
ସମ୍ ନର୍ସିଂ କଲେଜ-୨ ଫୁଲନଖରା ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ ଦିବସ ପାଳିତ
ଫୁଲନଖରା ସ୍ଥିତ ସମ ନର୍ସିଂ କଲେଜ-୨ ପକ୍ଷରୁ ଆନ୍ତର୍ଜାତୀକ ନର୍ସେସ୍ ଦିବସ ପାଳନ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନଙ୍କ ବିଶେଷ ଭୁମିକା ଏବଂ ରୋଗୀଙ୍କ ଜୀବନ ବଂଚାଇବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟଧାରାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଥାଏ ।
ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରସ୍ଥିତ ସରକାରୀ ନର୍ସିଂ କଲେଜର କମ୍ୟୁନିଟି ହେଲ୍ଥ ନର୍ସିଂ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ରେଣୁକା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଯୁଗ୍ମ ଡିଏମ୍ଇଟି ଡାକ୍ତର ରୋମା ରତନ ସାହୁ ସ୍ୱତନ୍ତ୍ର ଅତିଥି ଓ ଭୁବନେଶ୍ୱର ଏମ୍ସର ନର୍ସିଂ ସୁପରିଟେଣ୍ଡେଂଟ ତଥା ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ଗୀତାରାଣୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ଳୋରେନ୍ସ ନାଇଟିଙ୍ଗଲଙ୍କ ଜନ୍ମ ଦିନକୁ ସମଗ୍ର ବିଶ୍ୱରେ ନର୍ସେସ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହି ଉପଲକ୍ଷେ ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ଆୱାର ନର୍ସେସ୍, ଆୱାର ଫ୍ୟୁଚର, ଏମ୍ପାୱାରଡ ନର୍ସେସ୍ ସେଭ୍ ଲାଇଭ୍ସ’ ।
ରୋଗୀଙ୍କ ସେବା ଓ ଚିକିତ୍ସା ସହ ସେମାନଙ୍କର ଜୀବନ ବଂଚାଇବା ଦିଗରେ ନର୍ସ ମାନଙ୍କୁ କିଭଳି ସଶକ୍ତ କରିହେବ ସେନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନଙ୍କର ବିଶେଷ ଭୁମିକା ରହିଛି । ତେଣୁ ତାଙ୍କୁ ଆହୁରି ସଶକ୍ତ କରିବା ପାଇଁ ଡବ୍ଲୁଏଚ୍ଓ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଅତିଥି ମାନେ ବକ୍ତବ୍ୟରେ କହିଥିଲେ ।
କାର୍ଯକ୍ରମରେ ସମ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରୀପାଠି ଏବଂ ସମ ନର୍ସିଂ କଲେଜ-୨ର ଡିନ୍ ପ୍ରଫେସର ଅନୁରାଧା ପଣ୍ଡା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରୁସ୍କୃତ କରାଯାଇଥିଲା ।

ମଣିଷ ଜୀବନ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାନ୍ତି: ସାଂସଦ ଅପରାଜିତା ଷଡ଼ଙ୍ଗୀ
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ନର୍ସିଂ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ପାଳିତ ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି ବିପର୍ଯ୍ୟୟ ସମୟରେ ନର୍ସମାନେ ହିଁ ନୀରବ ଯୋଦ୍ଧା ଭଳି ଅନବରତ ସେବା ପ୍ରଦାନ କରି ଚାଲିଥାନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ।
ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ନର୍ସିଂ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି ଯେ ନର୍ସମାନେ ହେଉଛନ୍ତି ଆଶାର ପ୍ରତୀକ । ନର୍ସିଂ ଏକ ମହାନ ବୃତି । ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କର ଜନ୍ମ ଦିବସକୁ ସାରା ବିଶ୍ୱ ଆନ୍ତର୍ଜାତିକ ନର୍ସେସ ଦିବସ ରୂପେ ପାଳନ କରିଥାଏ । ତାଙ୍କ କାର୍ଯ୍ୟଧାରାକୁ ସ୍ମରଣ କରି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ନର୍ସିଂ ବୃତିକୁ ଆପଣାଉଥିବା ଛାତ୍ରଛାତ୍ରୀମାନଙ୍କର ପ୍ରେରଣାର ଉତ୍ସ ହେଉଛନ୍ତି ଫ୍ଲୋରେନ୍ସ ନାଇଟିଙ୍ଗେଲ ।
ଚଳିତ ବର୍ଷର ଆନ୍ତର୍ଜାତିକ ନର୍ସେସ୍ ଦିବସର ପ୍ରସଙ୍ଗ ‘ଆୱାର ନର୍ସେସ, ଆୱାର ଫ୍ୟୁଚର୍, ଏମ୍ପାୱାର୍ଡ ନର୍ସେସ୍ ସେଭ ଲାଇଭ୍ସ’ ଉପରେ ମତ ରଖି ଶ୍ରୀମତି ଷଡ଼ଙ୍ଗୀ ନର୍ସମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମଣିଷର ଜୀବନ ବଂଚାଇବା ପାଇଁ ନର୍ସମାନଙ୍କୁ ସଶକ୍ତ ହେବାକୁ ପଡ଼ିବ । ତେଣୁ ସେବା ମନୋବୃତି ନେଇ ନର୍ସମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ରୋଗୀ ସେବାକୁ ପ୍ରଶଂସା କରି ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ୨୦୦୫ରୁ ବର୍ତମାନ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର କିମ୍ବା ଓଡ଼ିଶା ନୁହେଁ ସାରା ଭାରତରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ହସ୍ପିଟାଲ୍ ଅଗ୍ରଣୀ ଭୂମିକା ନେଇଛି ।
କାର୍ଯ୍ୟକ୍ରମ ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସାଂସଦ ଶ୍ରୀମତି ଷଡ଼ଙ୍ଗୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଶା ନର୍ସେସ୍ ମିଡ୍ୱାଇଫରି ରେଜିଷ୍ଟ୍ରେସନ୍ କାଉନ୍ସିଲ୍ର ରେଜିଷ୍ଟ୍ରାର ଶ୍ରୀମତି ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରଫେସ୍ନାଲ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରୋଗୀ ସେବା ଏବଂ ରୋଗୀଙ୍କୁ ସୁସ୍ଥ କରିବା ମଝିରେ ନର୍ସମାନେ ସେତୁ ଭଳି କାର୍ଯ୍ୟ କରିଥାନ୍ତି । ସବୁ ପ୍ରତିକୂଳ ପରିସ୍ଥିତିରେ ନର୍ସମାନେ କଠିନ ପରିଶ୍ରମ କରିଥାନ୍ତି । ତେଣୁ ସେମାନେ ନିଜେ ସଶକ୍ତ ହେବାର ଆବଶ୍ୟକତା ଥିବା ଶ୍ରୀମତି ମିଶ୍ର କହିଥିଲେ ।
ସେହିପରି ଅନ୍ୟତମ ପ୍ରଫେସ୍ନାଲ୍ ଅତିଥି ଭାବେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ ଶାରୀରିକ ପରିଶ୍ରମ ଓ ମାନସିକ ଚାପ ମଧ୍ୟରେ ବି ନର୍ସମାନେ ନିଜ କର୍ତବ୍ୟରେ କେବେ ଅବହେଳା କରି ନଥାନ୍ତି ଏବଂ ରୋଗୀମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନ୍ତର୍ଜାତିକ ନର୍ସେସ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମ ହସ୍ପିଟାଲ୍ର ସଫଳତା ପଛରେ ନର୍ସମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ନର୍ସମାନେ ଦୟା ଓ ସହାନୁଭୂତି ସହ ହସ ହସ ମୁହଁରେ ୨୪ ଘଂଟା ରୋଗୀ ସେବା କରିଥାନ୍ତି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱରର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କଳ୍ପଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ସ୍ୱୟଂପ୍ରଭା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ନର୍ସିଂ ବୃତିରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ଶପଥ ପାଠ କରାଇଥିଲେ । ଏହି ଅବସରରେ ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ କେକ୍ କଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମେଧାବୀଙ୍କ ସ୍ୱପ୍ନ ସାକାର କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ଜ୍ୟୋତି ଫେଲୋସିପ୍
– ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୨୪ହଜାରରୁ ଊର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ମେଧାବୃତ୍ତି
– ୨୦୨୫-୨୬ରେ ୫,୮୫୭ ଜଣ ଶିକ୍ଷାର୍ଥୀଙ୍କୁ ମିଳିଛି ₹୫.୯୭ କୋଟିର ସହାୟତା
ପାଠ ପଢ଼ା ପାଇଁ ଆର୍ଥିକ ସହାୟତା ଓ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ବି ପ୍ରେରଣା ଯୋଗାଉଛି ଜ୍ୟୋତି ଫେଲୋସିପ୍। ଦୁର୍ଗମ ଅଞ୍ଚଳରୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ମାଧ୍ୟମ ପାଲଟିଛି ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ପ୍ରୟାସ। ଗତ ୧୦ବର୍ଷ ଭିତରେ ରାଜ୍ୟର ୨୪ ହଜାରରୁ ଅଧିକ ଅନୁସୂଚିତ ଜାତି-ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ହଜାର ୮୫୭ ମେଧାବୀଙ୍କୁ ମୋଟ ୫.୯୭ କୋଟି ଟଙ୍କାର ମେଧାବୃତ୍ତି ମିଳିଛି।
ଜ୍ୟୋତି ଫେଲୋସିପ୍ ପାଇଁ ଆଜି ସ୍ୱପ୍ନକୁ ସାକାର କରିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ମାଡୁଆ ଗ୍ରାମର ଯୁକ୍ତ ୩ ବିଜ୍ଞାନ ଛାତ୍ରୀ ଅର୍ଚ୍ଚତା ସେଠୀ। ବାପା ଚନ୍ଦ୍ରମୋହନ ସେଠୀ ଜଣେ ଦିନ ମଜୁରିଆ। ବାପାଙ୍କର ସ୍ୱଳ୍ପ ରୋଜଗାର ଯୋଗୁ ପରିବାର ପ୍ରତିପୋଷଣ ସହ ଅର୍ଚ୍ଚିତାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। କିନ୍ତୁ ଅର୍ଚ୍ଚିତା ହାର୍ ମାନି ନଥିଲେ। ଟିଏସ୍ଏଫ୍ର ‘ଜ୍ୟୋତି ଫେଲୋସିପ୍’ର ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା। ମେଧାବୃତ୍ତି ମିଳିବା ପରଠାରୁ ବହି, ଖାତା କିଣିବା, ଫି’ ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ଚିନ୍ତା ଛାଡ଼ି ସମ୍ପୂର୍ଣ୍ଣ ଭାବେ ପାଠପଢ଼ାରେ ମନୋନିବେଶ କରିପାରୁଛି ବୋଲି ଅର୍ଚ୍ଚିତା କହିଛନ୍ତି।
ଅର୍ଚ୍ଚିତାଙ୍କ ଭଳି ଅନ୍ୟ ଜଣେ ମେଧାବୀ ହେଉଛନ୍ତି ଯାଜପୁର ଜିଲ୍ଲାର ଦୁର୍ଗମ ଗୁହିଆଶାଳ ଗାଁର ଦଶମ ଶ୍ରେଣୀ ଛାତ୍ର ତଙ୍ଗୁରୁ ପ୍ରଧାନ। ତାଙ୍କ ପାଇଁ ଏହି ଜ୍ୟୋତି ଫେଲୋସିପ୍ ଏକ ‘ଲାଇଫ୍ ଲାଇନ୍’ ସଦୃଶ । ତୁଙ୍ଗୁରୁ ପିଭିଟିଜି ଆଦିବାସୀ ସମୁଦାୟର ହୋଇଥିବା ବେଳେ ବାପା ବାଦୁଆ ପ୍ରଧାନ ତାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇ ପାରୁନଥିଲେ। ଭବିଷ୍ୟତରେ ଇଞ୍ଜିନିୟର ହୋଇ ନିଜ ଗାଁର ବିକାଶ କରିବାକୁ ଆଶା ରଖିଥିବା ତଙ୍ଗୁରୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ନିରନ୍ତର ସହଯୋଗ କରୁଛି।
ଜ୍ୟୋତି ଫେଲୋସିପ ହେଉଛି ଏକ ମେଧାଭିତ୍ତିକ ଚୟନ ପ୍ରକ୍ରିୟା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଉଛି। ୧୭ଟି ବୃତ୍ତିଗତ ପାଠ୍ୟକ୍ରମ ସମେତ ବିଭିନ୍ନ ଶିକ୍ଷାକ୍ଷେତ୍ରରେ ଏହି ବୃତ୍ତି ପ୍ରଦାନ କରାଯାଉଛି। ବର୍ତ୍ତମାନ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାର ୨୩ ବ୍ଲକରେ ଛାତ୍ରଛାତ୍ରୀମାନେ ଏହି ଯୋଜନାର ସୁଫଳ ପାଉଛନ୍ତି । ଟିଏସ୍ଏଫ୍ ର ଏହି ପ୍ରୟାସ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆଣିପାରିଛି।

ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ଆୟୋଜିତ ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ଏକ ଦିନିକିଆ ସମ୍ମିଳନୀରେ ଓଡ଼ିଶାର ୩୭ଟି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର କୁଳପତି, ପ୍ରଶାସକ ଏବଂ ଶିକ୍ଷାବିତ୍ମାନେ ଯୋଗ ଦେଇ ଉଚ୍ଚ ଶିକ୍ଷାର ବିକାଶ ଏବଂ ବିଶ୍ୱ ସ୍ତରରେ ଅନୁଷ୍ଠାନଗୁଡ଼ିକୁ ପ୍ରତିଷ୍ଠିତ କରିବାର ବିଭିନ୍ନ ଦିଗ ନେଇ ଆଲୋଚନା ଓ ବିଚାରବିମର୍ଷ କରିଛନ୍ତି ।
ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍ଇ) ଓଡ଼ିଶା ରିଜିଓନାଲ୍ କନ୍କ୍ଲେଭରେ ବକ୍ତାମାନେ ବିଶ୍ୱ ସ୍ତରରେ ଓଡ଼ିଶାର ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ କିଭଳି ଅଧିକ ବିକଶିତ କରାଯାଇ ପାରିବ ସେ ନେଇ ବକ୍ତବ୍ୟ ରଖିଥିଲେ ।
ଏହି ସମ୍ମିଳନୀରେ ବିପିୟୂୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗ ଦେଇ ନିଜ ବକ୍ତବ୍ୟରେ ଶିକ୍ଷାର ଗୁଣବତା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଶ୍ୱର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସେ କହିଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଓଡ଼ିଶା ୟୁନିଭର୍ସଟି ଅଫ ଟେକ୍ନୋଲଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ଉପସ୍ଥିତ ଥାଇ ନିଜର ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ନନ୍ଦ କହିଥିଲେ ଯେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଆବିର୍ଭାବ ବିଶ୍ୱବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତନ ଆଣିଛି । ଏଥି ନିମନ୍ତେ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଏକକ ଅନୁଷ୍ଠାନ ନୁହନ୍ତି ମାତ୍ର ସମାଜ ସହ ଯୋଡ଼ି ହୋଇ ରହିବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ପ୍ରଫେସର ବିଶ୍ୱାଳ କହିଥିଲେ ଯେ ଟିଏଚ୍ଇ ଏବଂ କ୍ୟୁଏସ୍ ଭଳି ର୍ୟାଙ୍କିଙ୍ଗ ପ୍ରକ୍ରିୟା ଭାରତର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବିଶ୍ୱ ସ୍ତରରେ ଚିହ୍ନିତ ହେବା ପାଇଁ ସହାୟକ ହେଉଛି ।
ଟିଏଚ୍ଇର ଜେନେରାଲ ମ୍ୟାନେଜର ଏବଂ ସିନିୟର ରିଜିଓନାଲ୍ ଡାଇରେକ୍ଟର (ଏସିଆ) ଶ୍ରୀ ରିତିନ୍ ମାଲହୋତ୍ରା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଗବେଷଣା ମାପଦଣ୍ଡର ବିଶ୍ୱସ୍ତରୀୟ ପରିସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ମିଳନୀରେ ଦୁଇଟି ପର୍ଯ୍ୟାୟରେ ଆଲୋଚନା ଏବଂ ଗୋଟିଏ ସାମୁହିକ ଆଲୋଚନା ରଖାଯାଇଥିବା ବେଳେ ଗୁଣବତା ଭିତିକ ଶିକ୍ଷା, ବୈଷୟିକ ଏବଂ ଗବେଷଣା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହିତ କିଭଳି ଆନ୍ତର୍ଜାତିକ ସହଭାଗିତା ଏବଂ ଭାଗିଦାରୀ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡର ପୂର୍ବତନ କୁଳପତି ପ୍ରଫେସର କେ.ବି ଦାସ ଏବଂ ଇନ୍ଦିରା ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଜିଆଇଟି), ସାରଙ୍ଗର ନିର୍ଦ୍ଦେଶକ ପ୍ରଫେସର ବିଭୁ ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇଥିଲେ ।
ଭୁବନେଶ୍ଵର: ରାଜ୍ୟରେ ବିଜେଡ଼ି ଭଳି ଏକ ଆଞ୍ଚଳିକ ଦଳର ପରାଜୟ ପରେ, ଆଞ୍ଚଳିକବାଦ୍ କୁ ନେଇ ଅନେକ ସଂଗଠନ ଜନ୍ମ ନେଇଛି। ନିକଟରେ ବିଜୁ ଲିଗାସକୁ ଆଧାର କରି ଓଡ଼ିଶା ନାଗରିକ ମଞ୍ଚ ଜନ୍ମ ନେଇଛି। ଏଥିସହ କଂଗ୍ରେସକୁ ଦୁର୍ବଳ କରିବାକୁ ବରିଷ୍ଟ ରାଜନେତା ମହମ୍ମଦ ମୋକିମ ଓଡ଼ିଶା ଜନତା କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି। ଏହି ଦୌଡ଼ରେ ସାମ୍ୱାଦିକ ସୁଧାଂଶୁ ପାତ୍ର
ଓଡ଼ିଶା ସ୍ୱାଭିମାନ ମଞ୍ଚ ନାମକ ଆଉ ଏକ ସଂଗଠନ ପାଇଁ ଆହ୍ବାନ ଦେଇଛନ୍ତି। ଯାହାକି ଆସନ୍ତା ଜୁନ୍ ୭ ତାରିଖରେ ଘୋଷଣା ହେବ ବୋଲି ତାଙ୍କର ସୋସିଆଲ ମିଡିଆରେ ଜଣାଇଛନ୍ତି। ତେବେ ସୁଧାଂଶୁ ବାବୁଙ୍କ ସଂଗଠନ ଆଗକୁ କେତେ ପ୍ରଭାଵ ବିସ୍ତାର କରିବ, ତାରି ଉପରେ ସମସ୍ତଙ୍କ ନଜର ରହିଛି।

ଅତ୍ୟାଧୁନିକ ଅସ୍ତ୍ରୋପଚାର ପାରଦର୍ଶିତା ଓ ବିଭିନ୍ନ ବିଭାଗର ସମନ୍ୱୟ ଫଳରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍ରେ ଦୁଇଟି ବିରଳ ଓ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ସଂପାଦନ କରାଯିବା ଦ୍ୱାରା ହସ୍ପିଟାଲ ଅଭୂତପୂର୍ବ ସଫଳତା ହାସଲ କରିଛି । ଚିକିତ୍ସା ନିମନ୍ତେ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ ବୁଲିବା ପରେ ଶେଷରେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଫେରିଛନ୍ତି ରୋଗୀ ।
ପ୍ରଥମ ରୋଗୀଙ୍କ କ୍ଷେତ୍ରରେ ଶ୍ୱାସନଳୀରେ ଅବରୋଧ ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହେଉଥିଲା । ଏହା ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏକ ଅତ୍ୟାଧୁନିକ ଶ୍ୱାସନଳୀ ପୁନଃନିର୍ମାଣ ପ୍ରକ୍ରିୟା- ଉନ୍ନତ ମାନର ସିଙ୍ଗଲ ଷ୍ଟେଜ୍ ଲାରିନ୍ଗୋଟ୍ରାକିଆଲ୍ ରିକନ୍ଷ୍ଟ୍ରକ୍ସନ୍ (ଏସ୍ଏସ୍ଏଲ୍ଟିଆର୍) ଅସ୍ତ୍ରୋପଚାର କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା ।
ଏହି ଜଟିଳ ଅସ୍ତ୍ରୋପଚାରଟି ଇଏନ୍ଟି ବିଭାଗର ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ, କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସମିର ପାଣିଗ୍ରାହୀ ଏବଂ ଡାକ୍ତର ଶୁଭଜିତ ସାହୁଙ୍କ ମିଳିତ ଉଦ୍ୟମରେ ସଂପାଦନ କରାଯାଇଥିଲା । ଏମାନଙ୍କର ମିଳିତ ପ୍ରଚେଷ୍ଟା ଯୋଗୁଁ ଏହି ଜଟିଳ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା । ଏହି ଅସ୍ତ୍ରୋପଚାରଟି ଦକ୍ଷିଣ ଓଡ଼ିଶାରେ ଏକ ବିରଳ ସଫଳ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି ।
ସେହିପରି ଅନ୍ୟ ଏକ ଜଟିଳ ସମସ୍ୟାରେ ପୀଡ଼ିତ ଥିବା ରୋଗୀ ଯାହାଙ୍କର ବେକରେ ନର୍ଭ ସିଥ ଟ୍ୟୁମର ସୃଷ୍ଟି ହୋଇଥିଲା ତାହାକୁ ବିଭିନ୍ନ ବିଭାଗର ଡାକ୍ତରମାନେ ମିଳିତ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ ସଫଳ ଚିକିତ୍ସା କରି ସୁସ୍ଥ କରାଇଛନ୍ତି । ଏହି ଟିମ୍ରେ ଡାକ୍ତର ସୁଧାକର ଜେନା, ଡାକ୍ତର ପ୍ରଭାତ ଜଗଦେବ, ଡାକ୍ତର ସାଇରୁଦ୍ର ପୁହାଣ ଓ ଡାକ୍ତର ପ୍ରତ୍ୟୁଷକାନ୍ତି ମିଶ୍ର ସାମିଲ ଥିଲେ । ସେମାନଙ୍କର ମିଳିତ ଉଦ୍ୟମ ଜଟିଳ ଅସ୍ତ୍ରୋପଚାରଗୁଡ଼ିକୁ ସଫଳ କରାଇବାର ଦକ୍ଷତାକୁ ପ୍ରତିପାଦିତ କରିଛି ।
ଡାକ୍ତରୀ ଟିମ୍କୁ ଶୁଭେଚ୍ଛା ଜଣାଇ ହସ୍ପିଟାଲ୍ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ପରୀକ୍ଷଣ ଏବଂ ଅସ୍ତ୍ରୋପଚାର କ୍ଷେତ୍ରରେ ଶୁଦ୍ଧତା, ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ୱାର୍କ ଏବଂ ରୋଗୀ ସେବା କ୍ଷେତ୍ରରେ ଉତ୍କର୍ଷତା ହିଁ ହସ୍ପିଟାଲ୍କୁ ସଫଳତା ଆଣିଦେଉଛି ।
ଧୀରେ ଧୀରେ ହସ୍ପିଟାଲଟି ଏଭଳି ଜଟିଳ ଚିକିତ୍ସାରେ ସଫଳ ହେଉଛି । ଅତ୍ୟାଧୁନିକ ଆଇସିୟୁ ଭିତିଭୂମି ଓ ପର୍ଯ୍ୟାପ୍ତ ଶଯ୍ୟା ଯୋଗୁଁ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି ।

ହସ ଆଉ ଅଛି, ହସିବା ପାଇଁ ଆମେ ହସୁଛନ୍ତି, ନା ଅନ୍ତରରୁ ହସ ଆସୁଛି। ହସ ତ ସବୁ ରୋଗର ମହୋଷଧି। . ହସକୁ କଣ୍ଟ୍ରୋଲ କରିବା ବି ସହଜ ନୁହେଁ। ହସିବା ଓ ହସେଇବା ଗୋଟେ କଳା ବୋଲି ଅନେକ କୁହନ୍ତି। ହେଲେ ହସଟା ତ ହେଉଛି ଈଶ୍ୱରଙ୍କ ବରଦାନ, ଅମୂଲ୍ୟ ଦାନ। ହସିବା ପାଇଁ ଆଜି ଆମେ କେତେ କଣ କରୁଛନ୍ତି। ଲାଫିଙ୍ଗ କ୍ଳବ ଯାଉଛନ୍ତି ତ କେଉଁଠି ପାର୍କରେ ହସ ଯୋଗ କରୁଛନ୍ତି। ହଁ, ୟୁଟ୍ୟୁବରେ ଆଜି ଅନେକ କମେଡ଼ି ଭିଡ଼ିଓ ଆସୁଛି, ଯାହାକୁ ଦେଖି ଆମେ ହସୁଛନ୍ତି ସତ ହେଲେ ସେ ହସରେ କଣ ମିଠାପଣ ଅଛି ??? ଟିଭିରେ ବି ବହୁତ କମେଡି ସୋ ଆମେ ଦେଖୁଛନ୍ତି କେବଳ ମନରେ ହସ ସୁଷ୍ଟି କରିବା ପାଇଁ। ହେଲେ ଲାଗୁଚି ହସ ଯେମିତି ଧିରେଧିରେ ହଜିଯାଇଛି ମଣିଷ ପାଖରୁ। ହସ ହଜୁଛି, ହେଲେ ଖୋଜିବାକୁ କେହି ବି ଚେଷ୍ଟା କରୁନାହାନ୍ତି।
ହସ ମନକୁ ହାଲକା କରେ, ଚିନ୍ତା ଦୂର କରେ ଓ ଶରୀର ସୁସ୍ଥ ରଖେ। ହସିବା ଓ ହସାଇବା ଜୀଵନର ମୂଳମନ୍ତ୍ର। ହେଲେ ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଧାଉଁଛି ହେଲେ ହସିବା ଛାଡ଼ି ଦେଇଛି। ହସ ଅନେକ କଥା କହେ, ସେ ପ୍ରେମ ବୁଝେ, ଶତ୍ରୁ ଦୂର କରେ। ହସ ପୁଣି ମନର କଥାକୁ କହିଦିଏ ଅତି ସହଜରେ। ସେଥିପାଇଁ ତ ଅନେକ କଥା କଥାକେ କହନ୍ତି ତା ହସଟା ଲକ୍ଷେ ଟଙ୍କା।
ମାମୁନିର ତ ହସ କେବେ କଣ୍ଟ୍ରୋଲରେ ନଥାଏ। ସ୍ଥାନ, କାଳ, ପାତ୍ର କିଛି ବି ତାକୁ ଫରକ ପଡେନି ହସିଲା ବେଳେ। ହସ ତ ହସ ମାମୁନିର ହସ….। ହସ ପାଇଁ ସେ ନା କ୍ଳବ ଯାଉଛି, ନା କମେଡ଼ି ଦେଖୁଛି, ହେଲେ ହସୁଛି ସିଏ। କେହିକେହି ତ ତା ହସ ଦେଖି ନିଜେ ଆପେଆପେ କେତେବେଳେ ହସି ପକାନ୍ତି ତା ସେମାନଙ୍କୁ ଜଣା ନଥାଏ। ଆଉ କିଏ ତ ମାନୁନି ହସ ନଦେଖି କହିପକାନ୍ତି ଏ ଅଣ୍ଡିରୀ ଘୋଡ଼ି ପରି ସବୁବେଳେ ଖାଲି କିରିକିରି ହଉଛି। ଆରେ ଯିଏ ଯାହା କହୁ, ମାନୁନି ଯେ ଭଗବାନଙ୍କଠାରୁ ସେ ଅମୃତ ହସବର ପାଇଛି ତାହା କଣ କାହାକୁ ଅଛପା। ମାନୁନି ହସୁଛି ଯେ ତାର ଦୁଃଖ ନାହିଁ କି ଚିନ୍ତା ନାହିଁ ତାହା ନୁହେଁ, ସେ ଜାଣିଛି ତା ହାତରେ କିଛି ନାହିଁ। ସେ ହସିଲେ ବରଂ ଶାନ୍ତିରେ ଜୀବନ ବିତାଉଛି। ତେଣୁ ଏତେ କିଛି ସିଏ ଭାବେନା, କେବଳ ହସେ।
ଦୁଇ ନମ୍ବର ମାର୍କେଟ ବିଲଡିଂର ଫୁଟପାଥରେ ଜରି ପକାଇ ତଳେ ବସି ପିଲାଙ୍କ ଖେଳନା ବିକୁଥିବା ଅନାଥ ଝିଅ ହେଉଛି ମାମୁନୀ। କିଏ ତାଠୁ ଖେଳନା କିଣିନେଲେ ଖୁସି ଅବା ନନେଲେ ବି ଖୁସି। ତା ବୟସ ତାକୁ ଜଣାନାହିଁ, ତା ଘର ତାକୁ ଅଜଣା। ସେଇ ପାଖରେ କୋଉ ବସ୍ତିରେ ରୁହେ, ରାତି ପାହିଲେ ଖେଳନା ଧରି ପହଞ୍ଚିଯାଏ। ବାଟରେ ଯାଉଥିବା ମଣିଷମାନେ ମାର୍କେଟରୁ ନୂଆ ଜିନିଷ ତ ହାତରେ ଧରି ନିଅନ୍ତି। ଆଉ ତାସହ ସାଥିରେ ନେଇଯାଆନ୍ତି ମାମୁନୀର ମିଠା ମିଠା ହସ। ତା ହସ ସମସ୍ତଙ୍କୁ ଯେମିତି ସଞ୍ଚରି ଯାଏ।
ଚାଲନ୍ତୁ ହସହସ ଜୀବନ ବିତାଇବା। କଣ ଅଛି ଏ ହସରେ ଯେ ତାକୁ ନେଇ ପୁଣି ଦିବସ….ହାହା ହାହାହା…।

ସାମ୍ବାଦିକଙ୍କ ଦାବି ପ୍ରତି ଉଦାସୀନ ସରକାର : ରାଜ୍ୟ ବ୍ୟାପି ଓୟୂଜେର ଆନ୍ଦୋଳନ।
ପେନସନ, ପ୍ରୋଟେକସନ୍ ଓ ଆକ୍ରିଡେସନ୍ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ।
ସାମ୍ବାଦିକଙ୍କ ଦାବି ପୁରଣ କରିବା ଦିଗରେ ରାଜ୍ୟ ସରକାର କାଳକ୍ଷେପଣ ନୀତି ଗ୍ରହଣ କରୁଥିବାରୁ ଏହାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି । ପେନସନ, ପ୍ରୋଟେକସନ୍ ଓ ଆକ୍ରିଡେସନ ଦାବିକୁ ନେଇ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରି ଆସୁଥିବା ରାଜ୍ୟର ପ୍ରମୁଖ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୂଜେ) ଡାକରାରେ ଶୁକ୍ରବାର ଦିନ ଶ୍ରମିକ ଦିବସକୁ ରାଜ୍ୟ ବ୍ୟାପି ସାମ୍ବାଦିକ ମାନେ ପ୍ରତିବାଦ ଦିବସ ଭାବେ ପାଳନ କରିଥିଲେ। ଏହି ଅବସରରେ ୩୦ ଟି ଜାକ ଜିଲ୍ଲାରେ ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ।
ରାଜଧାନୀରେ ଓୟୁଜେ ଭବନରେ ସଙ୍ଘର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସମାବେଶରେ ମୁଖ୍ୟ ବିରୋଧି ଦଳ ବିଜେଡି ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗଦେଇ ସାମ୍ବାଦିକ ମାନଙ୍କ ଦାବିପ୍ରତି ସମର୍ଥନ ବ୍ୟକ୍ତ କହିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଡ଼. ଅରୁଣ ସାହୁ ସାମ୍ବାଦିକ ମାନଙ୍କ ନ୍ୟାୟୋଚିତ ଦାବି ପ୍ରତି ସରକାରଙ୍କ ଅବହେଳା ଅତ୍ୟନ୍ତ ନିନ୍ଦନୀୟ ବୋଲି ମତବ୍ୟକ୍ତ କରିବା ସହ ସେ ନିଜେ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଦେଶରେ ୧୮ଟି ରାଜ୍ୟରେ ପେନସନ ଯୋଜନା ଲାଗୁ ହୋଇଥିବା ବେଳେ ଓଡ଼ିଶାରେ ଏ ଯାଏ ଲାଗୁ ନହେବା,୧୯ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକ ଅଧିସିକୃତି କମିଟି ଗଠନ ନହେବା ଏବଂ ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲିଥିବା ବେଳେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନହେବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ। ସାଧାରଣ ସମ୍ପାଦକ କିଷାନ କୁମାର ରାଉତ ନିର୍ବାଚନ ପୂର୍ବରୁ ସାମ୍ବାଦିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଉନଥିବାରୁ ଏହାକୁ ନେଇ ସାମ୍ବାଦିକ ମହଲରେ ଗଭୀର କ୍ଷୋଭ ପ୍ରକାଶ ପାଇଛି ଓ ଆଗାମୀ ଦିନରେ ଏହା ବଡ଼ ଧରଣର ଆନ୍ଦୋଳନର ରୁପ ନେବ ବୋଲି ଚେତାଇ ଦେଇଥିଲେ।
ଉପସଭାପତି ପରୀକ୍ଷିତ ବିଶ୍ୱାଳ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ସାହୁ, ପ୍ରମୋଦ କୁମାର ସାମନ୍ତ ରାୟ,କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମହାନ୍ତି, ବରିଷ୍ଠ ସଦସ୍ୟ ଅଜୟ ଦାସ , ରାଜେଶ ପଟ୍ଟନାୟକ, କମ୍ଭୂପାଣି ମିଶ୍ର, ଅଶୋକ କୁମାର ନନ୍ଦ,ଚିନ୍ମୟ ମାହାପାତ୍ର,ପ୍ରଶନ୍ନ ପାଇକରାୟ, କାର୍ଯ୍ଯକାରିଣୀ ସଦସ୍ୟ ସୁଶାନ୍ତ ବିଶ୍ୱାଳ, ଅନସର୍ ଅଲ୍ଲି, ସୁଧାଂଶୁ ପରିଡ଼ା, ଶୁଭଲକ୍ଷ୍ମୀ ସାମନ୍ତରାୟ, ଅଶ୍ୱିନୀ ସାହୁ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ କେନ୍ଦୁଝରର ବରିଷ୍ଠ ସାମ୍ବାଦିକ କ୍ଷେତ୍ରବାସୀ ମହାକୁଡ଼ଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଥିଲା।
ପ୍ରତିବାଦ ଦିବସ ଅବସରରେ ଓୟୁଜେ ପକ୍ଷରୁ ପେନସନ, ପ୍ରୋଟେକସନ୍, ଆକ୍ରିଡେସନ୍ ଓ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ଦାବିରେ ଏକ ଚାରି ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା।

ନାରୀ ହେଉଛି ସମାଜର ମୂଳଦୁଆ। ଏ ବିଲ ମାଧ୍ୟମରେ ନାରୀ ନୀତି ନିର୍ଦ୍ଧାରକ ହୋଇପାରିଥାନ୍ତେ। ଦେଶର ଅଧା ଜନ ସଂଖ୍ୟା କଣ ଭୋଟର ହୋଇ ରହିବେ କି। ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ଓ ମିଶନ ଶକ୍ତି ଜରିଆରେ ଫଣ୍ଡ ଦେବାର ଭିଜନ କଣ ଅଛି।ଗତ 24 ବର୍ଷ ଧରି ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଥିଲେ ପୂର୍ବ ସରକାର। ଅଟଳ ବିହରୀ ବାଜପେୟୀ ପୂର୍ବରୁ 4 ଥର ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟ ଦଲମାନେ ଏହା କରାଇ ଦେଇ ନଥିଲେ। ବିରୋଧୀଙ୍କ ଅସଲ ମୁଖା ଏବେ ଖୋଲିଗଲା। ବାହାରେ ମହିଳାଙ୍କ କଥା କହୁଥିବା ବେଳେ ଭିତରେ ନାରୀ ବିରୋଧୀ ଚିନ୍ତାଧାରା ରଖିଛନ୍ତି। ବିରୋଧୀଙ୍କ ଷଡ଼ଯନ୍ତ୍ର ମହିଳାଙ୍କ ଅଧିକାରକୁ ଛଡାଇନେଲେ। ବିରୋଧୀ କାହିଁକି ବିରୋଧ କଲେ ତାହା କହୁ ନାହାନ୍ତି। ଲୋକଙ୍କ ସାମ୍ନାକୁ ଆସୁ ନାହାନ୍ତି। ମହିଳା ଆଜି ନିଜର ଗଣତାନ୍ତ୍ରିକ ଅଧିକାର ବାବଦରେ ଅଵଗତ ହୋଇଛନ୍ତି।ଆଗକୁ ଆଇନ ନିଶ୍ଚିତ ଆସିବ। ଏହାକୁ ଯେଉଁମାନେ ବିରୋଧ କରିବେ ସେମାନେ ଇତିହାସରେ ପୋଛି ହୋଇ ଯିବେ। ପୂର୍ବରୁ ସହଯୋଗର ପାତ୍ରୀ ଭାବେ ଦେଖୁଥିଲେ। ମୋଦି ଜି ମହିଳାଙ୍କୁ ସାରଥୀ ପରି ଦେଖୁଛନ୍ତି। ଆମକୁ ଏମିତି ପରିବେଶ ତିଆରି କରିବାକୁ ପଡିବ ସ୍ୱାମୀ ସହାୟତାରେ ନୁହେଁ ନିଜ ଦକ୍ଷତାର ଏ ଗୃହକୁ ଆସିବେ। ନାରୀଶକ୍ତି ବାଟ ନ ଛାଡିବା ବିରୋଧୀଙ୍କ ଲକ୍ଷ୍ୟ। କିନ୍ତୁ ପରନ୍ତୁରେ ବିରୋଧୀ ରହିଲେ ଚଳିବ ନାହିଁ। ନାରୀ ଶକ୍ତି ଅପଣଙ୍କୁ କ୍ଷମା କରିବେ ନାହିଁ। ମହିଳା କାହା ଦୟାରେ ରହିବେ ନାହିଁ।ନିଶ୍ଚିତ ତାଙ୍କ ଅଧିକାର ପାଇବେ। ଏବିଲ ପୁଣି ଆସିବ ଆଉ ପାରିତ ହେବ। ବିଗତ ସରକାର ମହିଳା ହିଂସାକାରୀଙ୍କୁ ଦଣ୍ଡ ବହୁତ ନଗଣ୍ୟ ଥିଲା । ଆମ ସରକାର ଦଣ୍ଡ ବିଧାନ ହାରକୁ ବଢ଼ାଇଛି। ଏହା 41 ପ୍ରତିଶତରେ ପହଁଚିଛି। 24 ବର୍ଷିଆ ସାଶନ ଠାରୁ ଆମ ସରକାର ରେ ମହିଳାଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି। ବିରୋଧି ଦଳ ନେତା ଆଜି ଯେଉଁ ମତ ରଖିଲେ। ସେ ନାରୀ ଶକ୍ତି କଥା କହୁଛନ୍ତି। ବିଜେଡିକୁ କଡ଼ା ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି *ସେ ଏବେ ଏଠି ରହିଥିଲେ ଭଲ ହୋଇଥାନ୍ତା। ଗୃହରେ ବିରୋଧୀ ଦଳ ନେତା 1 ଘଂଟା 33 ମିନିଟରେ ଭିତରେ ରହିଲେ। ତା ପରେ ଗୃହ ବାହାରକୁ ଚାଲିଗଲେ। ଏଥିରୁ ଜଣା ପଡୁଛି ତାଙ୍କର ମହିଳାଙ୍କ ପ୍ରତି ଆନ୍ତରିକତା କେତେ । ବିରୋଧୀ ଦଳ ନେତାଙ୍କ ଅଭିଭାଷଣ ଅତି ଭକ୍ତି ଚୋରର ଲକ୍ଷ୍ମଣ ପରି ତାଙ୍କର ଏହା ଚରମ ଅହଂକାର। ତାଙ୍କ ଅମଳରେ ମହାନଦୀରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ଡ୍ୟାମ କଲେ ସେତେବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ଉଠିଲା ବେଳେ ସବୁ ସରି ସାରିଥିଲା। ଦାନ ମାଝୀଙ୍କ କଥା କଣ ଆପଣ ଭୁଲି ଗଲେଣି। ସେତେବେଳେ ଆପଣ ମୁଖ୍ୟମନ୍ତ୍ରୀ ଥିଲେ। କଳିଙ୍ଗ ନଗରେ ଆଖି ବୁଜା ଗୋଳି ଚାଳନା ହେଲା। ନଗଡାରେ ସ୍ଥିତି ବେଳେ ଆପଣ ମୁଖ୍ୟମନ୍ତ୍ରୀ ଥିଲେ। ଚିଟଫଣ୍ଡରେ ଲୋକଙ୍କ କୋଟି କୋଟି ଟଙ୍କା ଲୁଟିନେଲେ। ହେଲେ ଚିଟଫଣ୍ଡ ଚୋରଙ୍କୁ ଆପଣ ସୁରକ୍ଷା ଦେଲେ। ପିପିଲିର ବେବିନା ବେଳେ ଆପଣ କେଉଁଠି ଥିଲେ। କୁନ୍ଦୁଲି ଘଟଣା ବେଳେ କେଉଁଠି ଥିଲେ। ତାକୁ ନ୍ୟାୟ ଦେଇ ପାରିଲେ ନାହିଁ। ଇତିଶ୍ରୀ ପ୍ରଧାନ ବାରମ୍ବାର ଆପଣଂକୁ ସୁରକ୍ଷା ମାଗିଥିଲା।ଆପଣ ଦେଇ ପାରିଲେ ନାହିଁ। ପରି ନିଖୋଜ ହେଲା । ପରେ ତାର କଙ୍କାଳ ମିଳିଲା। ବିଧାନସଭା ସାମ୍ନାରେ ତାର ପରିବାର ଆତ୍ମହୁତି ଦେବାକୁ ଚେଷ୍ଟା କଲେ। ଏଥିରେ ଜଡିତ ଥିବା ନେତାଙ୍କୁ ଆପଣ ସୁରକ୍ଷା ଦେଲେ। ମମିତା ମେହେରକୁ ନ୍ୟାୟ ମିଳିଲା କି। ଗତ ସରକାର ସମୟରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କରାଗଲା। ହେଲେ ତାଙ୍କୁ ନ୍ୟାୟ ଦେଇ ପାରିଲେ କି। ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଲେ କି। ନିଜ ପୋଲିସ ଦ୍ୱାରା ଗୁଳି କରାଇଲେ। ଏ କଥା କହିଲା ବେଳେ 24 ବର୍ଷିଆ ସରକାର କାହାଣୀ କହିଲା ବେଳେ ମୋତେ ଦୁଃଖ ଲାଗୁଛି*।
କଂଗ୍ରେସ ବିଧାୟକ ଦଳ ନେତା କହୁଥିଲେ 23ର ବିଲ କାହିଁକି ଲାଗୁ ହେଲା ନାହିଁ। ସେ ଜାଣିବା ଦରକାର ଏହା 29ରେ ଲାଗୁ ପାଇଁ କରାଯାଇଥିଲା। ନାରୀ ଶକ୍ତି ଜାଣିଲେଣି ଆପଣଙ୍କ ପରିଚୟ ହଜିଯିବ। ଆପଣ ଛାରଖାର ହୋଇଯିବେ। ଗୃହର ଜଣେ ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଗେରୁଆ ବସ୍ତ୍ରର କାହାଣି ତାଙ୍କ ମୁହଁରୁ ବାହାରିବା ମୋତେ ଆଶ୍ଚର୍ଯ୍ୟ କରିଛି। ଗୃହରେ ବଗ ଉପାଖ୍ୟାନ କହିଲେ ମୁଖ୍ୟମନ୍ତ୍ରୀ *ଧାନ ବିଲରେ ବଗ ଚୁପ ଚାପ ଧ୍ୟାନରେ ବସେ। ନିଜକୁ ସନ୍ଥ ପରିଚୟ ଦିଏ। ହେଲେ ମାଛ ପାଇଲେ ଖାଇଯାଏ। ଠିକ୍ ସେହିଭଳି ଏମାନେ ବେବିନା , କୁନ୍ଦୁଲି, ପରି ମୃତ୍ୟୁର କାରଣ ହୋଇଥିବା ନେତାମାନେ ଧଳା ପୋଷାକ ପିନ୍ଧି ରାବଣକୁ ନେଇ ଗେରୁଆ ବସ୍ତ୍ର କଥା କହୁଛନ୍ତି। ଏହା ଆମେ ଏହାକୁ ହେବାକୁ ଦେବାନି।
ବିଜେପିକୁ ଯାତ୍ରା ପାର୍ଟିବା କେତେ ଗ୍ରହଣୀୟ। ରାଜ୍ୟସଭାରେ ଆପଣ ଦେଖିଲେ ଆପଣଙ୍କ ବିଧାୟକ ଆପଣଙ୍କ ପାଖରେ ନାହାନ୍ତି। ଏହି ବାର୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆମ ସରକାର ପହଞ୍ଚିବେ। ଏ ଗୃହରେ ଉପସ୍ଥିତ ଥିବା ସବୁ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଜି ଆଲୋଚନା ସଫଳ ହୋଇଛି। ଆସନ୍ତୁ ସମସ୍ତେ ମିଶି ଏକ ସଂକଳ୍ପ ପାରିତ କରିବା।

ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ \”ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଙ୍ଗ ଟେକନୋଲୋଜିସ୍- ସିକ୍ୟୁରିଙ୍ଗ ଟୁମୋରୋଜ ଇଂଟେଲିଜେଂଟ ସିଷ୍ଟମ\’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ ନୂତନ ଜ୍ଞାନକୌଶଳ ବିକଶିତ କରିବା ସମୟରେ ସୁରକ୍ଷା ଦିଗକୁ ଯେଭଳି ସୁଦୃଢ଼ କରାଯିବ ସେଥି ନିମନ୍ତେ ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକତା ରହିଛି । ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଯେତେବେଳେ କୌଣସି ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୁଏ ସେତେବେଳେ ମୂଳ ପ୍ରଶ୍ନ ଥାଏ ଏହାକୁ ବିକାଶ କରିଥିବା ସଂସ୍ଥା ଏହାର ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ଉପରେ ଅନୁଶୀଳନ କରିଛନ୍ତି ନା ନାହିଁ । ସେ କହିଥିଲେ ଯେ ସାଇବର ଅପରାଧ ମାଧ୍ୟମରେ ଗୋଟିଏ ବର୍ଷ ମଧ୍ୟରେ ୨୨ ହଜାର କୋଟି ଟଙ୍କା ଲୁଟ୍ ହୋଇଯାଇଛି । ଶ୍ରୀ ମିଶ୍ର କହିଥିଲେ ଯେ ଯେଉଁ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କମ୍ପାନୀଗୁଡିକ ନୂତନ ଜ୍ଞାନକୌଶଳର ଆରମ୍ଭ କରୁଛନ୍ତି
ସେମାନେ ତାଙ୍କ ଲାଭାଂଶରୁ କିଛି ଅଂଶ ଅପରାଧ ନିୟନ୍ତ୍ରଣ ଏବଂ ବୈଷୟିକ ସମସ୍ୟାଗୁଡିକୁ ସମାଧାନ କରିବା ଦିଗରେ ଖର୍ଚ୍ଚ କରିବା ଆବଶ୍ୟକ ବୋଲି କହିଥିଲେ । ସୋଆ ପକ୍ଷରୁ ସାଇବର ଅପରାଧ ନେଇ ଆୟୋଜିତ ହୋଇଥିବା ଏହି ସମ୍ମିଳନୀକୁ ନେଇ ଖୁସି ବ୍ୟକ୍ତ କରିବା ସହ ଗବେଷକମାନେ ଏଭଳି ସମସ୍ୟାର ସମାଧାନର ବାଟ ଖୋଜିବାକୁ ଅନୁରୋଧ କରିଥିଲେ । ବୁଦ୍ଧି, ଦକ୍ଷତା ଓ କିଛି ନୂଆ କରିବାର ଇଚ୍ଛା ରଖିବା ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଜ୍ଞାନକୌଶଳ ସଶକ୍ତ କରାଏ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ । ତେବେ ସୁରକ୍ଷିତ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡାଟା ସିକ୍ୟୁରିଟି କାଉନସିଲ୍ ଅଫ ଇଣ୍ଡିଆର ସିଇଓ ଶ୍ରୀ ବିନାୟକ ଗଡସେ, ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ସେକ୍ରେଟାରୀଏଟ୍, ପିଏମଓର ପୂର୍ବତନ ଅଧିକାରୀ ଲେଫ୍ଟନାଂଟ ଜେନେରାଲ୍ ଏମ.ୟୁ. ନାୟାର, ଇଂଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ଜେନେଭା ପକ୍ଷରୁ ଶ୍ରୀ କିଶୋର ନାରଙ୍ଗ, ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆର ବରିଷ୍ଠ ଉପଦେଷ୍ଟା ଶ୍ରୀ ବିକ୍ରମ ତିୱାଥିଆ ଓ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଶ୍ରୀ ଏନ.କେ. ଗୋୟଲ ମଧ୍ୟ ବକ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମରେ ପ୍ରାଇସ୍ ୱାଟରହାରସ୍ କୁପର୍ସ (ପିଡବ୍ଲୁସ) ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଦେବବ୍ରତ ନାୟକ ଯୋଗଦେଇ ନିଜ ବଇବ୍ୟରେ ସାଇବର ସୁରକ୍ଷାକୁ କିଭଳି ଅଧିକ ଗୁରୁତ୍ବ ଦିଆଯାଇପାରିବ ସେ ଦିଗରେ ସବୁ ବର୍ଗ ପକ୍ଷରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ରଖିଥିଲେ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ସାଗତ ଅଭିଭାଷଣରେ ଅଭିଭାଷଣରେ କହିଥିଲେ 60 ଡ଼ିଜିଟାଲ୍ ଭିତିଭୂମି ପରିବ୍ୟାପ୍ତ ହେଉଥିବା ବେଳେ ଆର୍ଟିଫିସିଆଲ୍ ଇ ଇଂଟେଲିଜେନ୍ସର ଉଦ୍ଭାବନ ଏବଂ ଏହାର ପ୍ରଭାବ ମଧ୍ୟ ଚିନ୍ତା ଉଦ୍ରେକ କରିଛିବୋଲି କୁ ବିଦ୍ୟାଳୟ ପକ୍ଷରୁ ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ କୁଳପତି କହିଥିଲେ।
ଏହି ପରିପ୍ରେକ୍ଷୀରେ ସୋଆ ଏବଂ ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ମଂଚରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା।
କାର୍ଯ୍ୟକ୍ରମରେ ଲେଫ୍ଟନାଂଟ ଜେନେରାଲ୍ ନାୟାର କହିଥିଲେ ଯେ ଭାରତ ହେଉଛି ବିଶ୍ଵର ବୃହତ ଡି଼ଜିଟାଲ ଭିତିଭୂମି ଥିବା ଦେଶ। ଗତ ମାର୍ଚ୍ଚ ମାସରେ ୟୁପିଆଇରେ ୨୨ ହଜାର ୬୪୦ ମିଲିୟନ ଟଙ୍କାର ଆଦାନପ୍ରଦାନ ହୋଇଥିବା ବେଳେ ଏହାର ମୂଲ୍ୟ ହେଉଛି ୨୯୫୨ ଲକ୍ଷ କୋଟି ଟଙ୍କା । ସରକାର ନୂତନ ନିୟମ ଆଣିପାରିବେ କିନ୍ତୁ ନୂଆ ଜ୍ଞାନକୌଶଳ ମଧ୍ୟ ନୂଆ ସମସ୍ୟା ସୃଷ୍ଟି କରିପାରେ ।ଶିକ୍ଷାନୁଷ୍ଠାନ ଗୁଡିକ ଏହି ଦିଗରେ ବିଷଦ ଆଲୋଚନା ଓ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।ସୋଆ ଏବଂ ଅଟଳ ଇନ୍କ୍ୟୁବେସନ୍ ସେଟର – ସୋଆ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ପ୍ରଶାସନ, ଶିଳ୍ପ, ଶିକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରର ନେତୃବର୍ଗ ଏକତ୍ରିତ ହୋଇ ଏକ ସୁରକ୍ଷିତ ଓ ବୁଦ୍ଧିମତା ସମ୍ପନ୍ନ ଡିକିଟାଲ୍ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରୁଛନ୍ତି ।
ଭାରତ ପ୍ରତି ଥିବା ସାଇବର ସମ୍ପର୍କିତ ବିପଦକୁ ପ୍ରତିହିତ କରିବା ସହ କୃତ୍ରିମ ବୁଦ୍ଧିମତାକୁ ନୈତିକ ପ୍ରକ୍ରିୟାରେ ଆପଣାଇବା ସମ୍ପର୍କରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ।କାର୍ଯ୍ୟକ୍ରମରେ ଏଆଇସି ସୋଆ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ରହି ଅତିଥ ମାନଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଡିସିନାଲ ତିନ୍ ଷ୍ଟୁତୋଟ ଆଫେୟାର୍ସ, ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ଅତିଥିମାନଙ୍କ ଦ୍ଵାରା ଏକ ଷ୍ଟାର୍ଟଅପ ପ୍ରଦର୍ଶନୀ ମଧ୍ୟ ଉଦ୍ଘାଟନ କରାଯାଇଥିଲା।
1...678...448Page 7 of 448
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy