ବିଧାନସଭାରେ ବଗ ଉପାଖ୍ୟାନ କହିଲେ ମୁଖ୍ୟମନ୍ତ୍ରୀ
ନାରୀ ହେଉଛି ସମାଜର ମୂଳଦୁଆ। ଏ ବିଲ ମାଧ୍ୟମରେ ନାରୀ ନୀତି ନିର୍ଦ୍ଧାରକ ହୋଇପାରିଥାନ୍ତେ। ଦେଶର ଅଧା ଜନ ସଂଖ୍ୟା କଣ ଭୋଟର ହୋଇ ରହିବେ କି। ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ଓ ମିଶନ ଶକ୍ତି ଜରିଆରେ ଫଣ୍ଡ ଦେବାର ଭିଜନ କଣ ଅଛି।ଗତ 24 ବର୍ଷ ଧରି ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଥିଲେ ପୂର୍ବ ସରକାର। ଅଟଳ ବିହରୀ ବାଜପେୟୀ ପୂର୍ବରୁ 4 ଥର ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ଓ ଅନ୍ୟ ଦଲମାନେ ଏହା କରାଇ ଦେଇ ନଥିଲେ। ବିରୋଧୀଙ୍କ ଅସଲ ମୁଖା ଏବେ ଖୋଲିଗଲା। ବାହାରେ ମହିଳାଙ୍କ କଥା କହୁଥିବା ବେଳେ ଭିତରେ ନାରୀ ବିରୋଧୀ ଚିନ୍ତାଧାରା ରଖିଛନ୍ତି। ବିରୋଧୀଙ୍କ ଷଡ଼ଯନ୍ତ୍ର ମହିଳାଙ୍କ ଅଧିକାରକୁ ଛଡାଇନେଲେ। ବିରୋଧୀ କାହିଁକି ବିରୋଧ କଲେ ତାହା କହୁ ନାହାନ୍ତି। ଲୋକଙ୍କ ସାମ୍ନାକୁ ଆସୁ ନାହାନ୍ତି। ମହିଳା ଆଜି ନିଜର ଗଣତାନ୍ତ୍ରିକ ଅଧିକାର ବାବଦରେ ଅଵଗତ ହୋଇଛନ୍ତି।ଆଗକୁ ଆଇନ ନିଶ୍ଚିତ ଆସିବ। ଏହାକୁ ଯେଉଁମାନେ ବିରୋଧ କରିବେ ସେମାନେ ଇତିହାସରେ ପୋଛି ହୋଇ ଯିବେ। ପୂର୍ବରୁ ସହଯୋଗର ପାତ୍ରୀ ଭାବେ ଦେଖୁଥିଲେ। ମୋଦି ଜି ମହିଳାଙ୍କୁ ସାରଥୀ ପରି ଦେଖୁଛନ୍ତି। ଆମକୁ ଏମିତି ପରିବେଶ ତିଆରି କରିବାକୁ ପଡିବ ସ୍ୱାମୀ ସହାୟତାରେ ନୁହେଁ ନିଜ ଦକ୍ଷତାର ଏ ଗୃହକୁ ଆସିବେ। ନାରୀଶକ୍ତି ବାଟ ନ ଛାଡିବା ବିରୋଧୀଙ୍କ ଲକ୍ଷ୍ୟ। କିନ୍ତୁ ପରନ୍ତୁରେ ବିରୋଧୀ ରହିଲେ ଚଳିବ ନାହିଁ। ନାରୀ ଶକ୍ତି ଅପଣଙ୍କୁ କ୍ଷମା କରିବେ ନାହିଁ। ମହିଳା କାହା ଦୟାରେ ରହିବେ ନାହିଁ।ନିଶ୍ଚିତ ତାଙ୍କ ଅଧିକାର ପାଇବେ। ଏବିଲ ପୁଣି ଆସିବ ଆଉ ପାରିତ ହେବ। ବିଗତ ସରକାର ମହିଳା ହିଂସାକାରୀଙ୍କୁ ଦଣ୍ଡ ବହୁତ ନଗଣ୍ୟ ଥିଲା । ଆମ ସରକାର ଦଣ୍ଡ ବିଧାନ ହାରକୁ ବଢ଼ାଇଛି। ଏହା 41 ପ୍ରତିଶତରେ ପହଁଚିଛି। 24 ବର୍ଷିଆ ସାଶନ ଠାରୁ ଆମ ସରକାର ରେ ମହିଳାଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି। ବିରୋଧି ଦଳ ନେତା ଆଜି ଯେଉଁ ମତ ରଖିଲେ। ସେ ନାରୀ ଶକ୍ତି କଥା କହୁଛନ୍ତି। ବିଜେଡିକୁ କଡ଼ା ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି *ସେ ଏବେ ଏଠି ରହିଥିଲେ ଭଲ ହୋଇଥାନ୍ତା। ଗୃହରେ ବିରୋଧୀ ଦଳ ନେତା 1 ଘଂଟା 33 ମିନିଟରେ ଭିତରେ ରହିଲେ। ତା ପରେ ଗୃହ ବାହାରକୁ ଚାଲିଗଲେ। ଏଥିରୁ ଜଣା ପଡୁଛି ତାଙ୍କର ମହିଳାଙ୍କ ପ୍ରତି ଆନ୍ତରିକତା କେତେ । ବିରୋଧୀ ଦଳ ନେତାଙ୍କ ଅଭିଭାଷଣ ଅତି ଭକ୍ତି ଚୋରର ଲକ୍ଷ୍ମଣ ପରି ତାଙ୍କର ଏହା ଚରମ ଅହଂକାର। ତାଙ୍କ ଅମଳରେ ମହାନଦୀରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ଡ୍ୟାମ କଲେ ସେତେବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ। ଉଠିଲା ବେଳେ ସବୁ ସରି ସାରିଥିଲା। ଦାନ ମାଝୀଙ୍କ କଥା କଣ ଆପଣ ଭୁଲି ଗଲେଣି। ସେତେବେଳେ ଆପଣ ମୁଖ୍ୟମନ୍ତ୍ରୀ ଥିଲେ। କଳିଙ୍ଗ ନଗରେ ଆଖି ବୁଜା ଗୋଳି ଚାଳନା ହେଲା। ନଗଡାରେ ସ୍ଥିତି ବେଳେ ଆପଣ ମୁଖ୍ୟମନ୍ତ୍ରୀ ଥିଲେ। ଚିଟଫଣ୍ଡରେ ଲୋକଙ୍କ କୋଟି କୋଟି ଟଙ୍କା ଲୁଟିନେଲେ। ହେଲେ ଚିଟଫଣ୍ଡ ଚୋରଙ୍କୁ ଆପଣ ସୁରକ୍ଷା ଦେଲେ। ପିପିଲିର ବେବିନା ବେଳେ ଆପଣ କେଉଁଠି ଥିଲେ। କୁନ୍ଦୁଲି ଘଟଣା ବେଳେ କେଉଁଠି ଥିଲେ। ତାକୁ ନ୍ୟାୟ ଦେଇ ପାରିଲେ ନାହିଁ। ଇତିଶ୍ରୀ ପ୍ରଧାନ ବାରମ୍ବାର ଆପଣଂକୁ ସୁରକ୍ଷା ମାଗିଥିଲା।ଆପଣ ଦେଇ ପାରିଲେ ନାହିଁ। ପରି ନିଖୋଜ ହେଲା । ପରେ ତାର କଙ୍କାଳ ମିଳିଲା। ବିଧାନସଭା ସାମ୍ନାରେ ତାର ପରିବାର ଆତ୍ମହୁତି ଦେବାକୁ ଚେଷ୍ଟା କଲେ। ଏଥିରେ ଜଡିତ ଥିବା ନେତାଙ୍କୁ ଆପଣ ସୁରକ୍ଷା ଦେଲେ। ମମିତା ମେହେରକୁ ନ୍ୟାୟ ମିଳିଲା କି। ଗତ ସରକାର ସମୟରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କରାଗଲା। ହେଲେ ତାଙ୍କୁ ନ୍ୟାୟ ଦେଇ ପାରିଲେ କି। ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଲେ କି। ନିଜ ପୋଲିସ ଦ୍ୱାରା ଗୁଳି କରାଇଲେ। ଏ କଥା କହିଲା ବେଳେ 24 ବର୍ଷିଆ ସରକାର କାହାଣୀ କହିଲା ବେଳେ ମୋତେ ଦୁଃଖ ଲାଗୁଛି*।
କଂଗ୍ରେସ ବିଧାୟକ ଦଳ ନେତା କହୁଥିଲେ 23ର ବିଲ କାହିଁକି ଲାଗୁ ହେଲା ନାହିଁ। ସେ ଜାଣିବା ଦରକାର ଏହା 29ରେ ଲାଗୁ ପାଇଁ କରାଯାଇଥିଲା। ନାରୀ ଶକ୍ତି ଜାଣିଲେଣି ଆପଣଙ୍କ ପରିଚୟ ହଜିଯିବ। ଆପଣ ଛାରଖାର ହୋଇଯିବେ। ଗୃହର ଜଣେ ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଗେରୁଆ ବସ୍ତ୍ରର କାହାଣି ତାଙ୍କ ମୁହଁରୁ ବାହାରିବା ମୋତେ ଆଶ୍ଚର୍ଯ୍ୟ କରିଛି। ଗୃହରେ ବଗ ଉପାଖ୍ୟାନ କହିଲେ ମୁଖ୍ୟମନ୍ତ୍ରୀ *ଧାନ ବିଲରେ ବଗ ଚୁପ ଚାପ ଧ୍ୟାନରେ ବସେ। ନିଜକୁ ସନ୍ଥ ପରିଚୟ ଦିଏ। ହେଲେ ମାଛ ପାଇଲେ ଖାଇଯାଏ। ଠିକ୍ ସେହିଭଳି ଏମାନେ ବେବିନା , କୁନ୍ଦୁଲି, ପରି ମୃତ୍ୟୁର କାରଣ ହୋଇଥିବା ନେତାମାନେ ଧଳା ପୋଷାକ ପିନ୍ଧି ରାବଣକୁ ନେଇ ଗେରୁଆ ବସ୍ତ୍ର କଥା କହୁଛନ୍ତି। ଏହା ଆମେ ଏହାକୁ ହେବାକୁ ଦେବାନି।
ବିଜେପିକୁ ଯାତ୍ରା ପାର୍ଟିବା କେତେ ଗ୍ରହଣୀୟ। ରାଜ୍ୟସଭାରେ ଆପଣ ଦେଖିଲେ ଆପଣଙ୍କ ବିଧାୟକ ଆପଣଙ୍କ ପାଖରେ ନାହାନ୍ତି। ଏହି ବାର୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆମ ସରକାର ପହଞ୍ଚିବେ। ଏ ଗୃହରେ ଉପସ୍ଥିତ ଥିବା ସବୁ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଜି ଆଲୋଚନା ସଫଳ ହୋଇଛି। ଆସନ୍ତୁ ସମସ୍ତେ ମିଶି ଏକ ସଂକଳ୍ପ ପାରିତ କରିବା।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy