ଦିଲ୍ଲୀ କରାଇପାରିବନି ଓଡ଼ିଶା ଭୋଟ: ଅମିତ ଶାହ…

- Advertisement -

() ୨୦୧୯ରେ ମିଶନ ୧୨୦ଫେଲ l ମୋ ବୁଥ ସବୁଠାରୁ ମଜବୁତ୍ ନାରା ବି ଦିଗହରା l ଯେତେ ଗୁରୁମନ୍ତ୍ର ଦେଲେ ବି ରାଜ୍ୟ ବିଜେପି ତାହାକୁ କାର୍ଯ୍ୟରେ ଲଗାଇ ପାରୁନାହିଁ l ତେଣୁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଜେପିର ଚାଣକ୍ୟ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟ ବିଜେପି ନେତାଂକୁ ଗୁରୁ ଜ୍ଞାନ ଦେବା ସହ କେତେକ ପରାମର୍ଶ ଦେଇଛନ୍ତି l ଓଡ଼ିଶାରେ ବିଜେପି ସଙ୍ଗଠନକୁ ସମୀକ୍ଷା କରି ଶାହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି l ସିଧା ସିଧା ରାଜ୍ୟ ବିଜେପି ମଙ୍ଗୁଆଳଙ୍କୁ ଅମିତ ଶାହ କହିଥିଲେ ଯେ ଓଡ଼ିଶା ପାଇଁ ଦିଲ୍ଲୀ ଭୋଟ କରିବନି l ଓଡ଼ିଶାରେ ଭୋଟ ପାଇବାକୁ ହେଲେ ପ୍ରତ୍ୟେକ ନେତା ଓ କର୍ମୀ ଲୋକଂକ ପାଖକୁ ଯିବାକୁ ପଡିବ ଓ ତୃଣମୂଳ ସ୍ତରରେ ସଙ୍ଗଠନକୁ ଅଧିକ ମଜବୁତ୍ କାଟିବାକୁ ପଡ଼ିବ l ଏଥିପାଇଁ କଠିନ ପରିଶ୍ରମ ଦରକାର l କାରଣ ମୋଦୀଜୀ ସବୁବେଳେ କୁହନ୍ତି, “ଅନେକ କଷ୍ଟ ପରେ ମତେ କେବେ ଥକା ଲାଗେ ନାହିଁ, ମାତ୍ର ଆନନ୍ଦ ମିଳିଥାଏ। ମୋ କଷ୍ଟ ଯେତେବେଳେ ଗରିବ ଲୋକର ମୁହଁରେ ଖୁସି ଆଣିଦିଏ, ସେତେବେଳେ ମନ ଆନନ୍ଦରେ ଭରିଯାଏ l ଆଉ ତାହାହିଁ ଆଜି ବିଜେପି କୁ ଦେଶରେ ଏପରି ବଡ ସଫଳତା ଦେଇଛି l ରାଜ୍ୟ ବିଜେପି ନେତା ଶାହ ଙ୍କ ଠାରୁ ଏପରି ମନ୍ତ୍ର ଶୁଣି ଚୁପ୍ ହୋଇ ବସିପଡିଲେ l କାରଣ ପଂଚାୟତ ଓ ପୌର ନିର୍ବାଚନରେ ଓଡ଼ିଶାବାସୀ ବିଜେପି ପ୍ରତ୍ୟାଖାନ କରିଛନ୍ତି l ସଦ୍ୟତମ ବ୍ରଜ ରାଜନଗର ଉପ ନିର୍ବାଚନରେ ଦଳ ଦ୍ୱିତୀୟ ରୁ ତୃତୀୟ ସ୍ଥାନକୁ ଚାଲି ଆସିଛି l ଯାହା ବିଜେପି କର୍ମୀ ଓ ନେତାଙ୍କ ମନବଳ ଭଙ୍ଗିଦେଇଛି l ଏହାରି ଭିତରେ ଦଳର ଚାଣକ୍ୟ ଅମିତ ଶାହ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ଅନ୍ଦର ମହଲରେ ଉତ୍ସାହ ଆଣିବ କଣ ବରଂ ଅଧିକ ନିରାଶ ଆଣିଛି ବୋଲି ରାଜ ନୈତିକ ସମୀକ୍ଷକ କହିଛନ୍ତି l ହେଲେ ବାହାରକୁ କିନ୍ତୁ ବିଜେପି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିଛି ବୋଲି ବାର୍ତ୍ତା ପ୍ରଚାରିତ କରାଯାଉଛିl

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles