ମେଧାବୀଙ୍କ ସ୍ୱପ୍ନ ସାକାର କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ଜ୍ୟୋତି ଫେଲୋସିପ୍‌

- Advertisement -

ମେଧାବୀଙ୍କ ସ୍ୱପ୍ନ ସାକାର କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ଜ୍ୟୋତି ଫେଲୋସିପ୍‌

– ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୨୪ହଜାରରୁ ଊର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ମେଧାବୃତ୍ତି
– ୨୦୨୫-୨୬ରେ ୫,୮୫୭ ଜଣ ଶିକ୍ଷାର୍ଥୀଙ୍କୁ ମିଳିଛି ₹୫.୯୭ କୋଟିର ସହାୟତା

ପାଠ ପଢ଼ା ପାଇଁ ଆର୍ଥିକ ସହାୟତା ଓ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ପାଇଁ ବି ପ୍ରେରଣା ଯୋଗାଉଛି ଜ୍ୟୋତି ଫେଲୋସିପ୍‌। ଦୁର୍ଗମ ଅଞ୍ଚଳରୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ମାଧ୍ୟମ ପାଲଟିଛି ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ପ୍ରୟାସ। ଗତ ୧୦ବର୍ଷ ଭିତରେ ରାଜ୍ୟର ୨୪ ହଜାରରୁ ଅଧିକ ଅନୁସୂଚିତ ଜାତି-ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୫ହଜାର ୮୫୭ ମେଧାବୀଙ୍କୁ ମୋଟ ୫.୯୭ କୋଟି ଟଙ୍କାର ମେଧାବୃତ୍ତି ମିଳିଛି।

ଜ୍ୟୋତି ଫେଲୋସିପ୍ ପାଇଁ ଆଜି ସ୍ୱପ୍ନକୁ ସାକାର କରିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ମାଡୁଆ ଗ୍ରାମର ଯୁକ୍ତ ୩ ବିଜ୍ଞାନ ଛାତ୍ରୀ ଅର୍ଚ୍ଚତା ସେଠୀ। ବାପା ଚନ୍ଦ୍ରମୋହନ ସେଠୀ ଜଣେ ଦିନ ମଜୁରିଆ। ବାପାଙ୍କର ସ୍ୱଳ୍ପ ରୋଜଗାର ଯୋଗୁ ପରିବାର ପ୍ରତିପୋଷଣ ସହ ଅର୍ଚ୍ଚିତାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। କିନ୍ତୁ ଅର୍ଚ୍ଚିତା ହାର୍ ମାନି ନଥିଲେ। ଟିଏସ୍‌ଏଫ୍‌ର ‘ଜ୍ୟୋତି ଫେଲୋସିପ୍‌’ର ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା। ମେଧାବୃତ୍ତି ମିଳିବା ପରଠାରୁ ବହି, ଖାତା କିଣିବା, ଫି’ ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ଚିନ୍ତା ଛାଡ଼ି ସମ୍ପୂର୍ଣ୍ଣ ଭାବେ ପାଠପଢ଼ାରେ ମନୋନିବେଶ କରିପାରୁଛି ବୋଲି ଅର୍ଚ୍ଚିତା କହିଛନ୍ତି।

ଅର୍ଚ୍ଚିତାଙ୍କ ଭଳି ଅନ୍ୟ ଜଣେ ମେଧାବୀ ହେଉଛନ୍ତି ଯାଜପୁର ଜିଲ୍ଲାର ଦୁର୍ଗମ ଗୁହିଆଶାଳ ଗାଁର ଦଶମ ଶ୍ରେଣୀ ଛାତ୍ର ତଙ୍ଗୁରୁ ପ୍ରଧାନ। ତାଙ୍କ ପାଇଁ ଏହି ଜ୍ୟୋତି ଫେଲୋସିପ୍ ଏକ ‘ଲାଇଫ୍ ଲାଇନ୍‌’ ସଦୃଶ । ତୁଙ୍ଗୁରୁ ପିଭିଟିଜି ଆଦିବାସୀ ସମୁଦାୟର ହୋଇଥିବା ବେଳେ ବାପା ବାଦୁଆ ପ୍ରଧାନ ତାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇ ପାରୁନଥିଲେ। ଭବିଷ୍ୟତରେ ଇଞ୍ଜିନିୟର ହୋଇ ନିଜ ଗାଁର ବିକାଶ କରିବାକୁ ଆଶା ରଖିଥିବା ତଙ୍ଗୁରୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ନିରନ୍ତର ସହଯୋଗ କରୁଛି।

ଜ୍ୟୋତି ଫେଲୋସିପ ହେଉଛି ଏକ ମେଧାଭିତ୍ତିକ ଚୟନ ପ୍ରକ୍ରିୟା । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଉଛି। ୧୭ଟି ବୃତ୍ତିଗତ ପାଠ୍ୟକ୍ରମ ସମେତ ବିଭିନ୍ନ ଶିକ୍ଷାକ୍ଷେତ୍ରରେ ଏହି ବୃତ୍ତି ପ୍ରଦାନ କରାଯାଉଛି। ବର୍ତ୍ତମାନ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର ଏବଂ ଗଞ୍ଜାମ ଜିଲ୍ଲାର ୨୩ ବ୍ଲକରେ ଛାତ୍ରଛାତ୍ରୀମାନେ ଏହି ଯୋଜନାର ସୁଫଳ ପାଉଛନ୍ତି । ଟିଏସ୍‌ଏଫ୍ ର ଏହି ପ୍ରୟାସ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆଣିପାରିଛି।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles