ମୟୁରଭଞ୍ଜ : ଗଲେ ଅରୁଣ- ଆସିଲେ ବବି

- Advertisement -

ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଥିଲେ ବିଜେଡ଼ି ଯୁବ ମନ୍ତ୍ରୀ ଅରୁଣ ସାହୁ । ହେଲେ ମୟୁରଭଞ୍ଜରେ ସେତିକି ସଂଗଠନ ମଜବୁତ ହେବା କଥା ତାହା ହେଲା ନାହିଁ । ବରଂ ୨୦୧୯ ସାଧାରଣ ନିର୍ବାଚନରେ ସାଂସଦ ଓ ୬ଟି ଆସନରେ ବିଜେପି ବିଜୟ ଲାଭ କଲା । ବିଜେଡ଼ିର ସଂଗଠନ ଧୀରେଧୀରେ ଦୁର୍ବଳ ହେଲା । ଯାହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ଚିନ୍ତାରେ ପକାଇଳା । ଆଉ ଚିନ୍ତା କରିବ ଦୂର ହେବା ସେନେଇ ଦଳରେ ମାନଓ ମଂଥନ ହେଲା । ଶେଷରେ ନବୀନଙ୍କ ଅତି ବିଶ୍ୱସ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ମୟୁରଭଞ୍ଜ ଜିଲ୍ଳା ପର୍ଯ୍ୟବେକ୍ଷକ ଦାୟିତ୍ୱ ।

ମୟୁରଭଞ୍ଜରେ ବିଜେଡି ସଙ୍ଗଠନକୁ କିଭଳି ଅଧିକ ଶକ୍ତିଶାଳୀ କରାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତେଣୁ ତାଙ୍କର ଅତି ଘନିଷ୍ଠ ଓ ସାଙ୍ଗଠନିକ ଦକ୍ଷତାକୁ ବାରମ୍ବାର ପ୍ରମାଣିତ କରିଥିବା ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସଙ୍କୁ ମୟୁରଭଞ୍ଜର ପର‌୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ଏବେ ମୟୁରଭଞ୍ଜ ବିଜେଡିକୁ ସଜାଡ଼ିବାର ଦାୟିତ୍ୱ ପ୍ରଣବଙ୍କ ହାତରେ ଓ ପୂର୍ବରୁ କୋରାପୁଟ ଜିଲ୍ଲାର ପର‌୍ୟ୍ୟବେକ୍ଷକ ଦାୟିତ୍ୱ ତୁଲାଇଛନ୍ତି ପ୍ରଣବ ।  କୋରାପୁଟର ମୋଟ ୭ଟି ବିଧାନସଭା ଆସନରୁ ୫ଟି ବିଜେଡି ଜିତିଥିବାବେଳେ , କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି । ଏହାସହ ଗୋଟିଏ ବୋଲି ଲୋକସଭା ଆସନ ହାରିଛି ବିଜେଡି ଓ ସେପଟେ ପ୍ରଣବ ନିଜ ଜିଲ୍ଲା ଯାଜପୁରରେ ସଙ୍ଗଠନକୁ ବେଶ ମଜବୁତ କରିଛନ୍ତି ପ୍ରଣବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଯାଜପୁରର ୭ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ବିଜୟଲାଭ କରିଛି । ଯେଉଁଠି ଯେଉଁଠି ସଙ୍ଗଠନକୁ ସଜାଡ଼ିବାର ଆବଶ୍ୟକତା ପଡେ ସେଠି ନବୀନଙ୍କର ଦୂତ ଭାବେ ଉଭା ହୁଅନ୍ତି ।

ପାୱାରଫୁଲ ବିଧାୟକ ପ୍ରଣବପ୍ରକାଶ ଦାସ ଓ ସବୁ ନେତାଙ୍କୁ ସାଙ୍ଗରେ ନେଇ ଓ ନିଜର କଠିନ ପରିଶ୍ରମ ବଳରେ ସୁପ୍ରିମୋ ଦେଇଥିବା କାର‌୍ୟ୍ୟକୁ ସଫଳ କରାନ୍ତି  ସେ । ଯେଉଁଥି ପାଇଁ ଆଜି ଦଳରେ ତାଙ୍କର ଦବଦବା ରହିଛି ଓ ସଂଗଠନ ଯେଉଁଠି ଦୁର୍ବଳ ହୁଏ ସେଠି ସଙ୍ଗଠନକୁ କିଭଳି ମଜବୁତ କରାଯିବ ତାହା ପ୍ରଣବଙ୍କ ଚତୁର ରାଜନୈତିକ ଗୋଟିଚାଳନ ଦ୍ୱାରା ଅନେକ ସମୟରେ ପ୍ରମାଣିତ କରିଛି । ଯୁବଛାତ୍ର, ବରିଷ୍ଠ ସମସ୍ତ ଅଭିଜ୍ଞାନତାକୁ ସମ୍ମାନ ଜଣାଇ ସବୁ କାର‌୍ୟ୍ୟକୁ ଅତି ସହଜରେ ହାସଲ କରି ନିଅନ୍ତି ପ୍ରଣବ ।  ନା ଏଥିରେ ଥାଏ ବିବାଦ ନା ରହିଥାଏ କିଛି ଦ୍ଵନ୍ଦ ଓ ଯେଉଁଥି ପାଇଁ ଯେତେବେଳେ ବି ବିଜେଡିର ସଙ୍କଟ ଆସେ ସେତବେଳେ ଖୋଜା ପଡନ୍ତି ଯାଜପୁରର ଏହି ଯୁବ ବିଧାୟକ ଓ ଏବେ ତାଙ୍କୁ ଦଳର କ୍ରାଇସିସ ମ୍ୟାନେଜର ଭାବେ ଗ୍ରହଣ କରାଯାଇଛି ବୋଲି ବହୁ ରାଜନୈତକ ସମୀକ୍ଷକମାନେ ମତ ଦେଇଛନ୍ତି । ବିଜେଡି ତାର ସଙ୍ଗଠନକୁ ମଜବୁତ କରିବା ପାଇଁ ପର‌୍ୟ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛି । ବହୁ ଅଭିଜ୍ଞ ଓ ନୂଆ ଲୋକଙ୍କୁ ପର‌୍ୟ୍ୟବେକ୍ଷକଙ୍କୁ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ନବୀନ ଓ କେଉଁ ନେତାଙ୍କୁ ଦୁଇଟି ଜିଲ୍ଲାର ସଂଗଠନ ଦାୟିତ୍ୱ ଦେଇଛନ୍ତି ତ, ଆଉ କାହାକୁ ବିଜେଡିର ଫୋକସ ଜିଲ୍ଲାର ଦାୟିତ୍ୱ ମିଳିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles