ମିଡ଼ିଆର ମଙ୍ଗ ଧରିଲେ ମାନସ ମଙ୍ଗରାଜ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଯୁକ୍ତ ନେତାଙ୍କୁ ସବୁବେଳେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଥାନ୍ତି । ପଂଚମ ପାଳିରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ କାର୍ଯ୍ୟକାରୀ କରିବା ଓ ତୃଣମୂଳ ସ୍ତରରେ ଏହାର ପ୍ରସାର ଓ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଖାସ ସେଥିଲାଗି ଏହି ଗୁରୁ ଦାୟିତ୍ୱ ଚିଲିକାର ଯୁବନେତା ଓ ପୂବରୁ ସାମ୍ବାଦିକ ତୁଲାଇଥିବା ମାନଓ ମଙ୍ଗରାଜଙ୍କୁ ଦେଇଛନ୍ତି ନବୀନ । ଓଡ଼ିଶା ମିଡ଼ିଆ ସହ ଜଡ଼ିତ ଓ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ୱ ନେଉଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ମୁଖ୍ୟମନ୍ତ୍ରୀ ଆଜି ସଂନ୍ଦ୍ୟାରେ ନିଯୁକ୍ତି ଦେଇଛନ୍ତି । ଦୀଘଦିନ ଧରି ସାମ୍ବାଦିକ ଜଗତ ସହିତ ଜଡ଼ିତ ଥିବା ମାନସ ଆଗକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ନୀତି ଉପରେ ନିଜର ଅଭିଜ୍ଞତାକୁ ପ୍ରୟୋଗ କରି ଉଚିତ ପରାମର୍ଶ ଦେବେ ।ଦାୟିତ୍ୱ ମିଳିଲା ପରେ ମାନସ ମଙ୍ଗରାଜ ଏହା ମୋ ପାଇଁ ଗୌରବର କଥା । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସେ ।

ମୁଖ୍ୟମନ୍ତ୍ରୀ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ତାଙ୍କୁ ଦାୟିତ୍ୱ ଦେଇଛନ୍ତି ତାହାକୁ ସେ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି । ବର୍ତ୍ତମାନ ଓଡ଼ିଶା ଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଥିବା ସମସ୍ୟା ସର୍ମ୍ପକରେ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ରାଜ୍ୟ ସରକାର ତାଙ୍କୁ ଗଣମାଧ୍ୟମ ଓ ଲୋକସର୍ମ୍ପକ ଉପଦେଷ୍ଟା କରିଥିବାରୁ ତାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । । ୨୦୧୯ ସାଧାରଣ ନିର୍ବାଚନରେ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ବିଜୁ ଜନତା ଦଳର ମିଡ଼ିଆ ଦାୟିତ୍ୱରେ ଥିଲେ । ମାନସ ମଙ୍ଗରାଜଙ୍କୁ ବିଜେଡ଼ି ମିଡ଼ିଆ ଆଫେୟାର୍ସର ସାଧାରଣ ସଂପାଦକ ଦାୟିତ୍ ପୂର୍ବରୁ ଦେଇସାରିଛି । ଯାହାକୁ ସେ ସଫଳତାର ସହ ତୁଲାଇଛନ୍ତି । \n\n

ଡେଡିକେଟେଡ଼ ଭିକେପି

0

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ(ଭିକେପି) ପାୱାର କରିଡର ଠାରୁ ଆରମ୍ଭ କରି ଗାଁ ଗହଳି ଯାଏଁ ବେଶ ଚର୍ଚ୍ଚାରେ । ଲୋକସେବା ଭବନରେ ସେ ଡେଡିକେଟେଡ଼ ଭିକେପି ନାମରେ ପରିଚିତ । କାରଣ ୨ହଜାର ବ୍ୟାଚର ଏହି ଆଇଏଏସ ଅଫିସର ନିଜର ଦକ୍ଷତା ବଳରେ ଆଜି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । କାମ ପ୍ରତି ମନୋଭାବ ଓ ସମୟ ଅନୁସାରେ ଦାୟିତ୍ୱ ତୁଲାଇବାରେ ସେ ବେଶ ସିଦ୍ଧହସ୍ତ ।ପାୱାର କରିଡରର ସବୁ କାଟାଗୋରୀ ସହ ସୁସମ୍ପର୍କ ରଖି ସେ କାମ କରାଇନିଅନ୍ତି ।

ଗଞ୍ଜାମ ଜିଲ୍ଲାପାଳ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଲେ । ଆଉ ସେହି ଦିନରୁ ସେ ନବୀନଙ୍କ ପ୍ରତି ନିଜକୁ ସମର୍ପି ଦେଇଛନ୍ତି ।ସକାଳ ହେଉ, ସନ୍ଧ୍ୟା ହେଉ ଅବା ଅଧରାତି ସବୁବେଳେ ସରକାରୀ କର୍ତ୍ତବ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ସେ ଦାୟିତ୍ୱର ସହ ତୁଲାଇଛନ୍ତି । ନବୀନଙ୍କ ପ୍ରତି ତାଙ୍କ ସମର୍ପଣ ଭାବ ଏତେ ଅଧିକ ଯେ, ତାଙ୍କ କାର‌୍ୟ୍ୟଶୈଳୀକୁ ଯିଏ ଫଲୋ କରିଛି ସେ ଜାଣିଛି । ମୁଖ୍ୟମନ୍ତ୍ରୀ ଯେପରି କୌଣସି ବିପଦରେ ନପଡିବେ ସେ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ ପାଖେ ପାଖେ ଥାଆନ୍ତି । ଲୋକସେବା ଭବନର ତୃତୀୟ ମହଲା ହେଉ ବା ଦିଲ୍ଲୀ ସବୁଠି ନବୀନଙ୍କ ସହ ପାଣ୍ଡିୟାନ । ଏଥିପାଇଁ ବହୁ ସମୟରେ ବିଭିନ୍ନ ରାଜନୈତିକ ଦଳ ତାଙ୍କୁ କଡା ସମାଲୋଚନା କରିବା ସହ ତାଙ୍କ ବ୍ୟକ୍ତିତ୍ୱକୁ କଡା ସମାଲୋଚନା କରିଛନ୍ତି । ଗଣମାଧ୍ୟମ ମଧ୍ୟ ତାଙ୍କୁ କଟାକ୍ଷ କରିବାକୁ ପଛାଇ ନାହିଁ । ହେଲେ ଏସବୁକୁ ଦୃଷ୍ଟି ନଦେଇ ଏହି ଅଣଓଡ଼ିଆ ଆଇଏଏସ ଅଫିସର ନବୀନଙ୍କ ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛନ୍ତି ।

ବାବୁଙ୍କ ଦକ୍ଷତା ମାର୍କରେ ୧୦ରୁ ୧୦ ପାଇଥିଲେ ଭି.କେ. ପାଣ୍ଡିୟାନ । ନବୀନଙ୍କୁ ସେ କେତେ ଭଲ ପାଆନ୍ତି ତାହା ୨୦୧୯ ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ କେଇ ମିନିଟ ଭିତରେ ଭାଇରାଲ ହେବାରୁ ଜଣାପଡେ । ଖାସ ସେଥିପାଇଁ ପାୱାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା ପାଣ୍ଡିୟାନଙ୍କୁ ନେଇ । ତୃତୀୟ ମହଲାର ବାବୁ ଏବେ ବନି ଯାଇଛନ୍ତି ଡେଡିକେଟେଡ଼ ଭିକେପି ।

ରହିଲେ ନିରଂଜନ..

0

୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସର ଶୋଚନୀୟ ପରାଜୟ ହେଳା । ଦଳ ଦୁଇ ଅଙ୍କ ସଂଖ୍ୟା ବି ଛୁଇପାରିଲା ନାହିଁ । ବିଧାନସଭାରେ ମଧ୍ୟ ମୁଖ୍ୟ ବିରୋଧୀ ପଦରୁ ହଟିଲା । ରାଜ୍ୟରେ ମଧ୍ୟ ଦଳ ଭୋଟହାରରେ ତୃତୀୟ ସ୍ଥାନକୁ ଗଲା । ଏ ସବୁ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଂଜନ ପଟ୍ଟନାୟକ । ନୈତିକତାର ଭାଷା କହି ଇସ୍ତଫା ଦେଲେ । ଆଉ ଏହାପର ଠାରୁ କଂଗ୍ରେସରେ ପୁଣି ଆରମ୍ଭ ହେଲା ଚୌକି ଦାଖଲ ଅଭ୍ୟାସ । ନୂଅ ପିସିସି ସଭାପତି କିଏ ହେବ ତାହାକୁ ନେଇ ଆରମ୍ଭ ହେଲା ଟଣାଓଟରା । ହେଲେ ଗତ ୨୨ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓଡ଼ିଶା କଂଗ୍ରେସ ୧୫୦ରୁ ଅଧିକ ନେତାଙ୍କ ସହ ଆଲୋଚନ କରିବା ପରେ ନେଲେ ବଡ଼ ନିଷ୍ପତି ।

ପୁଣି ଥରେ ନିରଂଜନଙ୍କ ଉପରେ ଆସ୍ଥା ପକଟ କଲେ ସୋନିଆ ଗାନ୍ଧୀ । ନିର୍ବାଚନ ସମୟରେ ପିସିସିର ସମସ୍ତ କମିଟି ଭାଙ୍ଗୀ ନୂଆ କମିଟି କରିବା ପାଇଁ ସୋନିଆ ନିର୍ଦ୍ଦେଶ ଦେଲେ । ଯାହାକୁ ନେଇ ନିରଂଜନ ଶିବିର ଏବେ ବେଶ ଉତ୍ସାହୀତ । ତେବେ ବିରୋଧୀ ଗୋଷ୍ଠୀ କିନ୍ତୁ ଅସନ୍ତୋଷ ଜାହୀର କରିଛନ୍ତି । ସିଧାଦସଳଖ ଗଣମାଧ୍ୟରେ ଆସି ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଲେଣୀ । ନିରଂଜନଙ୍କୁ ଜଣେ ବଡ଼ ବେପାରୀ ମଧ୍ୟ କହିବାକୁ ପଛାଇଲେନି ପୂର୍ବତନ ସାଂସଦ ଅମର ପ୍ରଧାନ ।

ତେବେ କାହିକିଁ ବଦଳିଲେନି ନିରଂଜନ ତାହା ଉପରେ ନଜର ପକାନ୍ତୁ

୧- ୧୯ ବର୍ଷ ଧରି ଓଡ଼ିଶାରେ କୋମାସ୍ତିତିରେ ରହିଛି କଂଗ୍ରେସ । ସଂଠଗନ ଚଳାଇବାକୁ ଆବଶ୍ୟକ ଅର୍ଥ ଅନ୍ୟ କେହି ଦେଇପାରିବେ ନାହିଁ ।

୨- ଆଗକୁ ବିଜେପୁର ଉପନିର୍ବାଚନ ଓ ପୌର ନିର୍ବାଚନ । ତେଣୁ ଏହି ସମୟରେ ସଭାପତି ପରିବର୍ତ୍ତନ କରିବାକୁ ନିଷ୍ପତି ଦେଲେ ହାଇକମାଣ୍ଡ

୩- ବହୁନେତା ନିରଂଜନ ସପକ୍ଷରେ ମତ ଦେଇଥିବାରୁ ହାଇକମାଣ୍ଡ ରିସ ନେବାକୁ ଚାହିଲେନି \

୪- ନିରଂଜନଙ୍କ ସହ କାର୍ଯ୍ୟକାରୀ ସଭାପତି ଥିବାରୁ ପିସିସି ପରବର୍ତ୍ତନ କରିବାକୁ ଉଚିତ ମନେକଲେନି ସୋନିଆ

୫- ଇାରମ୍ବାର ପିସିସି ସଭାପତି ପଦ ପରିବର୍ତ୍ତନ ଖରାପ ପରିଣାମ କଥାକୁ ପୁଣିଥରେ ଦୋହରାଇବାକୁ ଚାହିଲେନି ସୋନିଆ \n\n

ଫ୍ୟାନ କଲେ ଅନୁରୋଧ : ଘରକୁ ଯିବେ ନବୀନ

0

ଭୁବନେଶ୍ୱର : ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ସେ ମୋ ଭବବାନ , ସେ ମୋର ସବୁକିଛି । ତାଙ୍କ ବିନା ମୋ ଜୀବନ ଅର୍ଥ କିଛିି ନାହିଁ । ଦିନେ କି ଦୁଇ ଦିନ ନୁହେଁ, ଆଜକୁ ୧୮ ବର୍ଷ ହେବ ମୁଁ ତାଙ୍କୁ ଭଲ ପାଉଛି । ଏଥିଲାଗି ବେସରକରୀ ଚାକିରୀ ଚାଡ଼ିଛି , ବିରୋଧୀଙ୍କ ଠାରୁ ମାଡ଼ ଖାଇଛି । ହେଲେ ତଥାପି ମୁଁ ମୋ ଭଗବାନଙ୍କୁ ଚାଡ଼ିନାର୍ହି । ଏକଥା କେଉର୍ ଫିଲ୍ମର ଡ଼ାଇଗଲ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଫ୍ୟାନ ବରଗଡ଼ର ଖଗେଶ୍ୱରଙ୍କର ।

ଦେହରେ ଶଙ୍ଖ ଚିହ୍ନର ପୋଷାକା ଓ ହାତରେ ବିଜେଡ଼ି ପତକା ଧରି ସବୁବେଳେ ନବୀନଙ୍କ ପାଖେ ପାଖେ ସେ ଥାଆନ୍ତି । ସେ କୋରାପୁଟ, ବାଲେଶ୍ୱର କି ଯାଜପୁର ସଭା ହେଉ ଅବା ସମ୍ବଲପୁର , ବଗରଡ଼ କି ବଲାଙ୍ଗୀର ସଭା ହେଉ । ସବୁଠି କଳେବଳେ କୌଶଳେ ପହଞ୍ଚିଯାଆନ୍ତି ଖଗେଶ୍ୱର । ନିଜର ଭଗବାନ ନବୀନଙ୍କୁ ଦେଖିବା ପାଇଁ । ଏପିରିକି ୨୦୧୯ ସାଧାରଣ ନିର୍ବାଚନରେ ଖଗେଶ୍ୱର ଯେତେବେଳେ ନବୀନଙ୍କ ପୁରା ବିଜେଡ଼ି ଡ଼୍ରେସରେ ନବୀନଙ୍କୁ ଦେଖିବା ପାଇଁ ସଭାସମିତିକୁ ଯାଆନ୍ତି ସେତେବେଳେ ସେ ପୋଲିସ ବାବୁଙ୍କ ଠାରୁ ଆରମ୍ଭ କରି କୁଜି ନେତା ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଗାଳି ଖାଆନ୍ତି । ଏମିତିକ ଦିନେ ଖୋର୍ଦ୍ଦାରେ ଅନ୍ୟ ଦଳର ସମାବେଶ ଚାଲିଥିବା ବେଳେ ଖଗେଶ୍ୱର ସେଠାରେ ପହଞ୍ଚିବାରୁ ତାକୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା । ଘର ଦ୍ୱାରା କିଛିି ରାଜଧାନୀରେ ନଥିବା ସାଙ୍ଗକୁ ରୋଜଗାର ତାର ନଥିବାରୁ ସେ ବହୁତ କଷ୍ଟରେ ଜୀବନ କାଟୁଥିଲା ନିଜ ଭଗବାନ ନବୀନଙ୍କୁ ଟିକେ ଦେଖିବା ପାଇଁ ଓ ବିଜେଡ଼ିର ଜୟଗାନ କରିବା ପାଇଁ । ଗଣମାଧ୍ୟମରେ ଖଗେଶ୍ୱର କଥା ସାମ୍ନାକୁ ଆସିବା ପରେ ବିଜେଡ଼ି ନେତା ଓ ସାଧାରଣରେ ଖଗେଶ୍ୱର ପ୍ରତି ସେହ୍ନ ଓ ଭଲ ପାଇବା ବଢିଲା । ଏହାରି ଭିତରେ ଖଗେଶ୍ୱର ବହୁତ ଥର ମୁଖନ୍ନ୍୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କଥା ହୋଇଛି ।

ଏପରିକି ନିକଟରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ର ଜିଲ୍ଲାରେ ନିଜ ଘରକୁ ଯିବା ପାଇଁ ଅନୁରୋଧ କରିଛି । ନବୀନ ମଧ୍ୟ ବିଜେପୁର ଉପ-ନିର୍ବାଚନ ସମୟରେ ଖଗେଶ୍ୱର ଘରକୁ ଯିବେ ବୋଲି କହିଥିବା ଖଗେଣ୍ୱର କହିଛି । ଯାହାକୁ ନେଇ ସେ ବେଶ ଉତ୍ସାହିତ । ଏବେ ନବୀନ ଦିଲ୍ଲୀରେ । ନବୀନଙ୍କ ସଙ୍ଗେ ସଙ୍ଗେ ତାଙ୍କର ସବୁଠାରୁ ବଡ଼ ଫ୍ୟାନ ଖଗେଶ୍ୱର ମଧ୍ୟ ଦିଲ୍ଲୀରେ ଏବେ । ସେଠାରେ ସେ ନବୀନ ଓ ବିଜେଡ଼ିର ଜୟଗାନ କରୁଛି । ଗୋଟେ ବ୍ୟକ୍ତି ଘର ସଂସ୍କାର ଛାଡ଼ି ନବୀନଙ୍କ ପ୍ରେମରେ ପଡ଼ି ସବୁକିଛି ଭୂଲିଯିବା ସବୁଠାରୁ ଆଚର୍ଯ୍ୟର ଘଟଣା । ଏବେ ଲୋକେ ଜାଣିଗଲେଣୀ ଯେଉଁଠି ନବୀନ , ସେଇଠି ଖଗେଶ୍ୱର ।\n\n\n\n\n

ଜୟଦେବଙ୍କ ସାହିତ୍ୟ ହେଉଛି ପଥ ପ୍ରଦର୍ଶକ

0

କୋରାଇ  : ସ୍ଥାନୀୟ କାହ୍ନୁଚରଣ ମହା ବିଦ୍ୟାଳୟ ଠାରେ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବ ଓ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳ ଉଦଘାଟକ ତଥା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ସଂସଦ ସଭାପତି ନନ୍ଦକିଶୋର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆସରରେ ସମ୍ମାନିତ ଅତିଥି ଭାବେ ଡ଼.ରୁଦ୍ରନାରାୟଣ ପୃଷ୍ଟି ଯୋଗଦାନ କରିଥିଲେ ।ମୂଖ୍ୟ ବକ୍ତା ଭାବରେ ପ୍ରଧ୍ଯାପକ ଡ଼.ବ୍ରଜମୋହନ ମିଶ୍ର ଯୋଗଦେଇ ସମାଜ ରେ ଜୟଦେବ ସାହିତ୍ୟ ଏକ ନିଆରା ଓ ଏହା ସାହିତ୍ୟ ଜଗତର ଦିଗ୍ ଦର୍ଶକ ଏବଂ ଏହା ଚିର ସ୍ଥାୟୀ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମ ରେ ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଶିବଚରଣ ମାଝୀ, ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଓ ମହା ବିଦ୍ୟାଳୟ ଅଧକ୍ଷ ସ୍ମୃତିରଞ୍ଜନ ରାୟ ଯୋଗଦେଇ ସାହିତ୍ୟ ଉପରେ ଅନେକ ମତ ଉପସ୍ଥାପନ କରିଥିଲେ । ବ୍ୟାସନଗର ର ଚଳଚିତ୍ର ପ୍ରଯୋଜକ ଶ୍ରୀ ହୃଦାନନ୍ଦ ସାମଲ୍ ଙ୍କୁ ଜୟଦେବ ସମ୍ମାନ ଓ ଶ୍ରୀ ଯୁକ୍ତ ମାଧବଚନ୍ଦ୍ର ନନ୍ଦ ଙ୍କୁ ଗାୟକ ନଟରାଜ୍ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ଦୁଇ ଜଣ କବିଙ୍କ ଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା ।କାର୍ଯ୍ୟକ୍ରମରେ ଷାଠିଏ ରୁ ଉର୍ଦ୍ଧ୍ବ କବି ଙ୍କ ସହିତ ବ୍ରଜେଶ୍ବରୀ ସିଂ, ରୀନା ମହାପାତ୍ର, ଦୟାନିଧି ନାୟକ , ବାଇଧର ମାଝୀ ଓ ମଳୟ କୁମାର  ନାୟକ ପ୍ରମୁଖ ନିଜସ୍ଵ ଲିଖିତ କବିତା  ପାଠ କରିଥିଲେ ।

ଫସର ଫାଟିଲା ଉଚ୍ଚ ନ୍ୟାୟାଳୟରେ ଅପିଲ୍

0

ସୁକିନ୍ଦା  : ବିଗତ କିଛି ଦିନ ଧରି ସୁକିନ୍ଦା ଖଣି ଅଞ୍ଚଳରେ କଞ୍ଚାମାଲ ପରିବହନକୁ ନେଇ ଚାଲିଥିବା ବିଶୃଙ୍ଖଳା ଦିନକୁ ଦିନ କ୍ରମଶଃ ଉଗ୍ର ହେବାରେ ଲାଗିଛି । ସୁକିନ୍ଦା ଖଣି ଅଞ୍ଚଳର ଟ୍ରକ୍ ମାଲିକ ସଂଘ ପ୍ରଶାସନର କୌଣସି ନିଷ୍ପତ୍ତିକୁ ନ ମାନିବାକୁ ଲାଗୁଛି ଯେପରି ସଂକଳ୍ପ ବଦ୍ଧ । ଇତିମଧ୍ୟରେ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ନ୍ଯାୟାଳୟଙ୍କ ଆଦେଶ ଅନୁସାରେ ଫାଷ୍ଟ୍ କମ୍ ଫାଷ୍ଟ୍ ଲୋଡିଂ ବେସିସ୍ କୁ ଖଣି ଉପତ୍ୟକାର ଟ୍ରକ୍ ଓ ଟିପର୍ ମାଲିକ ମାନଙ୍କ ଦାଦାଗିରି ଯୋଗୁଁ  ପ୍ରଣୟଣ କରାଯାଉ ନାହିଁ । ଏହି ଅଭିଯୋଗ ନେଇ ଯାଜପୁର ରୋଡ୍ ଟ୍ରକ୍ ମାଲିକ ସଂଘ ଯାଜପୁର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଚେତାବନି ଦେଇଥିଲେ । ଜିଲ୍ଲାପାଳ କହିଥିଲେ ପରିବହନ କ୍ଷେତ୍ରରେ କୌଣସି ପ୍ରକାରର ଅସାମାଜିକ ତତ୍ତ୍ୱକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ଚ୍ଯାଲେଞ୍ଜ କରି ସୁକିନ୍ଦା ମିନେରାଲ୍ ଟ୍ରକ୍ ଆସୋସିଏସନ୍ ପ୍ରଶାସନ ବିରୁଦ୍ଧରେ ଗତ୧୯ ତାରିଖରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ।ଏଠାରେ ଉଲ୍ଲେଖ କରାଯାଇପାରେ କି କିଛି ରାଜନୈତିକ ବ୍ଯକ୍ତିଙ୍କ ପ୍ରଚ୍ଛଦପଟ ଇଙ୍ଗିତ ଯୋଗୁଁ  ଖଣି ଅଞ୍ଚଳରେ ପରିବହନକୁ ନେଇ ଅଶାନ୍ତି ଦେଖାଦେଇଛି । ଆଗାମୀ ଦିନରେ ଏହାର କୌଣସି ସ୍ଥାୟୀ ସମାଧାନ ନ ହେଲେ ହୁଏତ ଏହା ଉଗ୍ର ରୂପ ଧାରଣ କରିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ

0

ଧର୍ମଶାଳା : ଯାଜପୁର ଜିଲ୍ଲା ବରୁହାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓ.ୟୁ.ଜେ. ସହିତ ଅନୁବନ୍ଧିତ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ ରାଉତ ସ୍ବାଗତ ଭାଷଣ ଦେଇଥିଲେ ।ସେ ତାଙ୍କ ଅଭିଭାଷଣରେ ଆଗାମୀ ଦିନରେ କିପରି ସଂଘକୁ ଶକ୍ତିଶାଳୀ କରିହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଅବସରରେ ଜିଲ୍ଲାର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀଯୁକ୍ତ ଅଭୟ ପତି ମଧ୍ୟ ସମସ୍ତ ସଦସ୍ୟଙ୍କୁ ଉଦବୋଧନ ଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସଂଘର ଉନ୍ନତି କରଣ ଉପରେ ଆଲୋକପାତ କରିଥିଲେ । ସଭାପତି ତାଙ୍କ ବକ୍ତବ୍ଯରେ ଆଗାମୀ ଦିନରେ ରାଜ୍ୟ କାର୍ଯ୍ୟକାରୀଣି ଯାଜପୁର ଜିଲ୍ଲାରେ କରିବାକୁ ମତ ବ୍ଯକ୍ତ କରିବା ସହିତ ତାହାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ବୈଠକରେ ଜିଲ୍ଲାର ସମସ୍ତ  ବ୍ଲକ୍ ସ୍ତରରୁ ସହସ୍ରାଧିକ ସାମ୍ବାଦିକ ଯୋଗଦାନ କରିଥିଲେ ।ଉକ୍ତ ବୈଠକରେ ଯାଜପୁର ସଦର ଥାନା ଅଧିକାରୀ ଶ୍ରୀ ବଂଶୀଧର ବେହେରା , ସତ୍ୟନାରାୟଣ ବଣିକ ସଂଘର ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ପରିଡା ଓ ବାବା ହରେକୃଷ୍ଣ ଦାସ ମହାବିଦ୍ୟାଳୟ ମାର୍କଣ୍ଡପୁରର ଶ୍ରୀ ପ୍ରକାଶ ଚନ୍ଦ୍ର ସୁବୁଦ୍ଧି ରାୟ ମହାପାତ୍ର ଙ୍କୁ ପୂଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ମାସେ ହେବ ଚିଳାଚଳ ଇସ୍ପାତରେ ଅଚଳାବସ୍ଥା ଜାରୀ : ଆଗକୁ ଆସିଲେ ପ୍ରଫୁଲ

0

ବ୍ୟାସନଗର : ୧୦ ହଜାର କର୍ମଚାରୀଙ୍କ ଭବିଷ୍ୟତ ଅନ୍ଦାରରେ । ଏକମାସରୁ ଅଧିକ ସମୟ ହେବ କଞ୍ଚାମାଲ ଅଭାବରୁ କମ୍ପାନୀରେ ଅଚଳାବସ୍ଥା ଜାରୀ ରହିଛି । କେନ୍ଦ୍ରମନ୍ତ୍ରୀ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଶୁଣୁନାହାନ୍ତି । ଫଳରେ କର୍ମଚାରୀମାନେ ଅସନ୍ତୋଷ ଓ ଚିନ୍ତାରେ ଦିନ କାଟୁଛନ୍ତି । କିପରି ନିଜର ପରିବାର ପୋଷଣ କରିବେ । କମ୍ପାନୀ କଣ ବନ୍ଦ ହୋଇଯିବ । ଏ ଚିନ୍ତା ଘାରିଛି କର୍ମଚାରୀଙ୍କୁ । ତେବେ ନିଳାଚଳ ଇସ୍ପାତ ନିଗମରେ ଅଚଳାବସ୍ଥା। କାରଖାନାର ପୁନଃରୁଦ୍ଧାର ଏବଂ SAIL ସହ ମିଶ୍ରଣ ଦାବୀରେ କଳିଙ୍ଗନଗର ମଜଦୁର ୟୁନିୟନ ଆଗକୁ ଆସିଚି ।

ୟୁନିୟନ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେଡ଼ି ଉପସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼ାଇ କର୍ମଚାରୀଙ୍କ ପାଇଁ ଆଗକୁ ଆସିଛନ୍ତି । ତୁରନ୍ତ ନିଳାଚଳ ସମସ୍ୟାର ସମାଧାନ କରିବାକୁ ସେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇ ଦାବି କରିଛନ୍ତି । ତେବେ ପ୍ରଫୁଲଙ୍କ ଦାବି ପରେ କଣ ହେଉଛି ନିଳାଚଳର ଭାଗ୍ୟ ତାହା ଉପରେ ସମସ୍ତଙ୍କ ନଜର । କାରଣ ବର୍ତ୍ତମାନ ରାଜ୍ୟରେ ବିଜେଡ଼ି ସରକାର ପଂଚମ ଥର ଲାଗି ଶାସନ କରୁଛି । ଶିଳ୍ପାନ ଲାଗି ଶାସକ ଦଳ ଓଡ଼ିଶାବାସୀଙ୍କୁ ବହୁ ସ୍ୱପ୍ନ ଦେଖାଉଛନ୍ତି । ତେବେ ଶାସକ ଦଳର ଉପସଭାପତି ପ୍ରଫୁଲ ଘଡ଼ାଇ ରାଜ୍ୟ ପ୍ରକୃତିରେ ଏହି କମ୍ପାନୀକୁ ପୁରି ସଂଚଳ କରିବା ନେଇ କଣ ପଦକ୍ଷପ ଆଗକୁ ନେଉଛନ୍ତି ତାହା ଦେଖିବାର କଥା । କାରଣ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଫୁଲ ସବୁବେଳେ କର୍ମଚାରୀଙ୍କ ସହ ଛିଡ଼ା ହୋଇଛନ୍ତି । ତେଣୁ ଏଥର ନିଳାଚଳ ଇସ୍ପାତ ନିଗମ ସମସ୍ୟା ସମାଧାନ ଦିଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ କିପରି ବୁଝାଇ ଏହାର ସମାଧାନ କରୁଛନ୍ତି ତାକୁ ଚାହିବସିଛନ୍ତି ୧୦ ହଜାର କର୍ମଚାରୀ ।

ଯାଜପୁର ଓୟୁଜେର କାର୍ଯ୍ୟକାରୀ ବୈଠକ

0

ଯାଜପୁର : ସ୍ଥାନୀୟ ବରୁହାଁରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ( ଓୟୁଜେ)ର ପରିବଦ୍ଧିତକାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଓୟୁଜେର ସଭାପତି ସମରଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଓୟୁଜେର ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ଯାଜପୁରରେ କରିବା ନେଇ ଏକ ସର୍ବ ସହମତ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବକୁ ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ଶାଖାକୁ ପଠାଯିବ । ଏହି ବୈଠକରେ ଜିଲ୍ଳାର ୬୦ର ଅଧିକ ସାମ୍ବାଦିକ ଏକାଠି ହୋଇ ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ଯୋଜନା ଲାଗୁ କରିବା ସହ ସାମ୍ବାଦିକ କଲ୍ୟାଣ ନେଇ ସରକାର କରିଥିବା ଯୋଜନାର ନୀତି ପ୍ରଣ୍ରନ କରିବାକୁ ଦାବି କରିଥିଲେ । ଏହି ବୈଠକରେ ବାଲିଚନ୍ଦ୍ରପୁର ବହୁ କାର୍ଯ୍ୟରତ ସାମ୍ବାଦିକ ବିଧିବଦ୍ଧ ଭାବେ ଯାଜପୁର ଓୟୁଜେରେ ସାମିଲ ହୋଇଥିଲେ । ଯାହା ଯାଜପୁର ଶାଖାକୁ ଅଧିକ ମଜବୁତ କରିବା ବୋଲି ଜିଲ୍ଳା ଓୟୁଜେ ସଭାପତି ଓ କାର୍ଯ୍ୟକାରୀ ସଭାପତି କହିଛନ୍ତି । ଏହି ବୈଠକରେ କାର‌୍ୟ୍ୟକାରୀ ସଭାପତି ଅଭୟ ପତି , ସମ୍ପାଦକ ରଂଜିତ ରାଉତ, ଓୟୁଜେ ଟ୍ରିବ୍ୟୁନାଲ ଅଧୃକ୍ଷ ରାଜୀବ ମହାନ୍ତି, ବିଗ ନ୍ୟୁଜ ଓଡ଼ିଶାର କାର୍ଯ୍ୟରତ ସାମ୍ବାଦିକ ଅଜୟ ସାହୁଙ୍କ ସମେତ ଜିଲ୍ଳାର ଉପ ସଭାପତି , ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ ।

ବିଜେଡ଼ିର ଭବିଷ୍ୟତ ଅରୁଣ ପଟ୍ଟନାୟକ !

0

ଓଡ଼ିଶାରେ ବିଜୁ ଲିଗାସି ଜାରୀ ରଖିବା ପାଇଁ ଖୁବଶୀଘ୍ର ରାଜନୀତିକୁ ଏଣ୍ଟ୍ରି କରୁଛନ୍ତି ବିଜୁଙ୍କ ନାତି ଅରୁଣ ପଟ୍ଟନାୟକ । ୨୦୧୯ ବିଜେପୁର ଉପ ନିର୍ବାଚରେ ନବୀନ ତାଙ୍କୁ ବିଜେଡ଼ିର ବିଧାୟକ ପ୍ରାର୍ଥୀ କରି ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ କରିବେ । ଏନେଇ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବ୍ଲୁପ୍ରିଣ୍ଟ । ନବୀନ ବିଜେପୁର ଆସନ ଛାଡିବା ପରେ ଏ ସସ୍ପେନ୍ସ ଆଜିବି ଜାରି ରହିଛି । ହେଲେ ସୋସିଆଲ ମିଡିଆରେ ବିଭିର୍ନ ସାଇଟରେ ବିଜେପୁରରେ କିଏ ହେବ ବିଜେଡି ପ୍ରାର୍ଥୀ ତାହାକୁନେଇ ବହୁ ନେତାଙ୍କ ନାଁ ଚର୍ଚା ହେଉଥିବା ବେଳେ ଖୋଦ ନବୀନ ପଟ୍ଟନାୟକ ଫ୍ୟାନ କ୍ଲବରେ ଅରୁଣ ପଟ୍ଟନାୟକଙ୍କ ଫଟୋ ପୋଷ୍ଟ କରାଯଇଉଛି । ଯେଉଁ ପୋଷ୍ଟରେ ଲେଖାଯାଇଛି ବିଜେପୁର ଉପନିର୍ବାଚନ ମାଧ୍ୟମରେ ଅରୁଣ ପଟ୍ଟନାୟକ ଏଣ୍ଟ୍ରି କରିବେ ଓଡିଶା ରାଜନୀତିକୁ । ବିଜୁଙ୍କ ଦାୟାଦ ଭାବରେ ଅରୁଣ ଓଡିଶା ରାଜନୀତିରେ ପ୍ରବେଶ କରି ନବୀନଙ୍କ ପରେ ବିଜେଡିର ଚେହେରା ହେବାକୁ ଯାଉଛନ୍ତି । ମଝିରେ ମଝିରେ ଅରୁଣଙ୍କୁ ନେଇ ଚର୍ଚା ମଧ୍ୟ ଜୋର ହେଉଛି । ଆନନ୍ଦ ଭବନ ଯେତବେଳେ ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗିକୃତ କରାଗଲା ସେହି ସମୟରେ ନବୀନଙ୍କ ସହ ଅରୁଣଙ୍କୁ ଦେଖିବାକୁ ମିଳିଥିଲା । ସେହିଦିନଠାରୁ ଚର୍ଚା ହେଉଥିଲା ଓଡିଶା ରାଜନୀତିରେ ବିଜେଡିର ମୁଖ୍ୟ ସୂତ୍ରଧର ହେବେ ଅରୁଣ, ଯାହାକୁ ନେଇ ବିଜେଡି ଆଗେଇବ ।

୨୦୧୯ ସାଧାରଣ ନିର୍ବାଚନରେ ନବୀନ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ।ବିଜେପୁର ଓ ହିଞ୍ଜିଳିରେ ନବୀନ ବିଜୟଲାଭ କଲେ । ଏହାପରେ ବିଜେପୁର ଆସନ ଛାଡିଥିଲେ ନବୀନ । ହେଲେ ବିଜେପୁର ଯେହେତୁ ତାଙ୍କ ଦ୍ୱିତୀୟ ନିର୍ବାଚନୀ ମଣ୍ଡଳୀ ତେଣୁ ଏହାର ସ୍ୱତନ୍ତ୍ର ଦେଖାଶୁଣା ସେ କରିବେ ବୋଲି କହିଛନ୍ତି । ଖାସ ସେଥିଲାଗି ଅରୁଣଙ୍କୁ ନେଇ ହୋଇଥିବା ଚର୍ଚାକୁ ନବୀନଙ୍କ ଏହି କଥା ଖୋରାକ ଯୋଗାଇଛି । ଆଉ ବର୍ତମାନ ଏହାହିଁ ହେଉଛି ଉପଯୁକ୍ତ ସମୟ । ଯେଉଁ ସମୟରେ ବିଜେଡି ରାଜନୀତିରେ ଅରୁଣ ଏଣ୍ଟ୍ରିକଲେ ତୃଣମୂଳ ସ୍ତରରୁ ରାଜ୍ୟର ନେତୃତ୍ୱ ପର‌୍ୟ୍ୟନ୍ତ ସମସ୍ତେ ତାଙ୍କୁ ନବୀନଙ୍କ ପୁତୁରା ଭାବେ ଗ୍ରହଣ କରିନେବେ ଦଳରେ । ବିଜେଡିର ଭବିଷ୍ୟତକୁ ନେଇ ନାନା ସମୟରେ ଅନେକ ପ୍ରଶ୍ନ ଉଠୁଛି । ନବୀନଙ୍କ ଅନ୍ତେ ବିଜେଡିର ଭବିଷ୍ୟତ କ’ଣ ତାହା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିରୋଧୀ ତ ସିଧାସଳଖ କରୁଛନ୍ତି ନବୀନ ଥିବା ପର‌୍ୟ୍ୟନ୍ତ ବିଜେଡି, ତାହାପରେ ବିଜେଡି ଓଡିଶା ରାଜନୀତିରୁ ଲିଭିଯିବ । ଏହି କଥାକୁ ନେଇ ବିଜେଡି ନେତାମାନେ ବେଶ ଚିନ୍ତିତ । କାହା ହାତରେ ବିଜେଡିର ଗୁରୁ ଦାୟିତ୍ୱ ଦେବେ ନବୀନ ଏ ପ୍ରଶ୍ନ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି ଯେ, ମୋ ଉତ୍ତରାଧିକାରୀ ଓଡିଶା ଲୋକ ବାଛିବେ । ତେଣୁ ଦଳ ଭିତରେ ଗୋଟିଏ ଗୋଷ୍ଠୀ ବିଜେପୁର ଉପନିର୍ବାଚନରେ ଅରୁଣ ପଟ୍ଟନାୟକଙ୍କୁ ପ୍ରାର୍ଥୀକରି ଦଳର ଭବିଷ୍ୟତକୁ ସୁରକ୍ଷିତ କରିବାପାଇଁ ଏକ ବଡ ବାର୍ତା ଓଡ଼ିଶାବାସୀଙ୍କୁ ଦେବାକୁ ଚାହୁଁଛନ୍ତି । ତେବେ ନବୀନ କି ନିଷ୍ପତି ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Follow us

20,832FansLike
0FollowersFollow
14,700SubscribersSubscribe

Latest news