
ମେ 2 ତାରିଖରେ ମହାନଦୀ ଟ୍ରିବୁନାଲ ଶୁଣାଣି ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ବିକ୍ଷୋଭ
*ଅନ୍ତରିଣ ରାୟ ପାଇଁ ଦାବି *ଛତିଶଗଡ଼ କୁ ମହାନଦୀ ପାଣି କୁ ନ ଅଟକାଇବାକୁ ତାଗିଦ ଜରନ୍ତୁ ଟ୍ରିବୁନାଲ
*ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଆୟୋଜିତ ହେବ ଆନ୍ଦୋଳନ
ଆସନ୍ତା ମେ 2 ତାରିଖରେ ମହାନଦୀ ଟ୍ରିବୁନାଲର ଶୁଣାଣି ହେବ l ଗତ 20 ତାରିଖରେ ଟ୍ରିବୁନାଲର ନିର୍ଦେଶ ପ୍ରରିପ୍ରେକ୍ଷୀରେ ଏହି ଶୁଣାଣି ବେଶ ଗୁରୁତ୍ୱପୂର୍ଣ ମନେ ହୁଏ l 8 ଵର୍ଷ ଭିତରେ ଟ୍ରିବୁନାଲ ପାଖରେ ଉଭୟ ଓଡିଶା ଓ ଛତିଶଗଡ଼ ମହାନଦୀରେ କେତେ ପାଣି ଉପଲବ୍ଧ ବା ସଂରକ୍ଷିତ ହୁଏ, ତାର ତଥ୍ୟ ଦାଖଲ ନ କରିବା ଚିନ୍ତାର ବିଷୟ ଯେଉଁଥିପାଇଁ ଟ୍ରିବୁନାଲ ଅସନ୍ତୋଷ ପ୍ରକାଶ କରିଥିଲେ l ଏହା ଅକ୍ଷମଣୀୟ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ କୁହା ଯାଇଛି l
ଅଣ ମୌସୁମୀ ସମୟରେ ମହାନଦୀରେ ଉତ୍କଟ ଜଳ ସଙ୍କଟ ଦେଖା ଦେଉଛି l ଜଳ ସେଚନ ଓ ପିଇବା ପାଣି ପାଇଁ ଓଡିଶା ଦୁର୍ଦଶା ର ଶିକାର ହେଉଛି l ମାଛ ମାରି ଜୀବିକା ନିର୍ବାହ କରୁଥିବା ଧୀବାର ସମ୍ପ୍ରଦାୟ ଆଜି ଦାଦନ ଯିବାକୁ ବାହାରିଲେଣି l ଉପକୂଳ ଅଂଚଳରେ ମହାନଦୀର ସମସ୍ତ ଶାଖା ନଦୀ ଗୁଡିକ ମୃତ ପ୍ରାୟ ହୋଇ ଗଲାଣି l ମହାନଦୀରେ ଛତିଶଗଡ଼ ନିର୍ମାଣ କରିଥିବା କଲମା ବ୍ୟାରେଜ ର ସମସ୍ତ ଗେଟ ବନ୍ଦ ହେବା ଫଳରେ ମହାନଦୀରେ ଆଉ ପାଣି ହୀରାକୁଦକୁ ଆସୁନାହିଁ l ଅଣ ମୌସୁମୀ ସମୟରେ ମହାନଦୀରେ ଓଡିଶା ପାଇଁ 1.74 ଏକର ଫୁଟ ପାଣି ଆବଶ୍ୟକ ଏବଂ ସେଥିପାଇଁ ଟ୍ରିବୁନାଲ ଏକ ଆନ୍ତରୀଣ ରାୟ ଦିଅନ୍ତୁ ବୋଲି ଓଡିଶା ଟ୍ରିବୁନାଲ ପାଖରେ ଦାବି କରି ଆସୁଛି l ମାତ୍ର 8 ଵର୍ଷ ଭିତରେ ଏଥିପ୍ରତି କର୍ଣ୍ଣପାତ କରି ନାହାନ୍ତି l ଏହାକୁ ଓଡିଶା ଗ୍ରହଣ କରି ପାରୁନାହିଁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆବାହକ ଶ୍ରୀ ସୁଦର୍ଶନ ଦାସ କହିଛନ୍ତି l
ଟ୍ରିବୁନାଲ ତୁରନ୍ତ ଏକ ଆନ୍ତରୀଣ ରାୟ ଦେବା , କଲମା ବ୍ୟାରେଜରୁ ପାଣି ଛାଡିବାକୁ ଛତିଶଗଡ଼କୁ ନିର୍ଦେଶ ତଥା ଜଳ ବିବାଦର ତୁରନ୍ତ ସମାଧାନ କରି ଚୂଡାନ୍ତ ରାୟ ଦେବା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ ଆୟୋଜନ ହେବ l ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଆଠମଲ୍ଲିକ, କଟକ, ସାଲେପୁର, କାକଟପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ଏହି ପ୍ରତିବାଦ ଆନ୍ଦୋଳନ ହେବ ଏବଂ ଏହାକୁ ସଫଳ କରିବା ପାଇଁ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଶ୍ରୀ ସୁଦର୍ଶନଙ୍କ ସମେତ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ପ୍ରକାଶ ରଥ, ପ୍ରସନ ବିଶୋଇ, ପ୍ରଭାସିନୀ ରାଉତ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି l

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ସରକାର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (Delimitation) ବିଲ୍କୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି।
ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ ଦେଖାଇ ଫେରିବା ବେଳେ ତାହାକୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଲା।
“ଏହା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା। ଏହି ଘଟଣାକୁ ନେଇ ଆଜି ବିବିସି (BBC) ଓ ନ୍ୟୁୟର୍କ ପୋଷ୍ଟ (New York Post) ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି।”
ମହିଳା ସଶକ୍ତିକରଣ ନାମରେ ବିଜେପି କେବଳ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅମାନୁଷିକ ଘଟଣା ଘଟିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ। ସରକାର କେବଳ ‘ନାରେଟିଭ’ ଓ ‘ଅପ୍ଟିକ୍ସ’ରେ ବ୍ୟସ୍ତ ରହି ପ୍ରକୃତ ସେବା ଭୁଲିଯାଇଛନ୍ତି ବୋଲି ସେ କହିଛନ୍ତି।ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ସ୍ପଷ୍ଟ କରି ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସମୟରୁ ଓଡ଼ିଶାରେ ମହିଳାଙ୍କୁ ସଂରକ୍ଷଣ ମିଳିଛି। କିନ୍ତୁ ଏହି ବିଲ୍ ଆଳରେ ସୀମା ନିର୍ଦ୍ଧାରଣ (Delimitation) କୁ ଲଦି ଦେବା ଏକ ଗୋପନୀୟ ଚକ୍ରାନ୍ତ।
ଏହାଦ୍ୱାରା ଓଡ଼ିଶାର ସଂସଦୀୟ ସୀମା ବଦଳିବା ସହ ଆମର ରାଜନୈତିକ ଅଧିକାର କ୍ଷୁଣ୍ଣ ହେବ। ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛି। ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ଏବଂ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ।ଶେଷରେ ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି।
“ଓଡିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତାର ହକ୍ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡିଶାର ବିଜେପି MLA ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍ କରନ୍ତୁ।”
ଗୃହ ଆଲୋଚନା ବେଳେ ବିଜେଡି କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଟାର୍ଗେଟ।ନିର୍ବାଚନ ଜିତିବା ପାଇଁ ପାକିସ୍ତାନ ପିପୁଲସ ପାର୍ଟି ସହ ବି ମେଣ୍ଟ କରିବାକୁ ପଡିଲେ ପଛ ଘୁଞ୍ଚା ଦେବ ନାହିଁ ବିଜେଡି।
ପାଣ୍ଡିଆନ ଙ୍କ ନା ନେଇ ବି କଲେ ଟାର୍ଗେଟ। କହିଲେ ଆଜି ବି ପାଣ୍ଡିଆନ ଚଳାଉଛନ୍ତି ବିଜୁ ଜନତା ଦଳ। ମାନନ୍ତୁ କି ନ ମାନନ୍ତୁ ଏହା ସତ୍ୟ। ରାଜ୍ୟସଭା ରେ ଭଲ ଭାବେ ଭାଗ ନେଉଥିବା ସାଂସଦ ସସ୍ମିତ ପାତ୍ର ଙ୍କୁ ହଟାଇ ଏଭଳି ସାଂସଦ ଙ୍କୁ ବସାଇଲେ ଯିଏ ଯାଉ ଯାଉ ଇଣ୍ଡି ମେଣ୍ଟ ବୈଠକ ରେ ବସିଲେ। ପିସିସି ସଭାପତି କହିଲେ ବିଜେଡି ସହ ମେଣ୍ଟ କରିବୁ। ବିଜେଡି ତରଫରୁ କିଏ ଆପତି ଉଠାଇଲା କି? ଆଜି ଚୋରା ପୀରତି କାହିଁକି। ଯଦି ଏତେ ପ୍ରେମ ଅଛି ମେଣ୍ଟ କରିଦିଅ। କୁମ୍ଭୀର ଓ ମାଙ୍କଡ଼ ର ବନ୍ଧୁତା ଭଳି ବିଜେଡି ବିଜେପି ମେଣ୍ଟ ଥିଲା। ମାଙ୍କଡ଼ ଭଳି ଆମ କଲିଜା ବି ଖାଇ ଯାଇ ଥାନ୍ତେ। ଆମେ ବଞ୍ଚି ଗଲୁ।
ଥରେ ଖୋଲା ଖୋଲି ମେଣ୍ଟ କର। ଆମେ ହରାଇ ଆହୁରି ଅଧିକ ସିଟ ରେ ଆସିବୁ। ଯିଏ ମହିଳା ବିରୁଧ ରେ କାମ କରିଛି କେହି ତିଷ୍ଠି ନାହିଁ। ସୀତା ଙ୍କ ଯୋଗୁଁ ରାବଣ ଧ୍ବଂସ ହେଲା। ଦ୍ରୌପଦି ପାଇଁ କୌରବ ଧ୍ବଂସ ହେଲା। ସେପରି ଧ୍ବଂସ ହୋଇଯିବ।

ଏମାନେ ଭୁଲି ଯାଉଛନ୍ତି ବିଜେପି ଓ ଆରଏସଏସରେ ମହିଳା ନାହଁନ୍ତି। ଦେଶ ସ୍ଵାଧୀନ ସମୟରେ ମହିଳା ଶକ୍ତି କଂଗ୍ରେସ ଲଢ଼େଇ କରିଥିଲେ। ବିଜେପି ଜାଣିଶୁଣି 2023 ମସିହାର ବିଲକୁ କାହିଁକି କାର୍ଯ୍ୟକାରୀ କରି ପାରିଲେ ନାହିଁ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଶକ୍ତି ର ଅଭାବ ଥିଲା। ଆପଣମାନେ ଇଂରେଜଙ୍କ ଗୋଲାମ ଥିଲେ। ସ୍ବାଧୀନତା ସମୟରେ। 1966 ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ। ରାଜୀବ ଗାନ୍ଧୀ ତାଙ୍କ ସମୟରେ ମହିଳାଙ୍କ କଥା ଉଠାଇଥିଲେ। *ରାଜ୍ୟରେ କଂଗ୍ରେସର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଥିଲେ। ଆପଣ ଏଠି ଜଣେ ମହିଳା ମୁଖ୍ୟମନ୍ତ୍ରୀ କରି ପାରିବେ। ଆପଣଙ୍କ ଦମ ଅଛି। ଆପଣଙ୍କ ସତସାହାସ ଥିଲେ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ କର।* ମହିଳାଙ୍କ ପାଇଁ ବିଲ କଟି ନାହିଁ। ସୀମା ନିର୍ଦ୍ଧାରଣ ପାଇଁ କାଟ ଖାଇଛି। ସିଜିମାଳିରେ ଆଦିବାସୀ ମାମାନେ ଲଢ଼ୁଛି। ଏମାନେ ପେଶା ଆଇନ ଏଯାଏଁ ଲାଗୁ କରୁ ନାହାନ୍ତି।ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି।ହେଲେ ଆଦିବାସୀ ନିର୍ଯ୍ୟାତିତ ହେଉଛନ୍ତି।ଆପଣ ତୁରନ୍ତ ପେଶା ଆଇନ ଲାଗୁ କରନ୍ତୁ।ଆପଣମାନେ ମହିଳାଙ୍କୁ ସମ୍ମାନ ଦେଇ ଜାଣି ନାହାନ୍ତି। ଏମାନେ ଭାରତକୁ ସ୍ବାଧୀନ ଦେଇ ନଥିଲେ। କେନ୍ଦୁଝର ରେ ଜଣେ ଭାଇ ଭଉଣୀର କଙ୍କାଳ ଖୋଳି ଆଣିବାକୁ ପଡୁଛି। ଆଜି ମହିଳା ସରକ୍ଷଣ ଆଣନ୍ତୁ। ଆମେ ସମର୍ଥନ କରିବୁ।

ବିଲ ନାହିଁ, ସଂକଳ୍ପ ନାହିଁ, କଣ ଟାଇମ ପାସ ପାଇଁ ବିଧାନସଭାରେ ପ୍ରମିଳା ମଲ୍ଲିକ କହିଛନ୍ତି. ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରି କହିଛନ୍ତି ଛେଳି ରଖି ମହିଳାମାନଂକୁ ସଶକ୍ତ କରିବାର ମାନସିକତା ବିଜେପି ସରକାରର.
ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେପି ବାଧ୍ୟ କରିଛି ଲୋକଙ୍କ ଟଙ୍କାକୁ ଅପଚୟ କରିବା ପାଇଁ. ବିଜୁ ପଟନାୟକ ମହିଳା ମାନଂକୁ 33ପ୍ରତିଶତ ସଂରକ୍ଷଣ ଦେଇଥିଲେ. ମହିଳା ମାନଙ୍କ ମଜୁରୀ ବଢ଼ାଇଥିଲେ. ବିଜେପି ସାତ ଜନ୍ମରେ ମହିଳା ମାନଂକ ପାଇଁ କିଛି କରିପାରିବେ ନାହିଁ. ନବୀନ ପଟନାୟକ ମହିଳାଙ୍କୁ 50ପ୍ରତିଶତ ସଂରକ୍ଷଣ କରିଛନ୍ତି. ନବୀନ ପଟନାୟକ 30ଜିଲ୍ଲା ପରିଷଦରୁ 21ଜଣ ଅଧକ୍ଷ ମହିଳା କରିଛନ୍ତି ନବୀନ ପଟନାୟକ. ପୌର ପରିଷଦରେ ମଧ୍ୟ୍ ମହିଳା ମାନଂକୁ ଗୁରୁତ୍ୱ ଦେଇଛନ୍ତି. 5ହଜାର ଟଙ୍କା ଦେଇ ଲକ୍ଷ ପତି ଦିଦି କିପରି କଲେ. ନବୀନ ପଟନାୟକ ମହିଳା ଙ୍କ ପାଇଁ ଯାହା କରିଛନ୍ତି ତାହା ସମସ୍ତେ ଜାଣନ୍ତି. ବିଜେପି କେବଳ ମିଛ ପ୍ରଚାର କରୁଛି.
2018ରେ ଡିସେମ୍ବର 11ରେ ମୋସନ ଅଣାଯାଇ ପାରିତ କରାଯାଇଥିଲା. ବିଧାନସଭା ଓ ଲୋକସଭାରେ 33ପ୍ରତିଶତ ସଂରକ୍ଷଣ ଦେବକୁ ପାରିତ କରିଥିଲେ. 2019 ଓ 2024ରେ ଦଳୀୟ ଭିତ୍ତିରେ 33ପ୍ରତିଶତ ଟିକେଟ ଦେଇଥିଲେ. ଏହା ଥିଲା ନବୀନ ପଟନାୟକଙ୍କ ମହିଳା ଙ୍କ ପ୍ରତି ସଂମ୍ମାନ. 2023 ମହିଳା ବିଲ ପାସ କଲାବେଳେ କେହି ବିରୋଧ କରିନଥିଲେ. ହେଲେ କେନ୍ଦ୍ର ସରକାର କାହିଁକି ଏନେଇ ବିଜ୍ଞପ୍ତି ପ୍ରକାଶ କଲେ ନାହିଁ. ମହିଳା ବିଲ ନେଇ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନୀତି ଆପଣାଇଛି ବିଜେପି. ଓଡିଶା ସ୍ୱାର୍ଥ ବିରୋଧରେ ବିଜେପିର 20ଜଣ mp ଭୋଟ ଦେଇଛନ୍ତି. ସୀମା ପୂର୍ଣ୍ଣ ନିର୍ଧାରଣ ବିଲ ରେ ଓଡିଶା ତାହାର ହକ ହରାଉଥିବା ବେଳେ ବିଜେପିର 20ଜଣ mp ଓଡିଶା ବିରୋଧରେ ଭୋଟ ଦେଲେ. ଏହା ଧରା ପଡିଛନ୍ତି. ବିଜେପିର ମିଛ ଧରାପଡିଥିବାରୁ ବିଜେପି ଏପରି ସେମିନାର ବିଧାନସଭାରେ କରୁଛି. ଯଦି ମହିଳାଙ୍କୁ ସଂରକ୍ଷଣ ପାଇଁ ବିଜେପି ଚାହୁଁଛି ତେବେ ଲୋକସଭା ଓ ବିଧାନସଭାରେ 33ପ୍ରତିଶତ ସଂରକ୍ଷଣ ଦେଉ. ମୁଖ୍ୟମନ୍ତ୍ରୀ ତୁରନ୍ତ ନବୀନ ପଟନାୟକ ସଂକଳ୍ପ କୁ କାର୍ଯ୍ୟକାରୀ କରିବାକୁ ଆମେ ଦାବି କରୁଛୁ.

ରାବଣ ଗେରୁଆ ବସ୍ତ୍ର ପିନ୍ଧି ସୀତାଙ୍କ ସହ ଚାଳନା କରିଥିଲେ, ବିଜେପି ଏବେ ଗେରୁଆ ବିନ୍ଧି ଲକ୍ଷ ଲକ୍ଷ ନାରୀଙ୍କୁ ଚାଳନା କରିଛନ୍ତି.ବିଧାନସଭାରେ ରାମାୟଣ କଥା ଉଠାଇ କଟାକ୍ଷ କଲେ ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ.
ରାମାୟଣରେ ରାବଣ ଯେମିତି ଚାଳନା କରି ସୀତା ହରଣ କରିଥିଲେ, ଠିକ ସେହିପରି ବିଜେପି ମହିଳା ସଂରକ୍ଷଣ ନାଁ ରେ ମହିଳା ମାନଙ୍କ ସହ ଚାଳନା କରୁଛି. ଯେଉଁ ମାନେ ମହିଳାମାନଙ୍କ ସହ ଚାଳନା କରିବେ ଆମେ ତାଙ୍କୁ ରାବଣ କହୁବୁ. ଯାହା ବିଜେପି ଏବେ କରୁଛି. ଯଦି ବିଜେପି ମହିଳାଙ୍କୁ ସଂରକ୍ଷଣ ଦେବ ଆମେ ଦୁଇ ହାତ ଟେକି ଟାଙ୍କୁ ସମର୍ଥନ ଦେବୁ. ମହିଳା ସଂରକ୍ଷଣ ବିଲ କୁ ଯିଏ ବିରୋଧ କରିବ ସେମାନେ ପାପ କରିବେ. ବିଜୁ ଜନତା ଦଳ ସେ ପାପ କେବେ କରିବେ ନାହିଁ. ବିଜେଡି ସବୁବେଳେ ମହିଳାଙ୍କୁ ସଂରକ୍ଷଣ ଦେବାକୁ ପ୍ରୟାସ ଜାରି ରଖିଛନ୍ତି.
ଏ ଏକ ଆଲୋଚନା ଚକ୍ର ବିଧାନସଭାରେ ନୁହେଁ, ବାହାରେ ହେବା ଆବଶ୍ୟକ.
ସାରଳା ଦେବୀ, ମାଳତୀ ଦେବୀ, ପରି ଅନେକ ମହିଳା ସ୍ୱାଧୀନତା ପାଇଁ ଲଢେଇ କରିଥିଲେ. ହେଲେ ଆଜି ସେମାନଂକୁ ଆମେ ଭୁଲି ଯାଇଛନ୍ତି. ସେମାନେ ମଧ୍ୟ ଗଣତନ୍ତ୍ର ରେ ଜଣେ ଜଣେ ମହାନ ନାୟକ.ପ୍ରଥମ ମହିଳା ଓକିଲ ସୁଧାଂଶୁ ବାଳା. ମହିଳା ମାନେ ଅଗ୍ରଣୀ ଥିଲେ ଓ ରହିବେ.
ରାମାୟଣରେ ଯେମିତି ରାବଣ ଗେରୁଆ ବସ୍ତ୍ର ପିନ୍ଧି ଚାଳନା କରି ସୀତାଙ୍କୁ ଅପହରଣ କରିଥିଲେ. ଜଟାୟୁ ତାଙ୍କୁ ଅଟକାଇ ଥିଲେ ଓ କହିଥିଲେ ଯଦି ନାରୀ ସହ ଯେଉଁ ଛଳନା କରିଛନ୍ତି ତାହାର ମୃତ୍ୟୁ ନିଶ୍ଚିତ. ଠିକ ସେହିପରି ବିଜେପି 5ଟି ରାଜ୍ୟର ନିର୍ବାଚନ ଥିବା ବେଳେ ଚାଳନା କରି ସୀମା ପୂର୍ଣ୍ଣ ନିର୍ଧାରଣ ସହ ଯୋଡି ନାରୀ ଶକ୍ତି ବନ୍ଦନା ବିଲ ଆଣିଲେ. ତାହା ମହିଳାଙ୍କ ପ୍ରତି ଚାଳନା. ବିଜେପି ନିର୍ବାଚନ ସମୟରେ କେତେ ମହିଳାଙ୍କୁ ପ୍ରାର୍ଥୀ କରିଛି. ବିଜେପି କେତୋଟି ରାଜ୍ୟରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ କରିଛି. ଯେତେବେଳେ କି ଦେଶର ଅଧା ରାଜ୍ୟରେ ବିଜେପି ଶାସନ କରୁଛି. ବିଜେଡି 2019ରେ ମହିଳା ମାନଂକୁ 33ପ୍ରତିଶତ ଦେଇଛି, ଆମେ ଛାତିପିଟି କହୁବୁ ଏ କଥା. କିନ୍ତୁ ବିଜେପି ତାହା କହିପାରିବନି. 37ହଜାର 687 ନାରୀ ନିର୍ଯାତନା ଘଟିଛି ବିଜେପି ସରକାର. ବିଜେପି ସରକାରରେ ମହିଳା ଗଣ ଦୁଷ୍କର୍ମ, ନାରୀ ନିର୍ଯାତନା, ଅତ୍ୟାଚାରରେ 1 ନମ୍ବର ହୋଇଛି. ଜିତୁ ମୁଣ୍ଡା ଘଟଣା ଆଜି ଗୋଦାବରୀଶ ଉଠ କଙ୍କାଳ କଥା ଆଜି ମନେ ପଡୁଛି. ନାରୀ କୁ ବିଜେପି ସରକାର କେତେ ସଂମାନ ଦେଉଛନ୍ତି ତାହା ଜଗତସିଂହପୁର ଜିଲ୍ଲାପାଳ ମହିଳାଙ୍କୁ ଅସଂମ୍ମାନ କରିଛନ୍ତି. ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ.
ଆଜି ହେଉଛି ଭୁଆଁ ଓ ଛଳନାର ଦିନ. ସରକାରୀ ପଇସାରେ ଆତ୍ମ ପ୍ରଚାରର ଦିନ. ବିରୋଧୀଙ୍କୁ ଗାଳି କରିବା ପାଇଁ ବିଧାନସଭାର ଆଜି ଏ ହେଉଛି ସ୍ୱତନ୍ତ୍ର ଅଧିବେଶନ. ଏ ସମ୍ପର୍କରେ z ଜୀ ଚୁପ କାହିଁକି. ବିଜେପି ନିର୍ବାଚନ ଇସ୍ତାହାରରେ କହିଥିଲା 1000 ଟଙ୍କା ଦେବାକୁ ପ୍ରତି ମାସରେ ଦେବାକୁ. ସୁଭଦ୍ରା ଯୋଜନାରେ ଏକାଥରକେ 50ହଜାର ଦେବାକୁ. ଦେଲେ କି? ତାହାଲେ କାହିଁକି କଲରା ମୁଣ୍ଡା କଙ୍କାଳ ଉଠିଲା. କାଲରା ମୁଣ୍ଡାର ଶବ କହୁଛି ଗଣତନ୍ତ୍ର କେତେ ଦୃଢ. କଲାରା ମୁଣ୍ଡା ଦେଶର ଓ ରାଜ୍ୟର ମୁଖିଆଙ୍କୁ ପଚାରୁଛି କଣ ଏହା ଗଣତନ୍ତ୍ର. ଇତିହାସକୁ ବିକୃତ କରିବେ ଏମାନେ. ସେଥିପାଇଁ ସ୍ୱାଧୀନତା ସଂଗ୍ରାମୀକୁ ଲୋପ କରିଦେବକୁ ବିଜେପି ଚାହୁଁଛି.
ବିଜୁ ପଟନାୟକ 1992 ମସିହାରେ 33ପ୍ରତିଶତ ରଖିଛନ୍ତି. 33ପ୍ରତିଶତ ଦଳୀୟ ଭିତ୍ତିକ ଟିକେଟ ଦେଇଥିଲେ. 2023ମସିହାରେ ମହିଳା ସଂରକ୍ଷଣ ବିଲ କୁ ବିଜେଡି ସମର୍ଥନ ଦେଇଥିଲା. ସଂସଦରେ ଯେଉଁ ବିଲ ଉପସ୍ଥାପନ ହେଲା ବିଲ ତାହା କାଟ ଖାଇଲା ପରେ ଆତ୍ମ ପ୍ରଚାର କାହିଁକି. ବିଲ ପାସ୍ ହେବାର 2ବର୍ଷ 6ମାସ ପାଇଁ କାହିଁକି ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି.

ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ \”ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଙ୍ଗ ଟେକନୋଲୋଜିସ୍- ସିକ୍ୟୁରିଙ୍ଗ ଟୁମୋରୋଜ ଇଂଟେଲିଜେଂଟ ସିଷ୍ଟମ\’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ପରିପ୍ରେକ୍ଷୀରେ ଅତିଥି ଭାବେ
ଯୋଗଦେଇ ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ ନୂତନ ଜ୍ଞାନକୌଶଳ ବିକଶିତ କରିବା ସମୟରେ ସୁରକ୍ଷା ଦିଗକୁ ଯେଭଳି ସୁଦୃଢ଼ କରାଯିବ ସେଥି ନିମନ୍ତେ ସ୍ୱତନ୍ତ୍ର ଯତ୍ନ ନେବାର ଆବଶ୍ୟକତା ରହିଛି । ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଯେତେବେଳେ କୌଣସି ନୂତନ ଜ୍ଞାନକୌଶଳର ଉଦ୍ଭାବନ ହୁଏ ସେତେବେଳେ ମୂଳ ପ୍ରଶ୍ନ ଥାଏ ଏହାକୁ ବିକାଶ କରିଥିବା ସଂସ୍ଥା ଏହାର ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ଉପରେ ଅନୁଶୀଳନ କରିଛନ୍ତି ନା ନାହିଁ । ସେ କହିଥିଲେ ଯେ ସାଇବର ଅପରାଧ ମାଧ୍ୟମରେ ଗୋଟିଏ ବର୍ଷ ମଧ୍ୟରେ ୨୨ ହଜାର କୋଟି ଟଙ୍କା ଲୁଟ୍ ହୋଇଯାଇଛି । ଶ୍ରୀ ମିଶ୍ର କହିଥିଲେ ଯେ ଯେଉଁ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କମ୍ପାନୀଗୁଡିକ ନୂତନ ଜ୍ଞାନକୌଶଳର ଆରମ୍ଭ କରୁଛନ୍ତି ସେମାନେ ତାଙ୍କ ଲାଭାଂଶରୁ କିଛି ଅଂଶ ଅପରାଧ ନିୟନ୍ତ୍ରଣ ଏବଂ ବୈଷୟିକ ସମସ୍ୟାଗୁଡିକୁ ସମାଧାନ କରିବା ଦିଗରେ ଖର୍ଚ୍ଚ କରିବା ଆବଶ୍ୟକ ବୋଲି କହିଥିଲେ । ସୋଆ ପକ୍ଷରୁ ସାଇବର ଅପରାଧ ନେଇ ଆୟୋଜିତ ହୋଇଥିବା ଏହି ସମ୍ମିଳନୀକୁ
ନେଇ ଖୁସି ବ୍ୟକ୍ତ କରିବା ସହ ଗବେଷକମାନେ ଏଭଳି ସମସ୍ୟାର ସମାଧାନର ବାଟ ଖୋଜିବାକୁ ଅନୁରୋଧ କରିଥିଲେ । ବୁଦ୍ଧି, ଦକ୍ଷତା ଓ କିଛି ନୂଆ କରିବାର ଇଚ୍ଛା ରଖିବା ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଜ୍ଞାନକୌଶଳ ସଶକ୍ତ କରାଏ ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ । ତେବେ ସୁରକ୍ଷିତ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡାଟା ସିକ୍ୟୁରିଟି କାଉନସିଲ୍ ଅଫ ଇଣ୍ଡିଆର ସିଇଓ ଶ୍ରୀ ବିନାୟକ ଗଡସେ, ନ୍ୟାସନାଲ
ସିକ୍ୟୁରିଟି କାଉନସିଲ୍ ସେକ୍ରେଟାରୀଏଟ୍, ପିଏମଓର ପୂର୍ବତନ ଅଧିକାରୀ ଲେଫ୍ଟନାଂଟ ଜେନେରାଲ୍ ଏମ.ୟୁ. ନାୟାର, ଇଂଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ, ଜେନେଭା ପକ୍ଷରୁ ଶ୍ରୀ କିଶୋର ନାରଙ୍ଗ, ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆର ବରିଷ୍ଠ ଉପଦେଷ୍ଟା ଶ୍ରୀ ବିକ୍ରମ ତିୱାଥିଆ ଓ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସଭାପତି ଶ୍ରୀ ଏନ.କେ. ଗୋୟଲ ମଧ୍ୟ ବକ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମରେ ପ୍ରାଇସ୍ ୱାଟରହାରସ୍ କୁପର୍ସ (ପିଡବ୍ଲୁସ) ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଦେବବ୍ରତ ନାୟକ ଯୋଗଦେଇ ନିଜ ବଇବ୍ୟରେ ସାଇବର ସୁରକ୍ଷାକୁ କିଭଳି ଅଧିକ ଗୁରୁତ୍ବ ଦିଆଯାଇପାରିବ ସେ ଦିଗରେ ସବୁ ବର୍ଗ ପକ୍ଷରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ରଖିଥିଲେ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ସାଗତ ଅଭିଭାଷଣରେ ଅଭିଭାଷଣରେ କହିଥିଲେ 60 ଡ଼ିଜିଟାଲ୍ ଭିତିଭୂମି ପରିବ୍ୟାପ୍ତ ହେଉଥିବା ବେଳେ ଆର୍ଟିଫିସିଆଲ୍ ଇ ଇଂଟେଲିଜେନ୍ସର ଉଦ୍ଭାବନ ଏବଂ ଏହାର ପ୍ରଭାବ ମଧ୍ୟ ଚିନ୍ତା ଉଦ୍ରେକ କରିଛିବୋଲି କୁ ବିଦ୍ୟାଳୟ ପକ୍ଷରୁ ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ କୁଳପତି କହିଥିଲେ।
ଏହି ପରିପ୍ରେକ୍ଷୀରେ ସୋଆ ଏବଂ ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ମଂଚରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା।
କାର୍ଯ୍ୟକ୍ରମରେ ଲେଫ୍ଟନାଂଟ ଜେନେରାଲ୍ ନାୟାର କହିଥିଲେ ଯେ ଭାରତ ହେଉଛି ବିଶ୍ଵର ବୃହତ ଡି଼ଜିଟାଲ ଭିତିଭୂମି ଥିବା ଦେଶ। ଗତ ମାର୍ଚ୍ଚ ମାସରେ ୟୁପିଆଇରେ ୨୨ ହଜାର ୬୪୦ ମିଲିୟନ ଟଙ୍କାର ଆଦାନପ୍ରଦାନ ହୋଇଥିବା ବେଳେ ଏହାର ମୂଲ୍ୟ ହେଉଛି ୨୯୫୨ ଲକ୍ଷ କୋଟି ଟଙ୍କା । ସରକାର ନୂତନ ନିୟମ ଆଣିପାରିବେ କିନ୍ତୁ ନୂଆ ଜ୍ଞାନକୌଶଳ ମଧ୍ୟ ନୂଆ ସମସ୍ୟା ସୃଷ୍ଟି କରିପାରେ ।ଶିକ୍ଷାନୁଷ୍ଠାନ ଗୁଡିକ ଏହି ଦିଗରେ ବିଷଦ ଆଲୋଚନା ଓ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।ସୋଆ ଏବଂ ଅଟଳ ଇନ୍କ୍ୟୁବେସନ୍ ସେଟର – ସୋଆ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ପ୍ରଶାସନ, ଶିଳ୍ପ, ଶିକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରର ନେତୃବର୍ଗ ଏକତ୍ରିତ ହୋଇ ଏକ ସୁରକ୍ଷିତ ଓ ବୁଦ୍ଧିମତା ସମ୍ପନ୍ନ ଡିକିଟାଲ୍ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରୁଛନ୍ତି ।
ଭାରତ ପ୍ରତି ଥିବା ସାଇବର ସମ୍ପର୍କିତ ବିପଦକୁ ପ୍ରତିହିତ କରିବା ସହ କୃତ୍ରିମ ବୁଦ୍ଧିମତାକୁ ନୈତିକ ପ୍ରକ୍ରିୟାରେ ଆପଣାଇବା ସମ୍ପର୍କରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ।
କାର୍ଯ୍ୟକ୍ରମରେ ଏଆଇସି ସୋଆ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ରହି ଅତିଥ ମାନଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଡିସିନାଲ ତିନ୍ ଷ୍ଟୁତୋଟ ଆଫେୟାର୍ସ, ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।ଉଦ୍ଘାଟନୀ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ଅତିଥିମାନଙ୍କ ଦ୍ଵାରା ଏକ ଷ୍ଟାର୍ଟଅପ ପ୍ରଦର୍ଶନୀ ମଧ୍ୟ ଉଦ୍ଘାଟନ କରାଯାଇଥିଲା।

ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ବୁଧବାର ଠାରୁ ‘ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଂ ଟେକ୍ନୋଲଜିସ୍- ସିକ୍ୟୁରିଂ ଟୁମୋରୋସ ଇନ୍ଟେଲିଜେନ୍ଟ ସିଷ୍ଟମ୍ସ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ପ୍ରଶାସନ, ଶିଳ୍ପ, ଶିକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରର ନେତୃବର୍ଗ ଏକତ୍ରିତ ହୋଇ ଏକ ସୁରକ୍ଷିତ ଓ ବୁଦ୍ଧିମତା ସମ୍ପନ୍ନ ଡିଜିଟାଲ୍ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବେ ।
ସୋଆ ଏବଂ ଅଟଳ ଇନ୍କ୍ୟୁବେସନ୍ ସେଂଟର – ସୋଆ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ପ୍ରତି ଥିବା ସାଇବର ସମ୍ପର୍କିତ ବିପଦକୁ ପ୍ରତିହିତ କରିବା ସହ କୃତ୍ରିମ ବୁଦ୍ଧିମତାକୁ ନୈତିକ ପ୍ରକ୍ରିୟାରେ ଆପଣାଇବା ସମ୍ପର୍କରେ ଆଲୋଚନା କରିବା ହିଁ ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ଏଆଇସି-ସୋଆ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ କହିଛନ୍ତି ।
ଏହି ସମ୍ମିଳନୀରେ ସାଇବର ସୁରକ୍ଷା ନେଇ ରୋଡ ମ୍ୟାପ୍, ଡାଟା ସୁରକ୍ଷା ଓ ଏଆଇ ଗଭର୍ଣ୍ଣାନ୍୍ସ, ଶିଳ୍ପ, ଶିକ୍ଷା, ସରକାରୀ ସହଭାଗିତା ନିମନ୍ତେ ଗବେଷଣା ସମ୍ପର୍କରେ ଆଲୋଚନା କରାଯିବ ।
କାର୍ଯ୍ୟକ୍ରମରେ ସାଇବର ସିକ୍ୟୁରିଟି ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଡକ୍ଟର ଏନ୍.କେ, ଗୋୟଲ ଓ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ମଙ୍ଗଳବାର ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡାଟା ସିକ୍ୟୁରିଟି କାଉନ୍ସିଲ ଅଫ୍ ଇଣ୍ଡିଆର (ଡିଏସ୍ସିଆଇ)ର ସିଇଓ ଶ୍ରୀ ବିନାୟକ ଗଡ଼ଶେ, ପ୍ରାଇସ୍ ୱାଟରହାଉସ୍ କୁପର୍ସ (ପିଡବ୍ଲୁସି) ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର ଦେବବ୍ରତ ନାୟକ, ଏଆଇସି-ସୋଆ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ଆଇଟିଇଆରର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରେଣୁ ଶର୍ମା ଉପସ୍ଥିତ ଥିଲେ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସୋଆ ପରିଚାଳିତ ଇନ୍ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ ସାହୁ ଓ ‘ଜାଗୋ’ କ୍ଲବର ଆବାହକ ପ୍ରଫେସର ଅନୀତା ପଣ୍ଡା ଉପସ୍ଥିତ ରହି ପଥଚାରୀଙ୍କୁ ପାନୀୟ ଜଳ ଓ ପଣା ବଂଟନ କରିଥିଲେ ।
ଏହି ଅବସରରେ ଆସୋସିଏଟ୍ ପ୍ରଫେସର ତନ୍ମୟ ପରିଡ଼ା, ଆସିଷ୍ଟାଂଟ ପ୍ରଫେସର ଅଭିଜିତ ଚୌଧୁରୀ, ଷ୍ଟୁଡେଂଟ କୋଅର୍ଡିନେଟର ଶ୍ରୀ ଶିବାନୀ ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।
‘ଜାଗୋ’ କ୍ଳବ ପକ୍ଷରୁ ସୋଆର ବିଭିନ୍ନ କ୍ୟାମ୍ପସ ନିକଟବର୍ତୀ ବସ୍ତିଗୁଡ଼ିକର ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ଭଳି ମହତ୍ କାର୍ଯ୍ୟ ଦୀର୍ଘ ବର୍ଷ ହେବ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସେବା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ।
1...789...448Page 8 of 448
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy