ହସିବା ଓ ହସ ବାଣ୍ଟିବା 

- Advertisement -

ହସ ଆଉ ଅଛି, ହସିବା ପାଇଁ ଆମେ ହସୁଛନ୍ତି, ନା ଅନ୍ତରରୁ ହସ ଆସୁଛି। ହସ ତ ସବୁ ରୋଗର ମହୋଷଧି। . ହସକୁ କଣ୍ଟ୍ରୋଲ କରିବା ବି ସହଜ ନୁହେଁ। ହସିବା ଓ ହସେଇବା ଗୋଟେ କଳା ବୋଲି ଅନେକ କୁହନ୍ତି। ହେଲେ ହସଟା ତ ହେଉଛି ଈଶ୍ୱରଙ୍କ ବରଦାନ, ଅମୂଲ୍ୟ ଦାନ। ହସିବା ପାଇଁ ଆଜି ଆମେ କେତେ କଣ କରୁଛନ୍ତି। ଲାଫିଙ୍ଗ କ୍ଳବ ଯାଉଛନ୍ତି ତ କେଉଁଠି ପାର୍କରେ ହସ ଯୋଗ କରୁଛନ୍ତି। ହଁ, ୟୁଟ୍ୟୁବରେ ଆଜି ଅନେକ କମେଡ଼ି ଭିଡ଼ିଓ ଆସୁଛି, ଯାହାକୁ ଦେଖି ଆମେ ହସୁଛନ୍ତି ସତ ହେଲେ ସେ ହସରେ କଣ ମିଠାପଣ ଅଛି ??? ଟିଭିରେ ବି ବହୁତ କମେଡି ସୋ ଆମେ ଦେଖୁଛନ୍ତି କେବଳ ମନରେ ହସ ସୁଷ୍ଟି କରିବା ପାଇଁ। ହେଲେ ଲାଗୁଚି ହସ ଯେମିତି ଧିରେଧିରେ ହଜିଯାଇଛି ମଣିଷ ପାଖରୁ। ହସ ହଜୁଛି, ହେଲେ ଖୋଜିବାକୁ କେହି ବି ଚେଷ୍ଟା କରୁନାହାନ୍ତି।

ହସ ମନକୁ ହାଲକା କରେ, ଚିନ୍ତା ଦୂର କରେ ଓ ଶରୀର ସୁସ୍ଥ ରଖେ। ହସିବା ଓ ହସାଇବା ଜୀଵନର ମୂଳମନ୍ତ୍ର। ହେଲେ ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ମଣିଷ ଧାଉଁଛି ହେଲେ ହସିବା ଛାଡ଼ି ଦେଇଛି। ହସ ଅନେକ କଥା କହେ, ସେ ପ୍ରେମ ବୁଝେ, ଶତ୍ରୁ ଦୂର କରେ। ହସ ପୁଣି ମନର କଥାକୁ କହିଦିଏ ଅତି ସହଜରେ। ସେଥିପାଇଁ ତ ଅନେକ କଥା କଥାକେ କହନ୍ତି ତା ହସଟା ଲକ୍ଷେ ଟଙ୍କା।

ମାମୁନିର ତ ହସ କେବେ କଣ୍ଟ୍ରୋଲରେ ନଥାଏ। ସ୍ଥାନ, କାଳ, ପାତ୍ର କିଛି ବି ତାକୁ ଫରକ ପଡେନି ହସିଲା ବେଳେ। ହସ ତ ହସ ମାମୁନିର ହସ….। ହସ ପାଇଁ ସେ ନା କ୍ଳବ ଯାଉଛି, ନା କମେଡ଼ି ଦେଖୁଛି, ହେଲେ ହସୁଛି ସିଏ। କେହିକେହି ତ ତା ହସ ଦେଖି ନିଜେ ଆପେଆପେ କେତେବେଳେ ହସି ପକାନ୍ତି ତା ସେମାନଙ୍କୁ ଜଣା ନଥାଏ। ଆଉ କିଏ ତ ମାନୁନି ହସ ନଦେଖି କହିପକାନ୍ତି ଏ ଅଣ୍ଡିରୀ ଘୋଡ଼ି ପରି ସବୁବେଳେ ଖାଲି କିରିକିରି ହଉଛି। ଆରେ ଯିଏ ଯାହା କହୁ, ମାନୁନି ଯେ ଭଗବାନଙ୍କଠାରୁ ସେ ଅମୃତ ହସବର ପାଇଛି ତାହା କଣ କାହାକୁ ଅଛପା। ମାନୁନି ହସୁଛି ଯେ ତାର ଦୁଃଖ ନାହିଁ କି ଚିନ୍ତା ନାହିଁ ତାହା ନୁହେଁ, ସେ ଜାଣିଛି ତା ହାତରେ କିଛି ନାହିଁ। ସେ ହସିଲେ ବରଂ ଶାନ୍ତିରେ ଜୀବନ ବିତାଉଛି। ତେଣୁ ଏତେ କିଛି ସିଏ ଭାବେନା, କେବଳ ହସେ।

ଦୁଇ ନମ୍ବର ମାର୍କେଟ ବିଲଡିଂର ଫୁଟପାଥରେ ଜରି ପକାଇ ତଳେ ବସି ପିଲାଙ୍କ ଖେଳନା ବିକୁଥିବା ଅନାଥ ଝିଅ ହେଉଛି ମାମୁନୀ। କିଏ ତାଠୁ ଖେଳନା କିଣିନେଲେ ଖୁସି ଅବା ନନେଲେ ବି ଖୁସି। ତା ବୟସ ତାକୁ ଜଣାନାହିଁ, ତା ଘର ତାକୁ ଅଜଣା। ସେଇ ପାଖରେ କୋଉ ବସ୍ତିରେ ରୁହେ, ରାତି ପାହିଲେ ଖେଳନା ଧରି ପହଞ୍ଚିଯାଏ। ବାଟରେ ଯାଉଥିବା ମଣିଷମାନେ ମାର୍କେଟରୁ ନୂଆ ଜିନିଷ ତ ହାତରେ ଧରି ନିଅନ୍ତି। ଆଉ ତାସହ ସାଥିରେ ନେଇଯାଆନ୍ତି ମାମୁନୀର ମିଠା ମିଠା ହସ। ତା ହସ ସମସ୍ତଙ୍କୁ ଯେମିତି ସଞ୍ଚରି ଯାଏ।

ଚାଲନ୍ତୁ ହସହସ ଜୀବନ ବିତାଇବା। କଣ ଅଛି ଏ ହସରେ ଯେ ତାକୁ ନେଇ ପୁଣି ଦିବସ….ହାହା ହାହାହା…।

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles