନ୍ଦ୍ର କାହିଁକି ରାଜ୍ୟକୁ ହକ ପ୍ରତି କେନ୍ଦ୍ର ଅବହେଳା କରୁଥିବା ବିଜେଡି ଅଭିଯୋଗ କରିଛି l ବିଜେଡ଼ି ସ୍ବର ସହିତ ସ୍ବର ମିଳାଇଛି କଂଗ୍ରେସ l ତୁରନ୍ତ ରାଜ୍ୟର ଦାବିକୁ କେନ୍ଦ୍ରପୂରଣ କରୁ ବୋଲି କହିଛନ୍ତି । ସେପଟେ ଫୋକସ ଷ୍ଟେଟ ସହ କେନ୍ଦ୍ର ତୁରନ୍ତ ବକେୟା ଅର୍ଥ ଦେବାକୁ ଦାବିକୁ ବିଜେଡି ଦାବି କରିଛି । ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଚିରାଚରିତ ଢଙ୍ଗରେ ଉତ୍ତର ରଖିଛି । ବାଇରେଳବାଇ, ବ୍ୟାଙ୍କିଙ୍ଗ, ମୋବାଇଲ ଯୋଗାଯୋଗ ସହ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଅଧିକ ଅର୍ଥ ଦେବାକୁ ବାରମ୍ବାର ଦାବି କରୁଛି ବିଜେଡି । ବିଜେଡି ବାରମ୍ବାର ସ୍ଵତନ୍ତ୍ର ରାଜ୍ୟ ପାହା ମାନ୍ୟତା ଦାବି କରୁଥିଲେ ମଧ୍ୟ କେନ୍ଦ୍ର ବିଭିନ୍ନ ବାହନା ଦେଖାଇ ଏହିଦାବିକୁ ଅଣଦେଖା କରୁଛି କେନ୍ଦ୍ର ।

ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ: ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ…

() ଓଡିଶା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) ର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ଭଦ୍ରକର ମାନନୀୟା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ।

{} ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନେ ଭଙ୍ଗା କଚା ଘରେ ରହୁଛନ୍ତି। ଅନେକ ଫନୀ ପରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ନିଜର ବାସ ହରାଇଛନ୍ତି। ଉକ୍ତ ଯୋଜନାରେ କେନ୍ଦ୍ର ସରକାରଙ୍କ ଆହ୍ବାନ “୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର” । ଏହି ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଧିଷ୍ଟ ପୋର୍ଟାଲ୍ (ଆବାସ ପୋର୍ଟାଲ୍) କେନ୍ଦ୍ର ସରକାରଙ୍କ ଦ୍ଵାରା ବନ୍ଦ ଥିବାରୁ ଉପଯୁକ୍ତ ଗରିବ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ପ୍ରକାଶ ଥାଉକି, ଓଡ଼ିଶାରେ ଆବାସ ପ୍ଲସ ଓ ରାଜ୍ୟ ଗୃହ ଉନ୍ନୟନ ପୋର୍ଟାଲ୍ ମାଧ୍ୟମରେ ପ୍ରାୟ ୬.୬୫ ଲକ୍ଷ ଗରିବ ପରିବାର ଓ ୧.୮୪ ଲକ୍ଷ ଫନୀ ବାତ୍ୟା ଦ୍ଵାରା କ୍ଷତଗ୍ରସ୍ତ ଗରିବ ପରିବାରକୁ ଯୋଗ୍ୟ ହିତାଧିକାରି ଭାବେ ଚିହ୍ନଟ କରାଯାଇଛି ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ ୫୭,୧୯୦ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ଅନ୍ତର୍ଭକ୍ତ କରାଯାଇଛି, ଯେଉଁମାନେ କି, ଅର୍ଥ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଛନ୍ତି । ଏହି ସମସ୍ତ ତଥ୍ୟକୁ ଆଧାର କରି ତୁରନ୍ତ ଆବାସ ପୋର୍ଟାଲ୍ ଖୋଲି ସମସ୍ତ ହିତାଧିକାରୀଙ୍କୁ ଅର୍ଥ ମଞ୍ଜୁର ଓ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦ ଅଧିବେଶନ ରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ନିଜର ଲିଖିତ ପ୍ରଶ୍ନ ଉପସ୍ଥାପନ କରି ମାନ୍ୟବର ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ଉକ୍ତ ଆବାସ ପ୍ଲସ ପୋର୍ଟାଲ୍ ଖୋଲା ହେଲେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସହିତ ଆହୁରି ଅପେକ୍ଷାରେ ଥିବା ଅନେକ ଗରିବ ଲୋକ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପକ୍କା ଘରଟିଏ ପାଇ ଉପକୃତ ହେବେ । ଖୁବ୍ ଶୀଘ୍ର ଉକ୍ତ ପ୍ରଶ୍ନ ର କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତର ଆସିବ ବୋଲି ଆଶା କରାଯାଉଛି ।

ସାଧାରଣ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍‌ଟି ଛାଡ଼ ଦାବିରେ ଓଡ଼ିଶା କଂଗ୍ରେସ….

{} ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ମନଇଛା ସାଧାରଣ ଖାଦ୍ୟ ପଦାର୍ଥ ଉପରେ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସର ରାଜଭବନ ଘେରାଉ ।

ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ, ଯୁବକମାନଙ୍କୁ ରୋଜଗାର ଓ ସାଧାରଣ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍‌ଟି ଛାଡ଼ ଦାବିରେ ଓଡ଼ିଶା କଂଗ୍ରେସର ରାଜଭବନ ଘେରାଉ ।

() ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍‌ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି । ହଜାର ହଜାର ସଂଖ୍ୟାରେ କଂଗ୍ରେସକର୍ମୀ ରାଜଭବନ ଆଡ଼କୁ ମାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇ ଗିରଫ ହୋଇଛନ୍ତି । ଆଜି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏଡିଏମଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହିପରିପ୍ରେକ୍ଷୀରେ କହିଥିଲେ ଯେ ଆଜି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶକୀୟ ଖାଦ୍ୟପଦାର୍ଥର ଦରଦାମ ଆଜି ଆକାଶଛୁଆଁ । ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ର ଦାମ ୨୦୧୪ ମସିହା ତୁଳନାରେ ପାଖାପାଖି ୪୫%ରୁ ୭୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଡାଲି, ତେଲ, ଲୁଣ, ବିସ୍କୁଟ ଠାରୁ ଆରମ୍ଭ କରି ଚୁଡ଼ା, ମୁଢ଼ି, ଖଇ, ଉଖୁଡ଼ା, ଅଟା, ଚାଉଳ ଚୂନା, ଛତୁଆ, ଦହି, ଗୁଡ଼, ଲହୁଣି ଛଡ଼ା ଛୋଟ ପିଲାମାନଙ୍କର ଖାତା, ପେନସିଲ, କଟର ଉପରେ ଜିଏସ୍‌ଟି ଲାଗୁ କରିବା ଯୋଗୁଁ ଦରଦାମ ମଧ୍ୟ ବହୁ ପରିମାଣରେ ବୃଦ୍ଧି ଘଟିଛି । ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ବାସ୍ତବ କ୍ଷେତ୍ରରେ ୮ ବର୍ଷ ଶାସନ ପରେ ଆଜି ଦେଶରେ ପ୍ରତ୍ୟେକ ବର୍ଗ ସମସ୍ତେ ଦରଦାମ ଯୋଗୁଁ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଗରିବ, ଖଟିଖିଆ, ଚାଷୀ, ସ୍ୱଳ୍ପ, ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବିଶେଷ ଭାବରେ ଏ ମୁଦ୍ରାସ୍ପିତି ଓ ଦରଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ । ଖାଉଟି ମୁଦ୍ରାସ୍ପିତି ୭%ରୁ ଲଗାତାର ଉପରକୁ ରହିଛି । ମୋଦି ସରକାର ଭାରତବର୍ଷର ଅର୍ଥନୀତିକୁ ସଂପୂର୍ଣ୍ଣ ରୂପେ ଦୁର୍ବଳ କରିଦେବା ସହିତ ଅର୍ଥନୀତି ପରିଚାଳନା କରିବା ଏବଂ ତାକୁ ସଂପୂର୍ଣ୍ଣ ଦିଶା ଦେବାରେ ଆଜି ଫେଲ ମାରିଛି । ଏହି ଅହେତୁକ ଦରଦାମ ବୃଦ୍ଧି ହେତୁ ଆଜି ଗୃହିଣୀମାନଙ୍କ ଆଖିରୁ ଲୁହ ଗଡ଼ୁଛି, ହାଣ୍ଡିଶାଳକୁ ମହଙ୍ଗା ମାଡ଼ । ଦରଦାମ ବୃଦ୍ଧି ସହିତ ବେକାରୀ ସମସ୍ୟା ଆଜି ଉତ୍କଟ ହେବାରେ ଲାଗିଛି । ଓଡ଼ିଶାର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇଁ ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି । ମୋଦି ସରକାର ୧୬କୋଟି ରୋଜଗାର ଦେବା ପରିବର୍ତେ ମାତ୍ର ୮ ବର୍ଷରେ ୭ଲକ୍ଷ ୨୨ ହଜାର ଯୁବକଯୁବତୀଙ୍କୁ ନିଯକ୍ତି ଦେଇଛନ୍ତି । କିନ୍ତୁ ବିମୁଦ୍ରିକରଣ ଓ ଜିଏସଟି ଯୋଗୁଁ ଭାରତବର୍ଷରେ ୧୩ କୋଟି ଲୋକ ନିଜର ଜୀବିକା ହରାଇଛନ୍ତି । ଏହି ୮ବର୍ଷର ମୋଦି ସରକାରର ଶାସନ ସମୟରେ ଭାରତବର୍ଷର ୪୫ କୋଟି ଲୋକ ଉତ୍କଟ ଦାରିଦ୍ରତା ଭିତରକୁ ଠେଲି ହୋଇଯାଇଛନ୍ତି । ଦୀର୍ଘ ୨୨ ବର୍ଷର ନବୀନ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗରେ ଠିକା ନିଯୁକ୍ତି କରୁଛନ୍ତି । ମୂଳ ସରକାରୀ ମଞ୍ଜୁରପ୍ରାପ୍ତ ପଦବୀର ୫୦% ଉଚ୍ଛେଦ କରି ଠିକା ନିଯୁକ୍ତ ଦେବା ଓ ଆଉଟସୋସିଂ ଦ୍ୱାରା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ନିଯୁକ୍ତି କରାଯାଉଛି । ଏପରିକି ଏହି ଶିକ୍ଷିତ ଯୁବକଯୁବତୀ ମାନଙ୍କୁ ଦିନକୁ ସର୍ମନିମ୍ନ ମଜୁରୀ ଠାରୁ ମଧ୍ୟ କମ୍ ପ୍ରାପ୍ୟ ଦିଆଯାଉଛି । କେନ୍ଦ୍ରର ମୋଦି ସରକାର ଓ ଓଡ଼ିଶାର ନବୀନ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ସମଦୁରତାର ନାରାବାଜୀ କେବଳ ରାଜନୈତିକ ଚାଲ ଓ ଓଡ଼ିଶାର ଲୋକଙ୍କୁ ଭୁଆଁ ବୁଲାଇବାପାଇଁ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଂଗ୍ରେସ ନେତୃବର୍ଗଙ୍କୁ ଏବଂ ବିଶେଷକରି ଅଖିଳ ଭାରତ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତି ସୋନିଆ ଗାନ୍ଧୀଙ୍କୁ ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଇଡି ଓ ଦିଲ୍ଲୀ ପୋଲିସକୁ ଲଗାଇ ଭୟଭିତ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । କଂଗ୍ରେସ ଭାରତବର୍ଷର ଜନସାଧାଣଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବାର ଦୁର୍ବାର ନିଷ୍ପତି ନେଇଛି । ତେଣୁ କୌଣସି ପରିସ୍ଥିତିରେ କଂଗ୍ରେସ ଡରିବ ନାହିଁ ବୋଲି କହିଛନ୍ତି ।

ଏଡିଏମ ଅଫିସ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ରାଜଭବନ ଘେରାଉ କରିବାପାଇଁ ରାଜଭବନ ଅଭିମୁଖେ ଯାତ୍ରା କରୁଥିବା ବେଳେ ରାଜଭବନ ସମ୍ମୁଖରେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ପ୍ରବେଶ କଲାବେଳେ ପୋଲିସ ତିନି ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କୁ ଗିରଫ କରିଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ଜୟଦେବ ଜେନା, ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ, ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି, ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, ପଂଚାନନ କାନୁନଗୋ, ଭୁଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ପୃଥିବୀବଲ୍ଲଭ ପଟ୍ଟନାୟକ, ଯଜେ୍ଞଶ୍ୱର ବାବୁ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଜିଆଉଲ ହକ, ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ତାଙ୍କ ବକ୍ତବ୍ୟରେ ମୋଦି ଓ ନବୀନ ସରକାରକୁ କଟୁ ସମାଲୋଚନା କରିଥିଲେ । ରାଜ୍ୟବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମର ଅପାର ସଫଳତା ପାଇଁ ପୂର୍ବତନ ପିସିସି ସଭାପତି, ବରିଷ୍ଠ ନେତୃବୃନ୍ଦ ତଥା ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ବିଭିନ୍ନ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗ ତଥା ଜିଲ୍ଲା ସଭାପତି ଓ ଜିଲ୍ଲାର ସମସ୍ତ କର୍ମକର୍ତା, ନେତୃବୃନ୍ଦ ଓ ସର୍ବୋପରି ସମସ୍ତ କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ମହାପାତ୍ର, ରବିନ୍ଦ୍ର ମଲ୍ଲିକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁଜିତ ପାଢ଼ୀ, ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜୟନ୍ତ ଭୋଇ, ଶମ୍ଭୁ ପାଣିଗ୍ରାହୀ, ଅଭିଷେକ ମହାନନ୍ଦ, ରଜନୀ ମହାନ୍ତି, ଗିରିଜା ଶଙ୍କର ଦାଶ, ଜ୍ଞାନରଞ୍ଜନ ପଟ୍ଟନାୟକ, ସୁଦର୍ଶନ ଦାସ, ବାଙ୍କନିଧି ବେହେରା, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ଯୁଧିଷ୍ଠିର ଜେନା, ଅଶୋକ ଦାଶ, ରାଜକିଶୋର ବାରିକ, ସୁଶାନ୍ତ ତ୍ରିପାଠୀ, ସୁଭାଷ ଚନ୍ଦ୍ର ପ୍ରଧାନ, ଅଶୋକ ସ୍ୱାଇଁ, ସୁବତ୍ର ମହାପାତ୍ର, କୈଳାସ ସାହୁ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ନାସିର ହୁସେନ, ସାଗର ପରିଡ଼ା, ରଶ୍ମି ମହାପାତ୍ର, ଗିତାଞ୍ଜଳି ମହାନ୍ତି, କନକଲତା ମଲ୍ଲିକ, ପ୍ରଣତି ମିଶ୍ର, ଶ୍ରିୟାସ୍ମିତା ପଣ୍ଡା, କଳ୍ପନା ମହାନ୍ତି, ସିଲି ସେଠୀ, ତ୍ରିଲୋଚନ ମଲ୍ଲିକ, ତ୍ରିଲୋଚନ ମହାନ୍ତି, ଜାନକୀ ମଲ୍ଲିକ, ସ୍ନେହଲତା ରାୟ, ପ୍ରଭାବତି ପଟ୍ଟନାୟକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ତୁଷାରକାନ୍ତି ତପସ୍ୱୀ, ସବିତା ଧୀର, ଉର୍ବଶ୍ରୀ ମିଶ୍ର, ମଧୁସ୍ମିତା ଆଚାର୍ଯ୍ୟ, ଲଳିତା ସାହୁ, ଅରୁନ୍ଧତି ପରିଡ଼ା, ଆରତୀ ସ୍ୱାଇଁ, ନିର୍ମଲା ମଲ୍ଲିକ, ଜୟଶ୍ରୀ ନନ୍ଦ, ଜୟଶ୍ରୀ ପାତ୍ର, ସ୍ୱାଗତିକା ପଟ୍ଟନାୟକ, ଜୟଶ୍ରୀ ନନ୍ଦ, ଶୁଭଦ୍ରା ମିଶ୍ର, ଲକ୍ଷ୍ମିପ୍ରିୟା ଦାସ, ପ୍ରମିଳା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news