ଓଡ଼ିଶା ଅନ୍ୟ ମାନଙ୍କ ପାଇଁ ମାର୍ଗଦର୍ଶକ…

{} ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ।

() ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।

ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ ଳ ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । Covid ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ। ସତ୍ୟ ଓ ଅହିଂସା ର ବିଜୟ. ଏହି ବିଜୟ ସାରା ବିଶ୍ବକୁ ରାସ୍ତା ଦେଖାଇଛି। ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, Science & Technology, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି.

ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ landmark ହାସଲ କରି ଦେଶକୁ ରାସ୍ତା ଦେଖାଇଛି।

ଓଡିଶାରେ ଆଜି transformationର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ Food deficit ରାଜ୍ୟରୁ ଏକ food surplus ରାଜ୍ୟ ହେବା, disaster managementରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, sports hub ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି landmark ଆମ ଓଡିଶାର ଜୟଯାତ୍ରାର ପ୍ରତୀକ। ଶିକ୍ଷା ଆମର focus. ଆମ ସ୍କୁଲ transformation programme, quality educationର ଦୃଢ ପ୍ରତିଶ୍ରୁତି ବହନ କରୁଛି। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର talented ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବାରର iconic OAV ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ୍ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି।

ସ୍ବାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ regular recruitment ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ entry level ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ empowerment କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍‌ରେ ଆମ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।

ଖାଦ୍ୟ ସୁରକ୍ଷା ପରେ nutrition security ଅମର focus. Millet mission ରାଜ୍ୟର ଉଣେଇଶ ଟି ଜିଲ୍ଲା କୁ extend କରାଯାଇଛି ଏଥିପାଇଁ ଦୁଇ ହଜ଼ାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ।

ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆ ମାନେ ସବୁବେଳେ regional mindsetରୁ ଉପରକୁ ଉଠି national spiritରେ କାମ କରନ୍ତି। Indian National Hockeyର both men and women Teamକୁ ଓଡିଶା sponsor କରିବା ଆମ nationalistic spiritର best example।

ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର centenary year ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ.। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ।

ଜୟ ହିନ୍ଦନ୍ଦନ ଜଣାଉଛି।

ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ ଳ ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । Covid ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ। ସତ୍ୟ ଓ ଅହିଂସା ର ବିଜୟ ଏହି ବିଜୟ ସାରା ବିଶ୍ବକୁ ରାସ୍ତା ଦେଖାଇଛି।

ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, Science & Technology, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି।

ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ landmark ହାସଲ କରି ଦେଶକୁ ରାସ୍ତା ଦେଖାଇଛି।

ଓଡିଶାରେ ଆଜି transformationର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ Food deficit ରାଜ୍ୟରୁ ଏକ food surplus ରାଜ୍ୟ ହେବା, disaster managementରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, sports hub ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି landmark ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।

ଶିକ୍ଷା ଆମର focus. ଆମ ସ୍କୁଲ transformation programme, quality educationର ଦୃଢ ପ୍ରତିଶ୍ରୁତି ବହନ କରୁଛି। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର talented ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍‌ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବାରର iconic OAV ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ୍ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି।

ସ୍ବାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ regular recruitment ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ entry level ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି।

ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ empowerment କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍‌ରେ ଆମ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।

ଖାଦ୍ୟ ସୁରକ୍ଷା ପରେ nutrition security ଅମର focus. Millet mission ରାଜ୍ୟର ଉଣେଇଶ ଟି ଜିଲ୍ଲା କୁ extend କରାଯାଇଛି ଏଥିପାଇଁ ଦୁଇ ହଜ଼ାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ।

ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆ ମାନେ ସବୁବେଳେ regional mindsetରୁ ଉପରକୁ ଉଠି national spiritରେ କାମ କରନ୍ତି। Indian National Hockeyର both men and women Teamକୁ ଓଡିଶା sponsor କରିବା ଆମ nationalistic spiritର best example।

ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର centenary year ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା।

ଜୟ ହିନ୍ଦ

ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବାପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ….

() ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା, ମୂଢ଼ି, ଦହି, ଖଇ, ଉଖୁଡ଼ା, ଅଟା, ପେନସିଲ କଟର, ନୋଟ ଖାତା ଇତ୍ୟାଦି ଉପରେ ୫% ଜିଏସଟି ଲାଗୁ କରିଛନ୍ତି । ମୁଦ୍ରାସ୍ପିତି ଆଜି ସର୍ବୋଚ୍ଚ ସ୍ତରରେ । ବେକାରୀ ସମସ୍ୟାକୁ ସମାଧାନ କରିବାପାଇଁ କେନ୍ଦ୍ରର ବିଜେପି ସରକାର ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନାହାନ୍ତି । ଦେଶ ୭୫ତମ ବର୍ଷ ସ୍ୱାଧୀନତାର ପୂର୍ତି ପାଳନ କରୁଥିବା ବେଳେ ଭାରତ ବର୍ଷର ଭବିଷ୍ୟତ ୧୪ କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି । ଶ୍ରମିକ,କୃଷକ, ସାଧାରଣ ବର୍ଗ, ମହିଳା ଓ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ବିରୋଧ କରି ଏବଂ ଜନଯାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ ରୂପରେଖର ନିଷ୍ପତି ନିଆଯାଇଛି । ଏହି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ପଟ୍ଟନାୟକ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, କର୍ମୀ ମାନଙ୍କୁ ଆସନ୍ତା କାର୍ଯ୍ୟକ୍ରମକୁ ରାଜ୍ୟରେ କିପରି ସଫଳ କରାଯାଇ ପାରିବ ସେଥି ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ସାଂସଦ ତଥା ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ଡ.ଯୁଧିଷ୍ଠୀର ଜେନା, ଡ.ରବି ସେଠୀ, ବିଜୟ ଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, କୁମାର ଚିରଞ୍ଜିବ, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ର ମା ନବୀନ…

{} ମୁଖ୍ୟମନ୍ତ୍ରୀ ଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ର ମା ମାନେ।

() ସ୍ୱାଧୀନତାର ପଚସ୍ତରୀ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ର ବିଭିନ୍ନ ଅଂଚଳର ମିଶନ ଶକ୍ତି ର ମା ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲ।ଜାତୀୟ ପତଳା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନ ଶକ୍ତି ମା ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବ ର କଥା ବୋଲି କହିବା ସହ ଏହିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନା ଯୋଗ୍ୟ ଯେ ସ୍ୱାଧୀନତା ର ପଚସ୍ତରୀ ବର୍ଷ ଉପଲକ୍ଷେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀ କୁ ଅର୍ପଣ କରିଛନ୍ତି।

ଗ୍ରାଉଣ୍ଡ ରେ ପ୍ରଣବ: ବନ୍ୟା ମୁକାବିଲା ପାଇଁ ପ୍ରସାଶନ ସଜାଗ ….

() ସେ ଲୋକଙ୍କ ନେତା । ସବୁବେଳେ ଓ ସବୁ ସମୟରେ ଲୋକଙ୍କ ସହ ରହନ୍ତି । ଲୋକଙ୍କ ସୁଖ ଓ ଦୁଃଖ ସମୟରେ ପରିବାର ସଦସ୍ୟଭାବେ ସାମିଲ ହୋଇ ସାହସ ଦିଅନ୍ତି । କଥା କମ , କାମରେ ବିଶ୍ୱାସ ରଖିଛନ୍ତି ସେ । ରାଜ୍ୟବାସୀ ପ୍ରତି ଯେତେବେଳେ କୌଣସି ବିପଦ ଆସେ ସେ ଚିନ୍ତିତ ହୋଇପଡ଼ନ୍ତି । ଲୋକଙ୍କୁ ବିପଦ ମୁଖରୁ ରକ୍ଷା କରିବା ପାଇଁ ଦିନରାତି ସବୁ ଭୂଲି କାମରେ ଲାଗିପଡ଼ନ୍ତି । ସାଢେ ଚାରିକୋଟି ଓଡ଼ିଆଙ୍କ ଭାଇ ସାଜି ବିପଦରେ ସାତ ଦିଅନ୍ତି । ମହାନଦୀରେ ବନ୍ୟା ମାଡ଼ି ଆସୁଥିବାରୁ ମୁଖ୍ୟମନ୍ତ୍ରୀ ପୁରା ପ୍ରଶାସନ କଳ ସଫଳତାର ସହ ବନ୍ୟାକୁ ମୁକାବିଲା କରିଛନ୍ତି । ବନ୍ୟାର ବିପତ୍ତିରୁ ରକ୍ଷା କରିବା ପାଇଁ ପ୍ରଶାସନର ସହ ଦଳୀୟ ସଂଗଠନକୁ ମୁକାବିଲାରେ ଲଗାଇଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ବନ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତରିତ କରିବାରେ ପ୍ରକ୍ରିୟା ନିଜ ଜିଲ୍ଲାରୁ ଆରମ୍ଭ କରିଛନ୍ତି l ନିଜେ ଗ୍ରାଉଣ୍ଡରେ ରହି ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ପଚାରି ବୁଝିଛନ୍ତି l ଏହାସହ

ବନ୍ୟା ହେଲେ ପ୍ରଭାବିତ ପାଖରେ କିପରି ରିଲିଫ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି l ବିଶେଷକରି ଅଧିକ ପ୍ରଭାବିତ ହୋଇଥିବା ତଳିଆ ଅଂଚଳ ଗୁଡ଼ିକ ଉପରେ ଅଧିକ ଫୋକସ ଦେଇଛନ୍ତି l ଲୋକଙ୍କ ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ ଓ ରିଲିଫ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଲଗାଣ ବର୍ଷା ଜାରୀ ରହିଛି ତେଣୁ ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପୁନଉଦ୍ଧାର କାମ କିପରି ହେବ ସେନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ, ପୁରା ବିଜେଡ଼ି ସଂଗଠନକୁ ରିଲିଫ କାମରେ ସାମିଲ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ବିପଦ ସମୟରେ ଯେପରି କୌଣସି ଲୋକ ବା ପରିବାର ଦୁଃଖରେ ନରହିବେ ତାହା ଉପରେ ପ୍ରଣବ ଗୁରୁତ୍ୱ ଦେଇଛନ୍ତି । ପ୍ରଣବଙ୍କ ସହ ଯୁବ ବିଜେଡି ନେତା ଭବ ପ୍ରସାଦ ଦାସ ଓ ଯାଜପୁର ବିଜେଡି ନେତୃବନ୍ଦ ସାମିଲ ହୋଇଥିଲେ l

ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି..

() ବିଶ୍ଵ ଅଙ୍ଗ ଦାନ ଦିବସ

ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି।

ଉଭୟଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର । ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ବାରା ସମାଜ ଉପରେ ଭଲ ପ୍ରଭାବ ପଡୁଛି।

ସେମାନଙ୍କ ପରିବାର ନିକଟରେ ସମାଜ ୠଣୀ

ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି।

ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ ଶ୍ରୀମତି ପିଙ୍କି ସାହୁ ଓ ସିଦ୍ଧି ଙ୍କ ପିତା ଶ୍ରୀ ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗ ଦାନ ପାଇଁ ୨୦୨୦ ଠାରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। 2020 ରେ ଗଞ୍ଜାମର ମସ୍ତିସ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ଛ ଟି ଗୁରୁତବପୂର୍ଣ ଅଙ୍ଗ ଦାନ କରି ଛଅ ଟି ଜୀବନ ରକ୍ଷା କରି ଥିବାରୁ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ।

ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ କହିଲେ ଯେ ଏହା ଦ୍ବାରା ସମାଜ ଉପରେ ବହୁତ୍ ଭଲ ପ୍ରଭାବ ପଡୁଛି। ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ମୂଖ୍ୟମନ୍ତ୍ରୀ କହିଲେ ଯେ ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ଓ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଥିଲେ।

ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧୀଙ୍କ ପରିବାରର ତ୍ୟାଗ ର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଏହି ମହାନ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି ସେମାନେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଶ୍ରୀ ଭି କେ ପଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।NHM ର ନିର୍ଦେଶକ ବ ସ୍ବାଗତ ଭାଷଣ ଦେଇଥିଲେ ଓ DMET ଧନ୍ୟବାଦ୍ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ..

ପାଣି ରେ ଭାସି ଉଡାଇଲେ ତ୍ରିରଙ୍ଗା…

{} ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ ନିଆରା ଢଙ୍ଗରେ ଉଡାଇଲେ ତ୍ରିରଙ୍ଗା।

ଜଳରେ ଭାସିବାର କୈାଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ଦେବ ମୁକ୍ତି ।

() ଭୁବନେଶ୍ୱର ରେ ନିଆରା ଢଙ୍ଗରେ ପାଳନ ହୋଇଛି ସ୍ବାଧୀନତା ର ଅମୃତ ମହୋତ୍ସବ । ଜଳ ଯୋଗ ପ୍ରଶିକ୍ଷକ ଅଶୋକ କୁମାର ବରାଳ ଜଳରେ ଭାସି ଜାତୀୟ ପତାକା ଉଡ଼ାଇ ଛନ୍ତି। ଭାସମାନ ଅବସ୍ଥାରେ ତ୍ରିରଙ୍ଗା ପତାକା କୁ ସଲାମି ଦେଇ ଦେଶର ସ୍ବାଧୀନତା ପାଇଁ ଆତ୍ମବଳି ଦେଇ ଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ସମ୍ମାନ ଜଣାଇ ଛନ୍ତି। ୭୫ ବର୍ଷ ତଳେ ଆମେ କେବଳ ଇଂରାଜେ ମାନଙ୍କ ଠାରୁ ସ୍ବାଧିନ ହୋଇ ଥିଲୁ ହେଲେ ସେହି ଆଜାଦି ଆମକୁ ଭୁଖା , ଅଶିକ୍ଷିତ, ଅସ୍ପୃଶ୍ୟତା, ଅସ୍ଥିରତା ଏବଂ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଠାରୁ ମୁକ୍ତି ଦେଇଛି। ସ୍ବାଧିନ ଭାରତରେ ଆମେ କେବଳ ସୁରକ୍ଷିତ ନାହୂଁ ଆମେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ବୈଷୟିକ କ୍ଷେତ୍ର ରେ ବିଶେଷ ପ୍ରଗତି କରିଛୁ। ଯାହାଫଳରେ ଭାରତ ବିଶ୍ଵ ରେ ନିଜର ପତିଆରା ଜାହିର କରିପାରିଛି ବୋଲି ଶ୍ରୀ ବରାଳ କହିଛନ୍ତି। ଜଳରେ ଭାସିବା କୈ।ଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ମୁକ୍ତ ଦେବ ବୋଲି ଜଳରେ ଭାସମାନ ଅବସ୍ଥାରେ ପତକା ଉଡ଼ାଇ ଶ୍ରୀ ବରାଳ ଏହା ପ୍ରତିପାଦନ କରିଛନ୍ତି।

ଜଳରେ ଭାସିବାର ଗୁଣ ପ୍ରତ୍ୟେକ ପ୍ରାଣୀ ଙ୍କ ଶରୀରର ରହିଛି। ମନୁଷ୍ୟ ଶରୀର ରେ ମଧ୍ୟ ପାଣିରେ ଭାସିବାର ଗୁଣ ରହିଛି ଏହି ସନ୍ଦେଶ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ଅଶୋକ ଏହି ଅବସରରେ ପ୍ରୟାସ କରିଛନ୍ତି।

ଆସିବକି ବନ୍ୟା: ବୈତରଣୀ ଓ ଜଳକା ନଦୀ…..

() ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରୁହେ । ତେବେ ମହାନଦୀ ରେ ସ୍ୱଳ୍ପ ଧରଣର ବନ୍ୟା ଆମେ ଦେଖିବା । ଆସନ୍ତା କାଲି ସକାଳ 8 ଟା ବେଳେ ମୁଣ୍ଡଳୀ ଦେଇ 6 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ସେପଟେ ଛତିଶଗଡ଼ ରେ ପ୍ରବଳ ବର୍ଷା ହେଉଥିବା ରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ମାତ୍ର ଆମେ ତାଙ୍କୁ ଜବାବରେ ଜଣାଇଛୁ ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲିବ । ବର୍ତ୍ତମାନ ସୁଦ୍ଧା ହୀରାକୁଦ ରେ 24 ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ି ପାରେ । ସେହିପରି ବୈତରଣୀ ଓ ଜଳକା ନଦୀ ରେ ଜଳ ସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଛି । ସମସ୍ତଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡ଼ ରେ ରଖାଯାଇଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତିଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର l

ଶ୍ରୀ ବଳଦେବଜୀଉଙ୍କ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଉନ୍ମୋଚିତ

() କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ” ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ସୋଆ ଅଧିନସ୍ଥ ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଭଜନ ଆଲ୍‌ବମ୍‌ର ଗୀତ ରଚନା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ କରିଥିବା ବେଳେ ସଂଗୀତ ସଂଯୋଜନା କରିଛନ୍ତି କେନ୍ଦ୍ରାପଡ଼ା ବାରୁଅ ସ୍ଥିତ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ଶ୍ରୀ ବିମଳ ପ୍ରସାଦ ପରିଡା । କଣ୍ଠ ଦାନ କରିଛନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୌରଭ ନାୟକ, କରୁଣାକର, ସୋହିନୀ ମିଶ୍ର ଏବଂ ଅନ୍ତରା ଚକ୍ରବର୍ତୀ ।

ଗୁରୁବାର ସୋଆ ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉନ୍ମୋଚନ ଅବସରରେ ପ୍ରଫେସର ନାୟକ ଶିକ୍ଷା ଓ ଅନୁସନ୍ଧାନ ନାମର ମହତ୍ୱ ସମ୍ପର୍କରେ ମତ ରଖିବା ସହ ବର୍ତମାନ ବିଶ୍ୱବିଦ୍ୟାଳୟ ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରକୁ ନେଇ ମଧ୍ୟ ଗବେଷଣା ଆରମ୍ଭ କରିଛି ଏବଂ ଏଥି ନିମନ୍ତେ ‘ପ୍ରାଚୀନ’ ବିଭାଗ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି । ତେଣୁ ସଂସ୍କୃତି ଓ ଐତିହ୍ୟକୁ ଉଦ୍‌ଜୀବିତ କରି ରଖିବା ନିମନ୍ତେ ବଳଦେବଜୀଉଙ୍କ ଭଜନ ଆଲ୍‌ବମ୍ ପ୍ରସ୍ତୁତି ‘ପ୍ରାଚୀନ’ର ପ୍ରୟାସ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଛନ୍ତି । ଉନ୍ମୋଚନ ଅବସରରେ ଶ୍ରୀ ରଞ୍ଜନ କୁମାର ଦାସ ସଂଗୀତ ରଚନା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହା ଏକ ବନ୍ଧନ । ପ୍ରଭୁଙ୍କ ବନ୍ଧନ ବିନା ଏଭଳି କାର୍ଯ୍ୟ ସମ୍ଭବ ନୁହେଁ । ଆଲ୍‌ବମ୍‌ରେ ୬ଟି ଗୀତ ଥିବା ବେଳେ ଏହା ବେଶ ସ୍ମୃତି ମଧୁର ହୋଇଛି ଏବଂ ଏହି ପ୍ରଥମ ଆଲ୍‌ବମ୍‌ଟି ଶ୍ରୋତାଙ୍କ ନିକଟରେ ବେଶ ଆଦୃତ ହେବ ବୋଲି ସେ କହିଛନ୍ତି । ଏହି ପ୍ରଥମ ଅର୍ଘ୍ୟକୁ ସୋଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ସଂଗୀତକାର ଶ୍ରୀ ପରିଡ଼ା ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ନାୟକଙ୍କ ସମେତ ଶ୍ରୀ ଦାସ, ଶ୍ରୀ ପରିଡା, ଦୈନିକ ସମ୍ବାଦପତ୍ର ‘ପ୍ରମେୟ’ ଏବଂ ନ୍ୟୁଜ ଚ୍ୟାନେଲ ‘ନ୍ୟୁଜ-୭’ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ‘ନ୍ୟୁଜ-୭’ର କାର୍ଯ୍ୟକାରୀ ସଂପାଦକ ଶ୍ରୀ ଦେବ ନାରାୟଣ ସେଠୀ, ପ୍ରମେୟର ଡିଜିଏମ୍ (ସର୍କୁଲେସନ୍‌) ଶ୍ରୀ ଗଜେନ୍ଦ୍ର ଦାସ, ଏଜିଏମ୍ ଶ୍ରୀ ରମାକାନ୍ତ ମଲ୍ଲିକ୍ ଏବଂ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ତଥା ଡାଇରେକ୍ଟର ରିସୋର୍ସେସ୍ ଶ୍ରୀ ଯୁଗଳ କିଶୋର ଦାସ ଉପସ୍ଥିତ ଥିଲେ ।

ପ୍ରମେୟର ବ୍ୟୁରୋ ଚିଫ୍ ଶ୍ରୀ ଦେବେନ୍ଦ୍ର ସୁଆର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି ଗାଁ ସ୍କୁଲ..

() ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ଉଭୟ ପ୍ରକଳ୍ପରେ ୨୭ ହଜାର ହେକ୍ଟରରୁ ଅଧିକ ଜମିକୁ ମିଳିବ ଜଳସେଚନ ସୁବିଧା, ୨.୫ ଲକ୍ଷରୁ ଅଧିକ ଚାଷୀ ହେବେ ଉପକୃତ।

ଜନଜାତି ପିଲାମାନେ ନିଜ ଦକ୍ଷତା ବଳରେ ଆଜି ଦେଶ ବିଦେଶରେ ସୁନାମ କରୁଛନ୍ତି।

 ପିଲାଟିଏ ଯେତେବେଳେ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଜଳସେଚନ ପ୍ରକଳ୍ପ – ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ – ଲୋକାର୍ପିତ କରିଛନ୍ତି । ଏହାସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଆଜି ମୟୁରଭଞ୍ଜର ରାସଗୋବିନ୍ଦପୁରସ୍ଥିତ ଟିକପଦା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପ ଲୋକାର୍ପିତ କରି କହିଛନ୍ତି ଯେ ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଆଜି ସୁଫଳ ଦେବା ଆରମ୍ଭ କରିଛି । ଶିକ୍ଷା ଓ ରୋଜଗାର ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ବହୁତ ଆଗକୁ ଯାଇପାରିଛି । ଜନଜାତି ପିଲାମାନେ ଆଜି ସେମାନଙ୍କ ଦକ୍ଷତା ବଳରେ ଦେଶ ବିତେଶରେ ସୁନାମ କରିପାରୁଛନ୍ତି ବୋଲି ସେ କହିଥିଲେ ।

ଆଜି ଲୋକାର୍ପିତ ଦୁଇଟି ପ୍ରକଳ୍ପ ମଧ୍ୟରୁ ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ୧୭,୧୨୧ ହେକ୍ଟର ଅତିରିକ୍ତ ଚାଷ ଜମି ପାଇଁ ଜଳସେଚନର ସୁବିଧା ମିଳିବ। ଏହାଦ୍ବାରା ଉଭୟ ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ। ଏତିପାଇଁ ୬୮୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ ସୁବର୍ଣ୍ଣରେଖା ରାଜ୍ୟ ସରକାରଙ୍କ ଏକ ବୃହତ ଜଳସେଚନ ପ୍ରକଳ୍ପ। ଏହାଦ୍ବାରା ସମୁଦାୟ ୭୦ ହଜାର ହେକ୍ଟର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ପାଣି ସୁବିଧା କରାଯାଇପାରିଛି ।

ସେହିପରି ଦେଓ ଜଳସେଚନ ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜର ପ୍ରାୟ ୧୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବା ସହିତ ଏହାଦ୍ବାରା ୧୦୦ଟି ଗାଁର ଦୁଇ ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ କରଞ୍ଜିଆ ବ୍ଲକ୍‌ର ହାତୀବାରି ଠାରେ ୮୨୩ କୋଟି ଟଙ୍କାରେ ଦେଓ ନଦୀ ଉପରେ ୧୨୮୦ ମିଟର ଦୈର୍ଘ୍ୟର ଏକ ବନ୍ଧ ନିର୍ମାଣ କରାଯାଇଛି ।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ଓ କଲ୍ୟାଣ ମୂଳକ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସବୁ କାର୍ଯ୍ୟକ୍ରମ ଲୋକଙ୍କୁ ସଶକ୍ତ କରିଛି ଏବଂ ଲୋକଙ୍କ ଆଦର ଲାଭ କରିଛି ।

୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିଛି । ଯେତେବେଳେ ମୟୁରଭଞ୍ଜର ଗୋଟିଏ ପିଲାଟିଏ ଗାଁ ସ୍କୁଲରେ ବିଶ୍ବସ୍ତରୀୟ ଶିକ୍ଷା ସୁବିଧା ପାଉଛି, ସେତେବେଳେ କେବଳ ସେ ପିଲା ନୁହେଁ, ବା ଗାଁ ନୁହେଁ, ସାରା ଓଡିଶାର ଆଗକୁ ବଢିବାର ଚିତ୍ର ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ ।

ମୟୁରଭଞ୍ଜର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସାରା ଭାରତରେ ମୟୁରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି । ମୟୁରଭଞ୍ଜର ଜନଜାତି ଭାଇଭଉଣୀ ମାନଙ୍କର ଏକ ସମୃଦ୍ଧ ପରମ୍ପରା ରହିଛି । ସେ ଗୌରବକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଜୀ ଆହୁରି ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ତାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ସେ କହିଥିଲେ ।

ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି । ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର, ମୋରଡା ବିଧାୟକ ଶ୍ରୀ ରାଜକିଶୋର ଦାସ, ବାଙ୍ଗରିପୋଷି ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଂସଦା ପ୍ରମୁଖ ବକ୍ତବ୍ୟ ରଖି ମୟୁରଭଞ୍ଜର ଚାଷୀ ମାନଙ୍କ ପାଇଁ ଏହି ଦୁଇଟି ପ୍ରକଳ୍ପର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ଓ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ବର୍ଣ୍ଣନା କରି ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ତାଙ୍କୁ ସମସ୍ତଙ୍କ ପ୍ରିୟଭାଜନ କରିପାରିଛି ବୋଲି ସେମାନେ ମତ ଦେଇଥିଲେ।

ମୋକିମଙ୍କୁ ପିସିସି ର ମାଷ୍ଟର ଷ୍ଟ୍ରୋକ…

() ଗିରିବାଲା ବେହେରା ଆଉଟ ସୁରେଶ ମହାପାତ୍ର ଇନ। କଟକ ନଗର କଂଗ୍ରେସ ସଭାପତି ପଦରୁ ଗିରିବାଲା ବେହେରାଙ୍କୁ ବାଦ ଦିଆଗଲା। ସୁରେଶ ମହାପାତ୍ର ହେଲେ ନଗର କଂଗ୍ରେସ ସଭାପତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news