ନୂଆ ରୂପରେ ନେତା : ଅରୁଣଙ୍କ ଜନଣୁଣାଣୀ –ବବିଙ୍କ ରକ୍ତଦାନ ଶିବିର

0

ବିଳାସ ଜୀବନ ଛାଡ଼ । ସରଳ ଜୀବନ କଟାଇବା ସହ ଲୋକଙ୍କ ସୁଖ ଦୁଃଖର ସାଥି ହୁଅ । ଏହାସହ ଲୋକଙ୍କ ସମସ୍ୟା ସହ ଯଡ଼ିତ ହୋଇ ସମାଧାନର ବାଟ କାଢ । ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ପ୍ରତ୍ୟେକ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସରଳ ଜୀବନ କଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଏବେ ଅକ୍ଷର ଅକ୍ଷରେ ପାଳନ କରିବାକୁ ଆଗେଇଲେଣୀ ବିଜେଡ଼ି ବିଧାୟକ, ମନ୍ତ୍ରୀ ଓ ସାଂସଦ ମାନେ । କ୍ଷମତା ଲୋଭ ଓ ମାୟାରୁ ବାହାରୀ କ୍ଷମତାଶାଳୀ ମନ୍ତ୍ରୀମାନେ ଏବେ ସରଳ ଜୀବନ କଟାଇବା ଅଭ୍ୟାସ କଲେଣୀ । ଅଧିକାଶ ମନ୍ତ୍ରୀ ଓ ବିଧାୟକ ଏବେ ରାଜଧାନୀର ମୋହମାୟା ଛାଡ଼ି ନିଜ ନିର୍ବାଚନୀ ମଣ୍ଡଳୀରେ ସମୟ କଟାଉଛନ୍ତି । ବିଶେଶକରି ଶନିବାର ଓ ରବିବାର ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ସାଧାରଣ ଲୋକର ମନକଥା ବି ବୁଜୁଛନ୍ତି । ଯାହାକି ଓଡ଼ିଶା ରାଜନୀତି ପାଇଁ ଏକ ଶୁଭ ଖବର । ଏହି ମର୍ମରେ ରବିବାର ନୟାଗଡ଼ରେ ଜନଶୁଣାଣୀ କରିଛନ୍ତି ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ ବସଷ୍ଟାଣ୍ଡରେ ନିଜ ନିର୍ବାଚନୀ ମଣ୍ଡଳୀର ୬୦୦ରୁ ଅଧିକ ଲୋକଙ୍କ ଅଭିଯୋଗ ଓ ଅନୁୋଧ ଶୁଣିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ପ୍ରତି ମାସରେ ଅରଉଙ୍କ ଏପରି ଜନ ଶୁଣାଣୀରେ ଲୋକେ ବେଶ ଉପୃକତ ହେଉଛନ୍ତି ।

ଯାହା ଫଳସ୍ୱରୂପ ଲୋକେ ସେମାନଙ୍କ ଅସୁବିଧା ନେଇ ରାଜଧାନୀ ନୁହେଁ, ନିଜ ନିର୍ବାଚନୀ ମଣ୍ଡଳୀର ଜନଶୁଣାଣୀରେ ସାମିଲ ହେଉଛନ୍ତି । ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯେତେବେଳେ ସମୟ ପାଆନ୍ତି ସେ ଯାଜପୁର ଯାଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତି । ନିଜ ନିର୍ବାଚନୀ ମଣ୍ଡଳୀ ନୁହେଁ, ପ୍ରଣବ ଏଭଳି କେତେ କାମ କରୁଛନ୍ତି ଯାହା ଅନ୍ୟ ଜିଲ୍ଲାର ବିଧାୟକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରକ୍ତ ଅଭାବରୁ ଯେପରି ଓଡ଼ିଶାରେ କେହି ମୃତ୍ୟୁବରଣ ନକରିବେ ସେନେଇ ପ୍ରଣବ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜତି ରାକ୍ତଦାନ ଶିବିରରେ ସାମିଲ ହୋଇ କିପରି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରିବେ ସେନେଇ ପ୍ରୟାସ କରିଛନ୍ତି । ପ୍ରତି ରବିବାର ଓ ବିଭିନ୍ନ ସମୟରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ପକ୍ଷରୁ ରକ୍ତଦାନ ଶିବିର କରାଯାଉଛି । ଧୀରେ ଧୀରେ ପ୍ରଣବଙ୍କ ଏହି ଲକ୍ଷ ସଫଳତା ଆଡ଼କୁ ଗତି କରୁଚି । ଯାହା ଯାଜପୁରର ଯୁବପିଢି ସ୍ୱତ୍ତେପ୍ରବୃତ ଭାବେ ରକ୍ତଦାନ ଶିବିରରେ ସାମିଲ ହୋଇ ପ୍ରମାଣିତ କରିଛନ୍ତି । ତେଣୁ ନବୀନଙ୍କ କଥାକୁ ଅକ୍ଷର ଅକ୍ଷର ପାଳନ କରୁଥିବା ବିଜେଡ଼ି ନେତାଙ୍କ ଏପରି ପ୍ରୟାସ ଜାରୀ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ; ବିଚଳିତ ପାକିସ୍ତାନ …

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ ଜାୟେଦର ସମ୍ମାନିତ କରାଯାଇଛି । ଏହି ସମ୍ମାନ ହାସଲ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହାସହ ପିଏମ ମୋଦୀ କହିଛନ୍ତି ଆତଙ୍କବାଦ ବିରୋଧରେ ଜାରି ରହିଥିବା ଲଢେଇରେ ୟୁଏଇ ସବୁବେଳେ ଭାରତ ସହ ଠିଆ ହୋଇଛି ।ଏହି ସମ୍ମାନ ରାଷ୍ଟ୍ରର ମୁଖ୍ୟ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଥାଏ । ଏହି ସମ୍ମାନ ୨୦୦୭ ମସିହାରେ ଋଷ ରାଷ୍ଟ୍ରପତି ପୁତିନ, ୨୦୧୬ ମସିହାରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ ଏବଂ ୨୦୧୮ ମସିହାରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦିଆଯାଇଥିଲା । ପିଏମ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦୁଇ ଥର ୟୁଏଇ ଗସ୍ତ କରିଛନ୍ତି । ମୋଦିଙ୍କୁ ଏହି ପୁରସ୍କାର ମିଳିଲା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି ।

0

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ପ୍ରତିରକ୍ଷାମନ୍ତ୍ରୀ ଏବଂ ବିଜେପିର ତୁଙ୍ଗ ନେତା ଅରୁଣ ଜେଟଲୀଙ୍କର ଆଜି ଅପରାହ୍ନ ୧୨ଟା ୭ରେ ପରଲୋକ ହୋଇଛି। ଗମ୍ଭୀର ରୋଗରେ ସେ ପୀଡ଼ିତ ଥିଲେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।ରାଜନୀତିରେ ସକ୍ରିୟ ରହିଥିବା ଏହି ନେତା କେବେ ନିର୍ବାଚନ ଜିତିନଥିଲେ ହେଲେ ବିଜୟୀ ନେତାଙ୍କ ପାଇଁ ଥିଲେ ରକ୍ଷାକବଚ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତଥା ବିଜେପି ସଭାପତିଙ୍କର ସବୁବେଳେ ସେ ଥିଲେ ନିକଟତର। ସାଧାରଣତଃ ଲୋକସଭାରେ ପରାଜୟ ବରଣ କରୁଥିବା ନେତା ଏତେ ରାଜ୍ୟସଭାକୁ ନିର୍ବାଚିତ ହେଉଥିଲେ ମଧ୍ୟ ଏତେ ବଡ଼ ମନ୍ତ୍ରୀ ପଦ ମିଳିନଥାଏ। ହେଲେ ଜେଟଲୀଙ୍କ କ୍ଷେତ୍ରରେ କିନ୍ତୁ ମୋଦି ସରକାର ଏହି ଚିନ୍ତାଧାରାକୁ ବ୍ୟତିକ୍ରମ କରିଥିଲେ।

୨୦୦୨ରେ ଗୁଜରାଟରେ ଦଙ୍ଗା ହୋଇଥିଲା, ସେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୋଦି ଦଙ୍ଗାରେ ସଂପୃକ୍ତି ଥିବା ନେଇ ମାମଲା କୋର୍ଟରେ ପହଞ୍ଚିଥିଲା, ସେତେବେଳେ ଜେଟଲୀ ହିଁ ମୋଦିଙ୍କୁ ଆଇନ ପରାମର୍ଶ ଦେଉଥିଲେ। କାରଣ ସେ ଜଣେ ପେଶାରେ ଓକିଲ ଥିଲେ। ଯାହାକି ମୋଦିଙ୍କ ସହ ତାଙ୍କୁ ନିକଟତର କରାଇଥିଲା।ସେହିପରି ଅମିତ ଶାହଙ୍କ ନାଁରେ ଯେତେବେଳେ ୨୦୦୯ରେ ଫେକ୍ ଏନକାଉଣ୍ଟର ମାମଲା ରୁଜୁ ହୋଇଥିଲା। ସେତେବେଳେ ସେ କିଛି ମାସ ଜେଲରେ ରହି ଜାମିନରେ ବାହାରିଥିଲେ। ଏହାପରେ ସେ ଗୁଜରାଟରୁ ଦୀର୍ଘ ୩ ବର୍ଷ ଧରି ବାହାରେ ରହୁଥିଲେ। ଏହି ସମୟରେ ଦିଲ୍ଲୀରେ ଜେଟଲୀଙ୍କ ବାସଭବନରେ ପ୍ରାୟତଃ ଅମିତ ଶାହଙ୍କୁ ଦେଖିବାକୁ ମିଳୁଥିଲା। ସପ୍ତାହକରେ ପ୍ରାୟ ସମୟରେ ଜେଟଲୀ ଓ ଶାହ ଏକାଠି ଖାଇବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା।ଏହାପରେ ୨୦୧୪ରେ ଯେତେବେଳେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରାଗଲା ସେତେବେଳେ ଜେଟଲୀ ହିଁ ପରଦା ପଛରେ ରାଜନାଥ ସିଂହ, ନୀତୀନ ଗଡକରୀ, ଶିବରାଜ ସିଂହ ଚୌହ୍ୱାନ ଓ ସୁଷମା ସ୍ୱରାଜଙ୍କୁ ଏକାଠି କରାଇଥିଲେ।

ବିରୋଧୀଙ୍କ କାଶ୍ମୀର ମିଶନ ଫେଲ …

0

ଫେଲ ମାରିଲେ ବିରୋଧୀ । କାଶ୍ମୀରେ ୩୭୦ ଧାରା ହଟିବା ପରେ ୯ଟି ବିରୋଧୀ ଦଳର ୧୨ ଜଣ ନେତା କାଶ୍ମୀର ଯାଇଥିଲେ । ହେଲେ ତାଙ୍କୁ ଅଟକାଇଥିଲା ପ୍ରଶାସନ । ଫଳରେ ନିରାଶ ହୋଇ ଫେରିଥିଲେ ବିରୋଧୀ । ଏହି ପ୍ରତିନିଧି ଦଳରେ ରାହୁଲ ଗାନ୍ଧିଙ୍କ ସହିତ ଗୁଲାମ ନବୀ ଆଜାଦ, ବି ରାଜା, ସରଦ ୟାଦବ, ଦିଲ୍ଲୀପ ତ୍ରିବେଦିଙ୍କ ସମେତ ମୋଟ ୯ଟି ବିରୋଧି ରାଜନୈତିକ ଦଳର ପ୍ରତିନିଧି ମାନେ ଯାଇଥିଲେ । କାଶ୍ମୀର ଯାଇପାରିନଥିବାରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଯଦି କାଶ୍ମୀରରେ ସବୁକିଛି ସ୍ୱଭାବିକ ତେବେ ଆମକୁ କାହିକିଁ କାଶ୍ମୀର ଛଡ଼ାଯାଉନାହିଁ ବୋଲି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ ।

ମୁନିସିପାଲଟି, ମହାନଗର ନିଗମ ଓ ଏନଏସିରରେ ୫-ଟି ମନ୍ତ୍ର

0

ପୌର ନିର୍ବାଚନ ନିର୍ଦ୍ଦାରିତ ସମୟ ଗଢିଯାଇଛି । ହେଲେ ନିର୍ବାଚନ ହୋଇପାରିନାହିଁ । କେବେ ନିର୍ବାଚନ ହେବ ତାହାର ବି ଠିକଣା ନାହିଁ । ଆଉ ଏହାରି ଭିତରେ ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ମନ୍ତ୍ରକୁ ପୌରପରିଷଦ ଗୁଡ଼ିକରେ କାର୍ଯ୍ୟକାରି କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କାର‌୍ୟ୍ୟକାରୀ କରିବାକୁ ଗୋଟିଏ ପରେ ଗୋଟିଏ ବିଭାଗ ତତ୍ପରତାର ସହ କାର‌୍ୟ୍ୟ ଆରମ୍ଭ କରିଦେଇଛନ୍ତି ।

ଏହି କ୍ରମରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ସବୁ ପୌର ସଂସ୍ଥା ଲୋକଙ୍କ ନିକଟତର ହେବାକୁ ଆରମ୍ଭ କରିଛି ଏକ ଅଭିନବ ଯୋଜନା । ସବୁ ମୁନିସିପାଲଟି, ମହାନଗର ନିଗମ ଓ ଏନଏସିରେ ପ୍ରତି ୱାର୍ଡରେ ନିଯୁକ୍ତି ହେବେ ଜଣେ ଜଣେ ୱାର୍ଡ ଅଫିସର । ସାଧାରଣ ନାଗରିକ ଓ ପୌର ସଂସ୍ଥା ମଧ୍ୟରେ ଏହି ୱାର୍ଡ ଅଫିସର ଏକ ସେତୁ ଭଳି କାର‌୍ୟ୍ୟ କରିବେ ।ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଟି ହେଉଛି ଟାଇମ ବା ସମୟ । ଅର୍ଥାତ ନିର୍ଦ୍ଧାରିତ ସମୟରେ ଲୋକଙ୍କ ନିକଟରେ ସେବା ପହଁଚାଇବା । ସେହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ପ୍ରତି ମୁନିସିପାଲଟି, ମହାନଗର ନିଗମ ଓ ଏନଏସିର ଜଣେ କର୍ମଚାରୀଙ୍କୁ ୱାର୍ଡ ଅଫିସର ଭାବେ ଦାୟିତ୍ବ ଦିଆଯିବ । ସଂପୃକ୍ତ ମୁନିସିପାଲଟିର ଯେକୌଣସି କାର‌୍ୟ୍ୟାଳୟରେ ୱାର୍ଡ ଅଫିସ କାର‌୍ୟ୍ୟ କରିବ । ନିଜର ଦୈନନ୍ଦିନ ଦାୟିତ୍ବ ସହ ସଂପୃକ୍ତ କର୍ମଚାରୀ ୱାର୍ଡ ଅଫିସର ଭାବେ ମଧ୍ୟ କାମ କରିବେ ।

ୱାର୍ଡର ସର୍ବନିମ୍ନ ସେବା, ବିକାଶ ସଂପର୍କିତ କାର‌୍ୟ୍ୟ, ସୂଚନା ଓ ତଥ୍ୟ ସଂଗ୍ରହ, ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ ଏବଂ ୱାର୍ଡର ଅନ୍ୟାନ କାର‌୍ୟ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯିବ । ମୋଟାମୋଟି ଭାବେ ସଂପୃକ୍ତ ୱାର୍ଡ ଅଫିସର ସେହି ୱାର୍ଡର ଜଣେ ନୋଡାଲ ଅଫିସର ଭାବେ କାର‌୍ୟ୍ୟ କରିବେ । ସେ ପୌର ସଂସ୍ଥା ଉପରେ ରହିଥିବା ଚାପକୁ ହ୍ରାସ କରିବା ପାଇଁ ୱାର୍ଡ ଅଫିସର ସାଧାରଣ ନାଗରିକ ଓ ପୋର ସଂସ୍ଥା ମଧ୍ୟରେ ଏକ ସେତୁ ଭଳି କାର‌୍ୟ୍ୟ କରିବେ ।ପ୍ରତି ୱାର୍ଡରେ ଏହି ୱାର୍ଡ ଅଫିସ ଦୈନିକ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ କାର‌୍ୟ୍ୟ କରିବ । ଏନେଇ ପୌର ସଂସ୍ଥା ପକ୍ଷରୁ ୱାର୍ଡ ଅଫିସର ଚୟନ ଏବଂ ନିର୍ଦ୍ଧିଷ୍ଟ ନିୟମାବଳୀ ପ୍ରସ୍ତୁତ କରିବାକୁ ଗତ ୧୯ ତାରିଖରେ ନଗର ଉନ୍ନୟନ ସଚିବ ସବୁ ମୁନିସିପାଲଟି, ମହାନଗର ନିଗମ ଓ ଏନଏସିକୁ ଚିଠି ଲେଖିଛନ୍ତି ।

ମୟୁରଭଞ୍ଜ : ଗଲେ ଅରୁଣ- ଆସିଲେ ବବି

0

ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ ବିଜେଡ଼ି ଯୁବ ମନ୍ତ୍ରୀ ଅରୁଣ ସାହୁ । ହେଲେ ମୟୁରଭଞ୍ଜରେ ସେତିକି ସଂଗଠନ ମଜବୁତ ହେବା କଥା ତାହା ହେଲା ନାହିଁ । ବରଂ ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ଓ ୬ଟି ଆସନରେ ବିଜେପି ବିଜୟ ଲାଭ କଲା । ବିଜେଡ଼ିର ସଂଗଠନ ଧୀରେଧୀରେ ଦୁର୍ବଳ ହେଲା । ଯାହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ଚିନ୍ତାରେ ପକାଇଳା । ଆଉ ଚିନ୍ତା କରିବ ଦୂର ହେବା ସେନେଇ ଦଳରେ ମାନଓ ମଂଥନ ହେଲା । ଶେଷରେ ନବୀନଙ୍କ ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ମୟୁରଭଞ୍ଜ ଜିଲ୍ଳା ପର୍ଯ୍ୟବେକ୍ଷକ ଦାୟିତ୍ୱ ।

ମୟୁରଭଞ୍ଜରେ ବିଜେଡି ସଙ୍ଗଠନକୁ କିଭଳି ଅଧିକ ଶକ୍ତିଶାଳୀ କରାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତେଣୁ ତାଙ୍କର ଅତି ଘନିଷ୍ଠ ଓ ସାଙ୍ଗଠନିକ ଦକ୍ଷତାକୁ ବାରମ୍ବାର ପ୍ରମାଣିତ କରିଥିବା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସଙ୍କୁ ମୟୁରଭଞ୍ଜର ପର‌୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ଏବେ ମୟୁରଭଞ୍ଜ ବିଜେଡିକୁ ସଜାଡ଼ିବାର ଦାୟିତ୍ୱ ପ୍ରଣବଙ୍କ ହାତରେ ଓ ପୂର୍ବରୁ କୋରାପୁଟ ଜିଲ୍ଲାର ପର‌୍ୟ୍ୟବେକ୍ଷକ ଦାୟିତ୍ୱ ତୁଲାଇଛନ୍ତି ପ୍ରଣବ ।  କୋରାପୁଟର ମୋଟ ୭ଟି ବିଧାନସଭା ଆସନରୁ ୫ଟି ବିଜେଡି ଜିତିଥିବାବେଳେ , କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି । ଏହାସହ ଗୋଟିଏ ବୋଲି ଲୋକସଭା ଆସନ ହାରିଛି ବିଜେଡି ଓ ସେପଟେ ପ୍ରଣବ ନିଜ ଜିଲ୍ଲା ଯାଜପୁରରେ ସଙ୍ଗଠନକୁ ବେଶ ମଜବୁତ କରିଛନ୍ତି ପ୍ରଣବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଯାଜପୁରର ୭ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିଜୟଲାଭ କରିଛି । ଯେଉଁଠି ଯେଉଁଠି ସଙ୍ଗଠନକୁ ସଜାଡ଼ିବାର ଆବଶ୍ୟକତା ପଡେ ସେଠି ନବୀନଙ୍କର ଦୂତ ଭାବେ ଉଭା ହୁଅନ୍ତି ।

ପାୱାରଫୁଲ ବିଧାୟକ ପ୍ରଣବପ୍ରକାଶ ଦାସ ଓ ସବୁ ନେତାଙ୍କୁ ସାଙ୍ଗରେ ନେଇ ଓ ନିଜର କଠିନ ପରିଶ୍ରମ ବଳରେ ସୁପ୍ରିମୋ ଦେଇଥିବା କାର‌୍ୟ୍ୟକୁ ସଫଳ କରାନ୍ତି  ସେ । ଯେଉଁଥି ପାଇଁ ଆଜି ଦଳରେ ତାଙ୍କର ଦବଦବା ରହିଛି ଓ ସଂଗଠନ ଯେଉଁଠି ଦୁର୍ବଳ ହୁଏ ସେଠି ସଙ୍ଗଠନକୁ କିଭଳି ମଜବୁତ କରାଯିବ ତାହା ପ୍ରଣବଙ୍କ ଚତୁର ରାଜନୈତିକ ଗୋଟିଚାଳନ ଦ୍ୱାରା ଅନେକ ସମୟରେ ପ୍ରମାଣିତ କରିଛି । ଯୁବଛାତ୍ର, ବରିଷ୍ଠ ସମସ୍ତ ଅଭିଜ୍ଞାନତାକୁ ସମ୍ମାନ ଜଣାଇ ସବୁ କାର‌୍ୟ୍ୟକୁ ଅତି ସହଜରେ ହାସଲ କରି ନିଅନ୍ତି ପ୍ରଣବ ।  ନା ଏଥିରେ ଥାଏ ବିବାଦ ନା ରହିଥାଏ କିଛି ଦ୍ଵନ୍ଦ ଓ ଯେଉଁଥି ପାଇଁ ଯେତେବେଳେ ବି ବିଜେଡିର ସଙ୍କଟ ଆସେ ସେତବେଳେ ଖୋଜା ପଡନ୍ତି ଯାଜପୁରର ଏହି ଯୁବ ବିଧାୟକ ଓ ଏବେ ତାଙ୍କୁ ଦଳର କ୍ରାଇସିସ ମ୍ୟାନେଜର ଭାବେ ଗ୍ରହଣ କରାଯାଇଛି ବୋଲି ବହୁ ରାଜନୈତକ ସମୀକ୍ଷକମାନେ ମତ ଦେଇଛନ୍ତି । ବିଜେଡି ତାର ସଙ୍ଗଠନକୁ ମଜବୁତ କରିବା ପାଇଁ ପର‌୍ୟ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛି । ବହୁ ଅଭିଜ୍ଞ ଓ ନୂଆ ଲୋକଙ୍କୁ ପର‌୍ୟ୍ୟବେକ୍ଷକଙ୍କୁ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ ଓ କେଉଁ ନେତାଙ୍କୁ ଦୁଇଟି ଜିଲ୍ଲାର ସଂଗଠନ ଦାୟିତ୍ୱ ଦେଇଛନ୍ତି ତ, ଆଉ କାହାକୁ ବିଜେଡିର ଫୋକସ ଜିଲ୍ଲାର ଦାୟିତ୍ୱ ମିଳିଛି ।

ସେଣ୍ଟ ଜାଭିୟର ହାଇସ୍କୁଲରେ ଜନ୍ମାଷ୍ଟମୀ …

0

ଯାଜପୁର : ଯାଜପୁର ସ୍ଥାନୀୟ ବରୁଆଁ ସେଣ୍ଟ ଜାଭିୟର ହାଇସ୍କୁଲରେ ଜନ୍ମାଷ୍ଟମୀ ମହା ସମାରୋହରେ ପାଳନ କରାଯାଇଛି । ଭଗବନା କୃଷିଙ୍କ ଜନ୍ମଦିନକୁ ସ୍କୁଲର ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ପାଳନ କରିଥିଲେ । ସ୍କୁଲର ୬୦ରୁ ଅଧିକ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ ହୋଇ ନୃତ୍ୟ ଓ ଅଭିନୟ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।

ସବୁବେଳେ ଯାଜପୁର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ସାମିଲ କରିବା ପାଇଁ ପ୍ରୟାସ କରେ ସେଣ୍ଟ ଜାଭୀୟର ସ୍କୁଲ । ଅତିଥିମାନେ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମୂଲ୍ୟବାନ ମତାମତ ଦିଅନ୍ତି । ସ୍କୁଲରେ ଜନ୍ମାଷ୍ଟମୀ ସାଂସୃତିକ କାର୍ଯ୍ୟକ୍ରମକୁ ସେଣ୍ଟ ଜାଭିୟର ସ୍କୁଲର ନିର୍ଦ୍ଦେଶକ ଧ୍ରୃବ କୁମାର ମହାପାତ୍ର ଓ ଅଧ୍ୟକ୍ଷ ହିମାଂଶୁ ପଣ୍ଡା ପରିଚଳାନାଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ର୍ରୀମାନେ ସହଯୋଗ କରିଥିଲେ । ଏହି ଉତ୍ସବରେ ଅତିଥି ଭାବେ ଚଣ୍ଡୀଖୋଲ ଏସ.ବି.ଆଇର ପୂର୍ବତନ ଅଧିକାରୀ ଏସ.କେ. ଅବଦୁଲ, ସମାଜସେବୀ ଏସ.କେ.ରସୁଲ ପ୍ରମୁଖ ଯୋଗଦେଇଥିଲେ । ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ପାଠପଢା ସହ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରତିଯୋଗିତା ପିଲମାନଙ୍କର ଦକ୍ଷତା ବଢାଇବା ପାଇଁ ଚେଷ୍ଟା କରାଯାଇଥାଏ ।

ନିଯୁକ୍ତ ହେଲେ ପ୍ରତ୍ୟେକ ଜିଲ୍ଲା ପାଇଁ ବିଜଦ ର ପର୍ଯ୍ଯବେକ୍ଷକ

0

ବ୍ୟାସନଗର  : ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରତ୍ଯେକ ଜିଲ୍ଲା ର ପର୍ଯ୍ଯବେକ୍ଷକ ନିଯୁକ୍ତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ନିରଞ୍ଜନ ପୂଜାରୀ (ଅନଗୁଳ)ଉଷା ଦେବୀ (କଟକ ) ନବକୀଶୋର ଦାସ (କଳାହାଣ୍ଡି)ପ୍ରମିଳା ମଲ୍ଲିକ ( କେନ୍ଦ୍ରାପଡା ) ପ୍ରଫୁଲ୍ଲ କୁମାର ମଲ୍ଲିକ (ବରଗଡ)ସୁଶାନ୍ତ ସିଂ (ବଲାଙ୍ଗୀର)ମହେଶ୍ୱର ମହାନ୍ତି (ଗଞ୍ଜାମ)ପୂର୍ଣ୍ଣଚନ୍ଦ୍ର ସ୍ବାଇଁ (ଗଜପତି)ବିକ୍ରମ୍ କେଶରୀ ଆରୁଖ୍ (କନ୍ଧମାଳ)ବିଜୟ ନାୟକ (ଢେଙ୍କାନାଳ)କୃତିବାସ ପାତ୍ର (ବୌଦ୍ଧ)ଇଂ.ପ୍ରୀତିରଞ୍ଜନ ଘଡେଇ (ସୁନ୍ଦରଗଡ)କ୍ଯାପଟେନ ଦିବ୍ଯଶଙ୍କର ମିଶ୍ର (କେନ୍ଦୁଝର)ପ୍ରଣବ୍ ପ୍ରକାଶ ଦାସ୍ (ମୟୁରଭଞ୍ଜ)ପ୍ରତାପ ଜେନା (ବାଲେଶ୍ବର)ରଣେନ୍ଦ୍ର ପ୍ରତାପ ସ୍ବାଇଁ (ଭଦ୍ରକ)ଦେବାସିଶ ସାମନ୍ତରାୟ (ଜଗତସିଂହପୁର)ପ୍ରଦୀପ କୁମାର ଅମାତ୍ (ପୁରୀ)ପ୍ରସନ୍ନ ଆଚାର୍ଯ୍ୟ (ଖୋର୍ଦ୍ଧା)ସୌଭାଗ୍ଯ ନାୟକ (ନୂଆପଡା)ଅଶୋକ ପଣ୍ଡା (ଯାଜପୁର)ଅମର ପ୍ରସାଦ ଶତପଥୀ (ନୟାଗଡ)ପଦ୍ମନାଭ ବେହେରା (ଝାରସୁଗୁଡା)ଆୟୁବ୍ ଖାନ୍(ସୁବର୍ଣ୍ଣପୁର)ପ୍ରଭୃତି ଗୋଟିଏ ଲେଖାଏଁ ଜିଲ୍ଲା ର ଦାୟୀତ୍ବ ଦିଆଯାଇଥିବା ବେଳେ ସଞ୍ଜୟ ଦାସ ବର୍ମା ଙ୍କୁ ନବରଙ୍ଗପୁର ,ରାୟଗଡା , ଚନ୍ଦ୍ର ସାରଥି ବେହେରା ଙ୍କୁ କୋରାପୁଟ, ମାଲକାନଗିରି ଓ ନଳିନୀକାନ୍ତ ପ୍ରଧାନ ଙ୍କୁ ସମ୍ବଲପୁର ଓ ଦେବଗଡ ପ୍ରଭୃତି ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।

ସରକାରଙ୍କ ହସ୍ତକ୍ଷେପ ଲୋଡିଲେ କର୍ମଚାରୀ

0

କଳିଙ୍ଗନଗର  : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ରେ ଗତ କିଛି ମାସ ହେବ ଚାଲିଥିବା ଅଚଳାବସ୍ଥାକୁ ପାଇଁ ଆଜି କିଛି କର୍ମଚାରୀ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ କଞ୍ଚାମାଲ ଅଭାବରୁ ଗତ ଜୁଲାଇ ୨୬ତାରିଖରେ ନୀଳାଚଳ ଇସ୍ପାତ ନିଗମ ର ବ୍ଲାଷ୍ଟ୍ ଫରନେସ୍ ରୁ ଉତ୍ପାଦନ ବନ୍ଦ ରହିଛି । ଏପରି ସ୍ଥଳେ ଦିନକୁ ଦିନ କ୍ରମଶଃ ଗୋଟିଏ ପରେ ଗୋଟିଏ ୟୁନିଟ୍ ବନ୍ଦ ହେବାକୁ ବସିଲାଣି । ଏହି କାରଣରୁ କିଛି କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଶତାଧିକ କର୍ମଚାରୀ ହାତରେ ପ୍ଲାକାଡ୍ ଧରି ପ୍ଲାଣ୍ଟ ସମ୍ମୁଖ ଗେଟ୍ ଆଗରେ ଧାରଣା ଦେଇଥିଲେ । ଧାରଣା ରତ କର୍ମଚାରୀଙ୍କ ଆଭିମୁଖ୍ଯ ବିଜୁ ବାବୁଙ୍କ ସ୍ବପ୍ନ ବୋଲାଉଥିବା ନୀଳାଚଳ ଇସ୍ପାତ ନିଗମ କୁ ସେଲ୍ କିମ୍ବା ଆର୍ ଆଇ ଏନ୍ ଏଲ୍  ସହ ମିଶ୍ରଣ , କୋଇଡାଠାରେ  ଥିବା ନିଜସ୍ୱ ଖଣିକୁ ଯଥା ଶୀଘ୍ର ଚାଲୁ କରିବା , ଏସିଆ ମହାଦେଶରେ ସୁନାମ ଅର୍ଜନ କରିଥିବା ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ଯୋଗକୁ କୌଣସି ବେସରକାରୀ ସଂସ୍ଥାକୁ ନଦେବା  ।ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯଦି ଏହିପରି ଭାବେ ଅଚଳାବସ୍ଥା ଚାଲୁରହେ ତେବେ କାରଖାନାରେ କାମ କରୁଥିବା ପ୍ରାୟ ୧୦ହଜାର କର୍ମଚାରୀ ଜୀବିକା ହରାଇବେ । ତେଣୁ କର୍ମଚାରୀ ଓ ତାଙ୍କ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପାଇଁ ସରକାର ଯଥାଶୀଘ୍ର  ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି । ଯଦି ସରକାର ଆଗାମୀ ଦିନରେ କାରଖାନାର ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ସପରିବାରେ ରାଜରାସ୍ତାକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଇଲେକ୍ସନ ନୁହେଁ, ହେବ ସିଲେକ୍ସନ କାରଣ କଣ

0

ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଇଲେକ୍ସନ ନୁହେଁ, ହେବ ସିଲେକ୍ସନ । ତେବେ ଏପରି ନୀତିକୁ କାହିକିଁ ସରକାର ଆପଣାଇଲେ । କଣ ରାଜ୍ୟ ସରକାର କଲେଜ ନିର୍ବାଚନକୁ ଡ଼ରଉଛନ୍ତି କି ନା କଲେଜ ନିର୍ବାଚନରେ ସଂସ୍କାର ଆଣିବା ପାଇଁ ଏପରି ପଦକ୍ଷପ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏବେ ଯିଏ ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି ସେ ନିଜେ ଛାତ୍ର ସଂସଦ ନିର୍ବାଚନରୁ ନିର୍ବାଚିତ ହୋଇ ଆଜି ପ୍ରତ୍ୟେକ୍ଷ ରାନୀତିରେ ଅଛନ୍ତି । ଦେଶର ନେତୃତ୍ୱ ନେବାକୁ ହେଲେ କଲେଜ ସମୟରୁ ପ୍ରତିନିଧିତ୍ୱର ତରିକା ଜାଣିବା ଦରକାର । ହେଲେ ଛାତ୍ର ସଂସଦ ନିର୍ବାଚନ ଗତ କିଚି ବର୍ଷଧରି ଯେପରି ଭାବେ ହେଉଛି ତାହା ହେବା ଅପେକ୍ଷା ବନ୍ଦ ହେବା ଉଚିତ ବୋଲି ବହୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯୁବ ସାମ୍ବାଦିକ ଅଭିନାଶ ମହାପାତ୍ର ଏନେଇ କେତେଟି ଦିଗ ସୋସିଆଲ ମିଡ଼ିଆରେ ନିଜର ମତ ରଖିଛନ୍ତି । କାହିକିଁ ବନ୍ଦ ହୋଇଛି ଛାତ୍ର ସଂସଦ ନିର୍ବାଚନ । ପଢନ୍ତୁ କେତୋଟି କାରଣ

ଛାତ୍ର ସଂସଦ ନିର୍ବାଚନ ବନ୍ଦ ପାଇଁ ବର୍ତ୍ତମାନର ଏ ସବୁ କାରଣ ଦାୟୀ ନୁହେଁ କି?

୧- ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ

୨-ରାଜନୀତିକ ଦଳ ଗୁଡିକର ସିଧାସଳଖ ସଂପ୍ରୁକ୍ତି

୩-ନିର୍ବାଚନରେ ବ୍ୟାପକ ଅର୍ଥ ଖର୍ଚ୍ଚ

୪-ଲିଂଗଡୋ କମିଶନଙ୍କ ନିୟମକୁ କେହି ମାନିଲେ ନିଜ

୫-ନିର୍ବାଚନ ପାଇଁ ମାସ ମାସ ଧରି ଅନ୍ୟ ପିଲାଙ୍କ ପାଠ ପଢା ନଷ୍ଟ

୬-ନିର୍ବାଚନ ପରବର୍ତ୍ତୀ ହିଂସା ଓ ଗଣ୍ଡଗୋଳ

୭-କାହାରି ଚିହ୍ନ ନଥିଲେ ବି ରାଜନୀତିକ ଦଳ ଗୁଡିକ ଶ୍ରେୟ ପାଇଁ କଥା କଟାକଟି।

୮-ବିଶେଷକରି ନିର୍ବାଚନ ପୂର୍ବରୁ ବାଣୀବିହାରରେ ହଷ୍ଟେଲ ଗଣ୍ଡଗୋଳ ଆଶଙ୍କା।

୯-କ୍ୟାରିଅର ଆରମ୍ଭ ପୂର୍ବରୁ କିଛି ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଉଛି।

୧୦-ଭବିଷ୍ୟତରେ ନେତା ହେବାର ସ୍ବପ୍ନ ଦେଖି ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ସ୍ବପ୍ନ ପୂରଣ ପାଇଁ ଚକ୍ରବ୍ୟୁହରେ ଫସି ଯାଉ ନାହାନ୍ତି କି?

Follow us

20,832FansLike
0FollowersFollow
14,700SubscribersSubscribe

Latest news