କ୍ଷେତ୍ରସ୍ତରୀୟ ସମନ୍ୱୟ ମାଧ୍ୟମରେ ସୁରକ୍ଷା ଦୃଢ଼ିଭୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଆଲଶ…

- Advertisement -

() ବିଭିନ୍ନ ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସମନ୍ୱୟରଖି ତଟ୍ଟ ସୁରକ୍ଷାକୁ ଦୃଢ଼ିଭୁତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଚିଲିକାସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନ୍ଠାରେ ଅନୁଷ୍ଠିତ ତଟ୍ଟସୁରକ୍ଷା ନିମନ୍ତେ ଗଠିତ ଆପେକ୍ସ କମିଟି ବୈଠକରେ ଅଧ୍ୟକ୍ଷତାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶାର ପୂର୍ବତଟ୍ଟସୁରକ୍ଷା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ତଟ୍ଟସୁରକ୍ଷା ପୋଲିସ୍ ଷ୍ଟେସନ୍, କୋଷ୍ଟଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତ୍ତୁପକ୍ଷ, ମତ୍ସ ଓ ପଶୁସଂପଦ ବିଭାଗ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ପରସ୍ପର ମଧ୍ୟରେ ଇଣ୍ଟେଲିଜେନସ୍ର ନିୟମିତ ଆଦାନ ପ୍ରଦାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ଏହିସବୁ ସଂସ୍ଥା ଓ ବିଭାଗମାନଙ୍କ ମାଧ୍ୟମରେ ସୃଷ୍ଟି କରାଯାଇଥିବା ସୁରକ୍ଷା ଭିତ୍ତିଭୂମି, ସୂଚନା ସରବରାହ ବ୍ୟବସ୍ଥା, କମାଣ୍ଡ୍ ଏବଂ କଟ୍ରୋଲ୍ ବ୍ୟବସ୍ଥା, ସମୁଦ୍ର ମଧ୍ୟରେ ଦୃତ ଗତିକରି ପାରୁଥିବା ବୋଟ୍, ଜେଟ୍ଟି, ଆଦିକୁ ପରସ୍ପର ମଧ୍ୟରେ ମିଳିତଭାବେ ବ୍ୟବହାର କରିବାସହ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ତୃଟିମୁକ୍ତ କରିବା ପାଇଁ ଉଭୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ନୌବାହିନୀ ଭାଇସ୍ ଆଡ୍ମିରାଲ ଶ୍ରୀ ବିଶ୍ୱବିତ୍ ଦାସଗୁପ୍ତା ନିର୍ଦ୍ଦେଶ ଦେଇଥିଲେ ।

ଉପକୂଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ଚୋରାଚାଲାଣ, ବେଆଇନ୍ କାର୍ଯ୍ୟକଳାପ, ବେଆଇନ୍ ଅନୁପ୍ରବେଶ, ଆଦିର ନିରାକରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ସଂସ୍ଥା ଓ ବିଭାଗମାନେ ମିଳିତଭାବେ କାର୍ଯ୍ୟ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ନିରୀକ୍ଷଣ, ଗୁପ୍ତତଥ୍ୟ ସଂଗ୍ରହ, ଅନୁଧ୍ୟାନ ଜଏଣ୍ଟ-ପେଟ୍ରୋଲିଂ ଓ ସମୟୋଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହିସବୁ ଅସାମାଜିକ ଓ ଦେଶ ବିରୋଧି କାର୍ଯ୍ୟକଳାପକୁ ପୂର୍ଣ୍ଣ ଲୋପ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ତଟ୍ଟ ଅଞ୍ଚଳ ସୁରକ୍ଷା ଦୃଢ଼ିଭୁତ କରିବା ପାଇଁ ଇତିମଧ୍ୟରେ ରାଜ୍ୟ ସରକାର ୧୮ ଟି ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି । ଏହିସବୁ ଥାନା ପାଇଁ ୭୩୮ ପୋଲିସ୍ ଅଧିକାରୀ ଓ କର୍ମଚାରୀ ପଦବୀ ମଞ୍ଜୁର ହୋଇଛି । ସାମୁଦ୍ରିକ ଥାନାମାନଙ୍କ ପାଇଁ ୨୭୦ ଜଣ ହୋମ ଗାର୍ଡ, ୧୧୦ ଟେକ୍ନିକାଲ୍ ଅଧିକାରୀ, ୧୫ ଦୃତ ଇନ୍ସେଫ୍ଟର ବୋଟ୍, ଆଦିର ବ୍ୟବସ୍ଥା କରାଯାଇଛି । ସାମୁଦ୍ରିକ ଥାନା ପାଇଁ ମଧ୍ୟ ଆବଶ୍ୟକୀୟ ଗାଡି ପେଟ୍ରୋଲିଂ ନିମନ୍ତେ ଯୋଗାଇ ଦିଆଯାଇଛି । ଇତି ମଧ୍ୟରେ ସମୁଦ୍ରରେ ମାଛ ଧରୁଥିବା ଆମ ରାଜ୍ୟର ମତ୍ସ୍ୟଜିବୀମାନଙ୍କୁ ପରିଚୟପତ୍ର ଦିଆଯାଇଛି । ତଟ୍ଟ ଅଞ୍ଚଳ ଗ୍ରାମରେ ରହୁଥିବା ଲୋକମାନଙ୍କର ପରିଚୟ ପତ୍ର ଯାଞ୍ଚ୍ କରିବା ପାଇଁ ସାମୁଦ୍ରିକ ଥାନାମାନଙ୍କୁ ଏନ୍.ପି.ଆର୍. କାର ରିଡର ଯୋଗାଇ ଦିଆଯାଇଛି । ତଟ୍ଟସୁରକ୍ଷା ଭିତ୍ତିଭୂମି କାର୍ଯ୍ୟକ୍ରମ ୩ୟ ପର୍ଯ୍ୟାୟରେ ଅଧିକ ଥାନା ପ୍ରତିଷ୍ଠା, ଜେଟ୍ଟି ନିର୍ମାଣ, ଦୃତ ଇନ୍ସେପ୍ଟର ବୋଟ୍ ନିୟୋଜିତ ଆଦି ବିଷୟରେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତଟ୍ଟ ଅଂଚଳ ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ଏବଂ ମତ୍ସ୍ୟଜିବୀମାନଙ୍କ ମଧ୍ୟରେ ବେଆଇନ୍ ଅନୁପ୍ରବେଶ ଏବଂ ଚୋରାଚାଲାଣ ଆଦି ବିଷୟରେ ଲଗାତର ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ନୌବାହିନୀର ଭାଇସ୍ ଆଡ଼ମିରାଲ୍ ଶ୍ରୀ ବିଶ୍ୱଜିତ୍ ଦାସଗୁପ୍ତା, କୋଷ୍ଟ ଗାର୍ଡର ଆଇ.ଜି. ଶ୍ରୀ ଏମ୍.ଭି. ପାଠକ , ପୋଲିସ ଡି.ଜି. ତଥା ତଟ୍ଟ-ନିରାପତ୍ତା ନୋଡାଲ୍ ଅଫିସର ଡ଼ଃ ସୁଧାଂଶୁ ଷଢ଼ଙ୍ଗୀ, ଆଇ.ଟି.ଆର. ଚାନ୍ଦିପୁରର ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଅନୁରାଗ ସେନଙ୍କ ସମେତ ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷ ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।    ଉମାକାନ୍ତ ମହାପାତ୍ର, ସୂଚନା ମୁଖ୍ୟ ଶାସନ ସଚିବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles