ସେଣ୍ଟ ଜାଭିୟର ହାଇସ୍କୁଲରେ ଜନ୍ମାଷ୍ଟମୀ …

- Advertisement -

ଯାଜପୁର : ଯାଜପୁର ସ୍ଥାନୀୟ ବରୁଆଁ ସେଣ୍ଟ ଜାଭିୟର ହାଇସ୍କୁଲରେ ଜନ୍ମାଷ୍ଟମୀ ମହା ସମାରୋହରେ ପାଳନ କରାଯାଇଛି । ଭଗବନା କୃଷିଙ୍କ ଜନ୍ମଦିନକୁ ସ୍କୁଲର ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ପାଳନ କରିଥିଲେ । ସ୍କୁଲର ୬୦ରୁ ଅଧିକ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ ହୋଇ ନୃତ୍ୟ ଓ ଅଭିନୟ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା ।

ସବୁବେଳେ ଯାଜପୁର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ସାମିଲ କରିବା ପାଇଁ ପ୍ରୟାସ କରେ ସେଣ୍ଟ ଜାଭୀୟର ସ୍କୁଲ । ଅତିଥିମାନେ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମୂଲ୍ୟବାନ ମତାମତ ଦିଅନ୍ତି । ସ୍କୁଲରେ ଜନ୍ମାଷ୍ଟମୀ ସାଂସୃତିକ କାର୍ଯ୍ୟକ୍ରମକୁ ସେଣ୍ଟ ଜାଭିୟର ସ୍କୁଲର ନିର୍ଦ୍ଦେଶକ ଧ୍ରୃବ କୁମାର ମହାପାତ୍ର ଓ ଅଧ୍ୟକ୍ଷ ହିମାଂଶୁ ପଣ୍ଡା ପରିଚଳାନାଙ୍କ ସହ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ର୍ରୀମାନେ ସହଯୋଗ କରିଥିଲେ । ଏହି ଉତ୍ସବରେ ଅତିଥି ଭାବେ ଚଣ୍ଡୀଖୋଲ ଏସ.ବି.ଆଇର ପୂର୍ବତନ ଅଧିକାରୀ ଏସ.କେ. ଅବଦୁଲ, ସମାଜସେବୀ ଏସ.କେ.ରସୁଲ ପ୍ରମୁଖ ଯୋଗଦେଇଥିଲେ । ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମଧ୍ୟ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ପାଠପଢା ସହ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରତିଯୋଗିତା ପିଲମାନଙ୍କର ଦକ୍ଷତା ବଢାଇବା ପାଇଁ ଚେଷ୍ଟା କରାଯାଇଥାଏ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles